Dmishra Sahityalaya

Others

2  

Dmishra Sahityalaya

Others

ବଡ଼କାହାଣୀ

ବଡ଼କାହାଣୀ

3 mins
590


ବୟସ ତାର ୧୬ ହେବ ନୂଆନୂଆ କଲେଜ ଯିବା ପିଲାଟା, ଅନେକ ତାକୁ ଯୁବକ ବି କହିପାରନ୍ତି। କଲେଜରୁ ଫେରିବା ସମୟ ପୁଅଟି ସହ ଦୁଇଜଣ ସାଙ୍ଗ ସାଥୀରେ ଥାଆନ୍ତି, ସେ ରାସ୍ତାଦେଇ ୨୬-୨୭ ବର୍ଷ ବୟସ ହେବ ଝିଅଟିଏ ଯାଉଥାଏ, ବଡ଼ଘର ଝିଅ ଭଳି ଦେଖାଯାଉଥାଏ, ଏଠାରେ ବଡ଼ ଅର୍ଥାତ୍ ଧନୀ ଘର, ଏଠାରେ ଧନୀ ଅର୍ଥ ଟଙ୍କାପଇସାରେ ଧନୀ। ଝିଅଟି ନିକଟର ଏକ କୌଣସି ସ୍ଥାନର ଠିକଣା ପଚାରିଲା, ଠିକଣା ପଚାରିବାର ଢଙ୍ଗ ଏମିତି ଥିଲା ଯେ କୌଣସି ଯୌବନରେ ପାଦ ଦେଉଥିବା ପୁଅ ଆକର୍ଷିତ ହେବା ସ୍ୱାଭାବିକ। ଠିକଣା ବି କହିଦେଲେ, ଦୁଇଜଣ ସାଙ୍ଗ ଭୟ ହେଉ ଅବା କୌଣସି କାରଣରୁ ଆଗକୁ ବଢିବାରେ ଲାଗିଲେ। ଜଣେ ପୁଅ ରହିଲା କାରଣ ଥିଲା ସକୁଶଳ ଠିକଣା ସ୍ଥାନରେ ନେଇ ସେ ଝିଅଟିକୁ ପହଞ୍ଚାଇବ । ସନ୍ଧ୍ଯା ହୋଇ ଆସୁଥାଏ। ଦୁହେଁ ଚାଲିଚାଲି ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିଗଲେ। ୨୦-୩୦ ମିନିଟ୍ ସମୟ ମଧ୍ଯରେ ଦୁଃଖ ସୁଖ ହେଉହେଉ ସମ୍ପର୍କଟିଏ ସ୍ଥାପନ ହୋଇଯାଇଥାଏ। ଅବଶ୍ଯ ଏଥିପ୍ରତି ଝିଅଟି ସମ୍ପୂର୍ଣ୍ଣ ସଜାଗ ଓ ସଚେତନ। ପୁଅଟିର କିନ୍ତୁ କମ୍ ବୟସ ଭାବନାରେ ବୁଡ଼ି ଯାଇଥିଲା। ଝିଅଟି ଯେଉଁ ସ୍ଥାନକୁ ଯିବାକୁ ଚାହୁଥିଲା ତାହା ଏକ ତାରକା ହୋଟେଲ ଥିଲା। ପୁଅଟି ଏଥର ଫେରିବାକୁ ଉଦ୍ୟମ କରେ ଫେରେ ମଧ୍ଯ ଅବଶ୍ଯ ଫେରିଲା ବେଳକୁ ଝିଅଟିର ଫୋନ୍ ନମ୍ବର ଆଣିବାକୁ ଭୁଲିନଥିଲା ।


ରାତିରେ ପୁଅଟିର ମନ ଥୟ ଧରିଲା ନାହିଁ ତଥାପି ରାତି କଟିଗଲା। ନିଜମନକୁ ଭାବନାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବାର ସମସ୍ତ ଉପାୟ ଫେଲ୍ ମାରିଲା। ପରେ ଚିନ୍ତାକଲା ଫୋନ କରି ଟିକେ କଥା ହବ ନିଷ୍ପତ୍ତି ନେଇପାରିଲା ନାହିଁ, ସାଙ୍ଗ ସହିତ କଲେଜ ଯିବାକୁ ବାହାରିଲା ଏହି ଆଶାରେ କି ସେଠି ମନଟା ଅଲଗା ଦିଗ କୁ ଚାଲିଯିବ। କଲେଜ ସମୟ ସରିଗଲା ଘରକୁ ଫେରିଲା।


ଏମିତି ଦୁଇଦିନ ପରେ ଚିନ୍ତାକଲା ଏଥର ଫୋନ୍ କରି କଥାବାର୍ତ୍ତା କରିବାକୁ। ଚେଷ୍ଟା ସଫଳ ହେଲା। କଥାବାର୍ତ୍ତା ର କିଛି ସମୟ ପରେ ଝିଅଟି କିଛି ଗୋଟେ ଖାଇବା ଜିନିଷ ଆଣିବା ପାଇଁ ଅନୁରୋଧ କଲା, ପୁଅଟିର ମନ କୁଣ୍ଢେମୋଟ କାରଣ ସେ ତାକୁ ଦେଖା କରିବାକୁ ଇଚ୍ଛା ରଖିଥିଲା।


ସମ୍ପର୍କର ନିବିଡ଼ତା ବଢିବାରେ ଲାଗିଲା ପାଖାପାଖି ୨୦-୨୫ ଦିନ ବିତିଯାଇଥିଲା, ଇଏ ବି ଥିଲାବାଲା ଘର ପିଲା ଟଙ୍କା ଖର୍ଚ୍ଚ କରିଚାଲିଲା, ଦିନେ ସନ୍ଧ୍ଯା ବେଳେ ଝିଅଟି ପୁଅକୁ ତା ରହୁଥିବା ହୋଟେଲ ରୁମକୁ ରାତ୍ରିଭୋଜନ ନିମନ୍ତେ ନିମନ୍ତ୍ରଣ କଲା। ପୁଅଟି ସାଙ୍ଗ ଘରକୁ ଯିବ କହି ସେଠାକୁ ଗଲା। ଏମିତି ମାୟାରେ ପୁଅଟି ପଡ଼ିଯାଇଥିଲା ଯେ ସାଙ୍ଗ ମାନେ ଯେତେ ବୁଝାଇଲେ ବୁଝିଲାନି, ସାଙ୍ଗ ମାନଙ୍କୁ ମଧ୍ଯ ମିଛ କହିଲା।


ସକାଳ ୧୦ ହେଲାଣି, ପୁଅ ଘରକୁ ଫେରିବା କଥା ଘରଲୋକ ତାର ସାଙ୍ଗ ମାନଙ୍କୁ ଫୋନ କରି ବୁଝିଲେ କିଛି ଖବର ମିଳିଲା ନାହିଁ। ଘରେ ସମସ୍ତେ ବ୍ୟସ୍ତ ବନ୍ଧୁବାନ୍ଧବ ସବୁଆଡ଼େ ପଚାରି ବୁଝିଲେ କୁଆଡ଼େ ତ ଯାଇନି। ଫୋନ ବନ୍ଦ ଆସୁଛି। ସେପଟୁ ମା' ତାର ବ୍ୟସ୍ତ ହୋଇ ଆସିଲେ କହିଲେ ଆଲମାରୀରେ ଥିବା ମୋର କୌଣସି ଗହଣା ନାହିଁ, ନଗଦ ୪୦-୫୦ ହଜାର ଟଙ୍କା ବି ଥିଲା ତାହା ବି ନାହିଁ। ପୋଲିସକୁ ଖବର ଦିଆଗଲା। ସନ୍ଧାନ ନିମନ୍ତେ।


ପ୍ରାୟ ୨-୩ ଘଣ୍ଟାପରେ ପୁଅ ଘରକୁ ଫେରିଲା, ଆଖିରୁ ଲୁହ ସହ ଏକ ପାପ କରିଥିବା ମୁଖ ଦିଶୁଥାଏ, ସମସ୍ତେ ସ୍ତବ୍ଧ। ପୁଅ ତୋର କ'ଣ ହୋଇଛି. . ଏତେ ଗୁଡ଼ିଏ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ନଥିଲା। ମା' କୋଳରେ ମୁଣ୍ଡ ରଖି ଭୋଭୋ ହୋଇ କାନ୍ଦିବା ଆରମ୍ଭ କଲା। ପରେ ଘଟଣାବଳୀ କହିଲା। ପୁଅ ତାର କାହାଣୀ କହୁ କହୁ ସେପଟେ ଟିଭି ଚାନେଲ ରେ ବ୍ରେକିଂ ନିଉଜ, ଝିଅଟି ଏକା ନଥିଲା ପାଖାପାଖି ସେମାନେ ୬-୭ ଜଣ ଥିଲେ, ଗୋଟିଏ ଗ୍ୟାଙ୍ଗ। ଯାହାକୁ ପଡ଼ୋଶୀ ରାଜ୍ଯର ପୋଲିସ ଖୋଜୁଥିଲା। ସମସ୍ତେ ଗିରଫ ହୋଇଛନ୍ତି । ପାଖାପାଖି ୭୦-୮୦ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ନଗଦ ୭ ଲକ୍ଷ ପୋଲିସ ଉଦ୍ଧାର କରିଛନ୍ତି।


ପୁଅକୁ କ'ଣ କହିବେ ଘର ଲୋକେ କିଛି ବୁଝିପାରୁ ନଥାନ୍ତି, ସେପଟେ ସାମ୍ବାଦିକ ମାନଙ୍କର ଅବାନ୍ତର ପ୍ରଶ୍ନବାଣ ପରିବାରର ସବୁ ସଦସ୍ଯଙ୍କୁ ଘାଇଲା କରିଦେଉଥିଲା। ଅନ୍ୟ ପଟେ ମା' କୋଳରେ ପୁଅ, ମା' ବୁଝାଉ ଥାନ୍ତି ମୋ' ପୁଅର କିଛି ଦୋଷ ନାହିଁ ସବୁ ସେଇ ଚାଣ୍ଡାଳୀର ଦୋଷ। ପୋଲିସ ବି ସାନ୍ତ୍ୱନା ଦେଉଥାଏ । ମା' କୁ ଭଲପାଅ ତୁମେ କୌଣସି ବିପଦରେ ପଡ଼ିବନି ।


Rate this content
Log in