STORYMIRROR

Debabrata Mishra

Abstract Drama Inspirational

4  

Debabrata Mishra

Abstract Drama Inspirational

**ଅବଶୋଷ**••••••••••••••

**ଅବଶୋଷ**••••••••••••••

2 mins
193


------------ଜନଗହଳି ଥାଏ ସହରର ରାସ୍ତା ଗାଡ଼ିମୋଟର ର କେଁ କାଁ ଶବ୍ଦରେ ବଜାର ଲୋକାରଣ୍ୟ, କିଛି ପର୍ବ ନିଶ୍ଚୟ ଥିବ ଏମିତିରେ ଆମର ଏଠି ବାରମାସରେ ତେର ପର୍ବ। ଦ୍ରୁତଗତି ରେ ଯାଉଥିଲା ଯୁବକଟିଏ ମୋଟରସାଇକେଲରେ ବୋଧହୁଏ ବହୁତ୍ ଜରୁରୀ କାମ। କାରଣ ମୁଣ୍ଡରେ ହେଲମେଟ ଥିଲା, ବେଶପୋଷାକରେ ବି ଜଣାପଡ଼ୁଥିଲା ଶିକ୍ଷିତ ଜଣେ। ହଠାତ୍ ଜଣେ ବୟସ୍କ ବ୍ୟକ୍ତି ଗାଡ଼ି ସମ୍ମୁଖକୁ ଚାଲି ଚାଲି ଆସିଗଲେ, ବ୍ରେକ୍ ମାରିବାକୁ ସମୟ ମଧ୍ଯ ନାହିଁ, ବ୍ଯକ୍ତି ଜଣକ ସେଇଠି ହିଁ ଟଳିପଡ଼ିଲେ । ଲୋକେ ବୟସ୍କ ବ୍ୟକ୍ତିଙ୍କୁ ଉଠାଇବେ କ'ଣ ମାଡ଼ି ଆସିଲେ ଯୁବକ ନିକଟକୁ । ଯୁବକ ଜଣକ କିନ୍ତୁ ମାଡ଼କୁ ଭୟ ନକରି ସେହି ତଳେ ପଡ଼ିଥିବା ବୟସ୍କଙ୍କ ପାଖକୁ ଯାଇ ଦେଖିଲା ଅଳ୍ପ ସମୟ ପରେ ସେ ଚିହ୍ନି ପାରିଲା ଆଉ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ଆଖିରୁ ଟପଟପ୍ ଲୁହ ବୋହିଗଲା। 


--------------ଲୋକେ ଟଳିପଡ଼ିଥିବା ବ୍ୟକ୍ତିଙ୍କୁ ନିକଟ ଡ଼ାକ୍ତରଖାନା ନେଇଗଲେ, କିନ୍ତୁ ବେଳ ବୁଡ଼ିଯାଇଯାଇଥିଲା। ପ୍ରାଣବାୟୁ ଦେହ ଛାଡ଼ି ଚାଲି ଯାଇଥିଲା। ଯୁବକ ଜଣକୁ ଅନେକ ମାଡ ମଧ୍ଯ ଦେଲେ ଲୋକେ, କିଛି ଲୋକ ଗାଳିଗୁଲଜ କଲେ। ଯୁବକ ଜଣକ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। ସେ ବୟସ୍କ ବ୍ୟକ୍ତି ଜଣକ ଥିଲେ ଯୁବକ ର ସ୍କୁଲ ର ଜଣେ ପ୍ରିୟ ଶିକ୍ଷକ । ସ୍କୁଲ ସମୟରେ ସବୁବେଳେ କହୁଥିଲେ, ତୁମେ ଯେତେବେଳେ ଚାକିରୀ କରି ବଡ଼ ମଣିଷ ହେବ ମୁଁ ତୁମକୁ ଦେଖିବାକୁ ଚାହିଁବି। ହେଲେ ନିଜ ପ୍ରିୟ ଶିଷ୍ଯ କୁ ସେ ଦେଖା କରିପାରିଲେ ନାହିଁ, ତା' ପୂର୍ବରୁ ତାଙ୍କ ଜୀବନ ସରିଗଲା। ଶବ ଗାଁ କୁ ନିଆଗଲା ସଂସ୍କାର କରାଗଲା। ଯୁବକ ଜଣକ କିଛିଦିନ ମନମାରି ବସିଲା, କିଛିଦିନ ପରେ ଆଉ କିଛି କଥା ଜାଣି ସେ ବହୁତ ଭାଙ୍ଗି ପଡ଼ିଲା, ତାହା ଥିଲା ତାର ସାର୍ କିଛିବର୍ଷ ତଳୁ ଅନ୍ଧ ହୋଇଯାଇଥିଲେ ଏବଂ ସେ ନିଜ ପ୍ରିୟ ଛାତ୍ର କୁ ଦେଖା କରିବାକୁ ହିଁ କାହାକଥା ନ ମାନି ଜିଦ୍ଦି ରେ ଏକା ସହରକୁ ଆସିଥିଲେ। ଅବଶୋଷରେ ଯୁବକଟିର ଆଖି ଆଉ ଶୁଖୁନଥିଲା।.... । 



Rate this content
Log in

Similar oriya story from Abstract