Kalyani Nanda

Tragedy

2  

Kalyani Nanda

Tragedy

ପଶ୍ଚାତାପ

ପଶ୍ଚାତାପ

4 mins
495


କିଏ ତୁମେ ହା., ହା...ଖୁବ ଜୋର ରେ ହସି ଉଠିଲା ଧଳା ଶ୍ମଶ୍ରୁ ଧାରୀ ଧୋତି, ପଞ୍ଜାବୀ ପିନ୍ଧା ବୁଢାଟି । " କାଇଁ ଚିହ୍ନି ପାରୁନୁ ? ଭୁଲିଗଲୁ କେମିତି ? ତୋ ହାତ ଦେଖ । ହାତ ରେ ତୋର କଣ ଲାଗିଛି ?" ରାକେଶ ତା ହାତ ଦେଖିଲା । ଲାଲ, ଲାଲ, ମୁଣ୍ଡା,ମୁଣ୍ଡା ରକ୍ତ । ମୁଣ୍ଡ ଟେକି ବୁଢୀକୁ ଦେଖିଲା । ବୁଢ଼ାର ଦେହ ସାରା ରକ୍ତ ରେ ପୁରା ନାଲି ଦେଖା ଯାଉଛି । ବୁଢା ପୁଣି ହସି ଉଠିଲା । ପୁଣି କାନ୍ଦି ପକାଇଲା । ଆଖିରୁ ଝରୁଥିବା ଲୁଣି ଲୁହ ତା ପାକୁଆ ପାଟି ଦେଇ ତା ଧଳା ଦାଢି କୁ ଭିଜାଇ ଦେଉଥାଏ । ରାକେଶ ହଠାତ୍ ଜୋର ରେ ଚିତ୍କାର କରି ଉଠିବ ପଡିଲା । ତା ଦୁଇ ପାପୁଲିକୁ ଦେଖିଲା । ପୁରା ପୁରି ନାଲି ନାଲି ରକ୍ତ ରେ ଭିଜି ଲାଲ ଦେଖା ଯାଉଛି । କାନ୍ଥ ରେ ନାଲି ନାଲି ହାତ ଛାପ । ରାକେଶ ର ମୁଣ୍ଡ କଣ ହୋଇଗଲା । ପାଟି କରି ଉଠିଲା , " ଛାଡ, ଛାଡ ମୋତେ ଏଠୁ ବାହାର କର । ଏ ନାଲି ନାଲି ହାତ ମୋ ଗଳା ଟିପି ମୋତେ ମାରି ଦେବ । " ରାକେଶ ପାଗଳ ଙ୍କ ପରି ପ୍ରଳାପ କରୁଥାଏ । କାନ୍ଥରେ ମୁଣ୍ଡ ପିଟୁ ଥାଏ । ଜେଲ ର ଲୁହା ରେଲିଂ ରେ ମୁଣ୍ଡ ପିଟି କାନ୍ଦୁ ଥାଏ । ମନେ ପଡୁଥାଏ ସେଇ ଦିନଟି କଥା । ତା ସାଂଗ ରାଜୁ ଓ ସେ ଚା ଦୋକାନ ରେ ବସି ଥାନ୍ତି । ରାକେଶ ପାଠ ପଢା ପଢି ଛାଡି ମଦ ପାଣି, ଡ୍ରଗସ ନିଶାରେ ଧୁତ ରହୁଥାଏ । ମଧ୍ୟବତ୍ତ ପରିବାର ର ପୁଅ ଥିଲା ସେ । ନିଶା ଛଡା ଯେମିତି ତାର ଆଉ ତା ସାଂଗ ର ଆଉ କିଛି ଚିନ୍ତା ନ ଥିଲା । ନିଜ ସୁଖ, କ୍ଷଣିକ ଆନନ୍ଦ ଛଡା ଆଉ କିଛି ଯେମିତି ସେ ବୁଝୁ ନ ଥାଏ । ସେ ଦିନ ଚାଲିବ ଦୋକାନରେ ଦୁଇ ସାଂଗ ବସି କୋଉଠୁ ନିଶା ପାଣି ପାଇଁ ପଇସା ଯୋଗାଡ କରିବେ ଭାବୁଥାନ୍ତି । ସେତିକି ବେଳେ ରାଜୁ , ରାକେଶ ର ସାଂଗ ଚା ଦୋକାନ ରେ ଜଣେ ବୃଦ୍ଧ ଆସି ଚା ମାଗି ପିଇବାକୁ ଲାଗିଲେ । ଶିତ ଦିନ ହେଲେ ବି ଦେହରୁ ତାଙ୍କର ଝାଳ ବୋହି ପଡୁଥାଏ । ହାତରେ ଧରି ଥାନ୍ତି ଗୋଟିଏ ବ୍ଯାଗ । ବ୍ଯାଗ ଟିକୁ ବେଶ ସମ୍ଭାଳି କରି ଧରି ଥାନ୍ତି । ଦେହରେ ଧଳା ପଞ୍ଜାବୀ ଓ ଧୋତି । ମୁଣ୍ଡର ବାଳ ଓ ଦାଢି ପୁରା ଧଳା । ଆଖି ଦୁଇଟିରେ ସମସ୍ତ ଚିନ୍ତା ଓ ଦୁଃଖ ଭରି ରହିଥାଏ ଥାଏ । ରାଜାର ଆଖି ବୁଢା ଙ୍କର ବ୍ଯାଗ ଉପରେ ଥାଏ । ଚା ପିଇ ସାରି ବୁଢା ଜଣକ ରାସ୍ତା କଡରେ ଠିଆ ହେଲେ , ରିକ୍ସା ଟିଏ ପାଇଲେ ଘରକୁ ଯିବା ଆଶା ରେ । ରାଜୁ ରାକେଶ ସହ କିଛି କଥା ବାର୍ତ୍ତା କରି ବୁଢାଙ୍କ ପାଖ ରେ ଠିଆ ହୋଇ କହିଲା ," କଣ ହେଲା ମଉସା କୁଆଡେ ଯିବ ? ରିକ୍ସା କଣ ଏ ଦିପହରେ ମିଳିବ ? କେତେ ସମ୍ମାନ ଏମିତି ଛିଡା ହେବ? ଚାଲ, ମୁଁ ଛାଡି ଦେବି କି ବାଇକ ରେ ? " ବୃଦ୍ଧ ଲୋକଟି ଭାରି ନୀରିହ, ସରଳ ଜଣା ପଡୁ ଥାନ୍ତି । ପ୍ରଥମେ ତ କିଛି ଉତ୍ତର ଦେଲେନି । କିନ୍ତୁ ଅଗତ୍ୟା ରାଜୁ କଥାରେ ରାଜି ହୋଇ ତା ବାଇକ ରେ ବସିଲେ । ରାଜୁ ବାଇକ ଚଳାଉ ଥାଏ । ବୁଢା ଜଣକ ମଝିରେ ବସି ଥାନ୍ତି ଆଉ ରାକେଶ ପଛରେ । କିଛି ବାଟ ଯିବା ପରେ ବୁଢା ଜଣକ ଦେଖିଲେ , ତାଙ୍କ ଘରକୁ ଯିବା ବିପରୀତ ଦିଗରେ ଗାଡି ଟି ଯାଉଛି । ରାସ୍ତା ବି ନିଛାଟିଆ ।ସେ ଭୟ ରେ ଯେତେ ଗାଡି ରଖିବାକୁ କହିଲେ ବି ରାଜୁ ଗାଡି ନ ଅଟକାଇ ଏକଦମ ନିଛାଟିଆ ଜାଗାରେ ଗାଡି ରଖି ବୁଢାଙ୍କ ପାଖରୁ ବ୍ଯାଗ ଛଡାଇ ନେବାର ଚେଷ୍ଟା କଲା । ବୁଢା କିନ୍ତୁ ବ୍ଯାଗ ଟି ଜୋର ରେ ଧରିଥାନ୍ତି । ଶେଷରେ ରାକେଶ ରାଗି ଯାଇ ଛୁରୀ ବାହାର କରି ବୁଢାଙ୍କ ପିଠିରେ ପ୍ରଥମେ ଆଘାତ କଲା । ବୁଢା ଜାଣି ପାରିଲେ ଯେ ,ସେ ତାଙ୍କ ବ୍ଯାଗ ଟି ଆଉ ଧରି ରଖି ପାରିବେନି । ସେ କାନ୍ଦି କାନ୍ଦି ବହୁତ ନେହୁରା ହେଉଥାନ୍ତି । " ମୋ ଝିଅର ସଂସାର ବୁଡି ଯିବ । ଜୋଇଁ ର ଅପରେସନ ପାଇଁ ମୋର ସମସ୍ତ ଜମା ପୁଂଜି ନେଇ ଯାଉଛି । ଏତିକି ଦୟାକର, ନନ୍ନି ଏ ଟଙ୍କା ତକ ।" କିନ୍ତୁ ସେ ପିଶାଚକାର୍ପାସ କାନ ରେ କିଛି ପଶୁ ନ ଥାଏ ।ନିଶା ଦ୍ରବ୍ଯ ଅଭ୍ୟସ୍ଥ ସେ ଦୁଇ ନର ପିଶାଚ ଙ୍କ ଦୟା, ମାୟା କିଛି ନ ଥାଏ । ସେମାନଙ୍କୁ ଦରକାର ପଇସା ତାଙ୍କ ମଦ ନିଶା ପାଇଁ । ବେଶ ସେତିକିରେ ତାଙ୍କ ଦୁନିଆ ସୀମାବଦ୍ଧ । ମୃତ୍ଯୁ ଦ୍ବାର ଦେଶରେ ପହଞ୍ଚି ଥିବା ବୃଦ୍ଧଙ୍କ ଙ୍କୁ ଦୁଇ ସାଂଗ ବାରମ୍ଵାର ଛୁରୀ ରେ ଆଘାତ କରି ଚାଲିଥାନ୍ତି । ବୃଦ୍ଧଙ୍କ ନିଷ୍ପ୍ରାଣ ଶରୀର ମାଟି ଉପରେ ପଡିଥାଏ । ଆଖିରୁ ଦୁଇ ଧାର ଲୁହ ନିଗିଡି ଆସି ଥାଏ । କିନ୍ତୁ ସେ ଦୁଇ ପାଷାଣ୍ଡ ଏତେ ଗୁଡିଏ ଟଙ୍କା ପାଇ ଖୁସିରେ ଆତ୍ମହରା ହୋଇ ହସୁଥାନ୍ତି । ପରେ ବୁଢାଙ୍କ ମୃତ ଶରୀର କୁ ନେଇ ନଦୀ ପାଖର ଜଙ୍ଗଲରେ ଗାତ ଖୋଳି ପୋତି ପକାଇ ଥିଲେ । କିନ୍ତୁ ପୋଲିସ ହାତରୁ ଛାଡ ପାଇ ନ ଥିଲେ । ଆଜୀବନ କାରାଦଣ୍ଡ ଦଣ୍ଡରେ ଦଣ୍ଡିତ ହୋଇ ଜେଲ ହାଜତରେ ରହି ନିଜ କୃତ କର୍ମ ପ୍ରତି ନିଜକୁ ଧିକ୍କାରୁ ଥିଲେ । ବାରମ୍ବାର ବୁଢାଙ୍କ ରକ୍ତ ଜୁଡୁବୁଡୁ ଶରୀର ଓ ତାଙ୍କର କାକୁତି ମିନତି କରି କହିଥିବା କଥା ମନେ ପଡୁଥାଏ । ରାକେଶ ଜେଲ ଭିତରେ ରହି ନିଜେ କରିଥିବା ତା ନୃଶଂସ କାମ ପାଇଁ ନିଜକୁ ନିଜେ କ୍ଷମା କରି ପାରୁ ନ ଥାଏ। ଅନୁତାପ ର ଅନଳରେ ସେ ଜଳି ପୋଡି ଛାରଖାର ହୋଇ ଯାଉ ଥାଏ । କିନ୍ତୁ ଆଗ ପଛ ନ ଭାବି ଦୁଷ୍କର୍ମ କରି ପରେ ଯେତେ ପଶ୍ଚାତାପ, ଅନୁତାପ କଲେ କଣ ସେ ଦୁଷ୍କର୍ମ ର ପାପ ଧରିଥିବାର କି ? ବାର ବାର ତାକୁ ଦଂଶନ କରୁଥାଏ । କିଛି କ୍ଷୀର ଖୁସି ଯେ ତା ଜୀବନରେ ଏକ କଳା ବଉଦ ପରି ସାରା ଜୀବନକୁ କଳଙ୍କିତ କରିଦେବ , ସେ କଥା ସେମାନଙ୍କ ଚିନ୍ତାର ବାହାରେ ଥିଲା ।



Rate this content
Log in

Similar oriya story from Tragedy