STORYMIRROR

Titi Sarangi

Inspirational

3  

Titi Sarangi

Inspirational

ପ୍ରଥମା

ପ୍ରଥମା

2 mins
14.6K


"ପଦ୍ଯାନ୍ତ କରିବା ?"

ଶୋଇଲା ବେଳକୁ ତାର ସବୁଦିନ ଏଇ ଫର୍ମାସୀ । ଭାରୀ ଚିଡିଯାଏ ଝୁନା ନୂଆ ଭାଉଜର କଥାରେ।ଅବଶ୍ଯ ଭାଉଜ ତା କ୍ଳାସ୍ ମେଟ୍ ହେବେ।ଏକା ବ୍ଯାଚ୍ ରେ ମ୍ଯାଟ୍ରିକ୍ ଦେଇଥିଲେ ।ତା ବୋଲି ଭାଉଜ ତ ବୋହୂଟେ ।ଏତେ ସ୍ମାର୍ଟନେସ୍ ଦେଖେଇ ହଉଛନ୍ତି କାହିଁକି ମ ?କଲେଜରେ ପଢିଲେ କଣ ହେଲା ଆମଠୁ ତ ସେମାନେ ଅଧିକ ଧନୀ ନୁହନ୍ତି ।ତେବେ ଏତେ ଫୁଲେଈ କାହିଁକି କେଜାଣି ?ହଁ ହେଇଥାନ୍ତେ ଅବା ଧନୀ ଘରର ଝିଅଟେ !!ମନେ ମନେ ଚିଡି ଯାଏ ଝୁନା ।

"ଏଇ ରାତିଟାରେ ତମେ ଗୀତ ଗାଇବ ନା କଣ ?"ମନର ବିରକ୍ତିକୁ ନଲୁଚେଇ ଝୁନା ପଚାରେ ।

"ହଁ ଗାଇବି ।ବେଶୀ ବଡ ପାଟିରେ ନୁହଁ ମ ।ବାହାରକୁ ଶୁଭିବନି ।"

"ହେଲେ ପାଖ ଘରେ ବୋଉ ବାପା ଶୋଇଛନ୍ତି । ସେମାନଙ୍କୁ ଶୁଭିବନି ?ସେମାନେ ଶୁଣିଲେ କଣ ଭାବିବେ ?"

"କଣ ଭାବିବେ ?ଆମେ ତ ଏକା ବୟସର ।ଦିଜଣ ସାଙ୍ଗ ଭଳି ଚଳିବା ବୋଲି ବାପା କହନ୍ତି ।ଶୋଇଲା ବେଳେ ଏମିତି ଟିକେ ମଜା କଲେ ସେ ପୁଣି ଖରାପ ଭାବିବେ କାହିଁକି ?"

"ସାଙ୍ଗ କଣ ମ। ତୁମେ ପରା ଘରର ବୋହୂ। ବୋହୂ ଚଳଣୀ କଣ ଜାଣିନ? କିଛି ବି ତ ଶିଖିକି ଆସିନ ।"

ଭାଉଜକୁ ପଛ କରି ଝୁନା ଶୋଇ ପଡେ । ନୂଆ ଭାଉଜର ଚାଲି ଚଳଣୀ ତାର ଟିକେ ବି ପସନ୍ଦ ହୁଏନି । ଘରର ବୋହୂ ବୋଲି ଆସିଲା ଦିନୁ ପୁରା ଘର ମଣିଷ ଭଳି ଚଳିବେ । ପର ଘରର ଝିଅ ବୋଲି ତାଙ୍କର ସତେ କି ହେଜ ରହେନି । ସେଥର ମାମୁଁ ଆସିଥିଲେ । ସିଧା ଯାଇ ମାମୁଁଙ୍କୁ ମୁଣ୍ଡିଆ ମାରି ଦୁଃଖସୁଖ ପକେଇ ଦେଲା ।'"ମାଈଁଙ୍କି କାଇଁ ଆଣିଲେନି ? ତାଙ୍କ ଦେହ କେମିତି ଅଛି ? ଘରେ ଆଉସବୁ ଭଲ ତ?"

କୋଉ ନୂଆବୋହୂ ଏଗୁଡା କରେ ? ପାଠ ପଢିଛି ବୋଲି କଣ ବୋହୂ ଚଳଣୀ ଶିଖିବନି ।

ହେଲେ ନୂଆବୋହୂ ଏସବୁରେ ନଥାଏ । ଯୋଉଟା ମାନବିକତା ଦୃଷ୍ଟିରୁ ଠିକ୍ ଭାବେ ସେଇଟା ସେ କରେ । କିଏ କଣ ଭାବିବ ଏକଥା ଭାବିକି କାମ କରିବା ସେ ଶିଖିନି ବୋଧେ । ସେଇଥି ପାଇଁ ତ ସେ ନଦୀଟିଏ ନହେଲେ ବି ତା ଚାରିପଟେ ଅନେକ ତରଙ୍ଗ । ଅନେକ ଚିରାଚରିତ ଚଳଣୀ ବାହାରେ ତା କାମ । ତେଣୁ ପଛ ଆଡେ ଫୁସ୍ ଫାସ୍ ଟା ତା ନାଁରେ ବେଶୀ ହୁଏ।

ହେଲେ ସେ କେମିତି ଏସବୁକୁ ଶୁଣି ନଶୁଣିଲା ଭଳି ରହିପାରେ ଏକଥା ଝୁନା ବୁଝି ପାରେନି । ଏତେ ପାଖର ମଣିଷଟା ପୁଣି ଅନ୍ଯ ବୋହୂମାନଙ୍କ ଭଳି ବୋହୂଟେ ତ।ତଥାପି ତା ଚାଲିଚଳଣୀ ,କଥାବାର୍ତା ପୁରା ଅଲଗା କେମିତି ? ଓଢଣା ପକେଇ ବି ଅନେକ କିଛି କରେ ଯାହା ଅନ୍ଯମାନେ ଭାବି ମଧ୍ଯ ପାରନ୍ତିନି । ସବୁ କଥାରେ ଏମିତି ଦିଗ ଦେଖାଏ ଯୋଉଟା ସମସ୍ତେ ଗ୍ରହଣ କରନ୍ତି । କିନ୍ତୁ ବୋହୂଟେ ହେଇ ଏତେ ବଡବଡ କଥା କହୁଛି ବୋଲି କେହି ସହଜ ହେଇ ପାରନ୍ତିନି।ସେଥିପାଇଁ ତାକୁ ନେଇ ଚିରକାଳ ଅନେକ ଚର୍ଚା ।ହେଲେ ଝୁନା ଦେଖିଛି ପ୍ରଥମା ହେଇ ନୂଆ କିଛି କରିବାର ସାହସ ତାଠି ଅଛି । ସେଇ ବିଶ୍ବାସରେ ତା ନୂଆଭାଉଜ ସବୁ ତରଙ୍ଗକୁ ଏଡେଇ ଯାଇଛି । ନଦୀ ଭଳି ଆଗକ ଚାଲଛି । ଯେହେତୁ ପ୍ରଥମା ,ନୂଆ କିଛି କରିବାର ସତ୍ ସାହସ ତାଠି ଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational