STORYMIRROR

ଶିଶିର ସାହୁ ମନୋଜ

Comedy

3  

ଶିଶିର ସାହୁ ମନୋଜ

Comedy

ପ୍ରଥମ ସ୍ମଗଲର୍

ପ୍ରଥମ ସ୍ମଗଲର୍

2 mins
157

ଲକ୍ଷ୍ମଣ ମେଘନାଦର ତୀରରେ ଆଘାତପ୍ରାପ୍ତ ହୋଇ ପଡିଥାନ୍ତି । ହନୁମାନ ତାଙ୍କ ପାଇଁ ହିମାଚଳ ପ୍ରଦେଶରୁ ସଂଜୀବନୀ ନାମକ ଔଷଧ ନେଇ ଫେରୁ ଥାଆନ୍ତି। ଠିକ୍ ଅଯୋଧ୍ୟାର ସୀମାରେ ଦ୍ବାରରକ୍ଷକ ହାତରେ ହନୁମାନ ଧରା ପଡ଼ିଗଲେ । ତାଙ୍କୁ ଧରିଥିବା ଦ୍ଵାରପାଳକୁ ହନମାନ ପିଟିପିଟି ଦରମରା କରିଦେଲେ ।

ରାଜଧାନୀରେ ହାଲ୍ଲା ହୋଇ ଗଲା ଯେ ବଡ ବଳଶାଳୀ ସ୍ମଗଲର୍ ଆସିଛି । ଦେଶର ଫୋର୍ସ ଯାକ ଲାଗିଛନ୍ତି ହେଲେ ତା'ର ମୁକାବିଲା କରିପାରୁନାହାନ୍ତି ।

ଶେଷରେ ଭରତ ଏବଂ ଶତ୍ରୁଘ୍ନ ଆସିଲେ ।

ହନୁମାନ ତାଙ୍କ ଆରାଧ୍ୟ ଙ୍କ ଭାଇମାନଙ୍କୁ ଦେଖି ଟିକିଏ ଦବିଗଲେ .....

ଅସନ୍ତୁଷ୍ଟ ମନରେ ଶତ୍ରୁଘ୍ନ କହିଲେ,

"ଏ ସ୍ମଗଲର ଗୁଡ଼ାକ ନାକେଦମ୍ କରି ରଖିଛନ୍ତିଛନ୍ତି,ଭାଇ ତମେ ତ ସନ୍ୟାସ ନେଇ ବସିଯାଇଛ । ମୋତେ ହିଁ ସବୁ ଭୋଗିବାକୁ ପଡୁଛି ।"

ଭରତ ହନୁମାନଙ୍କୁ ପଚାରିଲେ - କେଉଁଠୁ ଆସିଲ ?

ହନୁମାନ-ହିମାଚଳ ପ୍ରଦେଶରୁ

ଭାରତ-କଣ୍ ଅଛି ତୁମ ପାଖରେ ? ସୁନା ବିସ୍କୁଟ, ଗଞ୍ଜେଇ,ଅଫିମ ????

ହନୁମାନ- ଔଷଧ ଅଛି !!!!

ଶତ୍ରୁଘ୍ନ କହିଲେ :- 

ଆଚ୍ଛା ଡ୍ରକ୍ସ କାରବାର କରୁଛ !!

କାଢି କି ଦେଖା ତ ଆଇଟମ୍ ଟା ଟିକେ ଦେଖିବା....

ହନୁମାନ ସଞ୍ଜୀବନୀ ଔଷଧ ରଖିଦେଇ

କହିଲେ 

"ମୋତେ ଆପଣଙ୍କ ଭାଇ ରାମଚନ୍ଦ୍ର ଏହା ଆଣିବାକୁ ପଠାଇଥିଲେ ।"

ଶତ୍ରୁଘ୍ନ ଆବାକାବା ହୋଇ ଭରତଙ୍କ ଆଡକୁ ଚାହିଁ କହିଲେ :-

" ଆହା !!! ବଡ଼ ଭାଇ ବି ସ୍ମଗଲିଂଗ୍ କରିବା ଆରମ୍ଭ କରିଦେଲେଣି । ଟଙ୍କା ପଇସା ର ଯଦି ଏତେ ଅଭାବ ଥିଲା ଆମକୁ କହିଥାନ୍ତେ, ବସ୍ତା ବସ୍ତା ସୁନାମୋହର ପଠେଇ ଦେଇଥାନ୍ତୁ ।

ସ୍ମଗଲିଂଗ୍ ର ଧନ୍ଦାରେ କାହିଁକି ଫସିଛନ୍ତି ଯେ ?"

ଭରତ ପୁଣି ହନୁମାନଙ୍କୁ ପଚାରିଲେ:- 

"ଆଚ୍ଛା ହନୁବାବୁ !!! ଏ ଔଷଧ ତୁମେ କେଉଁଠାକୁ ନେଉଥିଲ ଆଉ କେଉଁଠି ଆକୁ ବିକିଥାନ୍ତ ?"

ହନୁମାନ କହିଲେ-ଲଙ୍କାକୁ ନେଇଯାଉଥିଲି.....

ହନୁମାନ କଥା ଶୁଣି ଶତୃଘ୍ନ ଆଶ୍ଚର୍ଯ୍ୟ ହୋଇ କହିଲେ - 

"ଓହୋ ! ତେବେ ଭାରତର ସ୍ମଗଲିଂଗ୍ ମାଲ୍ ଆଜିକାଲି ଲଙ୍କାଗଡରେ ବିକ୍ରୀ ହେଉଅଛି ?

କିଏ କିଣୁଚି ତାକୁ 

ରାବଣର ଲୋକେ ?"

ହନୁମାନ କହିଲେ- "ଏହି ଔଷଧ ତ ମୁଁ ରାମଙ୍କ ପାଇଁ ନେଇ ଯାଉଛି ! କଥା କଣ୍ କି ଭାଇ ଲକ୍ଷ୍ମଣ ଶରବିଦ୍ଧ ହୋଇ ମୂର୍ମୁଷୁପ୍ରାୟ କୋମାରେ ପଡ଼ି ରହିଛନ୍ତି । ସ୍ଥାନୀୟ ଡାକ୍ତର କହିଥିଲେ ହିମାଚଳ ପ୍ରଦେଶକୁ ଯାଇ ଏହି ଔଷଧ ନେଇ ଆସିବାକୁ । ଏହି ଔଷଧ ବିନା ଲକ୍ଷ୍ମଣ ଙ୍କୁ ବଞ୍ଚାଇବା କଷ୍ଟକର........"

ଏକଥା ଶୁଣି ଭରତ, ଶତ୍ରୁଘ୍ନ ଆଶ୍ଚର୍ଯ୍ୟ ଚକିତେ ପରସ୍ପରର ମୁହଁ ଚାହାଁଚାହିଁ ହେଲେ ।

ସେତେବେଳକୁ ରେଜିଷ୍ଟ୍ରାରରେ ସ୍ମଗଲିଂଗ୍ ର ମାମଲା ଦର୍ଜ୍ ହୋଇ ଯାଇଥିଲା ।

ଶତୃଘ୍ନ ଭରତଙ୍କୁ ବୋଇଲେ - 

"ଭାଇ ଆପଣ ଜ୍ଞାନୀ ! ଏହି ମାମଲାରେ ନୀତି କଣ୍ କହୁଛି ? ଶାସନର କର୍ତ୍ତବ୍ୟ କଣ୍ ?"

ଭରତ ବୋଲନ୍ତି - ସ୍ମଗଲିଂଗ୍ ସର୍ବଥା ଅନୈତିକ କିନ୍ତୁ ଯଦି ସ୍ମଗଲ୍ କରା ଯାଇଥିବା ଦ୍ରବ୍ୟରୁ ନିଜ ଭାଇବନ୍ଧୁଙ୍କର ଲାଭ ହେଉଥାଏ ତେବେ ତାହା ନୈତିକ ହୋଇଯାଏ । ଯାଅ ହନୁମାନ !!!!!!

ନେଇ ଯାଅ ଔଷଧ !!!!!"

ଭରତଙ୍କ ରାୟ ଶୁଣିଲା ପରେ ଶତୃଘ୍ନ 

ମୁନସୀଙ୍କୁ କହିଲେ :- ରେଜିଷ୍ଟ୍ରାରର ସେଇ ପୃଷ୍ଠାଟିକୁ ଚିରିଦିଅ......



Rate this content
Log in

Similar oriya story from Comedy