Arundhati Jena

Tragedy

3  

Arundhati Jena

Tragedy

ପ୍ରତାରଣା

ପ୍ରତାରଣା

5 mins
295


ଅଫିସର ବହୁ ପୁରୁଣା ଦିନର କାଗଜଟିଏ ଖୋଜୁ ଖୋଜୁ ଅନୁଭବର ଆଖିପଡିଲା ଗୋଟେ ପୁରୁଣା ଡ଼ାଇରୀ ଉପରେ l ଡ଼ାଇରୀଟା ବେଶୀ ଦିନ ରହି ରହି ଉପରେ ବହୁତ ଧୂଳି ଜମିଯାଇଥିଲା l ତାକୁ କପଡ଼ାରେ ଝାଡି ଅନୁଭବ ଛାତିରେ ଲଗେଇନେଲl l ଆଖିରୁ ଦୁଇ ଟୋପା ଲୁହ ଡ଼ାଇରୀ ଉପରେ ଆଉ ହୃଦୟଟା କାଇଁ ଭାରି ଲାଗୁଥିଲା ତାକୁ l ଯେମିତି ଅନେକ ଦିନର କୋହ ଆଉ ଦୁଃଖ ଏଇ ଡ଼ାଇରୀରେ ବନ୍ଦ ଥିଲା l କଲେଜର ପ୍ରଥମ ଦିନ ଯେଉଁଦିନ ଏତେ ସୁନ୍ଦରୀ ଝିଅମାନଙ୍କ ଭିତରେ ପ୍ରତ୍ୟୁଷା ସହ ତାର ଅଜାଣତରେ ଧକା ହେବା ତାକୁ ଅଜଣା ଖୁସି ଆଣିଦେଇଥିଲା l ପ୍ରତ୍ୟୁଷାର ସରି କହିବା ଶବ୍ଦରେ ତାକୁ ଏମିତି ଲାଗୁଥିଲା ଯେମିତି ଲଭ ୟୁ ଠୁ କାହିଁକି ଚାଲିଗଲା ବୋଲି l ତା ପରେ ଧୀରେ ଧୀରେ ବନ୍ଧୁତା ଆଉ ତାପରେ ପ୍ରେମର ରାଜ୍ୟରେ ସେମାନେ ପାଲଟି ଯାଇଥିଲେ ରୋମିଓ ଆଉ ଜୁଲିଏଟ୍ l ଅପୂର୍ବ ଭଲ ପାଇବା ଥିଲା ସେମାନଙ୍କ ଭିତରେ l ଏ ପ୍ରେମ ନା ଗୋଟେ ଏମିତି ଶବ୍ଦ ଅପୂର୍ବ ଶିହରଣ ସୃଷ୍ଟି କରେ ମନରେ l ପ୍ରେମର ବର୍ଷା ଛିଟାରେ ମଣିଷ ଭିଜେ ଯେତିକି ଜଳେ ସେତିକି l ପ୍ରେମର ଖଟା ମିଠା ଅନୁଭୂତି ଅତ୍ୟନ୍ତ ନିଆରା l ଅନୁଭବ ଆଉ ପ୍ରତ୍ୟୁଷା ମଧ୍ୟ ପ୍ରେମରେ ପାଗଳ ହୋଇଯାଇଥିଲେ l ପ୍ରେମ ରଙ୍ଗରେ ସେମାନେ ରଙ୍ଗେଇ ହେଇସାରିଥିଲେ ବିନା ଫଗୁଣର ଫଗୁରେ l ସାଙ୍ଗମାନେ ଛିଗଲଉ ଥିଲେ ପାଠପଢା ସରୁ ସରୁ ବାହା ହେଇଯିବ ଆଉ ଚୋରାପ୍ରୀତି କେତେଦିନ ଚାଲିବ l ପ୍ରତ୍ୟୁଷା କହୁଥିଲା ଅନୁଭବ, ସତରେ ଆଉ କେତେ ଦିନ ? ତୁମକୁ ଛାଡି ରହିପାରିବିନି ଆଉ l ଚାକିରୀ କରି ଜଲ୍ଦି ଆମ ଘରକୁ ପ୍ରସ୍ତାବ ନେଇ ଆସିବ l ହଁ ବାବା, ତୁମକୁ ଛାଡି ଆଉ କାହା ସହ ମୁଁ ସ୍ୱପ୍ନରେ ବି ଭାବିନି ରହିବି ବୋଲି l ପ୍ରତ୍ୟୁଷା, ଅନୁଭବର ବେକକୁ ଧରି କହିଲା ଭାବିବାର ସାହସ ବି କରିବନି ମଧ୍ୟ l ତଂଟି ଚିପି ଦେବି ତୁମର, ଜେଲ ଗଲେ ଯିବି ପଛେ l ଏହାପରେ କଲେଜ ଜୀବନ ଶେଷ ହୋଇଯାଇଛି l ଅନୁଭବ ଚାକିରୀ କରିବା ପାଇଁ ପୁନେ ଚାଲିଯାଇଛି l ଖାଲି ଇଣ୍ଟରଭିୟୁ ଦେଉଛି l ଆଉ ପ୍ରତ୍ୟୁଷା ବ୍ୟାଙ୍କିଙ୍ଗ ପରୀକ୍ଷା ପାଇଁ ବାହାରେ ରହି ପଢା ପଢି କରୁଛି l ଏତେ ଦୂରତା ମଧ୍ୟରେ ବି ପ୍ରେମର ଦୂରତା କମିନି l ମୋବାଇଲ ଫୋନ ଟି ଦୂରତାକୁ ଭାଙ୍ଗି ଦେଉଛି ଯେମିତି ପ୍ରେମର କସ୍ତୁରୀ ବିଞ୍ଚି l ପ୍ରତ୍ୟୁଷାର ମା' ଝିଅକୁ ନେଇ ଭାରି ଗର୍ବ କରନ୍ତି କାରଣ ସେ ସୁନ୍ଦରୀ ଆଉ ଗୁଣର ବୋଲି l ସେ ଭାବିଛନ୍ତି କି ତା'ର ବାହାଘର ଗୋଟେ ବିଦେଶରେ ରହୁଥିବା ପିଲା ସହ କରିବେ l ଝିଅ ଫରେନରେ ରହିବ ଆଉ ପାଶ୍ଚାତ୍ୟ ସଭ୍ୟତାର ଅନୁଗାମିନୀ ହେବ l କାରଣ ତାଙ୍କ ସାଙ୍ଗର ଝିଅ, ଜ୍ୱାଇଁ ବି ଆମେରିକାରେ ରହୁଛନ୍ତି l ପ୍ରତ୍ୟୁଷାର ପ୍ରେମ ସମ୍ପର୍କ ତାଙ୍କୁ ଅଜଣା,ନହେଲେ ତାକୁ ମାରିଦେବେ l ସବୁ କିଛି ଠିକ୍ ଚାଲିଥିବା ସମୟରେ ପ୍ରତ୍ୟୁଷାର ପ୍ରେମରେ ଚାନ୍ଦିନୀରେ ଗ୍ରହଣ ଲାଗିଗଲା ଯେତେବେଳେ ତାକୁ ଆଉ ଅନୁଭବକୁ ତା ଡାଡି ଗୋଟେ ବାଇକରେ ଦେଖିନେଲେ ? ତା ପରେ ତାକୁ କିଛି ନ କହି ଫୋନ୍ କଲେ ଆସିବା ପାଇଁ ଘରକୁ ମା'ର ଦେହ ଖରାପ ଅଛି l ସେ ଘରକୁ ଯାଇ ଆଉ ଫେରିଲାନି l ତା ପରେ ଯେତେବେଳେ ଆସିଲା ସବୁ ଜିନିଷ ନେଇ ଘରକୁ ଚାଲିଗଲା l ଅନୁଭବ ତା'ର ସାଙ୍ଗ ଲିପିକୁ ଫୋନ କରି କହିଲା ପ୍ରତ୍ୟୁଷା ସହ ଆଉ ଜମା ଦେଖା ହେଉନି ଆଉ ତା ଫୋନ ଅନେକ ଦିନରୁ ବନ୍ଦ ଅଛି,ତା ସହ କଥା କରେଇ ଦେବାକୁ ନହେଲେ ସେ ପାଗଳ ହେଇଯିବ l ଲିପି ଯାଇ ପ୍ରତ୍ୟୁଷା ଘରେ ପହଞ୍ଚିଲା ବେଳକୁ ତାର ମାଆଙ୍କର ବ୍ୟବହାରରେ ଅତ୍ୟନ୍ତ ଦୁଃଖୀ ହେଇଗଲା l ପ୍ରତ୍ୟୁଷା ବଡ କଷ୍ଟରେ କହିଲା ଅନୁଭବକୁ କହିବୁ ଘରେ ସବୁ ଜଣା ପଡିଯାଇଛି l ତା ଫୋନ ନେଇଯାଇଛନ୍ତି l ଆଉ ତାର ପରୀକ୍ଷା ନଭେମ୍ବର କୋଡିଏ ତାରିଖରେ ଅଛି l ତାକୁ କହିବୁ ସେଇଠି ଆସି ପହୁଞ୍ଚିବ ସାଙ୍ଗମାନଙ୍କ ସହ l କୋଡିଏ ତାରିଖକୁ ଅନୁଭବ ଅପେକ୍ଷା କରି ଥାଏ ଚକ୍ରବାକ ପକ୍ଷୀ ପରି l ଯାହା ହେଉ ଏତେ ଦିନ ପରେ ପ୍ରତ୍ୟୁଷାକୁ ଦେଖିପାରିବ l ଆଉ ଭାବିଲା ଏଥରକ ତାକୁ ଯିବାକୁ ଦେବନି l ବିବାହ କରିନେବେ ଦୁହେଁ କୋର୍ଟକୁ ଯାଇ l କୋଡିଏ ତାରିଖ କେମିତି ହେବ ସେ ଖାଲି ଭାବୁଥାଏ l ନଭେମ୍ବର କୋଡିଏ ତାରିଖ ଅନୁଭବ ମୁହଁରେ ଗୋଟେ ରୁମାଲ୍ ବାନ୍ଧି ଠିଆ ହୋଇଥାଏ ଟିକେ ଦୂରରେ l ସାଙ୍ଗମାନେ ପରୀକ୍ଷା ସେଣ୍ଟର ବାହାରେ ଠିଆ ହୋଇଥାନ୍ତି l ଏତେ ଗାଡି ଯିବା ଆସିବା କରୁଛି କାଇଁ ପ୍ରତ୍ୟୁଷା ତ ଆସୁନି l ଦୀର୍ଘ ଏକ ଘଣ୍ଟା ଅପେକ୍ଷା ପରେ ସାଙ୍ଗମାନେ କହୁଛନ୍ତି ସେ ଆଉ ଆସିବନି l ଚାଲ ନିଜକୁ ଆଉ କଷ୍ଟ ଦେ ନା ଚାଲ ପଳେଇଯିବା l ଏହି ସମୟରେ ଗୋଟେ ବାଇକ ଆସି ଅଟକିଲା ଆଉ ପ୍ରତ୍ୟୁଷା ଓଲ୍ହେଇପଡ଼ି କହିଲା ବାବା ଯାଅ, ପରୀକ୍ଷା ୫.୩୦ରେ ସରିବ ଆସିକି ନେଇଯିବ l ପରୀକ୍ଷା ସେଣ୍ଟର ଭିତରକୁ ଗଲା, ତା ବାପା କିଛି ସମୟ ଅପେକ୍ଷା କରି ଚାଲିଗଲେ l ପ୍ରତ୍ୟୁଷା ଯେତେବେଳେ ଦୂରରୁ ଅନୁଭବକୁ ଦେଖିଲା ଛୋଟ ଛୁଆଟେ ଭଳି ତାକୁ ଜାବୁଡି ଧରି କାନ୍ଦିଲା l ଅନୁଭବ କହିଲା କାନ୍ଦନି ପ୍ରତ୍ୟୁଷା l ମୋତେ ବି କଷ୍ଟ ହେଉଛି ବହୁତ l ଚାଲ ଆମ ହାତରେ ସମୟ ଖୁବ କମ l କୋର୍ଟକୁ ଯାଇ ଦୁହେଁ ବିବାହ କରିନେଲେ l ତା ପରେ ହାତରେ ୧ ଘଣ୍ଟା ଥାଏ l ପରୀକ୍ଷା ସେଣ୍ଟରକୁ ଫେରି ସେଣ୍ଟର ଭିତର ଗୋଟିଏ ବଗିଚାରେ ଦୁହେଁ ବସିଥିଲେ l ପ୍ରତ୍ୟୁଷା କହିଲା ଅନୁଭବ ମୁଁ ଭାବୁଛି ଆମେ କିଛି ଭୁଲ କଲେ କି ? ଏଇ କୋର୍ଟ ମ୍ୟାରେଜ କରି l ଏବେ ଏତେ ଭାବନି କିଛି। ଆମେ ଏବେ ଆଇନତଃ ସ୍ବାମୀ ଆଉ ସ୍ତ୍ରୀ ତେଣୁ ସ୍ବାମୀକୁ କଣ ଦରକାର ତମେ ଜାଣିଛ। ପ୍ରତ୍ୟୁଷା କହିଲା ଏତେ ଆଉ ବଦମାସି କରନି ଅନୁଭବ ଏଇଟା ଆମ ବେଡ୍ ରୁମ୍ ନୁହେଁ। ଇଂଜିନିୟରିଂ କଲେଜ ସେଣ୍ଟର ବୋଲି ଆମକୁ ଗ।ର୍ଡ ଷ୍ଟୁଡେଣ୍ଟସ ଭାବୁଛି ନହେଲେ କେବେଠୁ ଘଉଡାଇ ଥାନ୍ତା। ପ୍ରତ୍ୟୁଷା କହୁଛି କିଏ ଜାଣେ ଆଉ କେବେ ଦେଖାହେବ। ଅନୁଭବ କହିଲା ମୋ ସ୍ତ୍ରୀ ତେଣୁ ମୋ ମନ ଯେବେ ହେବ ସେବେ ଦେଖା କରିବି। ପ୍ରତ୍ୟୁଷା କହିଲା ତୁମେ ମା ଡାଡି ଙ୍କୁ ତ ଜାଣିଛ। ଜାଣିଲେ ତୁମକୁ ମାରିଦେବେ। ଓକେ ବାବା ଏବେ ଆଉ କିଛି ଦିନ ଅପେକ୍ଷା କରିବା। ତା ପରେ ଧିରେଧିରେ ଘରେ ଜଣେଇବା। ପ୍ରତ୍ୟୁଷା ଏ ପାଖ ସେପାଖ ଦେଖି ଅନୁଭବ ଗାଲରେ କିସ କରିଦେଲା। ଅନୁଭବ କହିଲା ମାଇଁ ଡିଅର ଓ୍ଵାଇଫ୍ ଏତିକିରେ କାମ ଚଳିବନି। ପ୍ରତ୍ୟୁଷା କହିଲା ଏତେ ତ ଅପେକ୍ଷା କଲଣି ଵାସ ଅଳ୍ପ ସମୟ ଆଉ। ଏହା କହି ତା ଘରକୁ ଚାଲିଗଲା। ଲିପି ଠୁ ତା ପରେ ଅନୁଭବ ଶୁଣିଲା ପ୍ରତ୍ୟୁଷା ସହ ତାର ଦେଖା ହେଇଥିଲା, ହେଲେ ସେ ତାକୁ ନ ଚିହ୍ନିଲାପରି ଅଭିନୟ କଲା। ତା ପରେ ଶୁଣିବାକୁ ପାଇଲା ତା ବାହାଘର ଆଉ କାହା ସହ ହୋଇସାରିଛି। ତା ବି ଲୁଚାରେ। ଅନୁଭବ ଭାବିଲା ଏହା କ'ଣ ସମ୍ଭବ? ବିବାହ ତ ସେ କରିସାରିଛି ତା ପୁଣି କୋର୍ଟରେ। ବହୁତ ଦୁଖରେ ଥାଏ ଅନୁଭବ। ଅନ୍ତରାତ୍ମା କାନ୍ଦୁଛି ହେଲେ କାହାକୁ କହିବ ଆଉ ଶୁଣିବ କିଏ? କିଛିଦିନ ପରେ ଡିଭୋର୍ସ ଲେଟର୍ ପାଇଲା ଅନୁଭବ। ଆଶ୍ଚର୍ଯ୍ୟ ହେଇଗଲା ଆଉ ଜାଣିବାକୁ ପାଇଲା ଏଇଟି ପ୍ରତ୍ୟୁଷା ଡାଡିଙ୍କ କାମ। ସେ ପଇସା ଦେଇ ଏ ସବୁ କରିଛନ୍ତି। ଅନୁଭବ ଭାବିଲା କେସ କରିବ ସେ। ତା ସହ ଧୋକା ହେଇଛି। ହେଲେ ଅନୁଭବର ମା' କହିଲେ ପୁଅ ତୁ କିଛି କରିବା ପୁର୍ବରୁ ଭାବେ। ଏବେ ସେ ବିବାହିତା। ଏସବୁ କରି ତାକୁ ବଦନାମ କରେନା। ତୋତେ ତୋ ମା'ର ରାଣ, ନହେଲେ ମଲା ମୁହଁ ଦେଖିବୁ। ଡାଇରୀ ପଢ଼ି ଅନୁଭବ ଭାବିଲା ପ୍ରତ୍ୟୁଷା ଯେମିତି ଫେରିଆସିଛି ପୁରୁଣା ଦିନ ସବୁ ଭଳି। ସତରେ କ'ଣ ପ୍ରତ୍ୟୁଷା ଫେରିଆସିଛି କାରଣ କାହାର ହାତ ତା ପିଠିରେ ଵାଜୁଥିଲ।। ପଛକୁ ଅନେଇ ଦେଖିଲା ତା ଝିଅ। କାନ୍ଦୁଥିଲ କି ବାବା? ନା ଆଖିରେ କଣ ପଡିଗଲା, କହିଲା ଅନୁଭବ। ଚାଲ ଆଖି ଧୋଇ ନେବ ବାବା। ହଁ ଯାଉଛି ତୁ ଯା, ଏହା କହି ଅନୁଭବ ଡାଇରୀଟିକୁ ପୁଣି ତା ସ୍ଥାନରେ ରଖି ଦେଲା। ଆଉ ପଛରୁ ଵାଜୁଥିଲା,ସ୍ମୃତି କେବେ ଶୀତ ସକାଳର କଅଁଳ ଖରାର ତାତି। 



Rate this content
Log in

Similar oriya story from Tragedy