STORYMIRROR

Anju Behera

Romance

3  

Anju Behera

Romance

ପ୍ରକୃତ ଜୀବନସାଥୀ

ପ୍ରକୃତ ଜୀବନସାଥୀ

3 mins
146

    ସକାଳ ଚାରିଟା ବାଜିଛି।ଫୋନ୍ ରିଂଗ ହେଲା , କମଳ ଘୋଡେଇ ହୋଇଶୋଇଥିବା ଅବସ୍ଥାରେ ପାଖରେ ଥିବା ଟେବୁଲ କୁ ହାତ ଲମ୍ବାଇ ଫୋନ୍ ଆଣି ରିସିଭ କଲା।ଶୁଭ ସକାଳ,ଶେଯରୁ ଉଠିଲଣି ନା ନାହିଁ, ମୁଁ ଜାଣେ କାଲି ରାତିରେ କାର୍ଯ୍ୟବ୍ୟସ୍ତ  ଯୋଗୁଁ ଡେରିରେ ଶୋଇଥିଲ ।କର୍ମ ନ କଲେ ହବନି କର୍ମ ବିହୀନ ମଣିଷ ପଶୁ ସମାନ ପରାମଣିଷ ଜନ୍ମ ନେଉଛୁ ପରା ସବୁବେଳେ କର୍ମତତ୍ପର ରହିବା ଭଲ।ଜଲ୍ଦୀ ଉଠିପଡ ଚାରିଟା ହେଲାଣି ପରା ସକାଳ ବୁଲା କରିଆସ ଦେହ ସବୁବେଳେ ସୁସ୍ଥ ସବଳ ରହିବ ।ଆସି ପୁଣି ଫ୍ରେସ ହୋଇ କିଛି ଜଳଖିଆ ଖାଇ କୋଂଚି ଯିବ ଠିକ୍ ସମୟରେ ଯାଇ ପିଲାଙ୍କୁ ପଢେଇବ କେତେଦୂରରୁ ଆସି ସେମାନେ ତୁମକୁ ଅପେକ୍ଷା କରିଥିବେ।ସେମାନଙ୍କ ପ୍ରତି କେବେ ଅବହେଳା କରିବନି। କଲେଜ କୁ ଗଲାବେଳେ ପୁଣି କିଛି ଖାଇଦେବ।ବାହାର ଜିନିଷ ବେଶୀ ଖାଇବ ନାହିଁ ଦେହ ଖରାପ ହେବ।ଠିକ୍ ସମୟରେ ଯିବା ଆସିବା କରିବ।ସନ୍ଧ୍ୟାରେ ମୁଁ ପୁଣି କଲ୍ କରିବି ଏବେ ରଖୁଛି ବାପା ମାଁ ଙ୍କ ଉଠିବା ସମୟ ହେଲାଣି । ଫୋନ୍ କଟିଗଲା।ବିଛଣାରେ ଶୋଇ ରହିଥିବା ରାଜୀବ ନିଜକୁ ଛୋଟ ମନେକରିଛି  ।ସେ ଭାବି ଚାଲିଥାଏ ସତରେ ଏ ନାରୀମାନଙ୍କୁ ବୁଝିବା ବହୁକଷ୍ଟ ଯେତେ ଦୁଃଖ ଯନ୍ତ୍ରଣା ରେ ଥିଲେ ମଧ୍ୟ ମୁଖରୁ ହସ ଫୁଟିଉଠେ।କେମିତି  ସେ ନିଜ ଦୁଃଖ ଲୁଚାଏ କିଛି ଜାଣିହୁଏନାହିଁ ।ଯେମିତି ମୋ ସ୍ତ୍ରୀ ମିତା ବିଚାରୀ କେତେ ଭାବନା ନେଇ ନିଜ ଘରକୁ ଛାଡି ମୋ ସହ ଘରସଂସାର କରିବାକୁ ଆସିଛି।ହେଲେ ମୁଁ ତାକୁ କ' ଣ ଦେଇଛି କେବଳ ଦୁଇ ବୁନ୍ଦା ଅଶ୍ରୁ ଯାହା ସେ କାହାକୁ କେବେ ଦେଖାଏନାହିଁ।ସମସ୍ତ ଙ୍କ ଅଲକ୍ଷରେ ଲୁଚି ଲୁଚି କାନ୍ଦେ।


                  3 ଶେଷବର୍ଷ ଶେଷ ପରୀକ୍ଷା ବାକିଥାଏ । ଫେସ୍ ବୁକ ରୁ ଉଭୟଙ୍କ ସାକ୍ଷାତ ହେଲା ।ମୁଁ ସେଠି ଅଧ୍ୟାପକ ଇତିହାସ ବିଭାଗର ।ମିତା ଥିଲେ ରାଜନୀତି ବିଭାଗର ଛାତ୍ରୀ।ତେଣୁ ଆଗରୁ ଆମେ ଦୁହେଁ କେହି କାହାକୁ ଯାଣିନଥିଲୂ।ଫେସ୍ ବୁକ୍ ରୁ ସାକ୍ଷାତ ହେଲା ଧିରେ ଧିରେ ସମ୍ପର୍କ ଆଗକୁ ବଢିବା କୁ ଲାଗିଲା ।ହେଲେ ଆମ ସମ୍ପର୍କ ସମସ୍ତେ ଅଞ ଥିଲେ।ଏମିତି କି ମୋ କେହି ସାଂଗ ବି ଜାଣିନଥିଲେ।ମିତାଙ୍କର 3 ସରିଲା।ତାଙ୍କ ଘରଲୋକେ ବିବାହ କରିବା ପାଇଁ ବର ଖୋଜିବା ଆରମ୍ଭ କଲେଣି ମିତା ଙ୍କ ଠାରୁ ଶୁଣିବାକୁ ପାଇଲି।ମୁଁ ମୋ ବାପା ମାଁ ଙ୍କ ସହ ସହ କଥାବାର୍ତ୍ତା କରିବା ପରେ ବାପା ମାଁ ରାଜି ହେଲେ ନ ହୋଇଥାଆନ୍ତେ କିପରି ମିତା ରୂପ ଗୁଣ ରେ କୋଉଥିରେ କମ୍ ନୁହଁନ୍ତି।କଲେଜ ରେ ସେ ପ୍ରଥମ ସ୍ଥାନ ଅଧିକାର କରି ଆମ ଅନ୍ଚଳର ନାଁ ରଖିଥିଲେ ।ମୋ ବାପା ମାଁ ତାଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲେ ।ଆମେ ଦୁହେଁ ଡରୁଥାଉ ତାଙ୍କ ଘରଲୋକ ଯଦି ମନା କରିବେ ଆମେ କରିବୁ କ' ? ମିତାଙ୍କ ସମ୍ମତି ନିଆଗଲା ସେ ହଁ ଭରିଲେ।ତାଙ୍କ ଘରଲୋକ ରାଜିହେଲେ।ମହାଆଡ଼ମ୍ବର ରେ ବିବାହ ସମ୍ପନ୍ନ ହୋଇଥିଲା ।ବିବାହ ଦିନ ବାସର ରାତିଠାରୁ ଆଜି ପର୍ଯ୍ୟନ୍ତ ଆମେ ଦୁହେଁ ଆଉ କେବେ କେହି କାହା ବାହୁର ଶୀତଳତା ପାଇନାହୁଁ।ବାହାଘର ପରେ ମୋର କଲେଜ ବଦଳି ହୋଇଗଲା।ମୁଁ ଏବେ ଭୁବନେଶ୍ଵରର ରେ ରୁହେ। କଲେଜ ରେ ପଢେଇବ। ସଂଗେ ମୁଁ ନିଜ ର ଗୋଟିଏ ପ୍ରଇଭେଟ କୋଂଚି ଖୋଲିଛି।ମିତା ଙ୍କୁ ମୋ ହସ ଆଣିବାକୁ ଚାହିଁଲି କିନ୍ତୁ ସେ ମନାକଲେ ବାପା ମାଁ ଙ୍କପାଖରେ ରହି ତାଙ୍କରି ସେବା କରିବେ।ମୁଁ ହଁ ଭରିଲି। ମୋ ବାପା ମାଁ ଙ୍କୁ ସେ ନିଜ ବାପା ମାଁ ଙ୍କ ଙ୍କୁ ବେଶୀ ପ୍ରେମ କରନ୍ତି ।ଦିନ ରାତି ଛୋଟ ପିଲାଙ୍କ ପରି ତାଙ୍କର ସେବା କରନ୍ତି ।ମାଁ କ' ଣ ଖାଏ ବାପା କ' ଣ କରିବେ ନ କରିବେ ମୋ ଠୁ ବେଶୀ ତାଙ୍କୁ ଜଣା। ମୁଁ ତାଙ୍କ ଠୁ ଦୂରରେ ଅଛି ତଥାପି ସେ ମୋର ଏତେ ଧ୍ୟାନ ରଖନ୍ତି ଯେ ମତେ କେବେ ଲାଗେନାହିଁ ମୁଁ ତାଙ୍କ ଠୁ ଦୂରରେ ଅଛି।ସେ ସର୍ବଦା ମୋ ସାଙ୍ଗରେ ରହି ମୋ ପ୍ରତିଟୀ କାର୍ଯ୍ୟ ର ପ୍ରେରଣା ର ଉସ୍ସ।ମୁଁ ଛୁଟିରେ ଘରକୁ ଯାଏ ଘର କୌଣସି କାମ ମତେ ସେ କରିବା କୁ ଦିଅନ୍ତି ନାହିଁ ବାପା ମାଁ ଙ୍କ ସେବା ସହ ମୋର ମଧ୍ୟ ସେବାରେ ଲାଗିପଡନ୍ତି।ମୁଁ ଥକି ପଡିଥିବାରୁ ଶୋଇପଡେ ତାଙ୍କୁ ଟିକିଏ ସମୟ ଦେଇପାରେନା ।ସେ କିଛି କୁହନ୍ତି ନାହିଁ ।ଚୁପଚାପ ଶୋଇପଡନ୍ତି। ପୁଣି ଭୋର ସକାଳୁ ଉଠି କାମରେ ଲାଗିପଡନ୍ତି।କେତେ ଅସୁମାରୀ ସ୍ୱପ୍ନ ଦେଖୁନଥିଲେ ସେ।ତାଙ୍କ ର କ'ଣ ଇଚ୍ଛା ନାହିଁ ମୋ ସଂଗେ ରହିବାକୁ ।ମୋ ସହ ବୁଲିବାକୁ । କେବେ ସେ କିଛି କୁହନ୍ତି ନାହିଁ ।ମୁଁ ପଚାରିଲେ କୁହନ୍ତି ଆରେ ଶୁଣ ମାଁ ବାପା ଙ୍କ ଏଠାରେ ରହିବାକୁ ଇଚ୍ଛା ।ବାପାଙ୍କ ର ସ୍ୱାସ୍ଥ୍ୟ ଖରାପ ରହେ ମାଁ ମଧ୍ୟ ସେମିତି ।ତାଙ୍କୁ ଏମିତି ରେ ଏଠି ଏକା ଛାଡ଼ି ଯିବା ଉଚିତ୍ ନୁହେଁ ।ତାଙ୍କ ଠାରୁ ମୁଁ ତୁମକୁ ପାଇଛି।ସେମାନଙ୍କ ସେବା କରିବା ମୋ ଧର୍ମ ।ତୁମେ ମୋ କଥା ଆଦୌ ଚିନ୍ତା କରିବ ନାହିଁ ।ମୁଁ ଏଠି ଠିକ୍ ଅଛି ।ଆଉ ହଁ ପିଲାଙ୍କୁ କେବେ ରାଗିବନି ସେମାନଙ୍କୁ ନିଜ ପିଲା ପରି ସ୍ନେହ ରେ ପାଠପଢାଇବ।କେବେ ଯଦି ରାଗ ଆସେ ମୋ ଉପରେ ସବୁ ଉତାରି ଦବ।ଦେଖିବ ତୁମକୁ ଖୁସି ମିଳିବ।ମୁଁ ହାରିଯାଏ ତାଙ୍କଠାରେ ଏକମାତ୍ର ଅଳିଅଳ ସନ୍ତାନ କେବେ ରୋଷେଇ ଘରକୁ ପଶିନଥୀଲେ।କଲେଜ ସମୟରେ କେତେ ଯାଗା ବୁଲିଛୁ ଦୁହେଁ ମିଶି।ସେ ବୁଲିବାକୁ ବେଶୀ ପସନ୍ଦ କରନ୍ତି ହେଲେ ମୁଁ ତାଙ୍କୁ ସେ ସବୁ ଖୁସି ଦେଇ ପାରୁ ନାହିଁ ତଥାପି ସେ କେବେ କିଛି କୁହନ୍ତି ନାହିଁ ।ସେ ଜଣେ ଭଲ ସ୍ତ୍ରୀ ହୋଇ ପାରିଛନ୍ତି କିନ୍ତୁ ମୁଁ ଜଣେ ଭଲ ସ୍ୱାମୀ ହୋଇପାରିନାହିଁ । ସତରେ ସେ ନାରୀ ମହାନ୍ ।ମୁଁ ନିଜ କୁ ଧନ୍ୟ ମନେକରେ ତାଙ୍କ ପରି ଜଣେ ପ୍ରକୃତ ଜୀବନ ସାଥି ଟିଏ ପାଇଥିବାରୁ। ଆଖିରେ ଖୁସି ର ଅଶ୍ରୁ କୋଣଇ ଆସୁଥାଏ।ରାଜ ଶେଯରୁ ଉଠି ଗାଧୋଇବାକୁ ଚାଲିଗଲା।                  


Rate this content
Log in

Similar oriya story from Romance