STORYMIRROR

Anju Behera

Tragedy

4  

Anju Behera

Tragedy

ନିସଙ୍ଗ ବିହଙ୍ଗ

ନିସଙ୍ଗ ବିହଙ୍ଗ

2 mins
1.6K

ନିସ୍ତବ୍ଧ କୋଠରୀ | କୋଠରୀ ର ଗୋଟିଏ କୋଣରେ କାନ୍ଥକୁ ଆଉଜେଇ ବସିଛି ନଳିତା | ବାହାରେ କୋଳାହଳ ଲାଗିରହିଛି ଆଜି ସାନ ଭଉଣୀ ମିତା ର ବାହାଘର ଆନନ୍ଦ ରେ ପୁରିଉଠିଛି ସାରା ଘର, ବନ୍ଧୁବାନ୍ଧବ, ଜ୍ଞାତି କୁଟୁମ୍ବ ସମସ୍ତେ ଯୋଗ ଦେଇଛନ୍ତି | ନଳିତା ର କଣ ହୋଇଛି କେଜାଣି ସକାଳୁ ସନ୍ଧ୍ୟା ଯାଏଁ ସବୁ କାମ ଏକା କରିଛି କିଏ କିଛି କହିଲେ କହିଛି ମୋ ଭଉଣୀ ବାହାଘର ମୁଁ କଣ ନ କଲେ ଆଉ କିଏ କରିବ ?ହେଲେ ଏବେ କାହିଁକି କବାଟ କିଳି ଏକା ବସିଛି |

                    ବାଜା ରୋଶଣି ଘନ ଘନ ବାଜିଉଠୁଛି ବର ଘୋଡା ଚଢି ଆସିଛି | ବରଯାତ୍ରୀ ମାନେ ଖୁସି ରେ ନାଚିଉଠୁଛନ୍ତି ସମସ୍ତ ଙ୍କ ମନ ଖୁସି ରେ ପୁରିଉଠିଛି | ବୋହୂ ବେଶରେ ନିଜ ମନର ମଣିଷ କୁ ଅପେକ୍ଷା କରିଛି ନଳିତା | ସାଙ୍ଗ ମାନେ ବର ଆସିବା ପରେ ସ୍ୱାଗତ କାରିବାକୁ ବାହାରକୁ ଚାଲିଯିବା ପରେ ଝରକା ଆଢୁଆଳ ରେ ନଳିତା ବର ଆଡେ ଟିକିଏ ନିରେଖି ଦେଖିଛି |ଲାଜରେ ପୁଣି ଓଢଣୀ ଟାଣି ବସିପଡ଼ିଛି | ଯଥାରୀତି ବର କୁ ପାଛୋଟି ଆଣି ମଣ୍ଡପରେ ବସାଯାଇଛି ତା ପରେ କନ୍ୟା କୁ ମଣ୍ଡପ କୁ ଆଣିବା ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଛି | ବେଦି ପାଖକୁ ଯିବା ପରେ ନଳିତା ଯେମିତି ଆଉ ନିଜ ମଧ୍ୟରେ ନାହିଁ ସେ ନିଜକୁ ନିଜ ସ୍ୱାମୀ ଠାରେ ଆଜୀବନ ସମର୍ପି ଦେଇଛି ମଙ୍ଗଳ ମଣ୍ଡପରେ ସାତ ଘେରା ପରିଭ୍ରମଣ ପରେ ସେ ସାତ ଜନ୍ମକୁ ତାଙ୍କୁ ନିଜ ସାଥି ଭାବେ ବରଣ କରି ନେଇଛି | ନା ସେ ଆଗରୁ ବର କୁ ଦେଖିଥିଲା ନା ତାଙ୍କ ବିଷୟ ରେ କିଛି ଜାଣିଥିଲା କିନ୍ତୁ କେଜାଣି କେମିତି ସେ ତାଙ୍କୁ ଦେଖିବା କ୍ଷଣି ନିଜର କରିସାରିଥିଲା | ବିବାହ ସମାପ୍ତ ହେବା ପରେ କନ୍ୟାବିଦାୟ ସାରି ବର ସହ ନଳିତା ନିଜ ଶାଶୁଘର କୁ ଯାଇଛି ତାକୁ ସେ ଗୋଟିଏ ନୂଆ ପରିବାର ମିଳିଛି | ଶାଶୁ ରୂପରେ ନିଜ ମାଁ ଙ୍କୁ ପାଇଛି, ଶ୍ଵଶୁର ରୂପରେ ନିଜ ବାପା ଙ୍କୁ ପାଇଛି, ଭାଇ ରୂପରେ ଦିଅର ଙ୍କୁ ପାଇଛି ଆଉ ନିଜ ପାଇଁ ସେ ସ୍ୱାମୀ ଙ୍କୁ ପାଇଛି ନଳିତା ର ଖୁସି ଦ୍ବିଗୁଣିତ ହୋଇଛି |ଚଉଠି ରାତିରେ ତାର ସ୍ୱାମୀ ଘରକୁ ଫେରିନାହାନ୍ତି | ବରକନ୍ୟା ଙ୍କୁ ଘରକୁ ପାଛୋଟି ଆଣିବା ପରେ କିଛି କାମ ଅଛି କହି ସେ ଛାଲିଯାଇଛନ୍ତି ଆଉ ଫେରିନାହାନ୍ତି | କ୍ଷୀର ଗ୍ଲାସ ଟା ଟେବୁଲ ଉପରେ ଥୋଇ ନଳିତା ବହୁତ ସମୟ ଚେଇଁ ରହି ସ୍ୱାମୀ ଙ୍କୁ ଅପେକ୍ଷା କରିଛି ତଥାପି ସେ ଆସି ନାହାନ୍ତି କେତେବେଳେ ନିଦ ଆଖି ଲାଖିଯାଇଛି ନଳିତା ର ମନେ ନାହିଁ | ସକାଳୁ ଉଠିଲା ବେଳକୁ ଘରେ ହୋ ହାଲ୍ଲା ହେଉଛି | ତଳକୁ ଆସି ନଳିତା ଜାଣିବାକୁ ପାଇଛି ଯେ କାଲି ରାତିରେ ତାର ସ୍ୱାମୀ ମଦ୍ୟପାନ କରି ସାଙ୍ଗ ମାନଙ୍କ ସହ ଝଗଡା କରି ରାତାରାତି କୁଆଡେ ଫେରାର ହୋଇଛି | ସାଙ୍ଗ ମାନେ ଘରେ ଆସି କହୁଛନ୍ତି ତାଙ୍କର କୁଆଡେ ଏ ବାହାଘର ରେ ଇଚ୍ଛା ନ ଥିଲା ଘରଲୋକେ ଜୋର କରି ବାହାଘର କରେଇଛନ୍ତି | ନଳିତା ସବୁ ଶୁଣି କାଠ ପାଲଟି ଯାଇଛି ଯୋଉଠି ଠିଆ ହୋଇଥିଲା ସେଇଠି ବସିପଡ଼ିଛି | ନଳିତା ର ବାପା ଭାଇ ଖବର ପାଇ ନଳିତା କୁ ନିଜ ଘରକୁ ଅଣିଆସିଛନ୍ତି | ନଳିତା ପୁଣି ନିଜ ପରିବାର ଫେରିପାଇଛି | ସେଇ ମାଁ, ବାପା, ଭାଇ ସ୍ନେହ, ମମତା ପାଇଛି ଯାହା ସବୁକିଛି ଯେମିତି ଥିଲା ସେମିତି ଅଛି ହେଲେ ନଳିତା ହସୁଛି କୃତ୍ରିମ ହସ |



Rate this content
Log in

Similar oriya story from Tragedy