Kanha Dianbagha

Romance Inspirational Others

4  

Kanha Dianbagha

Romance Inspirational Others

ପ୍ରିୟତମା ର ଚିଠି

ପ୍ରିୟତମା ର ଚିଠି

5 mins
265


୧୭-୦୮-୨୦୦୮ ସମୟ ସକାଳ ୯ ଟା । ଲଘୁଚାପ ପାଇଁ ପ୍ରବଳ ବର୍ଷା ଲାଗି ରହିଥିବାରୁ ବାହାରକୁ ଯିବା ବନ୍ଦ । ରେଡ଼ିଓରେ ଗୀତ ଶୁଣି ଶୁଣି ବସିଥାଏ ପଢା ଘରେ । ବହିଟେ ଆଣି ପଢିବାକୁ ଲାଗିଲି । ଏମିତି ପୃଷ୍ଠା ପରେ ପୃଷ୍ଠା ଖୋଲୁ ଖୋଲୁ ଦେଖିଲି ଚିଠିଟେ ଅଛି। ବିସ୍ମିତରେ ଚିଠିଟାକୁ ଧରି ପଢ଼ିବା ପାଇଁ ଚେଷ୍ଟା କଲି । ହେଲେ ଏ କଣ୍ ଚିଠିରେ ଲେଖା ଥିଲା । ଭାରି ଉତ୍କଣ୍ଠା ସହ ଚିଠିଟାକୁ ପଢ଼ିବାରେ ଲାଗିଲି ।


ପ୍ରିୟତମ ମାନସ୍,

ମନର ଦେବତା ମୋର ସାଦରେ ପ୍ରଣାମ ଗ୍ରହଣ କରିବ । ଅଭାଗିନୀର ଚିଠିଟା କୁ ନପଢ଼ି ଫିଙ୍ଗି ଦବନି । ଏଇ ଚିଠି ମୋର ଅନ୍ଧାରୀ ଜୀବନର ଆଲୋକ ପ୍ରଦୀପ । ତମେ ବଡ ନିଷ୍ଠୁର, କେମିତି ଏ ଛାତିଟା କୁ ପଥର ପରି ଗଢ଼ିଛନ୍ତି । ତମକୁ ଦିନେ ନ ଦେଖିଲେ କିପରି ମୋ ପ୍ରାଣଟା ବିକଳରେ ଆର୍ତ୍ତନାଦ କରେ ତା ହୁଏତ ବୁଝିପାରିବ ନାହିଁ । ଅଧର୍ଯ୍ୟଭରା ମନରେ ଆଜି ଏ ଚିଠି ଖଣ୍ଡିକ ତମ ପାଖକୁ ଲେଖିବାକୁ ଅସୀମ ସାହସ କରିଛି । କ୍ଷମା ଦବ ରହିବା ନାହିଁ, କଣ୍ ଯେ ସମ୍ବର୍ଦ୍ଧନ କରିବି ତମକୁ ଜାଣି ପାରୁନି । ତମେ ଯେ ପହିଲି ଜୀବନ ର ଆରାଧ୍ୟ ଦେବତା, ନୂଆ ଜୀବନ ଦେଇଛନ୍ତି । ଉପକାରୀ ବନ୍ଧୁ ପରା ......ଆପଣ ସେଦିନ କହିଥିଲେ । ତୁମେ ସମ୍ବର୍ଦ୍ଧନା କରିବାକୁ ଏତେ ଦିନ ହବ ସାହସ କରିପାରିନଥିଲି, ହେଲେ ଆଜି କାଇଁ ଏ ତୁମେ ଶବ୍ଦଟା ଭାରି ମୂଲ୍ୟବାନ ଲାଗୁଚି ମତେ । ସତେ ଯେମିତି ଏ ଭିତରେ କେତେ ସାଇତା ମଧୁବସା ବାନ୍ଧି ହେଇ ରହିଚି । ସେଥିପାଇଁ ଲେଖିଲି ତୁମେ.............।

ଏଇ ଦୀର୍ଘ କେତେ ଦିନର ବ୍ୟବଧାନରେ ବୁଝି ପାରୁଚି ଭଲ ପାଇବାର ଅମୋହ ନିଶା କିପରି ମୂଲ୍ୟବାନ । ଆକାଶ ଓ ପଥିବୀର ବିରହ ପରି.... ଏ ପୁଣ୍ୟତୋୟା ମହାନଦୀ କୂଳରେ ଚାହିଁ ରହିଚି ତୁମ ପଥକୁ । ଦିନଟି ସିନା ଘର କାମରେ କଟି ଯାଉଚି, ହେଲେ ଏ ଶୁନ୍ ସାନ୍ ରାତିଟି, ମୋ ମନରେ ଦୂର୍ବିବହ ସମୟ ହୋଇ ଉଠୁଚି । ମନରେ ସ୍ଥିରତା ରହୁନାହିଁ ? ଆଖିକି ନିଦ ଆସୁନି ! ଘରଟା କେମିତି ଲୁହା ପଞ୍ଜୁରୀ ପରି ଲାଗୁଚି । ଝରକା ବାଟେ ଚାହିଁ ରହୁଚି ଉଛୁଳା ନଈର ଢେଉ ରାଶିକୁ; ଲହଡ଼ି ଭାଙ୍ଗୁଚି କେତେ କଣ୍ ଅସରନ୍ତି ଭାବନା । ଚାନ୍ଦିନୀ ଭରା ଖୋଲା ଆକାଶକୁ ଚାହିଁ ଦୀର୍ଘ ନିଃଶ୍ୱାସ ଚାଲି ଯାଉଚି ।


ଉପକାରୀ ବନ୍ଧୁ ମୋର...ବୁଝି ପାରିବନି ହୁଏତ । ମନ ଦେଇ ଚିଠିଲେଖି ବସି ଛାତିଟା କିପରି ମୋର ଥରି ଉଠୁଚି । ଆଖିରେ କଢ଼େଇ ଆସୁଚି ଜମାଟ ବନ୍ଧା ତତଲା ଲୁହ । ପାଖରେ ଥିଲେ ଦେଖନ୍ତ କେମିତି ଲୁହଗୁଡ଼ାରେ କାଗଜ ଭେଦିଯାଉଚି । ସପନ ରେ କେବେ ଆଶା କରିନଥିଲି । ତୁମେ ଏମିତି ନିଷ୍ଠୁର ହବ ବୋଲି ମୋର କାଇଁ ଏତେ ଭାବନା ? କହାଲାଗି ମମତା କୁହୁଡି ପହଁରି ଦୂର ଦିଗବଳୟ ଆଡ଼କୁ ଚାହିଁ ରହୁଛି ? ସତେ କଣ ବଦଳି ଗଲ ? ମନରୁ ପାସୋରି ଦେଇ ଦୂରେଇ ରହିଲ ଥରେ ହେଲେ ଭାବିଲନି ।

କେମିତି ମୁଁ ତମକୁ ଛାଡି ବଞ୍ଚି ରହିବି । ସତ କହୁଚି ଏ ଚିଠିର ଉତ୍ତର ନଦେଲେ... ଆତ୍ମହତ୍ୟା କରିବି ! ତମ ନିଷ୍ଠୁରତାକୁ ଆଉ ସହି ପାରିବିନି ! ମୋ ରାଣ ଦେହ ଭଲ ନଥିଲେ ଚିଠିର ଉତ୍ତର ଦବ ନହେଲେ ସାକ୍ଷାତକାର ଦେଇ ଏ ଅଭାଗିନୀକୁ ବଞ୍ଚାଇବ ।ସେଦିନ ପରା କହୁଥିଲ ଜୀବନରେ କେବେ ପର କରିବନି । ଆଜି କଣ୍ ଭୁଲିଗଲ ସେକଥା, ପୁରୁଷ ମନ କଣ୍ ଏତେ ହାଲୁକା ?ମନ ଭୁଲା କେତେ କଥା କୁହନ୍ତି? କେବେ ଆସୁଚ ? ଆସିବନି ? ନ ଆସିଲେ ଏ ମୋର ଶେଷ ଚିଠି ! ଆଉ ଦେଖିବାକୁ ପାଇବନି ଏ ହତଭାଗିନୀକୁ ! କଣ୍ କହୁଚ ...? ଆସିବତ...? ମୋ ରାଣ......ତମ ସାନ ଭଉଣୀ ରାଣ ଦେଲି ନିଶ୍ଚୟ ଆସିବ । ..... ରାଗିଲ କି ? ଛି ରାଗିବେନି....? ଆସୁନ ବୋଲି ଏମିତି କହୁଚି ସିନା, ତମେ କଣ୍ ବୁଝୁନ, ଯେ ଯାହାକୁ ଭଲ ପାଏ; ତା ପାଖରୁ ସାମାନ୍ୟ ଆଘାତ ପାଇଲେ କିପରି ବେଦନା ପାଏ ।

ଶୁଣ.... ନିଶ୍ଚୟ ଆସିବ । କାଲି ମୋ ସାଙ୍ଗ ପିଲା ହାତରେ ଚିଠିଟା ପଠେଇଦେବି । ପରଦିନ ହୁଏତ ଚିଠିଟା ପଢ଼ିସାରି ରାଗି ଉଠିବ ନିଶ୍ଚୟ; କିଛି ନ ବିଚାରି ମନର ଅକୁହା କଥା କେତେ କହି ଯାଇଚି । କ୍ଷମା ଦବ, ତମକୁ ପ୍ରଥମ ଦେଖା ଦିନରୁ ମୋର ହୃଦୟ ମନ୍ଦିରରେ ବସାଇ ମନର ଫୁଲ ଦେଇ ଆରାଧନା କରି ଆସିଚି । ଆଉ କଣ୍ କହିବି ! ଛି ଖୁବ୍ ରାଗୁଥିବ, ତମକୁ ରଗେଇବାକୁ ମୋର ମଧ୍ୟ ବହୁତ୍ ଇଚ୍ଛା । ହଉ, ଆଜି ଏତିକିରେ ଥାଉ । ଅକୁହା କଥା କେତେ ରହିଗଲା, ପରେ କେବେ ଜାଣିବ । ଆଉ ଲେଖିବାକୁ କଲମ ଚାଲୁନି । ଚିଠି ମଧ୍ୟ ବହୁତ୍ ବଡ ହେଇଗଲାଣି । ବିଦାୟ ନେଲି, ଆଉ ସବୁ ପରେ ___ନମସ୍ତେ. ।                 

                                                                                               ସ୍ନେହର ଅନିତା    


ଚିଠିଟା ପଢିଲା ପରେ ମାନସ ର ମନେ ପଡ଼ିଗଲା ସେ କଥା ସେ ଦିନର ସେ ଭୟାନକ ରାତି କଥା । ଠିକ୍ ୧୫ ଦିନ ତଳର କଥା ମାନସ ସେଦିନ ରାତିରେ ଫେରୁଥିଲା ମେଡିକାଲ୍ ରୁ ରାତି ପ୍ରାୟ ୧୧ ଟା ସମୟ ହବ । ମାନସ ଆଚାର୍ଯ୍ୟ ଜଣେ ଜଣାଶୁଣା, ଡାକ୍ତର ପାଠ ପଢା ସାରି ସେ ସରକାରୀ ଡାକ୍ତରଖାନାରେ ଚାକିରି କରି ଥାଏ । ଝଡ଼ ବର୍ଷାର ରାତି....... ନିଳୀମା ଆକାଶ ତଳେ ଅମୁହାଁ ଅନ୍ଧାର ଘୋଟି ରହିଚି, ରାସ୍ତା କଡର କାଶତଣ୍ଡି ଫୁଲ ପରି ତାରାମାନେ ଉଙ୍କି ମାରୁଛନ୍ତି ବାଦଲ ଫାଙ୍କରୁ ? ସଞ୍ଜୁଆ ଝଡ଼ଟା ଥମି ଯାଇଥିଲେ ମଧ୍ୟ, ଛାତି ଥରାଳିଆ ଦମକା ପବନ ଥମିନାହିଁ । ନିଛାଟିଆ ରାସ୍ତାରେ ପବନର ଗତିକୁ ଚିରି ମାନସର ଗାଡି ଗଡ଼ି ଚାଲିଚି ଆଗକୁ, ଆଉ ଅଳ୍ପବାଟ ଚାଲିଗଲେ ଘରେ ପହଞ୍ଚି ଯିବ ।

ନିଛାଟିଆ ରାସ୍ତା, ଭୟର ଦମକ ଛାତିରେ, ଆଜି ବହୁତ୍ ଡେରି ହୋଇ ଗଲାଣି । ସଂଜବେଳ ଝଡ ତୋଫାନ ପାଇଁ ଆସିବାକୁ କଷ୍ଟ ହେଲା । ଏଣେ ବୋଉ ମୋର ଅନେଇ ବସିଥିବ, ମନେମନେ ଚିନ୍ତା କରୁଥିବ ଏତେ ରାତି ପର୍ଯ୍ୟନ୍ତ ରୁହେନି ତ । ସାନ ଭାଇ ଭଉଣୀ ମୋର ଅନେଇ ବସିଥିବେ ଭାଇ ଆସିଲେ ଖାଇବା । ଏମିତି ସବୁ ଭାବି ଗଡ଼େଇ ଚାଲିଥାଏ, ଗାଡ଼ିଟା ବି ଜାଗା ଜାଗାରେ ରହି ଯାଉଥାଏ । ରାସ୍ତା କଡରେ ଖାଲି କିଆବନ ଆଉ ବିଶାଳ ବିଶାଳ ଧାନ ଗହିର । ''ହଠାତ୍...... କିଆବଣ ଗହିର ସେପାଖୁ......... ଗୋଟେ ଝିଅର କଣ୍ଠସ୍ବର ଶୁଣାଗଲା ? ବଞ୍ଚାଅ... ବଞ୍ଚାଅ... ମରିଗଲି ମରିଗଲି... ଛାଡ଼ିଦିଅ ମତେ, ଦୟାକରି ଛାଡ଼ିଦିଅ'' । ଏ ଡାକରେ ଚମକି ପଡିଲା ମାନସ, ଗାଡ଼ିକୁ ଅଟକାଇ କାନ ଡେରିଲା । ପୁରୁଷମାନଙ୍କର ଅଟ୍ଟହାସ, ଆଉ ନାରୀର ଆର୍ତ୍ତନାଦ ଶୁଣାଯାଉଛି । ଆଶ୍ଚର୍ଯ୍ୟ ହେଲା ମାନସ, କିଏ ଏମାନେ ? ଏତେ ରାତିରେ ଏ ମଶାଣି ପାଖ ଜଙ୍ଗଲରେ? ଭୂତ ପିଶାଚ ନୁହେଁ ତ ? ଆଉ କଣ, କୋଉ ନାରୀ ପ୍ରତି ଅତ୍ୟାଚାର ହଉଚି ।

ନା, ସିଏ ଯାହା ହଉ ନା କାହିଁକି ମତେ ସନ୍ଧାନ ନବାକୁ ହବ। ଏମିତି କହି ଆଗେଇ ଚାଲିଲା ଆଗକୁ ଆଗକୁ, ପୁଣି ସେଇ କଣ୍ଠସ୍ୱର, କିଏ କେଉଁଠାରେ ଅଛ .... ରକ୍ଷାକର, ମରିଗଲି ମରିଗଲି.... ଏ ଗୁଣ୍ଡାମାନେ ମତେ ମାରି ପକେଇଲେ । ଆଗେଇ ପାରିଲାନି ମାନସ, ଦେହରେ ଖେଳିଗଲା ଗୋଟିଏ ଅଜଣା ଭୟ । ଗାଡିରୁ ଓହ୍ଲେଇ ଠିଆହେଲା ସେଠି । ବାରଆଡୁ ବାରକଥା ମନରେ ବାଡେଇ ହେଉଥାଏ । ଗାଡ଼ି ଡିକିରୁ ଟର୍ଚ୍ଚଟେ କାଢି ପକାଇଲା ଜଙ୍ଗଲ ଆଡ଼କୁ, କିନ୍ତୁ କିଛି ଦେଖିପରିଲାନାହିଁ । ଭାବିଲା ପାଲେଇଯିବ... ହେଲେ ସତେ ଯେମିତି ତା ଗୋଡଟାକୁ କିଏ ଭିଡ଼ି ଧରିଛି_____କଣ୍ ଉପାୟ କରିବ ସ୍ଥିର କରିପାରିଲା ନାହିଁ । ଟର୍ଚ୍ଚ ପକେଇ ଆଗେଇ ଚାଲିଲା ଜଙ୍ଗଲ ଆଡ଼କୁ । କାହିଁ....... କିଏ କୋଉଠି କାହାର ତ ପତା ନାହିଁ । ଏମିତି ଆଗକୁ ଚାଲୁ ଚାଲୁ ନୀରବରେ ଗୋଟାଏ ଜାଗାରେ ଛିଡ଼ା ହେଇ ଚାରିଆଡକୁ ଟର୍ଚ୍ଚ ପକାଇଲା । ହଠାତ୍ ଦେଖିବାକୁ ପାଇଲା ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ । କିଆବୁଦାର ଘାସଉପରେ ଲୋଟିପଡ଼ିଛି ଗୋଟେ ପୂର୍ଣ୍ଣଯୌବନା ଯୁବତୀ ଟିଏ । ଦେହର ଭାରସ୍ୟମ୍ ହରେଇ ବିପର୍ଯ୍ୟସ୍ତ ଭାବରେ ଲୁଗାପଟା ଗୁଡ଼ାଏ ଛିନ୍ ଛତ୍ର ହେଇ ଛିଟିକିପଡିଚି ଏଣେ ତେଣେ । ପାଖରେ କେହିଜଣେ ନାହିଁ । ଦେହରେ ନା କୌଣସି ଅଳଙ୍କାର କି ସୂତାଖିଅଟେ ନାହିଁ । ଖାଲି ମୁହଁରେ ତାର ଭରିରହିଛି ଆତଙ୍କଭରା ଚିହ୍ନ ସୁକୋମଳ ଦେହରୁ କ୍ଷତ ବିକ୍ଷତ୍ ହୋଇ ରକ୍ତର ଧାର ଛୁଟୁଛି । ନୀରବ ହୋଇ ଛିଡା ହୋଇ ମାନସ ଆଉଥରେ ଚାହିଁଲା ଚାରି ଦିଗକୁ । ନା କେହି ତ ନାହିଁ ? କିଏ ଏ ଝିଅ ଟା ? ଏ ତ ଆଉ ଶବ ନୁହେଁ, କେହି ନୃଶଂସ ଏ ଅଭାଗିନୀର ସର୍ବନାଶ କରି ଚାଲିଯାଇଛି । 


Rate this content
Log in

Similar oriya story from Romance