Dipti lekha Mishra

Tragedy

5.0  

Dipti lekha Mishra

Tragedy

ପରିବାର-୬

ପରିବାର-୬

2 mins
694


ସମସ୍ତଙ୍କ ଭଳି ମିନୁ ବି ସ୍ୱପ୍ନ ଦେଖିଥିଲା ସେ ବି ଦିନେ ବାହା ହେବ ବଡଘରର ବୋହୁ ହେବ ଆଉ ଦିନେ ବାପା ମାଆଙ୍କ ସମ୍ମାନ ରଖିବ । ସେ ଦେଖିବାକୁ ଟିକେ ଆକାରରେ ମୋଟା,ରଙ୍ଗ ଈଷତ୍ କଳା ଆଉ ଭାରୀ ଡେଙ୍ଗା । ଏମିତି ବି ଅନେକ ଦିନ ପରେ ବିବାହ ହେଲା ସିନା ହେଲେ ଭଲ ମନ ଥିବା ବର ମିଳିଲାନି । ପ୍ରଥମ ରାତିରେ ସ୍ୱାମୀ ସର୍ତ୍ତ ରଖିଲେ ଯେ ମୋର ପିଲାପିଲି ଦରକାର ନାହିଁ । ମୋର ଦୁଇଟି ପିଲା ଅଛନ୍ତି । ସେମାନଙ୍କୁ ନିଜର ଭାବି ଚଳାବୁ ଯଦି ଠିକ୍ ଅଛି ନ ହେଲେ ତୋ ରାସ୍ତା ଆଉ ମୋ ରାସ୍ତା ଅଲଗା । କ୍ଷଣିକରେ ସବୁ ସ୍ୱପ୍ନ ପାଣି ଫୋଟକା ଭଳି ହୋଇଗଲା ।

ସର୍ତ୍ତରେ ରାଜି ହୋଇ କାନମୁଣ୍ଡ ଆଉଁସି ତୁନି ରହିଗଲା ।ଏମିତି ଭୁଲବଶତଃ ଦିନେ ଗର୍ଭ ରେ ରହିଗଲା ସନ୍ତାନଟି ।ଭାବିଲା ମିନୁ କାହାକୁ କହିବନି ପିଲାଟିକୁ ଜନ୍ମ ଦେବ ।କିନ୍ତୁ ଏଇଟା କଣ ଲୁଚେଇପାରିବ କି ? ଛାଡ ମୋ ଭାଗ୍ୟ ଖରାପ କଣ କରିବ ସ୍ୱାମୀଙ୍କୁ ବାଧ୍ୟ ହୋଇ କହିଲା ।ଆଉ ସ୍ୱାମୀର ପ୍ରତିକ୍ରିୟାରେ ଆଖିରୁ ସତେ ଯେପରି ଲହୁ ନିଗିଡିଗଲା ମିନୁର । ଭାରୀ ଯନ୍ତ୍ରଣା ସହ ପିଲାଟିକୁ ଦୁନିଆକୁ ଆସିବା ଆଗରୁ ପେଟରେ ହିଁ ମାରିଦେଲା ।ଏକଥା ଲୁଚାଇବାକୁ ଯାଇ ଅନେକ ଯନ୍ତ୍ରଣା ପାଇଛି ଆଉ ନିଜ ଲୁହ ନିଜେ ପିଇ ପିଇ ବଂଚିଛି ।


ଗୋଟିଏ ପୁଅର ବାହାଘର ହେଲା କିନ୍ତୁ ପୁଅ ବୋହୁ ବାପା ମାଆର ଦୁଃଖ ଆଉ ବୁଝିଲେନି । ଯେଉଁ ମାଆ ବାପା ଏତେ କଷ୍ଟ ପାଇଛନ୍ତି ଏମାନଙ୍କୁ ମଣିଷ କରିବାକୁ ସେମାନେ ଆଜି ଖାଇବା ,ପିଇବା, ପିନ୍ଧିବାରେ ପଚାରୁଛନ୍ତି କେତେ ଟଙ୍କା ଜାଣିଛ ନା ଏତେ ଟଙ୍କା କୁଆଡୁ ଆସିବ ।ମିନୁ ବୁଝାଇଦିଏ ଦେଖ ସେମାନଙ୍କର ପସନ୍ଦ ଆମ ପସନ୍ଦ ହେବା ଦରକାର । ଏମିତି ଆମକୁ ତା ସହ ଆଡଜଷ୍ଟ ହେବାକୁ ପଡିବ । କିନ୍ତୁ ସମୟ ଆଉ ସାଥ୍ ଦେଲାନି ।


କିଛିଦିନ ହୋଇଛି କି ନାହିଁ ପୁଅ ବୋହୁ ବାହାରକୁ ଯିବେ କହି ବୁଲାବୁଲି କରିବାକୁ ଗୋଆ ପଳାଇଲେ ।ପୁଅବୋହୁ ଆଉ ଭଲ ପାଉନାହାଁନ୍ତି ଏକଥା ମିନୁ ଜାଣିଗଲାଣି ।ଏଣୁ ସେ ଚିନ୍ତା କଲା ସେମାନେ କିଛି କହିବା ପୂର୍ବରୁ ଆମେ ବୄୄୄନ୍ଦାବନ ଚାଲିଯିବା । ସ୍ୱାମୀ ହଁ କରି ଲଥକିନା ବସିପଡିଲେ ।ଆର ପୁଅଟି ବି ଏ ଭିତରେ ବହୁତ ବଡ ହୋଇଗଲାଣି ।ବାପାମାଆଙ୍କୁ ପଚାରୁନି । ବାପା କଣ ସରକାରୀ ଚାକିରିଆ ଯେ ପିଲେ ଲୋଭ କରିବେ ।ଚା ଦୋକାନ ଖଣ୍ତେ ବୁଢାବୁଢୀର ସାହାରା ।ତାକୁ ବି ସାନପୁଅ ଛଡାଇନେଲା ।କେହି ଆଉ ଏ ପରିଣତ ବୟସରେ ଭଲ ପାଉନାହାଁନ୍ତି ।ଏମିତି ଚିନ୍ତା କରି କରି ବାପାର ପ୍ରାଣବାୟୁ ଉଡିଗଲା । ମାଆ ଆଜିକାଲି ବହୁତ ଏକୁଟିଆ ।

ସାବତ ମାଆ ନା, ତାକୁ କିଏ ପଚାରେ ?ଏଥର ମାଆକୁ ବୄୄଦ୍ଧାଶ୍ରମ ରେ ଛାଡିବା କଥା ପିଲାଏ ବିଚାର କଲେ ।ମିନୁ ଏକଥା ଶୁଣିଦେଇଥିଲା । ସେ ବାରମ୍ବାର ଭାବି ଭାବି ପାଗିଳି ହୋଇଗଲା । କଣ କରିବ ଭାବି ସ୍ୱାମୀ ଦେଇଥିବା ସଂଚୟ ଟଙ୍କା ଧରି ପୁରୀ ଚାଲିଗଲା । ସୁଖ ଦୁଃଖରେ କାଳିଆକୁ ଡାକି ଜୀବନ ଯାଉ ଭାବି ବଡଦାଣ୍ତରେ ବସେ ଆଉ ନିତି ଭଗବାନଙ୍କୁ ସ୍ମରଣ କରେ । ଠିକ୍ କିଛିଦିନ ପରେ ପୁଅବୋହୁ ପୁରୀ ଗଲେ ବୁଲିବାକୁ ।ସେମାନେ ନ ଦେଖୁଣୁ ମିନୁ ଦେଖି ମୁହଁ ଢାଙ୍କି ଲୁଚିଗଲା ।କାଳେ ସେମାନଙ୍କୁ ବାଧିବ ଏଣୁ ପରିଚୟ ଦେଲାନି ।



Rate this content
Log in

Similar oriya story from Tragedy