ପରିବାର - ୨
ପରିବାର - ୨
ପରିବାର କହିଲେ ସାଧାରଣତଃ ଆମେ ବାପା, ମା', ଭାଈ, ଭଉଣୀ, ଜେଜେବାପା, ଜେଜେମାଆ, ଆଉ ଦାଦାଖୁଡୀଙ୍କୁ ବୁଝୁ । କିନ୍ତୁ ସପନାର ପରିବାରରେ ଭଉଣୀ,ଦାଦା,ଖୁଡୀ ,ଜେଜେ ବାପା ନ ଥିଲେ ଅର୍ଥାତ୍ ଗୋଟିଏ ତୀର୍ଥକୁ ଯିବା ବାଟରେ ପ୍ରାଣ ହରାଇଥିଲେ ।
ସପନା ସବୁବେଳେ ସେ ଦୁର୍ଘଟଣା ମନେ ପକାଇ ମଉଳିପଡୁଥିଲା । ତା ଆଖି ସାମନାରେ ଅତି କମ୍ ସମୟରେ ସବୁ ଘଟିଥିବାରୁ ସେ କେବେ ବି ନିଜକୁ ସବଳ ମନେ କରିପାରୁ ନଥିଲା ।
ଦିନେ ସମସ୍ତେ ବୁଲାବୁଲି କରିବେ ବୋଲି ଭାବିଲେ । ବୁଲିବାକୁ ଗଲେ ହୁଏତ ପୁଣି ସାଧାରଣ ଅବସ୍ଥାକୁ ସପନା ଆସିପାରେ । ସମସ୍ତେ ଖୁସିରେ ବାହାରିଲେ ହେଲେ ଜେଜେମା କହିଲେ ମୁଁ ପ୍ରତିଜ୍ଞା କରିଛି ମଲାଯାଏଁ କେବେ ତୀର୍ଥ ଯିବିନାହିଁ । ମୋର ଏଇ ଛୋଟିଆ ପରିବାର ହିଁ ମୋର ତୀର୍ଥ ।
ସପନା କହିଲା ଜେଜେମା ତମେ ନ ଗଲେ ମୁଁ ବି ଯିବିନି । ତମର ହଠାତ୍ ମୁଣ୍ଡ ବୁଲାଇବ କି ପେଟ କାଟିବ ଯଦି, କିଏ ତମ କଥା ବୁଝିବ କୁହ ତ । ଏଣୁ ମୁଁ ତମ ପାଖେ ପାଖେ ରହିବି । ତମକୁ ଛାଡି ମୁଁ କୁଆଡେ ବି ଯିବିନ ।
ଜେଜେମା କହିଲେ ପାଗଳାଟା କି ରେ ! ମୁଁ କଣ ସାନପିଲା ହେଇଛି । ତୁମେମାନେ ଯାଅ ମୁଁ କଣ ନିଜ ଦାୟୀତ୍ବ ନେଇପାରିବିନି ?ଆରେ ତୋ ବାପାକୁ ଏଡିକିରୁ ଏଡୁଟେ କଲି ପୁଣି ତୋ କଥା ବୁଝୁଛି ଖାଲି ମୋ ନିଜ କଥା ବୁଝିପାରିବିନି ନା କଣ ?
ସପନା କହିଲା ତା ହେଲେ ତୁମ ସହ ମୁଁ ରହିଲେ ଅସୁବିଧା କଣ? ମୋତେ ବି ବୁଲିବାକୁ ଇଛା ନାହିଁ । ତୁମେ ମୋ ପାଖରେ ଥିଲେ ସିନା ମୋ କଥା ବୁଝନ୍ତ ବାପା ଆଉ ମା' କଣ ମୋତେ ବୁଝିପାରିବେ ? ଯାହା ହେଲେ ବି ତମେ ଏବେ ଘରର ମୁରବୀ ନା !
ନିଜ ପ୍ରତିଜ୍ଞା ଭାଙ୍ଗି ବାଧ୍ୟ ହୋଇ ସପନା ସହ ବୁଲାବୁଲି କରିବାକୁ ଗଲେ ଜେଜେମା । ପରିବାରର ଏକତା ଏମିତି ରହିବା ଦରକାର ।
