Gangadhar Nanda

Tragedy Thriller horror

3  

Gangadhar Nanda

Tragedy Thriller horror

ପ୍ରେତର ପ୍ରତିଶୋଧ ଭାଗ ୩

ପ୍ରେତର ପ୍ରତିଶୋଧ ଭାଗ ୩

3 mins
15



          'ସେ ଝିିଅଟି ଉପରେ ମୋ ପୁଅ ପ୍ରଦୀପର ପ୍ରେତ ହିଁ ସବାର ହୋଇଛି ସାର' ; ପଣ୍ଡିତେ କୋହଭରା କଣ୍ଠରେ କହୁଥିଲେ ।'ଆପଣ ହୁଏତ ବିଶ୍ଵାସ ନକରିପାରନ୍ତି , କିନ୍ତୁ ଏକଥା ସତ୍ୟ 'I

'ଶୁଣନ୍ତୁ ! ଏ କଥାର ସତ୍ୟତା ଉପରେ ମୋର ସନ୍ଦେହ ରହିଛି । ପ୍ରଥମ କଥା ହେଉଛି , ବିଜ୍ଞାନ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ସ୍ଵୀକାର କରୁନାହିଁ । ଦ୍ଵିତୀୟରେ ଏଭଳି ତଥ୍ୟକୁ ନେଇ ଆମେ ଏକ ମର୍ଡର କେସର ଇନକ୍ଵାରୀ କରିପାରିବୁ ନାହିଁ । ତା'ପରେ ଏମିତି ବି ହୋଇପାରେ ,ପୁଅର ଏ ଅସମୟ ମୃତ୍ୟୁକୁ ଆପଣ ସହଜରେ ଗ୍ରହଣ କରିନପାରି ମାନସିକ ସନ୍ତୁଳନ ହରାଇ ସାରିଲେଣି । ପୁଅ ସଂପର୍କରେ ଅତ୍ୟଧିକ ଭାବିବା ଦ୍ଵାରା ଆପଣଙ୍କୁ ସେମିତି ଲାଗୁଛି 'I ଏତକ କହିସାରି ତାଙ୍କ ମୁହଁକୁ ଚାହିଁ ପ୍ରତିକ୍ରିୟା ଲକ୍ଷକଲି । କିନ୍ତୁ ମୋ କଥାର ପ୍ରଭାବ ତାଙ୍କ ଉପରେ ପଡିବା ଭଳି ମନେହେଲା ନାହିଁ । ମୋର ସମସ୍ତ କଥା, ଛୋଟ ପିଲାଟିଏ ତା ଗୁରୁଜନଙ୍କୁ ଉପଦେଶ ଦେଉଥିଲା ଭଳି ମୋତେ ଅନୁଭବ ହେଲା ।

'ସେ ଖୁସିରେ ବଞ୍ଚିରହିବାକୁ ଚାହୁଁଥିଲା ସାର' ; ପଣ୍ଡିତେ ଆଖିରୁ ଗଡ଼ିଆସୁଥିବା ଲୁହକୁ ପୋଛିସାରି କହିଲେ , 'ପିଲାଦିନୁ ମା'କୁ ହରାଇଥିଲା । ମୁଁ ହିଁ ତା ପାଇଁ ବାପ ମା ସବୁକିଛି ଥିଲି । ବନ୍ଧୁବାନ୍ଧବ ତଥା ସାଇପଡିଶା ଯେତେ ଯିଏ ବାଧ୍ୟ କରି କହିଲେ ମଧ୍ୟ ମୁଁ ତା ମୁହଁକୁ ଚାହିଁ ଦ୍ଵିତୀୟ ବିବାହ କଲି ନାହିଁ । ଏ ସବୁ ସେ ଜାଣିଥିଲା । ମୋ ଶେଷ ଜୀବନରେ ମୁଁ ଖୁସିରେ ରହିବାଟା , ତା'ର ଏକମାତ୍ର ଲକ୍ଷ୍ୟ ଥିଲା । ବହୁତ ଥର ମୋତେ ସେ ଆଶ୍ଵାସନା ଦେଇଛି 'Iଶେଷ ଆଡକୁ ପଣ୍ଡିତଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇ ଆସୁଥିଲା ।' ସେ ଝିିଅକୁ ମୁଁ ଝାଡିବାକୁ ଯାଇଥିଲି ; ମୋତେ ଜଣା ନଥିଲା ଯେ ମୋ ପୁଅର ପ୍ରେତ ତା' ଦେହକୁ ଆଶ୍ରୟ କରିଛି ବୋଲି 'I ପଣ୍ଡିତେ କୋହ ଢୋକି କହୁଥିଲେ , ' ମୋତେ ଦେଖିବା ପରେ ମୋ ଗୋଡତଳେ ପଡିଗଲା । ସେ ତା' ପ୍ରତିଜ୍ଞା ରଖିପାରିଲାନି ବୋଲି ମୋ ପାଦ ଧରି କ୍ଷମା ମାଗୁଥିଲା 'I ପଣ୍ଡିତେ କୌଣସିମତେ ଏତକ କହିସାରି କଇଁ କଇଁ ହୋଇ କାନ୍ଦି ଉଠିଲେ ।

        ତାଙ୍କୁ କଣ କହି ଆଶ୍ୱାସନା ଦେବି , ଦ୍ଵନ୍ଦରେ ଥିଲି । ଚେଆରରୁ ଉଠି ଯାଇ ତାଙ୍କ କାନ୍ଧ ଉପରେ ହାତ ରଖିଲି । ' ମୁଁ ଆପଣଙ୍କୁ କଥା ଦେଉଛି, ଦୋଷୀଙ୍କୁ ଦଣ୍ଡ ପାଇବାପାଇଁ ମୁଁ ମୋର ଶେଷ ଚେଷ୍ଟା କରିବି 'I ମୁଁ ଆଶ୍ୱାସନା ଭରା କଣ୍ଠରେ ସାନ୍ତ୍ଵନା ଦେଲି ।

'ପୋଲିସ ରିପୋର୍ଟରେ ଅପରାଧି ୪ଜଣ , ଏ କଥା ଠିକ ତ ସାର ' ?

'ହଁ , ଠିକ '। ମୁଁ ଉତ୍ତର ହେଲି ।

'କିନ୍ତୁ ପ୍ରକୃତରେ ଅପରାଧି ୫ଜଣ 'I ପଣ୍ଡିତେ ଉଦାସ ସ୍ୱରରେ କହିଲେ ।

'୫ ଜଣ ? ଆଉ ଜଣେ ତେବେ କିଏ '?

'ଆପଣ ଖୋଜନ୍ତୁ । କାରଣ ଏହା ଗୋଟିଏ ପ୍ରେତର ବୟାନ । ସେଦିନ ଘଟିଥିବା ଘଟଣା ବିଷୟରେ ଅଧିକାଂଶ କଥା ମୁଁ ଜାଣିଛି ' ।

'ଆପଣ କିପରି ଜାଣିଲେ ? ଆପଣ ଘଟଣା ଘଟିବାର ୨ ଦିନ ପୂର୍ବରୁ ଏ ଅଞ୍ଚଳରେ ନଥିଲେ । ମୃତ୍ୟୁର ପରଦିନ ଆସିଲେ । ତେବେ '?

'ମୁଁ ଆପଣଙ୍କୁ ପୂର୍ବରୁ କହୁଥିଲି ,ସେ ଝିଅ ଦେହରେ ରହି ପୁଅ ମୋତେ ସମସ୍ତ କଥା କହିଛି । କେବଳ ସେତିକି ନୁହେଁ , ସେଦିନ ରାତିରେ ସରପଞ୍ଚର ଝିଅ ମିତା , ପ୍ରଦୀପକୁ ଖବର ଦେଇ ଡାକିଛି । ମିତା ନଡାକିଥିଲେ ମୋ ପୁଅ ସେ ସ୍ଥାନକୁ କଦାପି ଯାଇ ନ ଥାନ୍ତା 'I ପଣ୍ଡିତେ ଗଭୀର ସ୍ଵରରେ କହିଲେ ।

        ପଣ୍ଡିତେ ଚେୟାର ଛାଡ଼ି ଯିବାପାଇଁ ଉଠିଲେ । ତାଙ୍କୁ ବିଦାୟ କରିସାରି ଅଫିସ ଆସିଲି ।ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଥିଲା । ମୃତ୍ୟୁର ସମୟ ସେଦିନର ରାତି ୮ ଟା ରୁ ୯ ଟା ମଧ୍ୟରେ ।ମୃତ୍ୟୁର କାରଣ ଗଳାରେ ଅତ୍ୟଧିକ ଚାପ ହେତୁ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ଲାସ ଯେଉଁ ଗଛରୁ ମିଳିଥିଲା , ସେ ଗଛଟି ଗ୍ରାମର ମୂଖ୍ୟ ରାସ୍ତା ଠାରୁ ପଚାଶ ଫୁଟ ମଧ୍ୟରେ ଅବସ୍ଥିତ । ରାସ୍ତାରେ ଲୋକଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇନଥିବ । ଏଣୁ ଜଣେ ଆତ୍ମହତ୍ୟା କରିବାକୁ ଚାହୁଁଥିବା ବ୍ୟକ୍ତି ,କେବେ ବି ଏଭଳି ସ୍ଥାନକୁ ସିଲେକ୍ଟ କରିବ ନାହିଁ । ଆତ୍ମହତ୍ୟା କରିବାକୁ ଚାହୁଁଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଗଭୀର ରାତିକୁ ଉପଯୁକ୍ତ ମନେ କରନ୍ତି । ଏହାର ଅର୍ଥ ହୋଇପାରେ , ପ୍ରଦୀପକୁ ଅନ୍ୟ କେଉଁଠାରେ ହତ୍ୟା କରାଯାଇ ଗଭୀର ରାତିରେ ଏଠାକୁ ଆଣି ଆତ୍ମହତ୍ୟାର ରୁପ ଦେବା ପାଇଁ ଚେଷ୍ଟା କରାଯାଇଛି । ପଣ୍ଡିତଙ୍କ କଥା ଅନୁଯାୟୀ ଏ ପଞ୍ଚମ ବ୍ୟକ୍ତିଟି କିଏ ହୋଇପାରେ ? ସେଦିନ ସରପଞ୍ଚ ଝିଅ ମିତାର ପ୍ରଦୀପକୁ ଡକେଇବାର ଉଦ୍ଦେଶ୍ୟ କଣ ହୋଇପାରେ ? ମିତା ନିଜେ ଏ ଷଡ଼ଯନ୍ତ୍ରରେ ସାମିଲ ନୁହେଁ ତ ? ନିଜ ପ୍ରେମିକକୁ ହତ୍ୟା କରିବା ପରେ ତାର ଲାଭ କଣ ହେବ ?

       ଅଫିସ କାମ ସାରି ଗୁଡାଏ ଅମିମାଂସିତ ପ୍ରଶ୍ନକୁ ମୁଣ୍ଡରେ ଧରି ଲଞ୍ଚ ପାଇଁ କ୍ଵାଟରକୁ ଆସିଲି । ଅନିଛା ସତ୍ତ୍ଵେ ପଣ୍ଡିତଙ୍କର କଥା ଗୁଡାକ ମନ ଭିତରେ ଆନ୍ଦୋଳିତ ହେଉଥିଲା । ସତରେ କଣ ଆତ୍ମା ଅନ୍ୟର ଜୀବନ୍ତ ଶରୀର ଭିତରେ ପ୍ରବେଶ କରିପାରେ ? ଗୋଟାଏ ପ୍ରେତାତ୍ମା ନିଜ ମୃତ୍ୟୁର ରହସ୍ୟ ନିଜ ପିତାଙ୍କୁ କହିପାରିବ ? ଏ କଥା ଯଦି ସତ୍ୟ , ତା'ହେଲେ ହତ୍ୟାର ଶିକାର ହେଉଥିବା ସମସ୍ତ ଆତ୍ମା ନିଜ ନିଜର ମୃତ୍ୟୁ ରହସ୍ୟ କହିପାରନ୍ତେ । ପୋଲିସକୁ ତଦନ୍ତ କରିବାରେ ସୁବିଧା ହୁଅନ୍ତା !

        ** କ୍ରମଶଃ **


         


Rate this content
Log in

Similar oriya story from Tragedy