STORYMIRROR

ABADHOOT PANDA

Fantasy Others

2  

ABADHOOT PANDA

Fantasy Others

ପ୍ରେତ ତତ୍ତ୍ୱ

ପ୍ରେତ ତତ୍ତ୍ୱ

2 mins
148


    ଆମ ସନାତନ ସାମାଜିକ ଚଳଣିରେ କେତେକ ନିୟମ ଅଛି ଯେଉଁଗୁଡିକ ଆମକୁ ସର୍ବଦା ନକାରାତ୍ମକ କ୍ଷତି କାରକ ପ୍ରଭାବରୁ ରକ୍ଷା କରେ l ଯଥା ମୃତ୍ୟୁ ପରେ ଶୁଦ୍ଧି କ୍ରିୟା, ବଡ଼ ବାଡ଼ୁଅ ଡାକ, ପିଣ୍ଡ ଦାନ, ଗଙ୍ଗା ଜଳ ସିଞ୍ଚନ ଇତ୍ୟାଦି l ସେଥି ମଧ୍ୟରୁ ଆମର ଖାଦ୍ୟ ପେୟକୁ ନକାରାତ୍ମକ କୁପ୍ରଭାବରୁ ମୁକ୍ତ କରିବା ଶୈଳୀ ଅନ୍ୟତମ l ଉକ୍ତ ତତ୍ତ୍ୱ ସମ୍ବନ୍ଧୀୟ ମୋର ଏକ ପ୍ରତ୍ୟକ୍ଷ ଅନୁଭୁତି ସମସ୍ତଙ୍କ ଗୋଚରାର୍ଥେ ଲିପିବଦ୍ଧ କରୁଛି l

    2016 ମସିହା ଡିସେମ୍ବର ମାସ 11 ତାରିଖ ଘଟଣା l ମୋର ଝିଅ ଶାଶୁ ଘରୁ ଆମ ବସାକୁ ଜୋଇଁଙ୍କ ସହିତ ବୁଲି ଆସିଥିଲା l ରାତିରେ ଚିକିନ ଲେଗ ପିସ ଓ ରୁଟି ଖାଇବା ପାଇଁ ଇଛା କଲା l ରାତି ସାତଟା ବେଳେ ନୂଆବଜ଼ାର ଚିକିନ ସେଣ୍ଟର କୁ ସାଇକେଲ ଚଢ଼ି ଗଲି ଓ ଘରକୁ ଆଣିଲି l ରୋଷେଇ ଆରମ୍ଭ ହେଲା l ପ୍ରାୟ ଘଣ୍ଟାଏ ପରେ ଆମ ଘରଣୀ ଅଭିଯୋଗ କଲେ ଯେ ମାଂସ ସିଝୁନି ଆଉ ମାଂସ ପରିମାଣ କମି କମି ଯାଉଛି, କଣ କରିବା? ଆଉ କିଛି ସମୟ ସିଝାଇବାକୁ କହିଲି l ତଥାପି ସିଝିଲାନିl ତଥାପି ଚେଷ୍ଟା କଲୁ ମାତ୍ର ବିକଟ ଆଇଁଷିଆ ଗନ୍ଧଯୁକ୍ତ  ଦରସିଝା ମାଂସ ଖାଇ ହେଲାନି l ଶେଷରେ ସବୁ ତରକାରୀ ବାହାର ଅଳିଆ ଗଦାରେ ଫିଙ୍ଗାହେଲା l

    ଏପରି ଅଘଟଣ ଦେଖି ମୁଁ ବିଚଳିତ ହୋଇ ପଡ଼ିଲି l ହଠାତ ମୁଁ ନିଜକୁ ସମ୍ଭାଳି ନେଇ କାରଣ ଖୋଜିଲି l ପୂର୍ବ ପୁରୁଷଙ୍କ ସମୟରୁ ଆମ ପରିବାରରେ ଏକ ନିୟମ ଅଛି ଯାହାକୁ ମୋର ବାପା, ଜେଜେ ମାନୁ ଥିଲେ l ସେଇଟି ହେଉଛି ବାହାର ପାକ ସିଦ୍ଧ, ଫଳମୂଳ ବ୍ୟତୀତ, ଯେକୌଣସି ଖାଦ୍ୟ ଦ୍ରବ୍ୟ କିଣି ଘରକୁ ଆଣିଲେ ସର୍ବ ପ୍ରଥମେ ସେହି ଖାଦ୍ୟରୁ ଖୁବ ଅଳ୍ପ କିଛି ଘର ଅଗଣା ବାହାରେ ଫିଙ୍ଗା ଯାଏ l ରାତିରେ ଆମ ଘରେ ଆମିଷ ପଶେନି କିମ୍ବା ବାହାରୁ କେହି ଆଣନ୍ତିନି l ଆମିଷ କେବଳ ଦିନରେ ଆଣନ୍ତି l ଯଦି ବା କେବେ କୁଣିଆ ରାତିରେ ଆଇଁଷ ଆଣି ଆସନ୍ତି ତେବେ କଞ୍ଚା ମାଛ ବା ମାଂସର ଟୁକୁରା ବାହାରେ ଫିଙ୍ଗା ଯାଏ ଓ ରନ୍ଧା ସାରିଲେ ଦୁଇଟି ପତ୍ର ଠୋଲା, ଗୋଟିକରେ ତରକାରୀ ଓ ଅନ୍ୟଟିରେ ପାଣି ରଖି ଘର ହତା ବାହାରେ ରଖାଯାଏ l କିନ୍ତୁ ସେଦିନ ଝିଅ ଜୋଇଁଙ୍କ ମେଳରେ ମୁଁ ସେହି ନିୟମଟିକୁ ପୁରାପୁରି ଭୁଲି ଯାଇଥିଲି l

     ଏହି ନିୟମକୁ ପାଳନ କରିବାର ତାତ୍ପର୍ଯ୍ୟ ହେଉଛି ବାୟୁ ମଣ୍ଡଳରେ ଆମ ଚାରି ପାଖେ ଘୁରି ବୁଲୁଥିବା ଅତୃପ୍ତ ଆତ୍ମା ବା ଅପଦେବତାଗଣଙ୍କୁ ସନ୍ତୁଷ୍ଟ କରିବା ଓ ସେମାନଙ୍କ ନକାରାତ୍ମକ ପ୍ରଭାବରୁ ଆମ ପରିବାରକୁ ମୁକ୍ତ ରଖିବା l ଆଧି ଭୌତିକ ବିଜ୍ଞାନ (paranormal science)ଅନୁଯାୟୀ ଅନେକ ନକାରାତ୍ମକ ଊର୍ଜା ସୃଷ୍ଟିକାରୀ ତତ୍ତ୍ୱ ଅଦୃଶ୍ୟ ରୂପେ ଆମ ପାଖରେ ସର୍ବଦା ଉପସ୍ଥିତ ଅଛନ୍ତି l ଏମାନଙ୍କ ଛଡ଼ା ଅନେକ ହଁ କାରଆତ୍ମକ ସତ୍ତା ବି ଅଛନ୍ତି ଯେଉଁମାନେ ଆମର ହିତାକାଂକ୍ଷୀ  l ସୁତରାଂ ଆଜିକାଲି ଦୁନିଆଁ ରେ ହୁଏତ ଉକ୍ତ ପ୍ରସଙ୍ଗ ଅପ୍ରାସଙ୍ଗିକ କିମ୍ବା ହାସ୍ୟାସ୍ପଦ ହୋଇପାରେ l ମାତ୍ର ଆମ ପୂର୍ବ ପୁରୁଷଗଣ ମାନିଥିବା ଉକ୍ତ ନିୟମ କେବେ ସୁଦ୍ଧା ଆମ ପାଇଁ ଆଦୌ ଅମଙ୍ଗଳ ନୁହେଁ ଯେତେ ଦୂର ମୋର ବିଶ୍ୱାସ l ଏହି ନିୟମ ଯଦି ଟିକେ ମାନିବା ତେବେ କ୍ଷତି କଣ?


Rate this content
Log in

Similar oriya story from Fantasy