STORYMIRROR

SURESH KUMAR SETHI

Romance

3  

SURESH KUMAR SETHI

Romance

ପ୍ରେମର ସ୍ପର୍ଶ

ପ୍ରେମର ସ୍ପର୍ଶ

1 min
224

ପ୍ରେମ ଏକ ଶିହରଣ ଅଥବା ଉଦ୍ବେଳନ | ପ୍ରେମର ପୁଲକ ଆଚ୍ଛନ୍ନ କରେ, ଆସକ୍ତ ବି କରେ |ପ୍ରେମ ଘନ ଅନ୍ଧାରରେ ହାତ ଧରି ଡାକିନିଏ ଅନେକ ଦୂରକୁ | ପ୍ରେମର ପକ୍ଷୀରାଜ ଚଢ଼ି କେହି କେହି ପହଞ୍ଚି ଯାଆନ୍ତି ମନର ମଣିଷ ପାଖରେ |ପୁଣି ପ୍ରେମ ପାଇଁ କେବେ କେବେ ସୃଷ୍ଟି ହୁଏ ମହାଭାରତ |ପ୍ରେମକୁ ନେଇ କବିର କଳ୍ପନା, ପ୍ରେମକୁ ନେଇ ଚିତ୍ରକାରର ସର୍ଜନା, ଆଉ ପ୍ରେମକୁ ନେଇ କଳା କାରର ମୂର୍ଚ୍ଛନା | ଖୁବ୍ ସୁନ୍ଦର ଏହାର ପ୍ରତିବିମ୍ବ ଓ ପ୍ରତିଫଳନ |ହେଲେ ପ୍ରେମ ଏକ ଅନିଶ୍ଚିତତା |ଅନିଶ୍ଚିତତା ଭିତରେ ପ୍ରେମକୁ ପାଇହୁଏ ବୋଲି କୁହାଯାଏ |ସିନେମାରେ ପ୍ରେମକୁ ନେଇ ରହିଛି ପୃଥକ ଅନୁଭବ |ପ୍ରେମର ଅମରତ୍ୱକୁ ପ୍ରତିପାଦିତ କରିଛି ଅନେକ ଭାଷାର ଚଳଚିତ୍ରର କାହାଣୀ ଓ ସଂଗୀତ |ସାରା ସୃଷ୍ଟି ପ୍ରେମର ମାୟା ଜାଲରେ ଛନ୍ଦି ହୋଇ ରହିଥାନ୍ତି |ସ୍ନେହ ଭଲପାଇବା ଓ ତ୍ୟାଗର ପ୍ରତୀକ ହେଉଛି ପ୍ରେମ |ଏହା ସତ୍ୟ, ଚିରନ୍ତନ ଓ ଶାଶ୍ୱତ |ଏଠି କିଛି ନଥାଏ ପାଇବାର ଲାଳସା |


Rate this content
Log in

Similar oriya story from Romance