Ramakrushna Dakua

Tragedy

5.0  

Ramakrushna Dakua

Tragedy

ପିଲାଖାଇ ଡାହାଣୀ

ପିଲାଖାଇ ଡାହାଣୀ

3 mins
722


ପିଲାଖାଇ ଡାହାଣୀ

--------------------

ଛି ଛି ଛି...ଛି ..ତମର ୟେ ରାଜଧାନୀ ନା ଫାଜଧାନୀ ବା ! ରାଗ ଗର ହୋଇ ସାହିଟାକୁ ପକେଇ ଉଠେଇ ଥିଲା ରଙ୍କ ଗଉଡ ଭାରିଜା | ସେ ବି ଠିକ୍ କହିଲା, ସେ ପିଲା ବେଳେ ଆଗରୁ ଅନେକ ଥର ଶୁଣିଛି, ଶୁଣିଛି କିସ ବା ! ଗାଁ ବଣରୁ ଜାଳେଣୀ ଭାର ଆଣିବା ବେଳେ ତିନି ମାସକୁ ଥରେ ରାସ୍ତା କଡେ କେହି ନା କେହି ଦିନକର ପିଲାକୁ ପିନ୍ଧା ଲୁଗାରେ ଗୁଡେଇ ଫୋପାଡ଼ି ଚାଲିଯାଏ | ଗାଁ ମାଇପେ ଭାର ରଖି ସେ ଛୁଆକୁ ଆଣନ୍ତି | ପବନ ବେଗରେ ଖବର ପ୍ରଚାର ହୁଏ ଯେ, ଅମକ ଯାଗାରୁ ପିଲାଟେ ମିଳିଛି | ପିଲାକୁ ଦେଖିବାକୁ ଆଖପାଖର ଗାଁ ଲୋକେ ଭିଡ଼ ଜମାନ୍ତି | ଗୋଟେଇ ଆଣିଥିବା ମହିଳାଙ୍କ ଘରେ ସେ ଦିନ ସୋରିଷ ପକାଇବାକୁ ଜାଗା ନଥାଏ | ତା ପରେ କ'ଣ ହୁଏ କେହି କିନ୍ତୁ କିଛି ବି ଖବର ରଖନ୍ତିନି | ସେ ପିଲା ମଲା କି ବଞ୍ଚିଲା ଜାଣିବାକୁ ଚେଷ୍ଟା ବି କରନ୍ତିି ନାହିଁ | ପୁଣି କେବେ ରାସ୍ତା କଡ଼ରୁ ନବଜାତକ ଶିଶୁ କି ଭୃଣ ଉଦ୍ଧାର ହେଲେ ସେହି ପୁରୁଣା କଥା ଯେମିତି , କୋଉ ପୋଡ଼ାମୁହିଁର ଏ ପାପ ସନ୍ତାନ କେଜାଣୀ ଯଉବନ ଯଦି ଏତେ ଛନ ଛନ କରୁଥିଲା ପିଲା ଜନମ ପରେ କାହାକୁ ଦାନ ଦେଇ ଦେଲାନି ? ପିଲା ଖାଇ ଡାହାଣୀ ତାକୁ ମରଣ ଯା ନ ହେଉ ଛି ଛି କି ପାପ କରିଥିଲା ଏ ପିଲା ? ଜୀବନ ବଞ୍ଚିଗଲେ ଜାରଜ ଭଳି ଜୀବନ ବିତାଇବ | ହେ ପ୍ରଭୁ କିଏ ବା ସେ ଟୋକି ତା ଯଉବନ ଯଦି ଏତେ ଛନ ଛନ ହେଉଥିଲା ଘରେ କହିଲାନି ଯାହା ସହ ମୁହଁ କଳା କଲା ସେ ହିଁ ମଥାରେ ନାଲି ଗାର ଦେଇ ଏ ପିଲାର ପରିଚୟ ଦେଇଥାନ୍ତା | ଏମିତି ଅନେକ କଥା କହୁଥାଏ ରଙ୍କ ଗଉଡ଼ ଭାରିଜା, କେହି ନଶୁଣିଲେ ବି ତା ୧୭ ବର୍ଷିୟା ନାତୁଣି ଯିଏ ଏବେ ଏବେ ରମାଦେବୀ କଲେଜ ଯାଉଛି ସେ କିନ୍ତୁ ମୁଣ୍ଡରେ ହାତ ଦେଇ କଇଁ କଇଁ ହେଇ କାନ୍ଦୁଛି | ନିରବ ନିଶ୍ଚଳ ହୋଇ ଜେଜେ ମାଆ କଥାକୁ ଅଟକାଇ ପାରୁନି | କିଛି କହିବାକୁ ଚାହୁଁଛି କିନ୍ତୁ କହିପାରୁନି|

....କିଛି ସମୟ ପରେ ପୋଲିୟ ଭ୍ୟାନ ହର୍ଣ୍ଣ ଶୁଣି ଯିଏ ଯୁଆଡେ ଥିଲେ ସମସ୍ତେ ଆସିଲେ | ଖବର ମୋ ପାଖକୁ ବି ଆସିଲା | ଶୁଣା କଥ କଣ କି ରୀଜଧାନୀ ଶେଷ ମୁଣ୍ଡରେ ସକାଳୁ ସକାଳୁ ଗୋଟେ ଦିନେ କି ଦି' ଦିନର ଛୋଟ ଶିଶୁଟିଏ ଉଦ୍ଧାର ହୋଇଛି ଭଲରେ ନୁହେଁ ସାହି କୁକୁରମାନେ କଣ ତା ଅବସ୍ଥା ରଖିଛନ୍ତି ! ଦରମରା କରିଦେଇଛନ୍ତି ଭଲ ହେଲା ରଙ୍କ ଗଉଡ଼ ଭାରିଜା ନାତୁଣୀ ଦେଖିଲା ବୋଲି ସେ କୁକୁରକୁ ଆଡ଼େଇ ପିଲାକୁ ଉଦ୍ଧାର କରିଛି | ସାହି ଲୋକଙ୍କୁ କହିବା ପରେ ପୋଲିସ ଆସିଛି |

ଉଦ୍ଧାର ପିଲାକୁ ନେଇ ଡାକ୍ତରଖାନା ଯାଇଛି ପୋଲିସ | ପାଖରେ ଓଡ଼ିଶାର ବଡ଼ ଚ୍ୟାନେଲର ଅଫିସ, ସଙ୍ଗେ ସଙ୍ଗେ ପବନ ବେଗରେ ଖବର ପ୍ରସାରଣ କରିବାରୁ ଓଡ଼ିଶାବାସୀ ଏ ବିଷୟରେ ଜାଣି ପାରିଲେ | ରଙ୍କ ମାଇପ କିନ୍ତୁ କହିଲା ଏ ଟିଭିବାଲା ପିଲାକୁ ଆଗ ବଞ୍ଚା ଆଉ ଏ ପିଲାର ମା କିଏ ବାପ କିଏ ଦୁନିଆକୁ ଜଣା ହେଲା | ହଁ ଭରି ଷ୍ଟୋରି ଫାଇଲ କରିବାକୁ ଟିମ୍ ଆସିଗଲା |

ରଙ୍କ ଭାରିଜା ୟା ଭିତରେ କେତେ ଦିଅଁ ଦେବତା ଡାକିସାରିଲାଣି | ହେ ମା ଶିଖରଚଣ୍ଡି ଏ ପିଲାଟାକୁ ବଞ୍ଚେଇ ଦେ | ଦରକାର ପଡ଼ିଲେ ମୁଁ ଏ ପିଲାର ଲାଳନ ପାଳନ କରିବି | ଖାଲି ସେ ପୋଡ଼ାମୁହିଁ ମାଆକୁ ଯାହା ମରଣହଉନି | ତୋର ଯଦି ପିଲା କରିବାକୁ ନଥିଲା ଓଷୁଧ ଖାଇ ପେଟରେ ହିଁ ମାରି ଦେଲୁନି ! କଳଙ୍କିନି ଯଉବନ ଉଛୁଳିଥିଲା ତ ପିଲାକୁ ଆଦରି ନେଲୁନି ? ସଞ୍ଜ ଯାଏ ରଙ୍କ ଭାରିଜା ଏମିତି ଗପୁ ଥାଏ ପାଖରେ କଲେଜ ପଢୁଆ ନାତୁଣୀ ଜେଜେ ମା କଥାକୁ ଗପ ଭଳି ଶୁଣୁଥାଏ | ଶେଷରେ ଗୋଟାଏ କଥା କହିଲା | ଜେଜି ତୋ କଥା ନା ଗପ ହେଲେ ବି ସତ ଲୋ | ହାଁ...କହି ପୁଣି ଭେଁ ଭେଁ ରଡ଼ି ଛାଡ଼ିଲା...


Rate this content
Log in

Similar oriya story from Tragedy