STORYMIRROR

Sunanda Mohanty

Horror Tragedy Action

3  

Sunanda Mohanty

Horror Tragedy Action

ପିଲାଦିନ

ପିଲାଦିନ

2 mins
231


ପିଲାଦିନେ ପିଲାମାନେ ପିଲାମନ ନେଇ ଡରି ଯାଆନ୍ତି ଟିକେ ଟିକେ କଥାରେ ଯେମିତି କି ବୋଉ "ବୁଢାମ୍ୟାଉଁ" ଆସିଲା କହିଲେ ଢକ କରି ଢ଼ୋକି ଦିଏ ଅରୁଚିଯୁକ୍ତ ମନନଥିବା ଖାଦ୍ୟ ଆଉ ଏଇ ଦେଖ "ଡିକ୍ସ ଡ଼କ୍ସ ଡ଼ାଈ" ତ ଶୋଇଯାଏ ଆଖିବୁଜି ଚୁପଚାପ, ଏକଥା ବଡହେବା ପରେ ବୋଉ ଯେବେ କହେ ନିଜେ ନିଜକୁ ଧିକ୍କାରି ଚୁପ ହୋଇଯାଏ, ଆଉ ସେଇଥିପାଇଁ କି କଣ କେଜାଣି ଭୂତ ପ୍ରେତ ଗପ ରେ ବା ଅସ୍ତିତ୍ବ ରେ ବା ପ୍ରମାଣ ବିହୀନ, ସେମାନଙ୍କ ସ୍ଥିତି ମତେ ଜମା ବିଶ୍ୱାସ ହୁଏନା ଯେ ମଣିଷ ମରିଗଲା ପରେ ଭୂତ, ପ୍ରେତ ଅବା ଡାହାଣୀ ବା ପିଶାଚୁଣୀ କି ଚିରୁଗୁଣୀ ହୋଇଯାଏ ବୋଲି, ମୁଁ ନିଶ୍ଚିନ୍ତ ଯେ ଏଇ ବୋଉ ଭଳି ଆଇ ଜେଜେମା, ପିଇସୀ ଅବା ମାଉସୀ, ଖୁଡ଼ୀ ମାଇଁ ମାନଙ୍କ କାରସାଦି ଛଡ଼ା ଆଉ କିଛି ନୁହେଁ ଏସବୁ, ପିଲାଙ୍କୁ ବୁଝେଇ ଶୁଝେଇ ରଖିବା ବଦଳରେ ଡରେଇକି ରଖିବାର କଳା କୌଶଳ ଭିତରେ ଏଇ ଭୂତ ପ୍ରେତ ର ଅବାସ୍ତବ କାହାଣୀ l

   ମୋ ପିଲାଦିନର ସେଇ ଡର ପରେ ନିର୍ଭିକତା ମତେ କିଶୋର ଅବସ୍ଥାରେ କରିଦେଲା ସାହସୀ, ସେହି ଇଂରାଜୀ ପତ୍ରିକା, "ଉଇଜଡ଼ମ" ରେ ବାହାରୁଥିବା କିଛି ଗଲ୍ପ, ଯେଉଁଗୁଡିକ କେବଳ ଡରର ଅନ୍ୟ ନାମ ବଖାଣୁଥିବା କେତେଗୁଡିଏ ଶବ୍ଦ ଏଇ ଭୂତ ଅବା ପ୍ରେତ, ସେଇ ସବୁ କାହାଣୀ ଗୁଡିକ ପଢି ମୁଁ ମାମୁଁଘରେ ରହୁଥିବା ସମୟରେ ମାଇଁ ମାନଙ୍କ ଆଗରେ, ସେଇସବୁ ଗଲ୍ପଗୁଡିକ ଖୁବ ସୁନ୍ଦର ଭାବେ ଉପସ୍ଥାପନା କଲା ବେଳେ ସେମାନେ ଆକଟ କରନ୍ତି, ସାଇ ରେ ମରିଯାଇଥିବା ସମ୍ପର୍କୀୟ "କ୍ଷତି ମାଉସୀଙ୍କ" ଭୂତ ସନ୍ଧ୍ୟାରେ ବାହାରୁଛି କହି ସନ୍ଧ୍ୟାପରେ କୁଆଡେ ବାହାରିବାକୁ ବାରଣ କରନ୍ତି, ହେଲେ ସମୟ କ୍ରମେ ସାହସ ର ସହିତ ମୁଁ ପ୍ରମାଣ କରିଥିଲି କ୍ଷତି ମାଉସୀ ନୁହନ୍ତି, ଜହ୍ନ ଓ ଇଲେକ୍ଟ୍ରି ଖୁଣ୍ଟି ର ମଝିରେ ଥିବା ଚାଳଘରୁ ଓହଳିଥିବା କୁଟା ହିଁ ଏସବୁ ଭୟ ଓ ଅନ୍ଧବିଶ୍ୱାସ ର ପରିଣତି l

   ଆଜି କିନ୍ତୁ ହାରିଯାଇଛି ମୁଁ ଓ ମୋ ମନ, ସିନେ ପ୍ରେମୀମାନଙ୍କ ପ୍ରତି ଥିବା ଅହେତୁକ ଦୁର୍ବଳତା ହୁଏତ ମତେ ବାଧ୍ୟ କରିଛି ସିଦ୍ଧାର୍ଥ ଶୁକ୍ଳା ଙ୍କ ଆତ୍ମା ର ବୟାନ ହୁଏତ ସତ, "ଷ୍ଟିଭ ହବ"ଦାବି କରୁଥିବା କଥା ହୁଏତ ସତ, ଏହାପୂର୍ବରୁ କଞ୍ଚା ବୟସରେ ଆମକୁ ଛାଡି ଚାଲିଯାଉଥିବା ଅନେକ ଲୋକ ତାରକା ବନ୍ଧୁ ପରିଜନ ଙ୍କ ଭଳି ସିନେ ତାରକା, "ସୁଶାନ୍ତ ସିଂ ରାଜପୁତ" ଙ୍କ ଆତ୍ମାକୁ ମଧ୍ୟ ସେ ପ୍ରଶ୍ନ ପଚାରି ଉତ୍ତର ପାଇସାରିଛନ୍ତିର ଦାବି ଆଜି ପୁଣି ସିଦ୍ଧାର୍ଥ ଶୁକ୍ଳା ଙ୍କ କ୍ଷେତ୍ରରେ ସତ ହୋଇଥିବ ବୋଲି ମୋର ବିଶ୍ୱାସ ଏଇଥିପାଇଁଯେ, ତାଙ୍କ ଆତ୍ମା ତାଙ୍କ ମାଆ, ଭଉଣୀ କି ପ୍ରେମିକା ବା ଭାବିପତ୍ନୀ "ସେହେନାଜ ଗିଲ" ଙ୍କ କଥା ନପଚାରି ପଚାରିଛନ୍ତି ସେହି କଥା କହିପାରୁନଥିବା ମଣିଷର ପରମ ବିଶ୍ୱସ୍ତ ବନ୍ଧୁ ଶ୍ଵାନ ର କଥା, ପ୍ରକୃତରେ ମାଆ ଭଉଣୀ ସ୍ତ୍ରୀ ଙ୍କୁ କେହି ପୁଅ ବା ଭାଈ ବା ପ୍ରେମିକ କି ସ୍ୱାମୀ ଆଜି ନହେଲେ କାଲି ମିଳିଯିବ ହେଲେ ସେଇ ନିରୀହ ଜନ୍ତୁ କଥା ବୁଝିବାକୁ କେତେଜଣ ତତ୍ପର ? ମୁଁ ବି ମରିବା ପରେ ହୁଏତ ମୋ ଆତ୍ମାକୁ ପଚରାଗଲେ ମୁଁ ବି ପଚାରିବି ଭଗବାନଙ୍କୁ କୁକୁରମାନଙ୍କ ପାଇଁ ସୃଷ୍ଟିରେ କଣ ରଖିଛନ୍ତି ଖାଦ୍ୟ ରୂପେ, କେତେଜଣ ଦରଦୀ ତିଆରିଛନ୍ତି ବୁଲାଜନ୍ତୁମାନଙ୍କ ସାହାର୍ଯ୍ୟାର୍ଥେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror