Prasant Kumar Nath

Drama Others

3  

Prasant Kumar Nath

Drama Others

ଫେକ ଆଇଡି

ଫେକ ଆଇଡି

3 mins
7.1K


ଆଜିର ଦିନରେ ଫେସବୁକ ସମସ୍ତଙ୍କ ପାଇଁ ଏକ ଅବିଛେଦ୍ୟ ଅଙ୍ଗ ପାଲଟି ଗଲାଣି । ଯେତେବେଳେ ଯାହାକୁ ଟିକେ ଫ୍ରି ମିଳୁଛି ସଂଗେ ସଂଗେ ଫେସବୁକ ଖୋଲି ବସି ଯାଉଛି । ଆଜିକାଲିତ ବହୁତ ଗୁଡିଏ ଡାଟା ଅଫର ମିଳୁଛି । ୫୦ କି ୧୦୦ ଦେଲେ ଗୋଟାଏ ମାସ ଆରାମରେ ବ୍ୟବହାର କରି ହେଉଛି । ସେଥିପାଇଁ କାହାକୁ ଆଉ ଅସୁବିଧା ହେଉନି । ଆହୁରି ଦେଖିବେ ଏବେ ସକାଳୁ ଉଠି ପ୍ରଥମେ ଫେସବୁକ ଅପଡେଟ କରାଯାଉଛି । କିଏ ପାଡିଲା କି ଛିଙ୍କିଲା ତାକୁ ମଧ୍ୟ ଫେସବୁକରେ ଅପଡେଟ କରିଦେଉଛି ।

ଏମିତି ଫେସବୁକର ଅନେକ ଅପବ୍ୟବହାର ମଧ୍ୟ କରାଯାଉଛି ।ଫେସବୁକରେ ଏବେ ଶହ ଶହ ଫେକ ଆଇଡି । କିଏ ଝିଅ ପିଲାଙ୍କ ନାମରେ ଆଇଡି ଖୋଲିଲାଣିତ କେଉଁ ଅସୁନ୍ଦରୀ ଝିଅ ହିରୋଇନ ଫୋଟୋ ଲଗେଇ ଟୋକାଙ୍କୁ ବଇଆ କଲାଣି । କେଉଁ ବୁଢା ସଲମନ ଫୋଟୋ ରଖି ଟୋକିଙ୍କୁ ଲାଇନ ମରିଲାଣି । ବୟସ ୪୦ ହୋଇଥିଲେ ଫେସବୁକର ବୟସ ୨୨ । ସୁନ୍ଦରୀ ଝିଅ ଦେଖି ସକାଳୁ ଗୁଡ଼ ମର୍ନିଂ ଆଉ ରାତିକୁ ଗୁଡ଼ ନାଇଟ ମାସେଜ । ଝିଅଙ୍କ ପୋଷ୍ଟରେ ଲାଇକ କମେଣ୍ଟ ।

ଅସୀମା ସେଦିନ ଫେସବୁକରେ ବିଜିଥାଏ । ଏଇଟା ତାର ନିତିଦିନିଆ କାର୍ଯ୍ୟ । କେଜାଣି କାହିଁକି ଫେସବୁକ ନଖୋଲିଲେ ତାକୁ କିଛି ଭଲ ଲାଗେନା । ଖାଲି ଅସୀମା ପାଇଁ କାହିଁକି ଆଜିକାଲି ଅନେକ ଲୋକଙ୍କ ସମୟ ଅତିବାହିତ କହିବାର ଏକ ମାଧ୍ୟମ ସାଜିଛି ଫେସବୁକ । ଏହି ଫେସବୁକ ଦ୍ୱାରା ଅନେକ ଅଜଣା ତଥ୍ୟ ମଧ୍ୟ ଜାଣି ହୁଏ । ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶି ହୁଏ ।

ଅସୀମା ସେଦିନ ସାଙ୍ଗ ମାନଙ୍କ ସହ ଚାର୍ଟିଙ୍ଗ କରୁଥାଏ । ପରେଶ ପଟ୍ଟନାୟକ ନାମକ ଏକ ଆଇଡିରୁ ଏକ ମାସେଜ ଆସିଲା ହାଏ... ଅସୀମା ରିପ୍ଲାଇ କରିଥିଲା ହ୍ୟାଲୋ.... ତାପରେ ତାଙ୍କର କଥା ବାର୍ତ୍ତା ଆରମ୍ଭ ହୋଇଥିଲା। ଆଉ ଚାର୍ଟିଙ୍ଗ କରିଥିଲେ । ଧୀରେ ଧୀରେ ସେହି ଚାର୍ଟିଙ୍ଗ ପ୍ରେମର ରୂପ ନେଇଯାଇଥିଲା । ଦୁହେଁ ଦୁହିଁଙ୍କ ସହ କଥା ନହେଲେ ଭଲ ଲାଗୁନଥିଲା ।

ସମସ୍ତେ କୁହନ୍ତି ପ୍ରେମ ଅନ୍ଧ । ତାହା କେବେ ହୋଇଯାଏ କେମିତି ହୋଇଥାଏ କାହାକୁ ଜଣାନଥାଏ । ପ୍ରେମ ହେଉ ହେଉ ହୋଇଥାଏ । ପ୍ରେମ କେବିବି ହୃଦୟର କଲିଂବେଲ ମାରି ଆସିନଥାଏ । ପ୍ରେମ ଆସିଥାଏ ଆଉ ସିଧା ଧସେଇ ପସିଥାଏ ହୃଦୟରେ । ସେମିତି ମଧ୍ୟ ପ୍ରେମ ରୂପକ ପବିତ୍ର ଭାବନାଟି ପଶି ଆସିଥିଲା ଅସୀମାର ହୃଦୟକୁ। କିନ୍ତୁ ସେ କେବେବି ଭାବିନଥିଲା ସେହି ପ୍ରେମଟି ଦିନେ ତାକୁ ଏମିତି ଏକ ବଡ଼ ଧୋକା ଦେଇଦେବ ବୋଲି ।

ସେମାନଙ୍କ ପ୍ରେମ ଏତେ ନିବିଡ଼ ହୋଇଥିଲା ଯେ ଦୁହେଁ ଦୁହିଁଙ୍କୁ ବୁଝିବାକୁ ମଧ୍ୟ ସମୟ ପାଇନଥିଲେ । ଅସୀମା ଦେଖିଥିଲା ପରେଶର ବୟସ ଦେଖାଉଥିଲା ୨୪ ବର୍ଷ । ଆଉ ଅସୀମା ତାଙ୍କୁ ବିବାହ କରିବାକୁ ମନେ ମନେ ସ୍ଥିର କରିନେଇଥିଲା । ଆଉ ଏକଥା ପରେଶଙ୍କୁ ମଧ୍ୟ ଜଣାଇଥିଲେ । ପରେଶ କହିଥିଲେ କିନ୍ତୁ ତୁମେ ମୋ ବିଷୟରେ କିଛି ଜାଣିନା ଅଥଚ ମୋତେ ବହାହେବାକୁ ସ୍ଥିର କରି ସାରିଲାଣି । ପ୍ରଥମେ ତୁମେ ଏ ନିଷ୍ପତି ନେବା ପୂର୍ବରୁ ମୋ ବିଷୟରେ ଭଲ କରି ଜାଣିବା ଆବଶ୍ୟକ । ଅସୀମା କହିଥିଲା ଏତେ ସୁନ୍ଦର କଥାବାର୍ତ୍ତା କରୁଥିବା ଆଉ ଏତେ କେୟାର ନେଉଥିବା ସାଥି ବିଷୟରେ ଆଉ କଣ ଜାଣିବା ଆବଶ୍ୟକ । ଅସୀମା ପ୍ରେମରେ ଏମିତି ଉବୁଡୁବୁ ହେଉଥିଲା ଯେ କିଛି ବୁଝିବାକୁ କି ଜାଣିବାକୁ ଚାହିଁନଥିଲେ ।

ପରେଶ ଯେତେ ବୁଝେଇଲା ପରେବି ଅସୀମା ବୁଝିବାକୁ ନାରାଜ । ଶେଷରେ ଅସୀମା ଘରୁ ଲୁଚି ଚାଲିଯାଇଥିଲା ପରେଶ ପାଖକୁ । କିନ୍ତୁ ସିଏ ଯାହା ଦେଖିଲା ଆଉ ନିଜକୁ ବିଶ୍ୱାସ ମଧ୍ୟ କରି ପାରିଲା ନାହିଁ । ପରେଶର ବୟସ ଥିଲା ୪୫ ବର୍ଷ ଆଉ ତାଙ୍କ ସ୍ତ୍ରୀଙ୍କ ସହ ତାଙ୍କର ଛାଡପତ୍ର ହୋଇ ଯାଇଥିଲାି । 

ଆସିମାର ପଦତଳୁ ମାଟି ଖସି ପଡ଼ିଲା । କିନ୍ତୁ ସେତେବେଳକୁ ନେଡି ଗୁଡ଼ କହୁଣୀକୁ ବୋହି ଯାଇଥିଲା । ଅସୀମା ଘର ଛାଡ଼ି ଚାଲି ଆସିଥିଲା । ବାଧ୍ୟ ହୋଇ ସେହି ପରେଶଙ୍କ ସହ ବକୀତକ ଜୀବନ କଟିଥିଲା ସେ । 

********

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ପ୍ରୀତିପୁର,ଯାଜପୁର

  


Rate this content
Log in

Similar oriya story from Drama