Rekharani Sahu

Tragedy Inspirational

3  

Rekharani Sahu

Tragedy Inspirational

ପବିତ୍ର ବନ୍ଧୁତା

ପବିତ୍ର ବନ୍ଧୁତା

3 mins
158


  

ଆଇଡିଆ ବକ୍ସ ଥିମ୍ - ମରୁଭୂମିର ବାଲି

  ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଏମିତି କିଛି ଘଟିଚାଲେ ଯାହା ଆମେ କେବେ ଜାଣି ପାରନ୍ତିନି। ଯେବେ ସମୟ ସହ ମଣିଷ ତାଳ ଦେଇ ଚାଲି ନପାରେ, ସେତେବେଳେ ସେ ଅଣନିଶ୍ଵାସୀ ହୋଇ ଚାଲେ। ସେଇ ନିଶ୍ଵାସ ପ୍ରଶ୍ୱାସ ପାଇଁ ତ ଏଇ ନିରିମାଖୀ ଜୀବନ ଟେ ବଞ୍ଚିଛି । ମୋହ ମାୟା ଗ୍ରସ୍ତ ହୋଇ ନିଜକୁ ଗୌରବାନ୍ୱିତ କରିବାକୁ ଅବିରତ ଚେଷ୍ଟା ଜାରି ରଖିଛି। ଅବିରତ ନିଜର ଆଭିଜାତ୍ୟ ର ନାଡା ବଜେଇ ବଞ୍ଚିବାକୁ ଚେଷ୍ଟା କରେ। କିନ୍ତୁ କ'ଣ ସେଇ ଆଭିଜାତ୍ୟ ପରମ୍ପରା ଜୀବନ ବଞ୍ଚିବାରେ କେବେ ସାହଯ୍ୟ କରୁଛି ନା କରିବ। ଏମିତି କୋଟି କୋଟି ମଣିଷ ନିମିଷକ ମଧ୍ୟେ ଶେଷ ହେଉ ଯାଉଛନ୍ତି। କେତେ ସ୍ଵପ୍ନ କେତେ ଆଶା ଛାଡ଼ି ଦେଇ ଜୀବନ ଚାଲୁଛନ୍ତି। କିନ୍ତୁ କ'ଣ ଲାଭ ପାଉଛନ୍ତି। ଏବେ ଯୋଉ ମହାମାରୀ ଗ୍ରାସ କରିଛି ଜଗତକୁ, ଏଠି ଛୁଆ ଠାରୁ ବୁଢା କେହି ବି ତା ଦୟାର ଶିକାର ହେଇପାରନ୍ତି ନାହିଁ। କାହିଁକି ନା ଆମେ ବି ତା ପାଖେ ଦୋଷୀ।


  ପ୍ରକୃତିର ଭାରସାମ୍ୟ ଆମ ଦ୍ୱାରା ହିଁ କ୍ଷତିଗ୍ରସ୍ତ। ସେ ଯେବେ କରାଳ ରୂପ ଧରି ମହାମାରୀ ରୂପେ ତାଣ୍ଡବ ରଚିଛି, ମଣିଷ ମରିଯାଉଛନ୍ତି ମରୁଭୂମି ର ବାଲି ପରି। ଏଠି କୁଢ କୁଢ ଶବ ପଡୁଛି, କିଏ କାହାର ଶବ ସତ୍କାର କରିବାକୁ ପାଉଛି ତ କିଏ ଅପରିଚିତ ହୋଇ ଇଲେକ୍ଟ୍ରି ଚୁଲା ରେ ପୋଡି ହୋଇ ପାଉଁଶ ହେଇ ଯାଉଚି।


  ତଥାପି ମଣିଷ ଆଜି ଯାଏ ଶିଖି ପାରୁନି, ମନ ମଧ୍ୟରେ ହିଂସା, ଦ୍ଵେଷ ରଖି ଜୀବନ ବଞ୍ଚୁଛି। ଉପରେ ମିଠା ମିଠା କଥା କହି ଭିତରେ ଜହର ଦେଉଛି। ବିଶ୍ଵାସ ର ଦ୍ୱାହି ଦେଇ ନିଶ୍ଵାସ ରୁଦ୍ଧ କରିଦେଉଛି। ମରୁଭୂମି ର ମରୀଚିକା ଯେପରି ଇତଃସ୍ତତଃ ଭାବେ ଭ୍ରମିତ କରାଏ ଠିକ୍ ସେପରି।


 ଏମିତି କିଛି ଘଟଣା ଦିନେ ଦୋହଲାଇ ଦେଲା ଛବି କୁ। ଛବି ରାଧୁ ସାହୁ ଝିଅ। ରୂପରେ ଗୁଣରେ ପାରଙ୍ଗମ। କିନ୍ତୁ ସେ ଟିକେ ସରଳ ଯାହା ତା ପାଇଁ କାଳ ସାଜେ ସବୁବେଳେ। ସେ ଜଲଦି ବିଶ୍ବାସ କରିଦିଏ ଅବିଶ୍ୱାସକୁ। ଦିନେ ଏମିତି ମନରେ ସ୍ଥିର କରେ ସେ ନିଜକୁ ଏକୁଟିଆ ରଖିବ ପଛେ, ସ୍ୱାର୍ଥ ଥିବା ମଣିଷ ମାନଙ୍କ ସହ ବନ୍ଧୁତା କେବେ କରିବନି ! କିନ୍ତୁ ଅନ୍ୟର ଦୁଃଖ କେବେ ସେ ସହି ପାରେନି ସେଥିପାଇଁ ତା ଜୀବନ ଟା ମରୁଭୂମି ପାଲଟି ଯାଏ। କହିବାକୁ ଅନେକ ଚାହେଁ କି ମୁକ୍ତି ଚାହେଁ କିନ୍ତୁ ସେ ନକହି ପାରି ଚୁପ୍ ରହେ। କାହା ମନରେ ଆଘାତ ଦେବା ତା ଉଦ୍ଦେଶ୍ୟ କେବେ ନଥାଏ।


ଏମିତି ସମୟ ସହ ତା'ର ଭଲ ବନ୍ଧୁତା ହୁଏ ସୋସିଆଲ ମିଡିଆ ଫେସବୁକ ସାହାଯ୍ୟରେ। ବହୁ ବିଶ୍ବସ୍ତ ଆଉ ସହଯୋଗୀ। କେବେ ସେ ଖରାପ ବ୍ଯବହାର ପାଏନି ସେମାନଙ୍କ ଠାରୁ। ଦିନ ପରେ ଦିନ ବର୍ଷ ପରେ ବର୍ଷ ବିତି ଚାଲେ। ପ୍ରତ୍ୟେକ ଦିନ ତା ସହ କିଛି ଆଳାପ ହୁଏ ଖାଲି କଥାବାର୍ତ୍ତା ହୁଏ। ବନ୍ଧୁତା ଏତେ ବଢିଯାଏ। କିନ୍ତୁ କେବେ ଭେଟ ହୁଏନି। ଖାଲି ଯେ ନିବିଡତା ହିଁ ପ୍ରେମ ସେ କଥା ନୂହେଁ। ବନ୍ଧୁତା ଠାରୁ ପବିତ୍ର ଶବ୍ଦ କେଉଁଥିରେ ନାହିଁ କହିଲେ ଚଳିବ କିନ୍ତୁ ତାହା ନିସ୍ୱାର୍ଥପର ହେବା ଦରକାର।


  ସମୟ ଅନୁସାରେ ରାଜୁ, ବିଜୁ ଯେ କି ଛବି ର ଭଲ ବନ୍ଧୁ ଥିଲେ..... ତାଙ୍କ ଭିତରୁ ରାଜୁ ର ଦେହ ବହୁତ୍ ଖରାପ ହେବାକୁ ଲାଗିଲା। ସେ କାହାକୁ ନଜଣାଇ ନିଜେ ମେଡିସିନ ଆଣି ଖାଇଲା। ଆଜିକାଲି ଯାହା ହେଲେ ସମସ୍ତେ ଭାବନ୍ତି କରୋନା ହେଇଚି, ସେଇଠିକି ଯିବା ନାହିଁ। ନିଃସଙ୍ଗତା ହିଁ ଜୀବନ ନିଏ। ଯାହା ଏଇ କରୋନା ଶିଖାଇ ଦେଲା କିନ୍ତୁ କେହି ବୁଝି ନପାରି ହିଂସା ଦ୍ଵେଷ ସହ ବଞ୍ଚି ରହିଛନ୍ତି। ଆଜି ନହେଲେ କାଲି ଆମ ପାଳି ଆସିବ ଆମେ ବି ବାହୁଡିବା ମଶାଣି ତୁଳସୀ ସହ ବନ୍ଧୁତା କରିବାକୁ।


   ଛବି ସନ୍ଦେସ ଦିଏ ରାଜୁ କୁ କି ଯେମିତି ଅଛୁ ଜଲଦି ଭଲ ହେଇଯା। କିନ୍ତୁ କିଛି ଉତ୍ତର ପାଏନାହିଁ। ଏମିତି କେତେ ଦିନ ପରେ ସେ ସୋସିଆଲ ମିଡିଆ ଦେଖେ, ଆଉ ଆଖିକୁ ବିଶ୍ବାସ କରି ପାରେନି କି ରାଜୁ ଆଉ ଦୁନିଆରେ ନାହିଁ। ଶେଷ ନିଃଶ୍ୱାସ ତ୍ୟାଗ କରି ସେ ବି ହେଇଯାଇଚି ଗୋଟେ ଛବି ଯୋଉଥିରେ ଚାବି ତ ଅଛି ହେଲେ ସେ ଅଚଳ ପାଲଟି ଯାଇଛି।


  ଧିରେ ଧିରେ ସେ ରାଜୁ ବିଷୟରେ ଜାଣିବାକୁ ପାଏ ଯେ ରାଜୁ କରୋନା ରେ ଆଖି ମୁଜି ଦେଇଛି। ତା ଶେଷ ଦେହ ମଧ୍ଯ ଆଉ ଘର ଲୋକଙ୍କ ପାଖକୁ ନଆସି ସେ ସେଇ ଇଲେକ୍ଟ୍ରୋନିକ୍ସ ଚୁଲା ରେ ଶେଷ ଜଡ ଟା ଜଳି ଗଲା। ଆଉ ସଲ ପାଇଁ ଯାହା ବଳିଲା ତାହା ଆସି ଘରେ ପେତ ସାଜିଲା। ଆଉ ସେପଟେ ଛବି ନିଜ ମସ୍ତିଷ୍କ ସ୍ଥିର କରି ପାରେନି।


 ବାକି ରହିଲା ବିଜୁ, ସେ ବି ବେଳେବେଳେ ଛବି ସହ କଥା ହୁଏ। କିଛି ଦିନ ପରେ ସେ ଅଜବ ବ୍ୟବହାର ଦେଖାଏ। ଅଣଦେଖା କରିବାକୁ ଚେଷ୍ଟାକରେ। ସତେ ଯେପରି ସେ ହିଁ ଦୋଷୀ, ଆଉ ସଭିଙ୍କ ଜୀବନ ଯାଉଚି ଶୋଷୀ। ଏମିତି ଅଣଦେଖା ଦେଖି ଛବି ଦୁରେଇ ରହେ ସଭିଙ୍କ ଠାରୁ। ଆଉ ଯୋଉ ବନ୍ଧୁତା ପାଇଁ ଦିନେ ସେ ଗର୍ବ ଅନୁଭବ କରୁ ଥିଲା ସେ ସବୁ ନିମିଷକରେ ଉଭାନ ହେଇ ଗଲା... । ଆଉ ଯାହା ବାକି ଥିଲା ତାହା ଏ କରୋନା ହିଁ ନେଇଗଲା। ଏବେ ଛବି ର ଜୀବନ ମରୁଭୂମି ର ବାଲି ସଦୃଶ୍ୟ। ଯୋଉଠି ସବୁ ତ ଅଛି ହେଲେ ସେ ସଦା ରହିଯାଏ ଅବହେଳିତ। କିନ୍ତୁ ତା ପବିତ୍ର ବନ୍ଧୁତା ସଦା ତା ସହ ଭଲଭାବେ ଜଡିତ। ସେ ମରୁଭୂମିର ବାଲି ସାଜି ହେଉ କିମ୍ବା ହେଉ ମରୀଚିକା ଦିନ ସହ ରାତି ଲୁଚୁକାଳି ଖେଳେ ମିଛି ମିଛିକା।।

                          


Rate this content
Log in

Similar oriya story from Tragedy