Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ପାପୀ

ପାପୀ

3 mins
5



  ଗଞ୍ଜା ଲଢେଇ ଚାଲିଥିଲା. କିଏ ଧଳା ଗଞ୍ଜାକୁ ବାଜିରେ ଜିତିବ କହୁଥିଲା ତ ତା ମାଲିକ ଖୁସିରେ ପଚାଶଟଙ୍କା ଧରାଇ ଦେଉଥିଲା ପୁଣି କିଏ ନାଲି ଗଞ୍ଜା ଜିତିବ କହୁଥିଲା ତ ତା ମାଲିକ ଆଜି ତା ଗଞ୍ଜା ଜିତିଲେ ନାଲି ବୋତଲ ଦେବାର ପ୍ରତିଶ୍ରୁତି ଦେଉଥିଲା. ଯୋଉ ଗଞ୍ଜା ଯେତିକି ହାଲିଆ ହେଉଥିଲା ଅପର ପକ୍ଷ ସେତିକି ତାଳି ବଜାଇଚାଲିଥିଲା. ଯୋଉ ଗଞ୍ଜା ଯେତିକି ରକ୍ତାକ୍ତ ହେଉଥିଲା ବିରୋଧୀ ଗୋଷ୍ଠୀର ଉନ୍ମାଦନା ସେତିକି ବଢୁଥିଲା. ଶେଷକୁ ହାର ଜିତରେ ନିଶ୍ଚୟ ଜଣେ ଜିତିବ ଓ ଜଣେ ହାରିବ ନା ତ ନାଲି ଗଞ୍ଜାଟା ବେକ ମୋଡି ତଳେ ପଡିଗଲା ପରେ ପଦନା ସହ ତା ଦଳ ଅପସରି ଯାଇଥିଲେ ଜଣଙ୍କ ପରେ ଜଣେ ଆଉ ପଦନା ବେକ ମୋଡି ପଡ଼ିଥିବା ଗଞ୍ଜାଟାକୁ ବାରିପଟେ ପକେଇ ରାତି ସାରା ଦାନ୍ତ ରାଗଡୁଥିଲା ବେଳେ ଭୋର ଭୋର ବର୍ଷାରେ କୁଆଁତାରା ପଡିଲା ବେଳକୁ ବର୍ଷା କଚାଡୁ ଥିଲା. ସକାଳୁ ସକାଳୁ ଗଞ୍ଜାଟା କାହିଁ ରଡି ଛାଡ଼ୁନି ବୋଲି ପଦନା ବୋଉ ବାଡ଼ିପଟ ଖୋଲି ଦେଖିଥିଲା ବେଳକୁ ବେକ ମୋଡି ପଡ଼ିଥିବା ଗଞ୍ଜାକୁ ଉଠେଇବା ପାଇଁ କୁକୁଡ଼ାଟି ଚେଷ୍ଟା କରି କରି ବିଫଳ ହେଲା ପରେ ଡେଣା ମେଲେଇ ଛତା ପରି ଟେକି ରଖିଛି ଗଞ୍ଜା ଉପରେ. ବୋଉ ଆଖିରେ ଲୁହ ଦେଖି ପଦନା କହୁଥିଲା ଆଲୋ କିଏ ଜନମ ହେଲେ ଯୁଗରାଇଜ ଭୋଗିବ? ଦିନେନା ଦିନେ ମରିବ କିନ୍ତୁ ଗଞ୍ଜାଟାକୁ ଏତେ ଖୁଦ, ଚାଉଳ, ଗହମ ଦେଇ ପାଳୁଥିଲୁ କଣ ତୋ ପୁଅର ମାନ ସମ୍ମାନ ଏମିତି ପଦାରେ ପକେଇ ହାଟରେ ଗଡେଇ ମାରିବାକୁ?ମତେ ଜି ଥାଉ ଥାଉ!

  ବୋଉ ସେଦିନ ରୋଷେଇ କରିନଥିଲା କି ତରକାରୀ ଛୁଇଁ ନଥିଲା. ବାପା କହୁଥିଲେ ପୁଅ ଯଦି ଗୁଣର ହେଲା ଧନ କାହିଁ ପାଇଁ ସଞ୍ଚିବି ପୁଅ ଯଦି ବାଳୁଙ୍ଗା ହେଲା ଧନ କାହିଁ ପାଇଁ ସଞ୍ଚିବି? 

ପଦନା କହୁଥିଲା ଆଜି ଯାଏଁ ବାଇକଟେ ଦେଇପାରିଲନି ପୁଅକୁ ଏଥିରେ ଭାଷଣ ମାରିଲେ କେତେ ନମାରିଲେ କେତେ. କଣ କରିପକେଇଲି କି ମତେ ଏତେ କଥା. ହଉ ମୁଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି କହି ସେହିଦିନ ସବୁ କୁକୁଡ଼ା ଗଞ୍ଜା ଉଡେଇଦେଇଥିଲା ପଦନା ରାତି ଆସିବା ଢେର ଆଗରୁ ଆଉ ବାହାରି ଯାଇଥିଲା ଘରୁ. ବୋଉଟା ବିଚାରୀ ରଥ ଉପରେ ଜଗନ୍ନାଥଙ୍କୁ ହାତଯୋଡି ଡାକୁଥିଲା ମୋ ପୁଅକୁ ଭଲ ବୁଦ୍ଧି ଦିଅ ଠାକୁର. ନବଦିନ ବ୍ୟାପୀ ପୁରୀରେ ଠାକୁରଙ୍କ ପାଖେ ଅଧିଆ ପଡି ବୋଉ ଫେରିଲା ବାହୁଡା଼ ଦିନ ଗାଁକୁ.ଦେଖିଲା ବେଳକୁ ଘରେ ଲାଗିଛି ଠିଆପାଲା. ପୁଅ ପଦନା ଫେରିଛି କିନ୍ତୁ ସ୍କୁଟିରେ ବସାଇ ଘରକୁ ଫେରିଛି ଗୋଟେ ଝିଅ ସହିତ . ବାପା ଗର୍ଜ୍ଜନ କରୁଛନ୍ତି ମୋ ମାନ ସମ୍ମାନ ସବୁ ବୁଡେଇଲୁ. ଗଣଧର୍ଷଣର ଶୀକାର ହୋଇଥିବା ସ୍କୁଟିବାଲି ଝିଅକୁ ନେଇଆସିଛୁ ମୋ ସାତ ପୁରୁଷି ପାଣି ପାଇବେ ତା ହାତରୁ!ଯୋଉ ବାଟେ ବାଟେ ଆସିଛୁ ସେଇ ବାଟେ ବାଟେ ଫେରିଯା କହୁଛି. ବୋଉଟା ନଥ କରି ବସିପଡ଼ିଲା. ଜଗନ୍ନାଥେ ଏ କି ପରୀକ୍ଷା ପ୍ରଭୁ. ପଦନା କହୁଥିଲା କଣ ଭୁଲ ମୋର? ମୁଁ କଣ କାହାର ଇଜ୍ଜତ ନେଇଛି ନା ଅସମ୍ମାନିତ କରିଛି କାହାକୁ? ଡାକ୍ତରୀ ପଢି ଡାକ୍ତରାଣୀ ହୋଇ ଶହ ଶହ ରୋଗୀ ବଞ୍ଚାଉଥିବା ଝିଅଟାକୁ ଗଣଧର୍ଷଣକାରୀଙ୍କଠୁ ଉଦ୍ଧାର କରି ଯଦି ମୁଁ ତୁମ ସାତପୁରୁଷର କଳଙ୍କ ସାଜିଲି ତେବେ ଯାଉଛି ଝିଅଟା ଯୋଉ କୁଆଖାଇ ନଦୀ ଭିତରକୁ ଡେଇଁବା ପୂର୍ବରୁ ରକ୍ଷା କରିଥିଲି ସେଇ କୁଆଖାଇ ନଦୀରେ ଠେଲି ଦେଇ ଆସିବି. ଏମିତିରେ ତ ଅନେକ ପାପ କରି ମୁଁ ପାପୀ.

  କୋଉଠି ଥିଲା ପଦନା ବୋଉ କହିଲା ରହ ପଦନା. ବୁଲି ଚାହିଁଲା ପଦନା. ବୋଉ ହାତରେ ବନ୍ଦାଣ ଥାଳି. ଥାଳିରେ ଦୀପ, ଫୁଲ, ଚନ୍ଦନ, ସିନ୍ଦୁର,କସ୍ତୁରୀ ଦୁବ ଓ ପତ୍ର ବରକୋଳି ଆଉ ବୋଉ ପକାଉଥିଲା ହୁଳହୁଳି. ବୋହୁକୁ ନେଇ ଘରକୁ ଯିବା ପୂର୍ବରୁ ଝିଅର ବାପା ପୋଲିସ ନେଇ ପହଁଚିଲେ. ବନ୍ଦାପନାରୁ ଉଠେଇ ନେଲା ଝିଅକୁ ପୋଲିସ ତ ପଦନା ବୋଉ ବାହୁନା ପକେଇଥିଲା ତ ଏଇ ପ୍ରଥମ ଥର ବାପା ବୋଉକୁ ଚୁପ ହୋଇଯାଅକହୁଥିଲେ.ସେ ଝିଅ ନାବାଳିକା ନୁହେଁ ସେ ନିଶ୍ଚୟ ଫେରିବ.ତୁମ ପୁଅର ଯେତେ ରିଷ୍ଟ ଥିଲା କଟିଗଲା ପଦନା ବୋଉ, ପଦନା ଆମର ପାପୀରୁ ତପି ହୋଇଗଲା. ପଦନା ବୋଉ ଘରକୁ ଦାଣ୍ଡ ଦୁଆର ହେଉଥିଲା. ସତରେ ବୋହୂଟା ଫେରିବତ? ତା ଆଖିରେ ନାଚୁଥିଲା କୁକୁଡ଼ାଟି ସେଦିନ ଡେଣା ଘୋଡେଇ ବେକମୋଡି ପଡ଼ିଥିବା ଗଞ୍ଜା ଉପରେ ବର୍ଷା ପାଣି ଅଟକେଇବାର ଅପଚେଷ୍ଟାକୁ. ଆଜି ତା ପୁଅ ପଦନା ବେକମୋଡି ପଡିଛି ଠିକ ସେଦିନ ପରି ।


Rate this content
Log in

Similar oriya story from Tragedy