Basanti Pattnaik

Tragedy

3  

Basanti Pattnaik

Tragedy

(ପାଇଟି ବାଲି)

(ପାଇଟି ବାଲି)

2 mins
257


 କୋମଳ ମତୀ ଶିଶୁ ଟିକୁ ସ୍ତନ୍ୟପାନ କରାଉଥିବା ଅବସ୍ଥା ରେ ହଠାତ୍ ଏକ ବିକଟାଳ ଚିତ୍କାର ରେ ମୁଁ ଇତସ୍ତତଃ ହୋଇ ପଡିଲି ଓ ଶୀଘ୍ର ଛୁଆ ଟିକୁ ଜାକି ରୁମ୍ ବାହାରକୁ ଚାଲି ଆସିଲି, ଆଖି ଆଗରେ ଯାହା ଦେଖିଲି ମୋର ରୋମ ଟାଙ୍କୁରି ହୋଇ ଉଠିଲା, ନିଜ ଆଖିକୁ ବିଶ୍ବାସ କରିପାରିଲି ନାହିଁ, ମୋର ପାଖ ଘର ର ବୋହୂ ଟିକୁ ତାର

ଦିଅର ନିର୍ମମ ଭାବେ ପିଟି ଚାଲିଥାଏ, ତା ପାଖରେ ଠିଆହୋଇଥାଏ ତାର ପାଗଳ ସ୍ବାମୀ ଓ ପାଂଚ ବର୍ଷର 

ପୁତ୍ର ।

       ନାରୀ ଟି ନିଜ ସୁରକ୍ଷା ପାଇଁ ଦିଅର ର ହାତକୁ

 କାମୁଡି ଦେଲା ଠିକ୍ ସେତିକି ବେଳେ ଦିିଅର ସ୍ତ୍ରୀ ଟି  ଦ‌‌‌‌ଉଡି ଆସି କ୍ରୋଧିତ ହୋଇ ଖରାପ ଭାଷାରେ ଗାଳି କରି

ବଡ଼ ଯାଆ ଟିର ଚୁଟିକୁ ଧରି ବୁଲାଇ ଦେଲା କାରଣ ସେ

ତାର ଆକ୍ଷି ଆଗରେ ତା ସ୍ବାମୀ ର ରକ୍ତ ହାତ କୁ ଦେଖି

  1. ପାରିଲାନି,ତାର ପତ୍ନୀ ପ୍ର୍ରେମ ପ୍ରବଳ ମାତ୍ରାରେ ଜାଗ୍ରତ ହୋଇଉଠିଲା,ସେ ବଡ଼ ଯାଆ ଟିର ଚୁଟିକୁ ହାତରେ ଧରି ବୁଲାଇ ଦେଲା,ବଜାତ୍ ମାଇକିନିଆ କୁ

 ‌‌‌    ଜୋର୍ ରେ ପିଟ, ପୋଡ଼ା ମୁହିଁ ଉତ୍ପାତ ହେଉଛି, କେତେ ସାହାସ କାମୁଡି ପକାଉଛି, ଏହି ଭଳି କୁ ଭାଷାରେ ଗାଳି କରୁଥାଏ,ଦିଅର ର ପୁରୁଷତ୍ବ ଆହୁରି ଜାଗି ଉଠିଲା

 ସେ ଅସାହୟା ନାରୀ ଟିକୁ ଘୋଷାରି ଘୋଷାରି ପିଟି ଚାଲିଲା,ପାଗଳ ସ୍ବାମୀ ଓ ପାଞ୍ଚ ବର୍ଷର ପୁତ୍ର

ଏ ସବୁ ଘଟଣା କୁ ନିର୍ବିକାର ଭାବରେ  ଦେଖୁଥାନ୍ତି

କୋୖଣସି ପ୍ରତିକ୍ରିୟା ମୁଁ ସେମାନଙ୍କ ଆକ୍ଷିରେ ଦେଖିପାରିଲିନି,ସତେ ଯେପରି ତାଙ୍କ ଜୀବନ ର ନିତିଦିନିଆ ଘଟଣା, ଦେଖିଲି ଘଟଣା ଥମିଗଲା ଓ ଅତ୍ୟାଚାରିତା ନାରୀ ଟି କ୍ରନ୍ଦନ ରତ ଅବସ୍ଥାରେ ତା ଛୁଆଟିକୁ ଭିଡ଼ିଧରି ରୁମକୁ ତାର ଚାଲିଗଲା ତାର ପାଗଳ ସ୍ବାମୀ ଟି ତା ପଛେ ପଛେ ଢଳି ଢଳି ଘର ଭିତରକୁ ଗଲା, ଦିଅର ବାବୁଟି ଯୁଦ୍ଧରେ   ବିଜୟ ଲାଭ କଲାପରି ତାଙ୍କ ବେଡ୍ ରୁମ୍ କୁ ଚାଲି

 ଏସି ଚଲାଇ ଖଟରେ ଶୋଇପଡ଼ିଲେ, ପତ୍ନୀ ସାଙ୍ଗେ ସାଙ୍ଗେ

ଥଣ୍ଡା ପାଣି ଆଣି ତାଙ୍କ ମୁହଁ ପୋଛି ଦେଇ ପିଆଇ ଦେଲେ

ଗୁଣୁ ଗୁଣୁ ହୋଇ ବଡ଼ ଯାଆକୁ ଗାଳି ଚାଲିଥାନ୍ତି, ଶାଳୀ 

 ମାଇକିନା ଘର ର ବାତାବରଣ କୁ ନଷ୍ଟ କରି ଦେଉଛି ।

           ମୋର ବେଶୀ ସମୟ ଠିଆ ହେବା

  ଉଚିତ୍ ମନେ କଲିନି, ନିଜକୁ ଅସହାୟ ମନେ କଲି

  କାରଣ ମୁଁ ଏକ ନାରୀ ହୋଇ ଆଉ ଗୋଟିଏ ନାରୀ ର‌ ଏହି ଭଳି ପରିସ୍ଥିତି କୁ ଗ୍ରହଣ କରିପାରିଲିନି, ନାରୀତ୍ବ ଅଭିମାନ ଓ ସ୍ବାଭିମାନ ରେ ଜାଗ୍ରତ ହୋଇ ଉଠିଲା, ପ୍ରତିକ୍ରିୟାଶୀଳ ହୋଇ ଉଠିଲି, ପାଟି ରୁ ବାହାରି ପଡ଼ିଲା

ଅପା କ'ଣ ହେଲା ଭାଇ ଏତେ ରାଗୁଛନ୍ତି କାହିଁକି,ସେ ଉତ୍ତର ଦେଲେ ତୁମେ ଯାଣିନ ଗରିବ ଘରର ଝିଅ ବଡ଼ ଘରେ

ବୋହୂ ହୋଇଛି,ଦେଢସୁର ପାଗଳ ବୋଲି ଗରୀବ ଝିଅ ଆଣିଲୁ ଘର କାମ କରିବା ପାଇଁ,ପାଇଟି କରିବ, ସମସ୍ତଙ୍କୁ

 ମାନିବ କିନ୍ତୁ ଆମ ମାନଙ୍କ ସହିତ ସମାନ ହେବାକୁ ଚେଷ୍ଟା

 କରୁଛି, ଆମକୁ ଜବାବ୍ ଦେଉଛି, ମଝିରେ ମଝିରେ ପେଟେଣ୍ଟ ମେଡିସିନ ଦରକାର, ତୁମେ କୁଆଡେ ହଠାତ୍

 ଅସମୟରେ ଆମ ଘରକୁ ବୁଲି ଆସିଲ? ମୁଁ ନିରବ ରେ 

‌‌ହସିଦେଲି, ଆସୁଛି କହି ଫେରି ଆସିଲି, ଘରକୁ ଆସି ରାତିସାରା ଭାବିଲି...... ଗରିବ ଝିଅଟିର ଧନୀକ ଶ୍ରେଣୀର

 ଝିଅ ବୋହୁ ସହିତ ନିଜକୁ ତୁଳନା କରିବା କଣ ଭୁଲ୍?

 କୋୖଣସି ଅନ୍ୟାୟର ପ୍ରତିବାଦ କରିବା କଣ ଭୁଲ୍?

 ବୋହୂ କୁ ପାଇଟି ପାଇଁ ବୋହୁ କି ବିଚାର? 


 


 

 ମାତ୍ରାରେ ଜାଗ୍ରତ

ହୋଇ ଉଠିଲା,ବଜାତ୍ ମାମଇକିନିଆ କୁ ଜୋର୍ ରେ

ପିଟି ପକାଅ।




Rate this content
Log in

Similar oriya story from Tragedy