jyotsna mayee panda

Tragedy

4  

jyotsna mayee panda

Tragedy

ପାହାଡି କନ୍ୟା

ପାହାଡି କନ୍ୟା

5 mins
252


ସେ ଚିର ସବୁଜିମା ଭରା ଶାନ୍ତ ପ୍ରକୃତି କୋଳ ରେ ବନ ପାହାଡ଼ ପରିବେଷ୍ଟିତ ଗାଁ ସୁନ୍ଦରବନ l ଗାଁ କୁ ଯିବା ପାଇଁ ଏକ ସୁନ୍ଦର ଅଙ୍କା ବଙ୍କା ସର୍ପିଳ ରାସ୍ତା ସତେ ଯେମିତି କୋଉ ଚିତ୍ର କର ର ଅଧା ଅଙ୍କା ଚିତ୍ର ଟେ l. ରାସ୍ତା ର ଦୁଇ କଡ ରେ ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ମହୁଲ ଏମିତି କେତେ ପ୍ରକାର ଜଙ୍ଗଲୀ ଗଛ l ସତେ ଯେମିତି ସେ ପବନ ର ସ୍ନିଗ୍ଧ ସ୍ବର୍ଶ ରେ ଦୋହଲି ଯାଇ ସ୍ୱାଗତ ଜଣାଇବାରେ ତତ୍ପର ହୋଇ ଉଠିଛନ୍ତି ମଣିଷ କୁ l ଆଧୁନିକ ସଭ୍ୟ ଦୁନିଆ ଠୁ ଅନେକ ଦୁର ରେ ରହିଛି ସେ ମାଲକାନଗିରି ର ସୁନ୍ଦର ଗାଁ ଟା l ଗାଁ ର ନା ହେଉଛି ସୁନ୍ଦରବନ l କୁଆଡେ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ତାର ନା ସୁନ୍ଦରବନ ରଖା ଯାଇଛି କୋଉ ଅବାହମାନ କାଳ ରୁ l କେତେ ମଣିଷ ଏ ରାସ୍ତା ଦେଇ ନିଜ ଜୀବନ ର ଶେଷ ଯାତ୍ରା କରିଛନ୍ତି ଆଉ କେତେ କୁଆଁରୀ ବଧୂ ବେସରେ ଏଇ ରାସ୍ତା ଦେଇ ନିଜ ପାଇଁ ଏକ ସୁନ୍ଦର ନୀଡ଼ ରଚନା କରିବା ସକାଶେ ବିଦାୟ ହୋଇ ଯାଇଛନ୍ତି ଅନ୍ୟ ଗାଁ କୁ l ଖାଲି ସେ ଦୁଃଖଦ ସମୟ କୁ କେବଳ ଏ ବୃକ୍ଷ ରାଜି ହିଁ ମରମେ ମରମେ ଅନୁଭବ କରିଛନ୍ତି l ଆଉ ଛିଡା ହୋଇଛନ୍ତି ମୁକ ସାକ୍ଷି ହୋଇ l ଅନତି ଦୂର ରେ କୁଳୁ କୁଳୁ ନାଦ ରେ ବହିଯାଉଛି ସୁନ୍ଦର ଝରଣା ଟିଏ l ଗାଁ ର ଅଧିକାଂଶ ଲୋକ ଆଦିବାସୀ ସମ୍ପ୍ରଦାୟ ର l ଆଧୁନିକ ସଭ୍ୟତା ଆଉ ଶିକ୍ଷା ଠୁ ଅନେକ ଦୂର ରେ ଥିଲେ ବି ମନ ସେମାନଙ୍କର ସଫେଦ କାଗଜ ଭଳି ସଫା l ଛନ୍ଦ, କପଟ, ର କୁଟିଳ ବନ୍ଧନୀ ରୁ ନିଜ କୁ ସମ୍ପୂର୍ଣ ଭାବେ ଦୁରେଇ ରଖିଛନ୍ତି ଏ ଆଦିମ ଅଧିବାସୀ l ସୁକୁଟା ର ଗୋଟେ ବୋଲି ଝିଅ ଝଲ୍ଲିକି l ଗୋରା ନ ହେଲେ ବି ଚିକଣି କlଳି ଟା.... ତିଳଫୁଲ ପାରି ନାକ ଆଉ ସେ ନାକରେ ହଳଦୀ ରଙ୍ଗ ର ନାକଫୁଲ ଟା ବେସ ମାନେ ଝିଲ୍ଲିକି କୁ l କେତେ ସରlଗ ରେ ତାକୁ ରଖିଥିଲା ତl ମା ସନିଆ lହେଲେ ଵିଧି ର ବିଧାନ କେ କରିବ ଆନ..... ସନିଆ ତାର ଦ୍ୱତୀୟ ସନ୍ତାନ ଟିକୁ ଜନ୍ମ ଦେଇ ଚାଲିଗଲା ଆର ପାରିକି l କେତେ ଦିନ ପରେ ସେ କଁଅଳା ପିଲାଟା ବି ଯତ୍ନ ଅଭାବ ରୁ ମରିଗଲା l ସନିଆ ଯିବା ପରେ ସୁକୁଟା ବି ଆଉ କାମ ଧାମ କଲାନି ଖାଲି ହାଣ୍ଡିଆ ପିଇ ବୁଲିଲା..... l ଘରେ ବୁଢ଼ୀ ଆଇ ଆଉ ଝିଲ୍ଲିକି ବହୁ ଦୁଃଖ କଷ୍ଟ ରେ କାଳାତିପାତ କରୁଥିଲେ l ସୁକୁଟା ର ଏ ଅବସ୍ଥା ଦେଖି ବୁଢ଼ୀ ଆଉ ଗୋଟେ ସ୍ୱାମୀ ପରିତ୍ୟତା ସହିତ ତାକୁ ପୁଣି ଥରେ ବାହା କରେଇ ଦେଲାl ଭାବିଲା ତାର ବି ଛୁଆଟେ ଅଛି ଆଉ ସେଥିପାଇଁ ସେ ଏ ଝିଲ୍ଲିକି କୁ ବି ଆପଣେଇ ନେବ l ହେଲେ ଫଳ ହେଲା ଓଲଟା..... ସାବତ ଝିଅ ବୋଲି ଝିଲ୍ଲିକି କୁ ବହୁତ ଦୁଃଖ ଦେଲା... ଭଲ ରେ ଗଣ୍ଡେ କହିବାକୁ ଦେଲାନି l ଘର ର ଯାବତୀୟ କାମ ର ବୋଝ ତl ମୁଣ୍ଡ ରେ ଲଦି ଦେଲା l ସୁକୁଟାକୁ ବି ତl ବିରୁଦ୍ଧରେ କୁ ମନ୍ତ୍ରଣା ଦେଇ ତାକୁ ମାଡ ମରାଇଲା l ଏସବୁ ଦୁଃଖ ଦେଖି ବୁଢ଼ୀଟା ବି ଆଖି ବୁଜି ଦେଲା l ଏବେ ଝିଲ୍ଲୀକି ପୁରା ଏକା ହୋଇଗଲା l ଏମିତି କେତେ ଦିନ ବିତିଗଲା ଆଉ ଝିଲ୍ଲିକି ଏଵେ ଗୋଟେ ସୁନ୍ଦର ତରୁଣୀ ଆଉ ସେ ଗାଁ ର ରlକା କୁ ଭଲପାଇ ବସିଲା l ଭାବିଲା ଏତେ ଦୁଃଖ ଭିତରେ ବି ତାକୁ କେହିଜଣେ ଭଲ ପାଉଛି ଆଉ ସୁନ୍ଦର ସଂସାର ଟେ ତିଆରି କରିବା ପାଇଁ ମନେ ମନେ ଅନେକ ସ୍ବପ୍ନ ଦେଖିଲା l ରାକା ଗରିବ ହେଲେ ବି ମନ ଟା ଖୁବ ବଡ଼ ଥିଲା l ଜଙ୍ଗଲ ରୁ କାଠ, ଝୁଣା, ମହୁଲ ଆଜି ସଂଗ୍ରହ କରି ବେସ ଦୁଇ ପଇସା ରୋଜଗାର କରୁଥିଲା l ହେଲେ ତା ମାର ଦିହ ବହୁତ ଖରାପ ହେବାରୁ ଆଉ ସେ ପଇସା ତାକୁ ଅଣ୍ଟୁ ନ ଥିଲା l ଦିନେ ରାତିରେ ସେ ଗାଁ କୁ ଦଳେ ମାଓବାଦୀ ଆସିଲେ ଆଉ ଅଧିକା ପଇସା ରୋଜଗାର କରିବାର ସ୍ବପ୍ନ ଦେଖେଇ ରାକା ଆଉ ଦୁଇ ତିନି ଜଣ ପିଲାଙ୍କୁ ନେଇଗଲେ ତାଙ୍କ ସହିତ l ଆଉ ବିଚାରି ଝିଲ୍ଲିକି ର ସ୍ବପ୍ନ ପୁରା ହୋଇ ପାରିଲାନି l ସେଦିନ ରାତିରେ ରାକା ତା ପାଖକୁ ଆସିଥିଲା କହିଲା ଆଉ କେତେ ଦିନ ରହି ସେ ବହୁତ ପଇସା ନେଇ ଆସିବ ଆଉ ତାକୁ ବାହା ହୋଇ ରାଣୀ କରି ରଖିବ l ହେଲେ ଏବେ କେତେ ଦିନ ବିତିଗଲା ଆଉ ରାକା ର କୌଣସି ଖୋଜ ଖବର ନାଇଁl ଏମିତି କେତେ ଦିନ ବିତିଗଲା ସେପଟେ ସାବତ ମା ର ପ୍ରରୋଚନା ପଡି ବାପା ବି ସାବତ ହୋଇ ଗଲାଣି l ଦିନେ ତା ସାବତ ମା ତା ବାପା ବୟସ ର ଲୋକ ସହିତ ତା ବାହାଘର ଠିକ କେଇଦେଲା l କୁଆଡେ ତାର ପ୍ରଥମ ସ୍ତ୍ରୀ ମରି ଯାଇଛି ସେଥିପାଇଁ ସେ ଝିଲ୍ଲିକି କୁ ବିନା ଯୌତୁକ ରେ ବାହା ହେବ ବୋଲି ରାଜି ହୋଇଛି l ଆଉ ଏ ସୁଯୋଗ କୁ ସାବତ ମା କେମିତି ବା ହାତ ଛଡା କରିଥାନ୍ତା ସେଥିପାଇଁ ଯଥା ଶୀଘ୍ର ବାହାଘର ଟା ସାରିଦେଲା l ଆଉ ଯାହାକୁ ସେ ବାହା ହୋଇ ଥିଲା ସେ ତ ମଣିଷ ନ ଥିଲା ଥିଲା ଗୋଟେ କାମୁକ ପିଚାଷ ତା ଦେହ ର ଭୋକ ମେଂଟେଇବା ପାଇଁ ବୋଧେ ବାହା ହେଲା ଝିଲ୍ଲିକି କୁ l

ସେ ତା ଶରୀର କୁ ଚିଲ ଶାଗୁଣା ପରିକା ଝୁଣି ପକାଇଲା l ଆଉ ସାବତ ମା ଦୁଃଖ ଠୁ ଏ ଦୁଃଖ ଆହୁରି ବଳିଗଲା l ହେଲେ କଣ କରିବ ସେ ଏତେ ବଡ଼ ଦୁନିଆ ରେ ତା ନିଜର ବୋଲି କେହି ନ ଥିଲେ l ଆଜି ତା ସ୍ୱାମୀ ହାଣ୍ଡିଆ ପିଇ ପ୍ରଚୁର ମାଡଦେଲା ଝିଲ୍ଲୀକି କୁ ରାତି ରେ ଓପାସ ରେ ସୋଇ ପଡିଲା l ନିଦ ଭାଙ୍ଗିବା ପରେ ଦେଖିଲା ସେ ହାଣ୍ଡିଆ ନିଶା ରେ ଚିତ ହୋଇ ସୋଇପଡିଛି l ଆଉ ଏ ସୁଯୋଗ ନେଇ ସେ ଘରୁ ବାହାରି ଜଙ୍ଗଲ ଆଡକୁ ଚାଲିଗଲା l ଏ ନିଶବ୍ଦ ରାତ୍ରି ରେ ସେ କୁଆଡେ ଯିବ କିଛି ଭାବି ପାରିଲାନି l ଠିକ ଏତିକି ବେଳେ ସେ କାହା ପାଦ ର ଶବ୍ଦ ଶୁଣିବାକୁ ପାଇଲା ଆଉ ପଛକୁ ଅନାଇ ଦେଖିଲା ବେଳକୁ ସେ ତାର ଅତି ଆପଣାର ରାକା କୁ ପାଇଲା ହେଲେ ଏ କଣ ହାତ ରେ ବନ୍ଧୁକ ଆଉ ଏବେ ତାଙ୍କ ସର୍ଦାର ପାଲଟି ଗଲାଣି ରାକା l ଆଉ ସେ ଭଲପାଇଥିବା ରାକା ନାହିଁ l ରାକା କହିଲା କୁଆଡେ ସେ ଏବେ ପୋଲିସ ର ମୋଷ୍ଟ ୱାଣ୍ଟେଡ ମାଓବାଦୀ ଆଉ ସେଥିପାଇଁ ସେ ଝୀଳିକି ଜୀବନ ରୁ କୁଆଡେ ଦୁରେଇ ଯାଇଛି ହେଲେ ଝିଲ୍ଲିକି ଠୁ ତା ଜୀବନ କାହାଣୀ ଶୁଣିବା ପରେ ସେ ଅବାକ ହୋଇ ଗଲା ଆଉ ଆଖି ର ସେ ଅଶ୍ରୁ ସବୁ ବନ୍ଦ ବlଡ ଡେଇଁ ସାରିଥିଲେ l ସେଦିନ ସେ ଝିଲ୍ଲିକି କୁ ସାଙ୍ଗରେ ନେଇ ଗଲା ଆଉ ହଠାତ ତା ମନ ରେ ଗୋଟେ ସୁନ୍ଦର ଦୁନିଆ ର ସ୍ବପ୍ନ ଉଙ୍କି ମାରିବାକୁ ଲାଗିଲା ସେ ପ୍ରାଣ ପ୍ରିୟା ଝିଲ୍ଲିକି କୁ ନେଇ l ସେ ତାକୁ ନେଇ ତା କେମ୍ପ ରେ ରଖିଲା l ରାତିସାରା ଆଉ ଦୁହେଁ ସୋଇ ପାରିଲେନି l ଆଉ ରାକା କହିଲା ସକାଳେ ସେ ପୋଲିସ ପାଖରେ ଆତ୍ମସମର୍ପଣ କରି ଗୋଟେ ନୂଆ ଜୀବନ ଜିଇଁବ ତା ଝିଲ୍ଲିକି କୁ ନେଇ ଆଉ ଦିଜଣ ଅପେକ୍ଷା କଲେ ସେ ସୁନେଲି ସକାଳ କୁ କିନ୍ତୁ ପୋଲିସ କୋଉଠୁ ସେ କେମ୍ପ ର ସୂଚନା ପାଇ ଅତର୍କିତ ଭାବେ ଗୁଳି ଚାଳନା କଲା ଆଉ ସେ ଗୁଲି ରେ ରାକା ଆଉ ଝିଲ୍ଲିକି ସବୁଦିନ ପାଇଁ ସୋଇ ପଡିଲେ ସେ ଚିର ନିଦ୍ରାରେ.... ସେ ନିରୀହ ପାହାଡି କନ୍ୟା ଆଜି ସବୁଦିନ ପାଇଁ ଶୋଇପଡ଼ିଲା ସେ ପ୍ରକୃତି ରାଣୀ ର ସ୍ନିଗ୍ଧ କୋଳ ରେ ... ଆଉ ଆର ଦିନ ଖବର କାଗଜ ରେ ବାହାରିଲା ପୋଲିସ ଗୁଲି ରେ ଜଣେ ପୁରୁଷ ଏବଂ ଜଣେ ମହିଳା ମାଓବାଦୀ ମୃତ..... ଆଉ ନିରୀହ ଝିଲ୍ଲିକି କୁ ମାଓବାଦୀ ର ଏକ ନୂତନ ପରିଚୟ ବି ମିଳିଗଲା...... ।



Rate this content
Log in

Similar oriya story from Tragedy