ନ୍ୟାୟ
ନ୍ୟାୟ


ଡାକ୍ତର ଅଭୟ ମାସେ ହେବ ନୂଆ ଗାଁ ଡାକ୍ତରଖାନାକୁ ଡାକ୍ତର ହୋଇ ଆସିଛନ୍ତି। ତାଙ୍କର ସେଠାକୁ ନିଯୁକ୍ତି ଚିଠି ଆସିବାରୁ ଘର ଲୋକ ସବୁ ଡରି ଗଲେ। କାରଣ ଗତ ଦୁଇ ବର୍ଷ ହେଲାଣି ସେ ଡାକ୍ତରଖାନାରେ କିଛି ଆଶ୍ଚର୍ଯ୍ୟଜନକ ଭୟାନକ ଘଟଣା ଘଟୁଛି।
ସମସ୍ତେ କହୁଛନ୍ତି ସେଠାରେ ପ୍ରେତାତ୍ମାର ଛାୟା ଅଛି। କେହି କେହି ରାତିରେ ଦେଖିଛନ୍ତି ଗୋଟିଏ ଲମ୍ବା ବାଳ ଛାଡି ଗୋଟିଏ ଯୁବତୀକୁ ରାତି ସେଠାରୁ ବାହାରି ଜଙ୍ଗଲ ଆଡକୁ ଯିବାରେ। ଯୁବତୀ ପଛ ଆଡୁ ଦେଖିବାକୁ ଯେତେ ସୁନ୍ଦର ଲାଗେ ସାମ୍ନା ଆଡୁ ସେତେ ବିକୃତ ରୂପ... ମାଂସ ସବୁ ଯେମିତି ଝୁଲି ପଡିଛି ମୁହଁରୁ.... ଚାରି ଆଡେ ତା ଦେହରେ କ୍ଷତ ବିକ୍ଷତ... କିନ୍ତୁ ସେ ସାମ୍ନାରେ ଆସିଗଲେ କାହାକୁ କିଛି କରେ ନାହିଁ। ହେଲେ ଲୋକମାନେ ତାକୁ ଦେଖି ଭୟଭୀତ ହୋଇ ଯାଆନ୍ତି। ସେ ପ୍ରତି ଦିନ କେଉଁଠାରୁ ଆସେ ଆଉ କୁଆଡେ ଯାଏ କେହି ବୁଝି ପାରନ୍ତି ନାହିଁ ।
ପୁଣି ଗୋଟିଏ ବର୍ଷ ଭିତରେ ସେ ଡାକ୍ତରଖାନାରେ ଗୋଟିଏ କମ୍ପାଉଣ୍ଡର ଆଉ ଗୋଟିଏ ଡାକ୍ତରଙ୍କର ଅଚାନକ ଦୁର୍ଘଟଣାରେ ମୃତ୍ୟୁ ଘଟିଲାଣି.... ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ....କଣ ଏ ସବୁ ସେ ଅତୃପ୍ତ ଆତ୍ମାର କାମ?
ଅଭୟ କିନ୍ତୁ ଭୂତ ପ୍ରେତ ମାନନ୍ତି ନାହିଁ। ସେ ଦିନ ବର୍ଷା ରାତି। ଖୋ ଖୋ ବର୍ଷା ହେଉଛି। ହଠାତ୍ ଖବର ଆସିଲା ସିନିୟର ଡାକ୍ତର ବିକାଶଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହା ଶୁଣି ଅଭୟ ପୁରା ଆଶ୍ଚର୍ଯ୍ୟ ଆଉ ନିଶବ୍ଦ ହୋଇ ବସିଛନ୍ତି।ମନରେ ତାଙ୍କର ଗୋଟାଏ ପ୍ରଶ୍ନ ଉଠୁଛି ଏ ଡାକ୍ତରଖାନାରେ କଣ ଚାଳିଛି... ଏଠି କାମ କରୁଥିବା ଷ୍ଟାଫ୍ ମାନଙ୍କର ଏମିତି ଦୁର୍ଘଟଣାରେ ଅଚାନକ ମୃତ୍ୟୁ କାହିଁକି ଘଟୁଛି....?ଲୋକମାନେ କହୁଥିବା ଭୂତପ୍ରେତ କଥା... ଅନ୍ଧ ବିଶ୍ୱାସ ନା ସତ....?
ଏପରି କଥା ଚିନ୍ତନରେ ବୁଡି ବସି ଥାନ୍ତି ଡାକ୍ତର ଅଭୟ... ମନକୁ ତାଙ୍କର ଟିକେ ଟିକେ ଭୟ ଆସିଲାଣି... ପୁଣି ସେଦିନ ତାଙ୍କର ସେ ଡାକ୍ତରଖାନାରେ ପ୍ରଥମ ରାତି ଡ୍ୟୁଟି।
ରାତି ପ୍ରାୟ ସାଢେ ଏଗାରଟା। ହଠାତ୍ ନର୍ସ ଆସି ଅଭୟଙ୍କୁ ଆସି କୁହେ ଡାକ୍ତର... ସାର ଗୋଟିଏ ପୋଲିସ କେସ ଆସିଛି...ଦୁଇ ଯୁବକଙ୍କୁ ରକ୍ତାକ୍ତ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ପୋଲିସ ଜଙ୍ଗଲ ପାଖ ରାସ୍ତାରୁ ଉଦ୍ଧାର କରିଛି.... ଜଳଦି ଚାଲନ୍ତୁ... ସେମାନଙ୍କ ଅବସ୍ଥା ଗୁରୁତର...।
ଡାକ୍ତର ଅଭୟ ସଙ୍ଗେ ସାଙ୍ଗ ଆପତ କାଳୀନ ବିଭାଗକୁ ଗଲେ... ଯୁବକ ଦୁଇ ଜଣଙ୍କର ଅବସ୍ଥା ବହୁତ ଗୁରୁତ୍ୱପୂର୍ଣ୍ଣ.... ଦୁହେଁ ମଦ ପ୍ରବଳ ପାନ କରିଛନ୍ତି... ଆଉ କେହି ଜଣେ ସେମାନଙ୍କ ପେଟରେ ବାରମ୍ବାର ଛୁରୀ ପୂରାଇ ଥିବାର ଜଣାପଡୁଛି...।
ଅଭୟ ଯୁବକ ଦୁହିଁଙ୍କର ଚିକିତ୍ସା ଆରମ୍ଭ କରି ସେମାନଙ୍କୁ ଆଇ. ସି. ୟୁ.ରେ ରଖିଲେ।ଆସି ନିଜ କକ୍ଷ ଅଭୟ ବସିଛନ୍ତି... ଆଉ ଭାବୁଛନ୍ତି କେତେ ନିର୍ଦୟ ଭାବେ ଏ ମାନଙ୍କୁ କିଏ ଓ କାହିଁକି ଛୁରୀ ମାରିଛି....?
ଏତିକିବେଳେ ନର୍ସ ଆସି କହିଲା ସାର ଦୁଃଖ ଖବର....ସେ ଦୁଇ ଯୁବକ ଆଉ ନାହାଁନ୍ତି... ତାଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଳୁ ନାହିଁ.... ଡକ୍ଟର ଅଭୟ ଦୌଡି ଯାଇ ଦେଖିଲେ ସେ ଦୁହେଁ ମରି ଯାଇଛନ୍ତି।
ଏତିକିବେଳେ ଅଭୟ ଏକ ବିକଟାଳ କାନ୍ଦିବା ଚିତ୍କାର ଶୁଣିଲେ ଏବଂ ଲମ୍ବା ବାଳ ଥିବା ଯୁବତୀକୁ ଆଇ. ସି. ୟୁ.ରୁ ବାହାରିବା ଦେଖିଲେ...ତାଙ୍କ ମନରେ ଭୟର ଛନକା....ତଥାପି ସତ କଣ ଜାଣିବା ପାଇଁ ସେ ତା ପଛରେ ଗଲେ। ଲୋକମାନେ କହିଲା ପରି ପଛ ପଟୁ ଯୁବତୀଟି ଦେଖିବାକୁ ବହୁତ ସୁନ୍ଦର।
ଯୁବତୀଟି ଜଙ୍ଗଲ ଆଡକୁ ଗଲା...। ଅଭୟ ଜଙ୍ଗଲ ପାଖରେ ଦେଖୁଛନ୍ତି ହଠାତ୍ ଆଉ ଟିକିଏ ଆଗରୁ ମୃତ୍ୟୁ ବରଣ କରିଥିବା ସେଇ ଦୁଇ ଯୁବକ ମଦ ପିଇ ଯୁବତୀ ପାଖକୁ ଆସିଛନ୍ତି....। ଆଉ ଅସଭ୍ୟ ଭାଷା କହି ତାକୁ ଜଙ୍ଗଲ ଭିତରକୁ ଟାଣି ଟାଣି ନେଇ ଯାଉଛନ୍ତି। ଯୁବତୀଟି ଡହଳ ବିକଳ ହୋଇ କାନ୍ଦୁଛି... ତାଙ୍କୁ ବାରମ୍ବାର କହୁଛି ମୋତେ ଛାଡି ଦିଅ... ମୋ ବାପା ଡାକ୍ତରଖାନାରେ ପଡିଛନ୍ତି...ମୁଁ ଟଙ୍କା ନେଇ ଗଲେ ତାଙ୍କ ଚିକିତ୍ସା ହେବ... ମୁଁ ତୁମ ଗୋଡ ହାତ ଧରୁଛି... ମୋତେ ଛାଡି ଦିଅ....।
ହେଲେ ଯୁବକ ଦୁଇଟି ନର ରାକ୍ଷସ ପାଲଟି ଯାଇଛନ୍ତି... ଯୁବତୀର କଥା ନ ଶୁଣି ତା ହାତ ଗୋଡ଼ ବାନ୍ଧି....ତାକୁ ଉଲଗ୍ନ କରି ବାରମ୍ବାର ତାକୁ ଧର୍ଷଣ କରିଛନ୍ତି।ସେ ଚିତ୍କାର କରୁଥାଏ....... ହେଲେ ଏ ମାନେ ଯୌବନ ଭୋକରେ ପାଗଳ ପରି ହସୁଥାନ୍ତି... ଆଉ ନିଜ କୁକର୍ମ କରି ଚାଲିଥାନ୍ତି।
ଆଉ ତା ପରେ....ଏତିକିରେ ସେମାନଙ୍କ ମନ ବୁଝି ନାହିଁ.... ଏକ ତିକ୍ଷ୍ଣ ଛୁରୀ ଆଣି ଯୁବତୀର ଶରୀରକୁ କ୍ଷତ ବିକ୍ଷତ କରିଛନ୍ତି.... ସେ ବିକଳ ହୋଇ ଚିତ୍କାର କରୁଛି...ହେଲେ ସେମାନଙ୍କ ମନ ଶାନ୍ତି ହୋଇ ନାହିଁ ଏତିକିରେ ।ଆଉ ଶେଷରେ ତା ପେଟରେ ବାରମ୍ବାର ଛୁରୀ ଆଘାତ କରି ତାକୁ ମାରି ଦେଇଛନ୍ତି।ମରିବା ଆଗରୁ ସେ ଯୁବତୀର ଶେଷ ଶବ୍ଦ ଥିଲା ମୁଁ ନ୍ୟାୟ..........?
ଏହା ଡାକ୍ତର ଅଭୟ ଦେଖି ପାଟି କରୁଥାନ୍ତି ଆଉ ସେମାନଙ୍କୁ ଅଟକେଇବକୁ ବହୁ ଚେଷ୍ଟା କଲେ ମଧ୍ୟ ସେମାନଙ୍କୁ ଛୁଇଁ ପାରି ନାହାନ୍ତି। ଅଭୟ କିଛି ବୁଝି ପାରୁ ନାହାନ୍ତି ଏଇଠି ଚାଲିଛି କଣ.......ମରି ଯାଇ ଥିବା ଲୋକମାନେ ଯୁବତୀର ଧର୍ଷଣ କରୁଛନ୍ତି....!
ଏତିକିବେଳେ ଯୁବତୀଟି ଉଠି ବସିଛି ଆଉ ବିକଟାଳ ଚିତ୍କାର କରି କାନ୍ଦିଛି ନ୍ୟାୟ କହି। ତାପରେ ସେ ଅଭୟଙ୍କ ଆଡକୁ ମୁହଁ କରିବାରୁ... ଅଭୟ ପୁରା ଭୟଭୀତ। ଯୁବତୀର ମୁହଁ ପୁରା ଭୟଙ୍କର। ଏବେ ଅଭୟ ବୁଝି ଗଲେଣି ଲୋକମାନେ ଯେଉଁ ଭୟଙ୍କର କାହାଣୀ କହୁଥିଲେ.... ଯେଉଁଟାକୁ ସେ ଅନ୍ଧ ବିଶ୍ୱାସ କହୁଥିଲେ... ବାସ୍ତବରେ ତାହା ସତ।
ଅଭୟ ଭୟରେ ଝାଳନାଳ...ଯୁବତୀଟି କହିଲା...ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ..... ଆପଣଙ୍କୁ ମୁଁ କିଛି କରିବି ନାହିଁ... ମୁଁ ଯାହା ଚାହିଁ ଥିଲି ଆଜି ମୁଁ ପାଇଗଲି.... ବଦଳା...ମୋର ଆଉ ମୋ ବାପାଙ୍କ ମୃତ୍ୟୁର ବଦଳା... ଆଉ ନ୍ୟାୟ।
ଯୁବତୀ ଅଭୟଙ୍କୁ କହିଲା ଆଜି ଆପଣ ଯାହା ଦେଖିଲେ ତାହା ଦୁଇ ବର୍ଷ ତଳର ଘଟଣା। ଗାଁ ଲୋକମାନେ ଘଟଣାର ପର ଦିନ ମୋର ମର ଶରୀର ଜଙ୍ଗଲରୁ ପାଇଲେ... ପୋଲିସ ପୋଷ୍ଟମର୍ଟମ ରିପୋର୍ଟ ପାଇଁ ନୂଆ ଗାଁ ଡାକ୍ତରଖାନାକୁ ନେଇଗଲେ। ହେଲେ ଡାକ୍ତର ଆଉ ଷ୍ଟାଫ୍ ସେଠାରେ ବିକ୍ରି ହୋଇ ଯାଇଥିଲେ।ରିପୋର୍ଟ ଦେଲେ ହିଂସ୍ରଜନ୍ତୁଙ୍କର ଶୀକାରରେ ମୁଁ ମରିଛି... ହେଲେ କହିଲେ ନାହିଁ ଯେ ସେ ହିଂସ୍ରଜନ୍ତୁ ହେଉଛନ୍ତି ଦୁଇ ନର ରାକ୍ଷସ। ସେ ପଟେ ମୋ ବାପା ଟଙ୍କା ଅଭାବରୁ ଚିକିତ୍ସା ନ ପାଇ ମରିଗଲେ। ତାପର ଠାରୁ ମୋ ଆତ୍ମା ଅତୃପ୍ତ ହୋଇ ଘୁରି ବୁଲୁଛି। ଆଗରୁ ମୁଁ ଡାକ୍ତରଖାନାର ଗୋଟିଏ ଡାକ୍ତର ଆଉ କମ୍ପାଉଣ୍ଡରକୁ ଆଉ ଆଜି ଡକ୍ଟର ବିକାଶ ଙ୍କୁ ମାରିଛି... ଯେଉଁମାନେ ମୋର ମିଛ ରିପୋର୍ଟ ଦେଇଥିଲେ ଆଉ ମୋ ବାପାଙ୍କ ମୃତ୍ୟୁର ଦାୟୀ।
ଆଜି ମୁଁ ସେ ଦୁଇ ନର ରାକ୍ଷସଙ୍କୁ ତିକ୍ଷ୍ଣ ଛୁରୀରେ କଲବଳ କରି ମାରି ନିଜ ବଦଲା ନେଇଛି। ଆଜି ଆପଣଙ୍କୁ ସବୁ ସତ ଦେଖାଇ କହିବାମାନେ ହେଉଛି ଯେ... ଏ ମାନେ ବିଚରା ନୁହନ୍ତି.... ଏ ନର ରାକ୍ଷସମାନଙ୍କ ପାଇଁ କାହାରି ମୁହଁରୁ ଆଃ ବାହାରିବା କଥା ନୁହେଁ....। ବିଚରା ଥିଲେ ମା ବାପା...ବିଚାରି ଥିଲି ମୁଁ... ଆଜି ବଦଳା ମୁଁ ନେଇ ସାରିଛି। ମୋତେ ନ୍ୟାୟ ଦରକାର... ଆପଣ ସମସ୍ତଙ୍କୁ ଏ ଘଟଣାର ସତ୍ୟତା କହିବେ.... ଯେମିତିକି କେହିବି ଏପରି କାହା ସହ କରିବେ ନାହିଁ.... ଆଉ ମୋତେ ନ୍ୟାୟ ମିଳିବ.... ଏତିକି କହି ଯୁବତୀ ଯୋରରେ ହସିବାକୁ ଲାଗିଲା.....ନ୍ୟାୟ .....ହା ହା ହା.... ହା ହା ହା.....ନ୍ୟାୟ.....।
ତାପରେ ସେ ଯୁବତୀଟି ଅନ୍ଧାରରେ କୁଆଡ଼େ ଅଦୃଶ୍ୟ ହୋଇଗଲା... ଆଉ ସେଠାରେ ମୁଁ ଅଚେତ ହୋଇ ଗଲି।
ସକାଳୁ ଉଠିଲା ବେଳକୁ ମୁଁ ଡାକ୍ତରଖାନାରେ ଗୋଟିଏ ଖଟରେ ଶୋଇଛି... ନର୍ସ ଆସି ମୋତେ ଶୁଭ ସକାଳ କହିଲା... ଆଉ ତା ଠାରୁ ମୁଁ ଜାଣିଲି ପୋଲିସ ମୋତେ ରାତିରେ ଜଙ୍ଗଲର ରାସ୍ତାରେ ଆଚେତ ଅବସ୍ଥାରେ ପାଇଛି।
ମୁଁ ପୋଲିସକୁ ଡାକି ସବୁ କଥା କହଲି.... ପୋଲିସ ବି ଘଟଣା ଅନୁଧ୍ୟାନ କରି ଜାଣିଲା ଦୁଇ ବର୍ଷ ତଳେ ଏ ଘଟଣା ଘଟିଛି... ଏବେ ସେ ଯୁବତୀକୁ ନ୍ୟାୟ ଦେବାକୁ ଯାଇ ସବୁ ଖବର କାଗଜ ଆଉ ଟିଭି ନ୍ୟୁଜ ଚ୍ୟାନେଲରେ ପ୍ରସାରିତ କରା ହେଲା ତାର ଭୟଙ୍କର ସତ୍ୟ କହାଣୀ.... ଏହା ଦ୍ୱାରା ତାକୁ ନ୍ୟାୟ ମିଳିବ ଆଉ ଲୋକମାନେ ନିଜ ମାନବିକତା ଭୂଲି ଏପରି ନର ରାକ୍ଷସ ନ ପାଲଟିବା ପାଇଁ।
ଡାକ୍ତର ଅଭୟ ଏବେ ବି ଯୁଆଡେ ଯାଆନ୍ତି ଯୁବତୀର ଭୟାଭୟ ସତ୍ୟ କାହାଣୀ କହି ତାକୁ ନ୍ୟାୟ ଦିଅନ୍ତି।