ଆଦିବାସୀ ଅଞ୍ଚଳର କୋମଳମତୀ ଝିଅ ରେବତୀ, ସହରକୁ ବୋହୁ ହୋଇ ଆସିବା ପରେ ନାକେଦମ ହୁଏ ସହରୀ ଢାଞ୍ଚା ଓ ଆଦବ କାଇଦା କଟକଣାରେ. ବଣ ମୂଲକରେ ଗୁରେଇ ଫୁଲ ଗଭାରେ ନାଇ, ଡ଼ାଲ ଖାଇ ଗୀତ ଗାଉଥିବା ଧାଙ୍ଗଡ଼ା ଧାଙ୍ଗଡ଼ିଙ୍କ ଭିତରେ ମନୋନୀତ ଧାଙ୍ଗଡ଼ିକୁ ହାତ ଧରି ଭିଡ଼ିନିଏ ଏକ ଧାଙ୍ଗଡ଼ା, ଜୀବନସାଥୀ ରୂପେ. ସେଇଠୁ ଆରମ୍ଭହୁଏ ଧାଙ୍ଗଡ଼ିର ପାହାଡି ବଧୂର ଜୀବନ. ବଣରୁ କାଠ ସହିତ ଜଙ୍ଗଲଜାତ ଦ୍ରବ୍ୟ ଯଥା ଝୁଣା, ଲାଖ, ଅଁଳା, ବାହାଡା, ହରିଡ଼ା ମହୁ ଇତ୍ୟାଦି ସାଂଗ୍ରହ ସହ ଚାଷବାସରେ ମଧ୍ୟ ସାହାଯ୍ୟ କରେ ସ୍ୱାମୀଙ୍କୁ ପାହାଡି ବଧୂ. ଏମିତିକି କୁକୁର ସହ ଶୀକାର କରେ ବାରହା ହରିଣ, ଠେକୁଆ ଆଦି ଜଙ୍ଗଲୀ ପଶୁ.
ଯେଉଁ ଦିନ ଶୀକାର କରୁ କରୁ ରେଞ୍ଜର ସାହେବଙ୍କ ହାତରେ ଧରା ପଡିଲା ରେବତୀ ଧାଙ୍ଗଡ଼ି, ହାତକୁ ଧରିଥିଲା ବାବୁଟା, ତ ମନ ବିକି ଦେଲା ବାବୁକୁ. ଚାରିଚକ୍ଷୁର ମିଳନ ହେଲା. ବାବୁଟା ବି ପାଗଳ ପରି ଭଲ ପାଇଲା ରେବତୀକୁ, ଆଉ ବୁଝାଇ ଦେଇଥିଲା ଜଙ୍ଗଲୀ ଜନ୍ତୁ ମାରିବା ଅପରାଧ ଅଟେ ଆଉ ଜଙ୍ଗଲରୁ ଗଛ କାଟିବା ଦ୍ୱାରା ମଣିଷର କେତେ କ୍ଷତି. କିଛି ଅବୁଝା ଆଖିରେ ବୁଝୁ ନବୁଝୁ ବାବୁର ଘରଣୀ ହୋଇ ସହରକୁ ଆସିଥିଲା ରେବତୀ. ଆସିଲା ଦିନ ବାଆ କାନ୍ଦିଥିଲା ଢେର. ମଝିରେ ମଝିରେ ଆସିବାକୁ କଥା ଦେଇ ରେବତୀ କିନ୍ତୁ ଆସିପାରିନଥିଲା ବାଆକୁ ଦେଖିବାକୁ ଏ ପାଞ୍ଚ ବରଷ ଭିତରେ, ଯେହେତୁ ରେଞ୍ଜର ସ୍ୱାମୀଙ୍କର ବଦଳୀ ହୋଇଯାଇଥିଲା ଅନ୍ୟତ୍ର.
ସହରୀ ଚାଲି ଚଳଣି, ପୂଜା ପଦ୍ଧତି, ଓଷା ଉପାସ ଓ ଘର କରଣା ଭିତରେ ପେଷି ହୋଇଗଲା ବେଳେ ସଂସ୍କୃତି ପରମ୍ପରା ପ୍ରତି ଧ୍ୟାନ ରଖୁ ରଖୁ, କରୁଥିଲା ମାଣବସା, ପୂଜୁଥିଲା ମାଆ ଲଷ୍ମୀ ସାଆନ୍ତାଣୀଙ୍କୁ ଆଉ ପଢି ବୁଝି ବୁଝାଉଥିଲା ଲଷ୍ମୀବ୍ରତ କଥା, ଯେମିତି ପାଠ ପଢିଥିବା ନାରୀ ବୁଝାଏ ତ୍ରିନାଥ ମେଳା ଉପାଖ୍ୟାନ, ସାବିତ୍ରୀ ବ୍ରତ କଥା ଓ଼ ଗୀତା ଭଗବତର ମାହାତ୍ମ୍ୟ ଇତ୍ୟାଦି.
ଏଥର କିନ୍ତୁ ରେବତୀ ମନରେ ଦ୍ୱନ୍ଦ୍ୱ. ମାଆ ଲଷ୍ମୀଙ୍କ ଉପରେ ଅଭିମାନ. ମାଆ ଲୋ, ଯେତେ ଶିଖିଲେ ବି,ଜାଣିଲେ ମଧ୍ୟ, ପଢିବାରେ ଯେତେ ଉର୍ନ୍ନତି କରେଇଲେ ମଧ୍ୟ , ମନେ ପଡୁଛି ବାଆ, ଶୁଣିଲେ ମାଆ ଲଷ୍ମୀ, ରେବତୀର ଡାକ. କରୋନା ପରେ ନିଜ ଗାଡିରେ ସ୍ୱାମୀ ନେଇଗଲେ ରେବତୀକୁ ତା ବାପଘର.
ସବୁ ବଦଳି ଯାଇଥିଲା ତା ଗାଁର ଚିତ୍ର. ତା ଗ୍ରାମରେ ବିରାଟ ଜଳପ୍ରପାତର ପ୍ରକଳ୍ପରୁ ବିଦ୍ୟୁତ ଉତ୍ପନ୍ନ ହେଉଛି, ଗ୍ରାମରେ ସ୍କୁଲ ଖୋଲିଛି, ଡାକ୍ତରଖାନାକୁ ରୋଗୀ ଯାଇ ଔଷଧ ଆଣୁଛି ବିନା ପଇସାରେ. ହେଲେ ରେବତୀ ବାଆକୁ ଦେଖିବାକୁ ଦଉଡିଲା. ରାସ୍ତାଘାଟ ଖାଲ ଢିପ ନହୋଇ ସୁନ୍ଦର ପିଚୁ ରାସ୍ତା ଦେଇ ରେବତୀ ବାଆ ବାଆ ଡାକି ପହଁଚିଲା ସତ, ହେଲେ କରୋନା କବଳିତ ବାଆ ନଥିଲା ଜୀବନରେ. ରେବତୀର ବିକଳ ବାଆ... ବାଆର ଡାକ, ରେବ ଲୋ ଆସିଛୁ ଏତେଦିନେ ଆଉ ଟିକେ ଆଗରୁ ଆସିନଥାନ୍ତୁ ରେବ, ବୋଲି ହୃଦୟରୁ ଶୁଣି ଭୂଇଁ ସାଉଁଟିବା ବେଳକୁ ପଛରୁ ସ୍ୱାମୀ କାଦମ୍ବିନୀ ଚାଲ ଫେରିଚାଲ କହି ସାନ୍ତ୍ୱନା ଦେଉଥିଲେ, ଗାଡି ଆଗକୁ ବଢୁଥିଲା ପଛରୁ କଳାହାଣ୍ଡିର ଘୁମୁରା ନାଚ ସହ ବାଆର କଣ୍ଠଶ୍ୱର ରେବ ଲୋ, କାଦମ୍ବିନୀକୁ ମୋହ ମାୟାଜାଲ ଘେରା ବନ୍ଧନରେ ପକେଇଦେଉଥିଲା.
ଏଥର କାଦମ୍ବିନୀ ଓରଫ କାନ୍ତି ସହରର ଆଦବ କାଇଦା ଓ଼ ଟାଇମର ଲଗା ଜୀଵନ ଭିତରେ ନିଜକୁ ସାମିଲ କରିବା ସହିତ ସମୟ କାଢି କିଛି ଗୋଟେ କରିବାର ଇଛା ନେଇ କଲୋନୀର ମହିଳା ସବୁ ଡ୍ରାମାଟିଏ କରିବେ ବୋଲି ଚିନ୍ତା କରି ଡ୍ରାମା ପାଇଁ ପ୍ଲଟ ଖୋଜୁଥିଲେ. ପୌରାଣିକ ନା ସାମାଜିକ ବସ୍ତୁ ଚିନ୍ତା କରୁ କରୁ ଶ୍ରୀରାମଙ୍କ ଚରିତ୍ରକୁ ରୂପ ଦେବାକୁ ଭାବି କବିତା ଲେଖୁଥିଲେ କାହାଣୀ. ଆଉ ତାକୁ ଭାଷା ଦେଇ ଡାଇଲଗ ସଜାଇବାରେ ସାହାଯ୍ୟ କରୁଥିଲେ ନିଜେ କାନ୍ତି କାରଣ ପିଲାଦିନେ ଆଈମାଆ କୁହେ ଖାଇବ ଆମ୍ବ ରସ.... ଶୁଣିବ ରାମ ରସ.ତ କାନ୍ତିଙ୍କ ଘରକୁ ଆସୁଥିବା କାମବାଲୀ ଫୁଲ କହୁଥିଲା ମତେ ଧୋବଣୀ ରୋଲ କରିବାକୁ ଦେବ ମାଆ. କାନ୍ତି ଯେବେ କହିଥିଲେ ଆରେ ଆମ ସଂଖ୍ୟା ଏତେ ବେଶି ହୋଇଯାଇଛି ଯେ ଆମେ ଆମ ସ୍ୱାମୀମାନଙ୍କୁ ମଧ୍ୟ ପୁରୁଷ ଚରିତ୍ର ଦେବାକୁ ଚାହୁଁ ନାହୁଁ ଆଉ ତତେ ଗୋଟେ ରୋଲ ଦେଲେ ସମସ୍ତ କାମବାଲୀ କହିବେ ତାଙ୍କୁ ମିଶାଇବାକୁ ତ କାହାକୁ ନେବୁ କାହାକୁ ନନେବୁ, ସମସ୍ତେ ଖରାପ ଭାବିବେ. ଫୁଲ କିଛି ସମୟ କଣ ଭାବିଲା କେଜାଣି କହିଲା ଦେଖିବ ଆସ ମାଆ କହି ଛାତ ଉପରକୁ ନେଇଗଲା ତାଙ୍କୁ.କାନ୍ତି ଦେଖିଲେ ସେହି ନୀଳ ନୀଳ ପକ୍ଷୀ ଦୁଇହଳ ପୁଣି ଚଢେଇ ବସା ବନେଇ ବସିଛନ୍ତି. କାନ୍ତି କହିଲେ ଆରେ ଏହି ନୀଳ ଚଢେଇ ଦୁହେଁ ତ ଆରଥର ଏଇଠି ଅଣ୍ଡା ଫୁଟେଇ ଛୁଆ ଦୁଇଟି କାରିଥିଲେ ଯେ ଓଧ ବା କୌଣସି ସରୀସୃପ ଆସି ସେହି ପକ୍ଷୀ ଶାବକଙ୍କୁ ଖାଇନେବା ପରେ ମାଆ ନୀଳପକ୍ଷୀଟି କେତେ ମନଦୁଃଖ କରୁଥିଲା.
ହଁ ମାଆ ଠିକ କହିଛ କିନ୍ତୁ ଭାବିଲ ମାଆ, ପକ୍ଷୀ ମାଆ ହେଲେ ବି ତା ମନ ବୁଝି ତାକୁ ସାନ୍ତ୍ୱନା ଦେଇ ପୁଣି ମାଆ ହେବାକୁ କିଏ ବୋଧ ଦେଇଥିଲା? କିଏ ଆଉ ଏହି ପୁରୁଷ ସାଥି ଚଢେଇ. ହଁ ମାଆ. ମାଆ ପକ୍ଷୀଟିକୁ ବୁଝେଇ ଶୁଝେଇ ପାଖେ ପାଖେ ରହି ବିପଦ ଆପଦରେ ସାହାଯ୍ୟ ସହଯୋଗ କରି ଛୁଆ ଫୁଟିଲା ପର୍ଯ୍ୟନ୍ତ ତାକୁ ସାହାଯ୍ୟ ସହଯୋଗ କରୁଥିବା ପୁରୁଷ ଚଢେଇ ସାଥିଟିର ମନୋଭାବ କେଵେ ପଢିଛ ମାଆ? ବିନା ସ୍ୱାର୍ଥ ବିନା ସର୍ତ୍ତରେ ପୁଣି ତା ପାଇଁ ମାଆ ପକ୍ଷୀଟି କେଵେ ମଙ୍ଗଳସୂତ୍ର କି ସିନ୍ଦୁର ପିନ୍ଧିନଥିବା ବେଳେ ବି ସେ କେମିତି ତା ସାଥି ସହ ପାଖେ ପାଖେ ରହି ସବୁ ଭଲ ମନ୍ଦ ବୁଝେ ଦେଖିଛ ନା ମାଆ. ଅଭିଭୂତ ହେଲେ କାନ୍ତି କହିଲେ ଡ଼ିଗ୍ରୀ ହାସଲ କରି ସାର୍ଟିଫିକେଟ ପାଇନୁ ସତ ହେଲେ ତୁ ଆଜି ଯୋଉ ଶିକ୍ଷା ମତେ ଦେଇଛୁ ମୋ ଆଖି ଖୋଲି ହୋଇଯାଇଛି, ଆମେ ଶ୍ରୀରାମ ଓ ରାବଣ ଚରିତ୍ର ସହ ହନୁମାନ, ସୁଗ୍ରୀବ, ବାଳୀ ଓ ବାନରସେନା ତଥା ବିଭୀଷଣଙ୍କ ଭଳି ରାମଭକ୍ତ ହିସାବରେ ବାଛି ବାଛି ଚରିତ୍ର ସବୁ ପାଇଁ ଆମ ସ୍ୱାମୀମାନଙ୍କ ଭିତରୁ ଯାହାର ଡ୍ରାମା କରିବା ପାଇଁ ଆଗ୍ରହ ଥିବ ତାଙ୍କୁ ଦେବୁ ଓ ତୁମ ମାନଙ୍କ ଭିତରୁ କାହାକୁ କୋଉ ଭଳି ରୋଲ ଦେଲେ ହେବ ଚିନ୍ତା କରିବୁ. ମାଆ ବାବୁମାନେ ହିଁ ବୁଝିବେ କୋଉଠି ଲାଇଟ କୋଉଠି ଷ୍ଟେଜ କୋଉଠି ସାମିଆନା ତ କୋଉଠି ଜେନେରେଟର. ତୁମେ ସବୁ ମାଆମାନେ ସେମାନଙ୍କ ବିନା ଅଧା ଅଧୁରା. ମୁଦ୍ରାର ଗୋଟିଏ ପାର୍ଶ୍ୱରେ ସ୍ତ୍ରୀ ହେଲେ ଆର ପାର୍ଶ୍ୱରେ ସ୍ୱାମୀ ପରା. ହଁ ଲୋ ମୁଁ ବୁଝିସାରିଛି ତୁ ଆଉ ବେଶି କିଛି କହନା ମତେ. ହଉ ମାଆ ମୁଁ ଯାଉଛି କହି ଫେରିପଡ଼ୁଥିବା ଫୁଲକୁ ପଖାଳ ଦିଟା ଖାଇଦେଇ ଯାଆ କହିବାରୁ କହିଥିଲା ଦେଇଦିଅ ମାଆ. ବାଣ୍ଟିକି ମୋ ମିଣିପ ସଙ୍ଗେ ଖାଇବି.ଏ ବୈଶାଖ ମାସ ରୌଦ୍ରରେ ତୁମ ହାତ ଦହି ଓ ଆମ୍ବକଷି ଡେମ୍ଫ ଭଙ୍ଗା ପଖାଳ ଭାରି ସୁଆଦ .ରିକ୍ସାନେଇ ଆସୁଥିବ ଖରାରେ ମୋ ମିଣିପଟା ପରା ମାଆ.ହସୁଥିଲେ କାନ୍ତି ତୃପ୍ତିରେ.ଡ୍ରାମର ବିଷବସ୍ତୁ କିନ୍ତୁ ରେବତୀ ବିଷୟ ବସ୍ତୁ ଉପରେ ଆଧାରିତ ଥିବା ଦେଖି କେଜାଣି କାହିଁକି କାନ୍ତି ବା କାଦମ୍ବିନୀଙ୍କ ଠାରୁ ଫୁଲ ବେଶୀ ଖୁସି ଥିଲା ବୁଝୁ ବୁଝୁ ଜଣାଅପଡ଼ିଥିଲା ଫୁଲ କୁଆଡେ ବଣ ମୂଲକର ଝିଅ ଜେଜେମା ଛଡା ତାର ଏ ସଂସାରରେ କେହି ନଥିବା ବେଳେ ତା କାଠଗୋଛା କିଣୁ କିଣୁ ମଦନା ସହ ତାର ପ୍ରେମ ବିବାହ ହୋଇଯିବା ପୂର୍ବରୁ ତା ଜେଜେମା ତାକୁ ରେବତୀ ଗପ କହିସାରିଥିଲା.
,,,,,,,,,,,,,,,,,,,,