jyotsna mayee panda

Tragedy

4  

jyotsna mayee panda

Tragedy

ନୁଆଁ ଘର....

ନୁଆଁ ଘର....

3 mins
184



ମିନି ଏଇ ପାଞ୍ଚ ବର୍ଷ ହେବ ବାହା ହୋଇଛି ସ୍ୱସ୍ତିକ କୁ l ସ୍ୱସ୍ତିକ ପେସା ରେ ଜଣେ ଇଞ୍ଜିନିଅର

ବାଙ୍ଗାଲୋର ରେ ରୁହନ୍ତି ଭଡା ନେଇ ଏକ ଫ୍ଲାଟ ରେ l ମିନି ନିଜର ଗୋଟେ ଫ୍ଲାଟ ପାଇଁ ସବୁବେଳେ ସପ୍ନ ଦେଖୁଥାଏ l ହେଲେ ଆଜିକାଲି କା ଯୁଗରେ ସେତେ ସହଜ ନୁହେଁ ଗୋଟେ ଫ୍ଲାଟ ନେବା ପୁଣି ସେ ବେଙ୍ଗଲୋର ଭଳି ଜାଗା ରେ l ସେଦିନ ସ୍ୱସ୍ତିକର କେତେଟା ସାଙ୍ଗ ଘରକୁ ଆସିଥିଲେ l ଖାଇ ପିଇ ଗପ ସପ ହେଲେ l ଏଇ ଅସାରରେ ସମସ୍ତେ ସ୍ୱସ୍ତିକ କୁ ନିଜେ ଗୋଟେ ଫ୍ଲାଟ ନ ନେଇ କାହିଁକି ଏତେ ପଇସା ଦେଇ ଭଡା ଘର ରେ ରହୁଛୁ ବୋଲି କହିଲେ l କାରଣ ସେ ସମସ୍ତଙ୍କର ନିଜ ଫ୍ଲାଟ ଥିଲା l ମିନି କୁ ସେ କଥା ଶୁଣିବା ପରେ ଟିକେ ଖରାପ ଲାଗିଲା l ସେ ସ୍ୱାମୀଙ୍କୁ କହିଲା "ହଇହେ ବାହାଘର ପାଞ୍ଚ ବର୍ଷ ହେଲା ହେଲେ ତୁମ ପରିସ୍ଥିତି ନା କେବେ ସୁଧୁରୁଛି ନା ଆଉ ସୁଧୁରିବ ଯେ ଘର ଖଣ୍ଡେ କିଣି ପାରିବା l

ମୋ ଭାଗ୍ୟ ସବୁ l କେଜାଣି କେତଦିନ ଆଉ ପର ଘରେ ରହିବାକୁ ପଡିବ l ସ୍ୱସ୍ତିକ କହିଲା ଆମେ ତ ଖୁବ ଧନୀ ନୁହଁ ଯେ ସାଙ୍ଗେ ସାଙ୍ଗେ ଫ୍ଲାଟ କିଣିଦେବା l ଯେ ଯାହା କହିଲେ ତୁମେ କାହିଁକି ମୁଣ୍ଡ କୁ ନିଅ କେଜାଣେ l ତୁମେ ଆମ ଘର ଅବସ୍ଥା ଦେଖିଛ l ଖୁବ କଷ୍ଟ ରେ ବଡ଼ ଭାଇ ଓ ମା ମୋତେ ପାଠ ପଡେଇ ଥିଲେ l ନିଜ ଜମି କୁ ବନ୍ଧକ ଦେଇ ପଇସା ଆଣିଥିଲେ ଭାଇ l ସେଟା ଶୁଝିବା କଣ ମୋର କର୍ତ୍ତବ୍ୟ ନୁହଁ?

ତାଙ୍କ କଥା ଶୁଣି ଚୁପ ରହିଲା ମିନି l ଏମିତି କେତଦିନ ବିତିଗଲା l ଦିନେ ଜଣେ ଫୋନ କରି ଫ୍ଲାଟ କିଣିବା ବିଷୟରେ ସ୍ୱସ୍ତିକ କୁ କହିଲା l

Two BKH ର ଚାଳିଶ ଲକ୍ଷ l ଗୋଟେ ବେଡ଼ ରୁମ ଵାଲା ଘର ତିରିଶ ଲକ୍ଷ l ବହୁତ ଭାବିବା ପରେ ସ୍ୱସ୍ତିକ ସେ ନୁଆଁ ଫ୍ଲାଟ କିଣିବା ପାଇଁ କହିଲା ସ୍ତ୍ରୀ କୁ l ମିନି ପୁରା ଖୁସି ହୋଇଗଲା l କିନ୍ତୁ ସବୁ ସେଭିଙ୍ଗ ମିସେଇଲେ ପ୍ରାୟ ତିରିଶ ଲକ୍ଷ ହେବ l କିନ୍ତୁ ସ୍ତ୍ରୀ ର ଇଚ୍ଛା 2BKH l ସେଥିରେ ବାଲକୋନୀ ଅଛି l ତୁଳସୀ ଗଛ ଟେ ଲଗେଇ ପାରିବ l କେତେବେଳେ ବସି ପାରିବ ସେଥିପାଇଁ ସେ ସେହି ଘର ହିଁ ପସନ୍ଦ କଲା

କିନ୍ତୁ ଆଉ ଦଶ ଲକ୍ଷ ଆସିବ କେଉଁଠୁ l ସେ ହଠାତ କହିଲା "ମୋ ମୁଣ୍ଡ ରେ ଗୋଟେ ବୁଦ୍ଧି ପଶିଲା ଆମେ ଆମ ଭାଗ ର ଜମି ବିକିଦେଲେ ହେବନି l ତlକଥା ଶୁଣି ପ୍ରଥମେ ସ୍ୱସ୍ତିକ ରାଜି ହେଲାନି l କାରଣ ଭାଇ ର ଚାକିରୀ ନାହିଁ l ସେଇ ଜମି ଖଣ୍ଡିକ ସାହାରା l ଦୁଇ ଭାଗ କଲେ କମ ପଡିବ ତାଙ୍କୁ l କେମିତି ଚଲିବେ l ପରେ ମା କୁ ଏ କଥା କହିଲା l ମା ଅନିଚ୍ଛା ସତ୍ତ୍ୱେ ରାଜି ହେଲେ l ଛୁଟି ନେଇ ସ୍ୱାମୀ ସ୍ତ୍ରୀ ଗାଁ କୁ ଗଲେ l ଶାଶୁ ଯାଆ ଓ ବଡ଼ ଭାଇ ସେମାନଙ୍କୁ ଦେଖି ଖୁବ ଖୁସି ହୋଇଗଲେ l

ଯେ ଯାହା ପସନ୍ଦ କରେ ରାନ୍ଧି ଦେଇଥିଲେ ଯାଆ l ଖୁବ ଖୁସି ହୋଇ ସେଦିନ ଟା ବିତିଗଲା l ବଡ ବାପା କୁ ଖୁବ ଭଲ ପାଏ ସ୍ୱସ୍ତିକ ର ପୁଅ l

ସେ ତାକୁ ଆସିଲେ ଅନେକ ଆଡେ ବୁଲେଇ ନିଅନ୍ତି l ରାତି ହେଲା ସମସ୍ତେ ଶୋଇଲେ l ଘର କମ ସେଥିପାଇଁ ବଡ଼ ଭାଇ ରୁମ ରେ ସ୍ୱସ୍ତିକ ର ପରିବାର ଶୋଇଲେ l ଆଉ ସମସ୍ତେ ଗୋଟେ ଚିରା ସପରେ ତଳେ ଶୋଇଲେ l କେତେ ବର୍ଷ ହେବ ଗୋଟେ ଇନ୍ଦିରା ଆବାସ ପାଇଥିଲେ ଯେ ତାହା ବି ଭାଙ୍ଗି ବସିଲାଣି l କାନ୍ଥ ରେ ଚୂନ ନାଇଁ l ବର୍ଷା ରେ ଘରେ ପାଣି ହୋହି ଚିହ୍ନ ସବୁ ବାରି ହେଇ ଯାଉଛି l ଏ ଅବସ୍ଥା ରେ କେମିତି ରହୁଛନ୍ତି କେଜାଣେ l ମା କୁ ସବୁବେଳେ ଯିବାକୁ କୁହେ ହେଲେ ମା ମନ.....ଏ ଗରିବ ପୁଅ କୁ ଛାଡି କେମିତି ଯିବ l ପରଦିନ ବଡ଼ଭାଇ ଦଶ ଲକ୍ଷ ଟଙ୍କା ଧରେଇ ଦେଲେ ସେ ଜମି ବିକ୍ରି କରି l ହେଲେ ସ୍ୱସ୍ତିକ କୁ ଏସବୁ ଦେଖି ନିଦ ହେଲାନି l ସେ କ'ଣ ସାମାନ୍ୟ ଘର ପାଇଁ ଏତେ ସ୍ୱାର୍ଥ ପର ହୋଇପାରିବ ? ଆର ଦିନ ସକାଳେ ଯିବାର ଥିଲା ତାଙ୍କର l ରାତି ରେ ସ୍ତ୍ରୀ କୁ ସବୁ କଥା ବୁଝେଇ କହିଲେ ସ୍ତ୍ରୀ ବି ଅଯଥା ଆଉ ଜିଦ କଲାନି l ସକାଳେ ସେ ଯାହା ପାଖରେ ଜମି ବିକିଥିଲେ ତାଙ୍କୁ ପଇସା ଫେରେଇ ଦେଲେ l ସେ ଜମି ଭାଇ ନା ରେ କରିଦେଲେ l

ନିଜ ପଇସା ରୁ ସୁନ୍ଦର ଘର ଟେ ତୋଳିଦେଲେ ଭାଇ ପାଇଁ l ପରେ ନଜେ ଲୋନ ନେଇ ସେହି ଫ୍ଲାଟ କିଣି ଦେଲେ ସ୍ତ୍ରୀ ପାଇଁ l ଏବେ ସ୍ତ୍ରୀ ବହୁତ ଖୁସି l ଭାଇ ଓ ମା ବି ଗାଁ ରେ ଏବେ ସେ ନୁଆଁ ଘରେ ରହୁଛନ୍ତି ଖୁବ ଖୁସିରେ....ବାଙ୍ଗାଲୋର ଫ୍ଲାଟ ଏମାସ ରେ କମ୍ପ୍ଲିଟ ହେବ ସେଥିପାଇଁ ବଡ଼ଭାଇ ଓ ମା ଙ୍କୁ ଗୃହ ପ୍ରବେଶ ରେ ଡାକିଛି l



Rate this content
Log in

Similar oriya story from Tragedy