Trushna Das

Horror Tragedy Thriller

4.8  

Trushna Das

Horror Tragedy Thriller

ନର ରାକ୍ଷସ

ନର ରାକ୍ଷସ

6 mins
474


ରୁଚି ଦେଖିବାକୁ ପୁରା ଗୋଟିଏ ଚାଉଳରେ ଗଢା। ରୂପ ଯେମିତି ଗୁଣ ସେମିତି। ଆଖି ଦୁଇଟି ଟଣା ଟଣା ପଦ୍ମ ପାଖୁଡ଼ା ପରି।, ଶୁଆ ନାକ, ଗୋଲାପି ଓଠ, କୁଞ୍ଚକୁଞ୍ଚିଆ ବାଳ.... ସତେ ଯେମିତି ସ୍ୱର୍ଗର ଅପସରା। ଧନୀ ବାପା ମାଆଙ୍କର ଗୋଟିଏ ବୋଲି ଝିଅ। ସେ ପାଠ ପଢା ପରେ ତା ବାପାଙ୍କ ବ୍ୟବସାୟ ସମ୍ଭାଳି ଥିଲେ। 


ସେଠାରେ ତାଙ୍କର ସମ୍ବିତଙ୍କ ସହ ଦେଖା ହୋଇ ଥିଲା।ସମ୍ବିତ ରୁଚିଙ୍କ ବ୍ୟବସାୟରେ ମ୍ୟାନେଜର ଥିଲେ। ସମ୍ବିତଙ୍କ ଏ ଦୁନିଆରେ କେହି ନାହାନ୍ତି।ସମ୍ବିତ ଆଉ ରୁଚି ଉଭୟଙ୍କୁ ପ୍ରେମ କରି ଛଅ ମାସ ତଳେ ବିବାହ କରିଛନ୍ତି। ସମ୍ବିତ ରୁଚିଙ୍କର ବହୁତ ଯତ୍ନ ନିଅନ୍ତି.... ରୁଚି ମନରେ ଖୁସି ହୁଅନ୍ତି ଏମିତି କା ସ୍ୱାମୀ ଭାଗ୍ୟରେ ଥିଲେ ମିଳେ। ଦୁହିଁଙ୍କ ଦାମ୍ପତ୍ୟ ଜୀବନ ଖୁସି ଆନନ୍ଦରେ ଭରପୁର ଥିଲା।


ବିବାହ ପୂର୍ବରୁ ରୁଚିଙ୍କ ବାପା ରୁଚି ଆଉ ସମ୍ବିତଙ୍କ ପାଇଁ ସହରରେ ଆଉ ଗୋଟିଏ ବ୍ୟବସାୟ କରି ଦେଇଛନ୍ତି।ରୁଚି ଆଉ ସମ୍ବିତ ବାହାଘର ପରେ ସହରରେ ରହୁଛନ୍ତି। 


କିଛିଦିନ ହେବ ରୁଚିଙ୍କ ଦେହ ଭଲ ରହୁ ନ ଥିବାରୁ ମାଆଙ୍କ ପାଖରେ ରହୁଥିଲେ।ଆଜି ଡାକ୍ତରଙ୍କ ପରାମର୍ଶ କ୍ରମେ ଶାରୀରିକ ପରୀକ୍ଷା କରିଛନ୍ତି.... ଜୀବନର ସବୁଠାରୁ ବଡ଼ ଖୁସି ଖବର ପାଇଛନ୍ତି... ଯେ ସେ ଗର୍ଭବତୀ...ମାଆ ହେବାକୁ ଯାଉଛନ୍ତି। ଖୁସିରେ ସେ ଆଉ ବାପ ଘରେ ରହି ପାରି ନାହାନ୍ତି....ସେ ଖବର ନିଜେ ସମ୍ବିତ ଜଣାଇବା ପାଇଁ ସେ ସନ୍ଧ୍ୟା ସମୟରେ ସହରକୁ ନିଜ ଗାଡ଼ିରେ ଡ୍ରାଇଭର ସହ ଆସିଛନ୍ତି...ଆଉ ସମ୍ବିତଙ୍କୁ ସରପ୍ରାଇଜ ଦେବା ପାଇଁ ତାଙ୍କ ଆସିବା କଥା କହି ନାହାନ୍ତି। 


ସନ୍ଧ୍ୟା ସମୟ...। ମୃଦୁ ପବନ ଦେଉଛି।ଗାଡି ଆସ୍ତେ ଆସ୍ତେ ସହର ଅଭିମୁଖେ ବଢି ଚାଲୁଛି। ପବନରେ ରୁଚିଙ୍କ ସାମନା ବାଳ ଉଡି ଆଖିରେ ପଡୁଛି.... ରୁଚି ନିଜ ଭାବନା ରାଇଜରେ...ସମ୍ବିତଙ୍କ ସହ ପ୍ରଥମ ଦେଖା....ତାପରେ ଦୁହେଁ କେମିତି ଦୁହିଁଙ୍କୁ ଭଲ ପାଇଛନ୍ତି....ସମ୍ବିତଙ୍କ ପ୍ରଥମ ସ୍ପର୍ଶର ଅନୁଭୂତି... ସମ୍ବିତ କିପରି ବିବାହ ପାଇଁ ପ୍ରସ୍ତାବ ରଖିଥିଲେ... ସେ ପ୍ରଥମ ଚୁମ୍ବନ.... ଆଉ ତାପରେ ପ୍ରେମର ଗଭୀରତା....ଆଉ ଆଜି ତାଙ୍କ ସମ୍ପର୍କର ପ୍ରତୀକ ରୁଚିଙ୍କ ଗର୍ଭରେ... ଖୁସିରେ ରୁଚିଙ୍କ ମନ ନାଚି ଉଠୁଥାଏ। 


ସହରକୁ ଯିବା ରାସ୍ତାରେ ଗୋଟିଏ ଘଞ୍ଚ ଜଙ୍ଗଲ ପଡେ। ଗାଡି ଜଙ୍ଗଲ ମଝାମଝି ପହଞ୍ଚିଛି... ହଠାତ୍ ରୁଚି ଗୋଟିଏ ପାଞ୍ଚ ଛଅ ବର୍ଷର ଝିଅକୁ ଗୋଟିଏ ବରଗଛ ମୂଳରେ ବସି କାନ୍ଦୁ ଥିବା ଦେଖିଲେ। 


ଗାଡି ଅଟକାଇ ରୁଚି ଝିଅଟି ପାଖକୁ ଯାଇ ପଚାରିଲେ କଣ ହେଇଛି... ସନ୍ଧ୍ୟା ହେଲାଣି ତୁ ଏ ଜଙ୍ଗଲରେ କଣ କରୁଛୁ। ଝିଅଟି ମୋ ନାମ ମାମା। ମୋ ବାପା ସହରରେ ରହନ୍ତି... ମୋତେ ଆପଣ ମୋ ବାପାଙ୍କ ପାଖକୁ ନେଇ ଯିବେ...। 


ରୁଚି ମାମାକୁ ହଁ କହି ନିଜ ଗାଡ଼ିରେ ବସିବା ପାଇଁ କହିଲେ।ମାମାର ଘର କେଉଠି ନ ଜାଣି ଥିଲେ ମଧ୍ୟ ତାକୁ ସାଙ୍ଗରେ ନେଇ ଯିବା ପାଇଁ ସ୍ଥିର କଲେ... ସନ୍ଧ୍ୟା ସମୟ ଝିଅଟିକୁ ଜଙ୍ଗଲରେ ଏକୁଟିଆ କେମିତି କା ଛାଡ଼ି ଦେଇଥାନ୍ତେ। ଘରେ ପହଞ୍ଚିଲା ପରେ ତାପର ଦିନ ସକାଳୁ ନିଜେ ତାକୁ ନେଇ ତା ବାପା ପାଖରେ ପହଞ୍ଚାଇବେ ବୋଲି ମନେ ମନେ ସ୍ଥିର କଲେ। 


ରୁଚି ମାମାର ମୁହଁ ଠିକ୍ କି ଦେଖି ପାରୁ ନ ଥାନ୍ତି... ପ୍ରଥମ କଥା ହେଲା ଅନ୍ଧାର... ଦ୍ୱିତୀୟ କଥା ହେଲା ମାମାର ବାଳ ତି ମୁହରେ ପଡି ଥାଏ। ରୁଚି ଗାଡିରେ ମାମାକୁ ପଚାରିଲେ ତୁ ଏଠି କଣ କରୁ ଥିଲୁ... ମାମା କହିଲା ମୁଁ ବସିଥିବା ବର ଗଛ ପାଖରେ ଥିବା ବୁଦା ଭିତରେ ମୋ ମାଆ କୁନିକୁ ସାତ ମାସ ତଳେ ମାରି ଦେଇଛନ୍ତି...। 


ଏହା ଶୁଣି ରୁଚି ଚମକି ଗଲେ.... ପଚାରିଲେ କିଏ ଆଉ କାହିଁକି....?


ମାମା ମୋ ବାପା କହି କାନ୍ଦିବାକୁ ଲାଗିଲା... ରୁଚି ଛୁଇଁ ପାଖକୁ ନେବାକୁ ଚାହିଁବାରୁ ମାମା ମନା କଲା... ମୋ ପାଖକୁ କେହି ଆସନି... ମାମାର ମନର ଅବସ୍ଥା ଦେଖି ରୁଚି ତାକୁ କିଛି ନ ପଚାରି ଏକା ବସିବାକୁ ଛାଡି ଦେଲେ।ରୁଚିଙ୍କ ମନରେ ଅନେକ ପ୍ରଶ୍ନ.. ବାପା.... ମାନେ କଣ ତା ମାଆକୁ ତା ବାପା ମାରିଛନ୍ତି ନା ଆଉ କଣ...? ତାକୁ ଆଜି ପଚାରିବିନି... କାଲି ପଚାରିବି ଭାବି ରୁଚି ଚୁପ ରହିଲେ। 


ରାତି ଦଶଟା ପାଖାପାଖି ଘରେ ପହଞ୍ଚିଲେ।ରୁଚି ପାଖରେ ଘର ଚାବି ଥାଏ। ଚାବି ଖୋଲି ଘରେ ରୁଚି ଯାହା ଦେଖିଲେ ତାଙ୍କ ମୁଣ୍ଡ ଖରାପ ହୋଇଗଲା।


ରୁଚି ଆଉ ସମ୍ବିତଙ୍କ ଶୋଇବା କୋଠରୀରୁ ସମ୍ବିତଙ୍କ କଥା ଶୁଣା ଯାଉଛି....ରୁଚି କବାଟ ଖୋଲି ଦେଖିଲା ବେଳକୁ ସମ୍ବିତ ମଦ ପିଇ ଚାକରାଣୀ ସହ ତାଙ୍କ ଖଟ ଉପରେ ରାସଲୀଳା କରୁଛନ୍ତି..... ଅନୈତିକ ସମ୍ପର୍କ ରଖି।ମନର ଦେବତା ନରରାକ୍ଷସ ପାଲଟି ଯାଇଛନ୍ତି ଦେଖି ରୁଚିଙ୍କୁ ଗୋଡ ତଳୁ ମାଟି ଖସିଗଲା ପରି ଲାଗିଲା। 


ରୁଚି ସମ୍ବିତ ଯେ ମଦୁଆ... ଆଉ ତାଙ୍କ ଏ ରୂପ... ସେ ବିଶ୍ୱାସ କରି ପାରୁ ନ ଥିଲେ। ସମ୍ବିତ ବୋଲି ଚିତ୍କାର କରି ସେ ଅଚେତ ହୋଇ ଗଲେ। 


କିଛି ସମୟ ପରେ ରୁଚି ଉଠିଲା ବେଳକୁ ଦେଖୁଛନ୍ତି ସମ୍ବିତ ତାଙ୍କ ହାତ ଗୋଡ଼ ବାନ୍ଧି ପକାଇଛନ୍ତି...ଆଉ ପୁରା ପାଗଳ ପରି ହେଉଛନ୍ତି...।


ରୁଚିକୁ କହୁଛନ୍ତି ମୁଁ ଏମିତି କା... ମୋତେ ଝିଅମାନଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ଭଲ ଲାଗେ....ମୁଁ ତତେ କେବଳ ତୋର ସମ୍ପତ୍ତି ଉପଭୋଗ ପାଇଁ ବାହା ହୋଇଛି... ଆଉ ବାହା ହେବା ପାଖରୁ ମୋତେ ଜେଲରେ ରହିଲା ପରି ଲାଗୁଛି... ସବୁଦିନ ତୋ ସହ ରାତି କାଟିବାକୁ ପଡୁଛି... ଭଲ ହେଲା ତୁ ଆଜି ମୋ ପ୍ରକୃତ ରୂପ ଦେଖି ନେଲୁ। ତୁ ମୋ କଥାରେ ରାଜି ତ ମୁଁ ଏମିତି ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖିବି ନ ହେଲେ ତୋତେ ମୁଁ ମାରି ଦେବି। 


ରୁଚି ସାମନାରେ ତାଙ୍କ ସ୍ୱାମୀ ପୁରା ନରରାକ୍ଷସ... ସେକ୍ସ ପାଇଁ ପାଗଳ...। ରୁଚି କହିଲେ ତୁମ ପରି ସ୍ୱାମୀ ପାଇ ମୁଁ ଆଜି ନିଜକୁ ଧିକ୍କାର କରୁଛି... ମୁଁ ତ ତୁମକୁ ସରପ୍ରାଇଜ ଦେବାକୁ ଆସିଥିଲି ଯେ ମୁଁ ଗର୍ଭବତୀ...ତୁମେ ବାପା ହେବାକୁ ଯାଉଛ... ହେଲେ ତୁମେ ସେ ଯଗ୍ୟ ନୁହଁ। ମୁଁ ତୁମଠାରୁ ଛାଡପତ୍ର ଚାହେଁ। 


ଏ କଥା ଶୁଣି ସମ୍ବିତ ପୁରା ପାଗଳ... କହିଲେ ତୁ ଛାଡପତ୍ର ଚାହୁଁ ନା.... ଛାଡପତ୍ର ଦେଇ ମୁଁ ତୋର ସମ୍ପତ୍ତି କେମିତି ନେବି.... କିନ୍ତୁ ତୁ ଏ ଦୁନିଆ ଛାଡ଼ି ପଳାଇଲେ ତ ସବୁ କିଛି ମୋର... ତୋତେ ଆଜି ମରିବାକୁ ହେବ କହି... ଗୋଟିଏ ବଡ଼ ତିକ୍ଷ୍ଣ ଛୁରୀ କାଢି ହା ହା ହା ମାରି ହସିଲେ। 


ରୁଚି ବିଚାରି ଯେତେ କହୁଛନ୍ତି ମୁଁ ତୁମ ଛୁଆର ମାଆ ହେବାକୁ ଯାଉଛି ମୋତେ ଛାଡି ଦିଅ... ସମ୍ବିତ ଆହୁରି ଜରରେ ହସୁଛନ୍ତି ହା ହା ହା ମାରି। 


ଯେମିତି ଛୁରୀ ମାରିବାକୁ ଉଠାଇଛନ୍ତି ସମ୍ବିତ, ତାଙ୍କ ହାତକୁ କେହି ଜଣେ ପଛରୁ ଧରି ପକାଇଲେ। ଘୁରି ଦେଖିଲା ବେଳକୁ ମାମା ଛିଡ଼ା ହୋଇଛି। 


ହଠାତ୍ ଘରର ଲାଇଟ ଅନ ଅଫ ହେବାକୁ ଲାଗିଲା... ମାମାକୁ ଦେଖି ସମ୍ବିତ କହିଲେ ତୁ ଏଠି କେମିତି...।


ମାମା ହା ହା ହା ମାରି ସହିବାକୁ ଲାଗିଲା...କହିଲା ବାପା ମୁଁ ଏକା ଆସିନି... ତୁମ ସ୍ତ୍ରୀ କୁନି ମାନେ ମୋ ମାଆ ବି ଆସିଛି... ତୁମେ ପରା ଆମ ସହ ରହିବ କହୁଥିଲ... ଚାଲ ବାପା ଆମ ଦୁନିଆକୁ....।


ବାପା ଶୁଣି ରୁଚି ଆହୁରି ଆଶ୍ଚର୍ଯ୍ୟ ଆଉ ଭୟଭୀତ... ମାନେ କୁନିକୁ ସମ୍ବିତ ମାରିଛନ୍ତି। 


ସେତିକି ବେଳକୁ ହଠାତ୍ ଗୋଟିଏ ବିକଟାଳ ଚିତ୍କାର ଶୁଣାଗଲା... କୋଠରୀ ଭିତରେ ଅନ୍ଧାର ହୋଇ ଗଲା... କେବଳ ରାସ୍ତା ଆଲୁଅରେ କୋଠରୀ ଭିତରେ ହାଲୁକା ହାଲୁକା ଦେଖା ଯାଉ ଥାଏ। 


ଜରରେ ପବନ ବହିବାକୁ ଲାଗିଲା...ଗୋଟିଏ ସ୍ତ୍ରୀ ଲୋକର ଭୟଙ୍କର ହସ ଶୁଣିବାକୁ ମିଳିଲା... ସମ୍ବିତ ଚାଲ ଆମେ ତୁମକୁ ନେବାକୁ ଆସିଛୁ...! 


ସେ ହସ ଅତି ଭୟଙ୍କର...ଯେମିତି କାନ ଫାଟି ଯିବ। ହଠାତ୍ ରୁଚି ଦେଖୁଛନ୍ତି ସମ୍ବିତ ପଛ ଆଡୁ ଗୋଟିଏ ସ୍ତ୍ରୀ ଲୋକ ଆସୁଛି... ତାର ମୁହରେ ହାଲୁକା ହାଲୁକା ଆଲୁଅ ପଡିଛି। 


ସ୍ତ୍ରୀ ଲୋକଟିର ମୁହଁ ଅତ୍ୟନ୍ତ ଭୟଙ୍କର... ଆଖିରୁ ନିଆଁ ଜଳିଲା ପରି ଲାଇଟ ଜଳୁଛି। ତା ମୁହଁରେ ଯେମିତି କେହି ପଠର ଛେଚି ଦେଇଛି। ଗୋଟିଏ ଛିଡା ଶାଢୀ ପିନ୍ଧିଛି... ଯେମିତି ତାକୁ କେହି ବଳାତ୍କାର କରିଛି... ପେଟରୁ ରକ୍ତ ବାହାରୁଛି ପରି ଲାଗୁଛି। 


ସ୍ତ୍ରୀ ଲୋକଟିକୁ ଦେଖି ସମ୍ବିତ ପାଟିରୁ ବାହାରିଛି କୁନି ତୁମେ...! 


ରୁଚି ଏବେ ବୁଝିଗଲେଣି ଯେ କୁନି ହେଉଛନ୍ତି ସମ୍ବିତଙ୍କ ପ୍ରଥମ ସ୍ତ୍ରୀ ଆଉ ସମ୍ବିତ ତାକୁ ମାରି ଦେଇଛନ୍ତି। 


ସେତିକି ବେଳେ କୁନି ଜୋରରେ କାନ୍ଦିବାକୁ ଲାଗିଲା... ଆଉ କହିଲା ସାତ ମାସ ତଳେ ତୁମେ ଗାଁକୁ ଗଲ... ଆଉ ମୋତେ ଛାଡପତ୍ର ମାଗିଲ...କହିଲ ତୁମେ ମୋତେ ଭଲ ପାଅ ନାହିଁ... ତୁମ ମାଆଙ୍କ ଇଚ୍ଛାରେ ମୋତେ ବିବାହ କରିଥିଲ... ଆଉ ଏବେ ସହରରେ ଆଉ କାହାକୁ ଭଲ ପାଉଛ.. ମୁଁ ଛାଡପତ୍ର ଦେବା ପାଇଁ ମନା କଲି କାରଣ ଥିଲା ଆମ ଝିଅ ମାମା ଆଉ ମୋ ଗର୍ଭରେ ଥିବା ତିନି ମାସର ସନ୍ତାନ ପାଇଁ। ମୁଁ ଗର୍ଭବତୀ ଶୁଣି ତୁମେ ଖୁସି ହୋଇ କହିଲ ଆମେ ସହରରେ ରହିବା....ମାମାକୁ କେତେ ସପନ ଦେଖେଇଲ ଆଉ ତୁମ ସାଙ୍ଗ ଗାଡିରେ ଆମକୁ ନେଇ ସହରକୁ ବାହାରିଲ। ଆଉ ତାପରେ କହି ସେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। 


ରୁଚି ପଚାରିଲେ କଣ ହେଲା ତାପରେ...? 


କୁନି କହିଲା ତାପରେ ଜଙ୍ଗଲରେ ଗାଡି ଖରାପ ହୋଇଛି କହି ରଖିଲେ। ମୁଁ ପରିସ୍ରା ଯିବି ବୋଲି ଗାଡିରୁ ଓହ୍ଲାଇ ବୁଦା ଆଡକୁ ଗଲି...।ମାମା ଗାଡିରେ ଶୋଇ ଥାଏ। ଏହି ନର ରାକ୍ଷସ ମୁଁ ଗର୍ଭବତୀ ଜାଣି ମଧ୍ୟ ତାଙ୍କୁ ଦୟା ଆସିଲା ନହିଁ। ତାଙ୍କ ସାଙ୍ଗ ସହ ମିଶି ମୋର ବଳାତ୍କାର କଲେ ଆଉ ମୋ ପେଟରେ ଛୁରୀ ଭୂଷି ଦେଇ ମୋ ମୁହଁକୁ ପଥରରେ ଛେଚି ନଷ୍ଟ କରି ଦେଲେ। 


ମୋ ପାଟି ଶୁଣି ମାମା ଦଉଡି ଆସୁ ଥିଲା। ସେ ତଳେ ପଡିଗଲା ତା ମୁଣ୍ଡ ଫାଟି ଗଲା ଆଉ ସେ ଆଚେତ ହୋଇ ଗଲା। ଏଇ ରାକ୍ଷସ ମୋତେ ଆଉ ମାମାକୁ ଜିଅନ୍ତା ତା ସାଙ୍ଗ ସହ ମିଶି ମାଟି ତଳେ ପୋତି ଦେଲା।ସେ ଦିନରୁ ଆମେ ଦୁହେଁ ଅତୃପ୍ତ ଆତ୍ମା।


ଏହା ଶୁଣି ରୁଚି ମାମାକୁ ଭଲକି ଦେଖିଲେ... ସତରେ ସେ ବି ଭୟଙ୍କର ଦେଖାଯାଉଛି... ତା ଆଖି ବି ନିଆଁ ଜଳୁଛି ଆଉ ତା ମୁଣ୍ଡରୁ ରକ୍ତ ବହିବା ଦାଗ। 


କୁନି କହିଲା ଆମେ ଦୁହେଁ ତାଙ୍କ ସାଙ୍ଗକୁ କିଛି ଦିନ ତଳେ ସଡକ ଦୁର୍ଘଟଣାରେ ମାରି ଦେଇଛୁ। ଏବେ ସମ୍ବିତଙ୍କ ପାଳି... ତାପରେ ଆମେ ଦୁହେଁ ମୁକ୍ତି ପାଇ ଯିବୁ। 


କୁନି ଆଉ ମାମା ଦୁହେଁ ସମ୍ବିତଙ୍କୁ ନିଜ ପାଖକୁ ଡାକି ସମ୍ବିତ ଆଡକୁ ଗଲେ। ସମ୍ବିତ କେବଳ ମୋତେ ଛାଡି ଦିଅ କହି ପଛେଇ ପଛେଇ ଗଲେ... ଗୋଡ ତାଙ୍କର ଝୁଣ୍ଟି ଯିବାରୁ କାଚ ଝରକାରେ ଯାଇ ବାଡେଇ ହେଲେ ଆଉ ଝରକା ଦେଇ ଉପରୁ ତଳକୁ ଖସି ପଡିଲେ। ଏହା ଦେଖି ରୁଚି ଅଚେତ ହୋଇ ଗଲେ। 


ସକାଳୁ ରୁଚି ଉଠିଲା ବେଳକୁ ଦେଖୁଛନ୍ତି ତାଙ୍କ ପାଖରେ ତାଙ୍କ ମାଆ ବାପା ସବୁ ପାଖାପାଖି ଲୋକମାନେ ଅଛନ୍ତି। ପୋଲିସ ସମ୍ବିତଙ୍କ ମର ଶରୀରକୁ ରାସ୍ତାରେ ପଡିଥିବା ଅବସ୍ଥାରେ ଉଦ୍ଧାର କରିଛି। ମୋବାଇଲରେ ସମ୍ବିତଙ୍କ ପାଗଳାମି ରେକର୍ଡ ଅଛି କିନ୍ତୁ କୁନି କି ମାମାର କିଛି ବି ରେକର୍ଡ ନାହିଁ। ପୋଲିସ ରେକର୍ଡରେ ଲେଖିଲା ସମ୍ବିତ ପାଗଳ ଥିଲେ...ନିଜ ପାଗଳାମି ପାଇଁ ସେ ମରିଛନ୍ତି। 


ରୁଚି ତାଙ୍କ ମାଆ ବାପାଙ୍କୁ ସବୁ କହିଲେ.... ମୋବାଇଲ ରେକର୍ଡିଂ ବି କୁନି ଆଉ ମାମାର କାମ ସେ ବୁଝି ଗଲେ.... ମନେ ମନେ ସେମାନଙ୍କୁ ଧନ୍ୟବାଦ ଜଣିଲେ ଯେ ସେମାନଙ୍କ ପାଇଁ ଆଜି ସେ ବଞ୍ଚିଛନ୍ତି। ଏବେ ତାଙ୍କ ଦୁନିଆ କହିଲେ ତାଙ୍କ ବାପା ମାଆ ଆଉ ତାଙ୍କ ଗର୍ଭରେ ଥିବା ତାଙ୍କ ଛୁଆ। ସେ ଆଉ କେବେ ବିବାହ କରିବେ ନାହିଁ ବୋଲି ସ୍ଥିର କଲେ। ଆଠ ମାସ ପରେ ରୁଚିଙ୍କ ଗୋଟିଏ ଝିଅ ହେଲା... ସେ ତା ନାମ ମାମା ରଖିଲେ। 



Rate this content
Log in