# ନନ୍ଦିନୀ ଆଇ ମିସ୍ ୟୁ #
# ନନ୍ଦିନୀ ଆଇ ମିସ୍ ୟୁ #
--ନନ୍ଦିନୀର ହୃଦୟସ୍ପର୍ଶୀ ସ୍ମୃତିଗୁଡ଼ିକ ମନରେ ଭାବିବା କ୍ଷଣି ହିଁ ରାଜର ହୃଦୟରେ କଳାହାଣ୍ଡିଆ ମେଘର ବର୍ଷା ମାଡ଼ି ଆସେ । ଟୋପା ଟୋପା କ୍ଷୁଦ୍ରାତିକ୍ଷୁଦ୍ର ଜଳବିନ୍ଦୁ ସମୂହ ବିଚ୍ଛୁରିତ ହୋଇଯାଆନ୍ତି ଚତୁର୍ଦ୍ଦିଗରେ । ଇତଃସ୍ତତ ହୋଇପଡେ ରାଜ ସତେ ଯେମିତି ନିଜର ହୃଦୟକୁ ଅଲକ୍ଷ୍ୟରେ କେଉଁଠି ହଜେଇ ଦେଇଛି !
(*ଫ୍ଲାସ୍ ବ୍ୟାକ୍)
--ଆଜକୁ ଛଅ ବର୍ଷ ପୂର୍ବେ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ହଠାତ୍ ମାଡି ଆସିଲା ଘଡଘଡି ସହ ବର୍ଷା । ରାତି ସାରା ବର୍ଷା ହେଲା । ସମ୍ପୂର୍ଣ୍ଣ ରାତି ରାଜ ଓ ନନ୍ଦିନୀ ଖୁବ୍ ଓଦା ହୋଇ ବର୍ଷାର ଶୀତଳତାକୁ ଅନୁଭବ କରୁଥିଲେ । ସହସ୍ର ଥର ଶୁଖିଲା ହୋଇ ମଧ୍ୟ ଓଦା ହେଉଥାଏ ପ୍ରତି ମୁହୂର୍ତ୍ତରେ ରାଜ । ନନ୍ଦିନୀ ମଧ୍ୟ ଓଦା ହୋଇଥିଲା ଆପାଦମସ୍ତକ । ରାତିର ଘନ ଅନ୍ଧକାର ମଧ୍ୟରେ ଉଭୟଙ୍କର ମୁଖ ଦୃଷ୍ଟିଗୋଚର ହେଉନଥିଲେ ବି ଆଖି ପତାର କୋଣରେ ଢଳଢ଼ଳାଉ ଥିବା ଜଳବିନ୍ଦୁ ବିଜୁଳିର ଆଲୋକ ସଦୃଶ ଚକମକ ଝଲସି ଉଠୁଥାନ୍ତି ।
--ହାଡ଼ଭଙ୍ଗା ଶୀତର ପ୍ରଭାବ ଦ୍ଵାରା ନନ୍ଦିନୀ ଶରୀର ପ୍ରକମ୍ପିତ ହେଉଥିଲା । କେତେବେଳେ ତାର ତ ହସ୍ତ ଯୁଗଳ ଆଲିଙ୍ଗନ ଭଙ୍ଗୀରେ ଦୌଡ଼ିବାକୁ ଅପ୍ରାଣ ଚେଷ୍ଟିତ ଥିଲା ଅସରନ୍ତି ପଥ ଦିଗରେ । ବର୍ଷାର ଜଳ ବିନ୍ଦୁ ସମୂହକୁ ମୁଖ ମଣ୍ଡଳରୁ ପୋଛିବାରେ ବ୍ୟସ୍ତ ଥିଲା କେତେବେଳେ ତ ମୁହଁରୁ ନିଗିଡ଼ି ପାଟିରେ ଭର୍ତ୍ତି ହୋଇଥିବା ଜଳ ବିନ୍ଦୁକୁ ଛୋଟ ପିଲା ପରି ପାଟିରେ ପିଚକାରୀ କରି ବାହ୍ୟ ପାର୍ଶ୍ଵ ପ୍ରତି ନିର୍ଗତ କରୁଥିଲା କେତେବେଳେ।
--ରାତିସାରା ବର୍ଷାରେ ନନ୍ଦିନୀ ଓଦା ହୋଇ ଚାଲିଥିଲା ରାଜ ସାଥିରେ । ଝିପିଝିପି ବର୍ଷାରେ ଆନନ୍ଦ ଉଲ୍ଲାସର ସହିତ ପ୍ରତିଟି ଜଳ ବିନ୍ଦୁକୁ ଅଙ୍ଗେ ଅନୁଭବ କରୁଥିଲା ନନ୍ଦିନୀ । କ୍ରୀଡ଼ାରତ ଅବସ୍ଥାରେ ବର୍ଷାରେ ଜମିଥିବା ପାଣିକୁ ନନ୍ଦିନୀ ଗୋଡ଼ରେ ଆଘାତ ପ୍ରଦାନ କଲା ରାଜକୁ ଓଦା କରିବା ଉଦ୍ଦେଶ୍ୟରେ ।
--ସେହି ବର୍ଷଣ ମୁଖର ରାତ୍ରିରେ ନନ୍ଦିନୀର ସ୍ୱତଃ ରୂପେ ନିର୍ଗତ ହୋଇଥିଲା କାଶ ଓ ଛିଙ୍କ । କ୍ଷଣିକ ମଧ୍ୟରେ ମୁଖମଣ୍ଡଳରେ ଭାସି ଆସିଲା ତାର ଥଣ୍ଡା ହେବା ସମ୍ଭାବନାର ଅକୁହା ଭୟ । ଛୋଟ ଝିଅଟି ପରି ଜିଦରେ ଅଟଳ ରହି ଦୁଷ୍ଟାମୀ କଲା, ଚିଡ଼ଚିଡ଼ ହେଲା ,ମିଛି ମିଛିକା ରାଗରେ ଗରଗର ମଧ୍ୟ ହେଲା ରାଜ ଉପରେ ।
-- ମେଘରେ ଓଦା ହେବା ପରେ ସେଦିନ ରାଜ ଓ ନନ୍ଦିନୀ ରାଜର ଘରକୁ ଯାଇଥିଲେ । ନିରୋଳା ପରିବେଶରେ ଥଣ୍ଡା ପାଗ ସାଙ୍ଗକୁ ଯୌବନର ଉଚ୍ଚାଟରେ ଉଭୟ ନିଜ ଉପରୁ ନିୟନ୍ତ୍ରଣ ହରାଇଲେ । ଆଉ ଦୁହିଁଙ୍କର ସେଦିନ ହେଲା ମହାମିଳନ । ବିନା ବିବାହରେ ବି ବିଶ୍ୱାସର ମହାମିଳନରୁ ଅଙ୍କୁରିତ ହେଲା ନବ ପଲ୍ଲବିନୀ । ସମୟ କ୍ରମେ ସେ ଦୁନିଆର ଆଲୋକ ଦେଖିଲା ଆଉ ତାର ନାଆଁ ରଖାଗଲା 'ରାଜନନ୍ଦିନୀ' । ସେ ଥିଲା ଉଭୟ ରାଜ ଓ ନନ୍ଦିନୀଙ୍କର ହୃଦୟ ସ୍ପନ୍ଦନ ଓ ପ୍ରେମର ପ୍ରଥମ ସନ୍ତକ ।
--ଏ ଭିତରେ ପାଞ୍ଚ ବର୍ଷ ବିତିଯାଇଛି । ଦୁର୍ଭାଗ୍ୟବଶତଃ ରାଜ ଆଉ ନନ୍ଦିନୀ ବିବାହ କରି ନାହାନ୍ତି ସତ କିନ୍ତୁ ରାଜ ନନ୍ଦିନୀ ପାଲଟିଛି ଉଭୟଙ୍କର ପ୍ରେମର ଏକମାତ୍ର ସ୍ମୃତି ତଥା ଆକର୍ଷଣର କେନ୍ଦ୍ର ବିନ୍ଦୁ ।
--ନନ୍ଦିନୀ କଥା ଭାବିଲେ ହିଁ ରାଜ ବକ୍ଷରୁ ନିରନ୍ତର ଅସୁମାରୀ ବର୍ଷାର ବିନ୍ଦୁ ଟପ୍ ଟାପ୍ ଝରିପଡେ । ସତେ ଯେମିତି ପର୍ବତର ପାଦଦେଶରୁ ବକ୍ର ହାଡ଼ ପର୍ଯ୍ୟନ୍ତ ଛୁକଛୁକ ଶବ୍ଦ କରି ଗତିକରନ୍ତି ରେଲଗାଡ଼ି ମାନେ । ରାଜ ଆଜି ଏକ ବଡ ରୋଗରେ ଆକ୍ରାନ୍ତ ଯେଉଁଠୁ ଆରୋଗ୍ୟ ହେବା ସମ୍ଭାବନା କମ୍ । ତଥାପି ନନ୍ଦିନୀଙ୍କର ଭଲ ପାଇବା ରାଜ ପ୍ରତି କମିନି ଯାହାର କାରଣ ରାଜନନ୍ଦିନୀ।
--ଶାରୀରିକ ଭାବରେ ନ ହେଲେ ବି ଆଜି ନନ୍ଦିନୀ, ରାଜ ସାଥିରେ ଅଛି ମାନସିକ ଭାବେ ଖୁବ୍ ଜଡିତ ହୋଇ । ହୃଦୟ ମଧ୍ୟରୁ ନିସୃତ ପ୍ରେମଭରା ସାତସୁର ବିଶିଷ୍ଟ ଗୀତ ଗାଇବାରେ ରାଜ ନିଜକୁ ହଜେଇଦେଇଛି ଉଭୟ ନନ୍ଦିନୀ ଆଉ ରାଜନନ୍ଦିନୀ ପାଇଁ । ଆଜି ବି ରାଜ କଲମରୁ ନିସୃତ ହୋଇ ଚାଲିଛି ଅନବରତ ରୋମାଣ୍ଟିକ୍ କବିତାମାନ ନନ୍ଦିନୀ ଉଦ୍ଧେଶ୍ୟରେ ।
--ଉଭୟେ ରାଜ ଓ ନନ୍ଦିନୀ ଫେସବୁକରେ ଭେଟିଲା ପରେ ଉଭୟ ଉଭୟଙ୍କୁ ଭଲ ପାଇଥିଲେ ବିନା ସ୍ବାର୍ଥରେ । ସୁଯୋଗ ଦେଖି ବିଭିନ୍ନ ପର୍ବପର୍ବାଣୀରେ ଦୁହେଁ ଦେଖା ହୁଅନ୍ତି ଆଉ ଅନ୍ତରଙ୍ଗ ହୁଅନ୍ତି । ନିଃସ୍ୱାର୍ଥ ପ୍ରେମ ସମୟକ୍ରମେ ପାଲଟିଯାଏ ପାଇବାର ଉତ୍କଣ୍ଠାରେ ।
-- କିନ୍ତୁ ନିୟତିର ନିଷ୍ଠୁର ନିୟମରେ ଦୁହେଁ ଆଜକୁ ଦୀର୍ଘ ତିନି ମାସ ହେବ ଅଲଗା ହେବାକୁ ଚେଷ୍ଟା କଲେଣି । କିନ୍ତୁ କେହି କାହାକୁ ଭୁଲି ପାରୁ ନାହାନ୍ତି । ନନ୍ଦିନୀର ବିବାହ ପାଇଁ ଅନେକ ପ୍ରସ୍ତାବ ଆସିଛି ଏ ଭିତରେ କିନ୍ତୁ କୌଣସି ଜଣେ ମଣିଷକୁ ସେ ନିଜର କରି ପାରିନି।
--ରାଜ ଆଜି ମଧ୍ୟ ନନ୍ଦିନୀ ଭିତରେ ଅନ୍ୱେଷଣ କରିଥାଏ ତାର ନାଲି ସୂର୍ଯ୍ୟର ଆଲୋକକୁ । ଯୁଗେ ଯୁଗେ ନାୟକ ମାନେ ନିଜର ନାୟିକା ମାନଙ୍କ ପାଇଁ ମନ ପସନ୍ଦର ଲକ୍ଷାଧିକ ପ୍ରେମଭରା କବିତା ପରିବେଷଣ କରିଛନ୍ତି । ଅସଂଖ୍ୟ ରଙ୍ଗୀନ ସ୍ୱପ୍ନ ରାଜ୍ୟରେ ବିମୋହିତ ହୁଅନ୍ତି । ନାୟିକା ମାନେ ମଧ୍ୟ ଡ଼ିବି ଜାଳି ଅପେକ୍ଷାରତ ଥାନ୍ତି ହୃଦୟ ରୂପକ ଦର୍ପଣକୁ ତାଙ୍କର ।
--ନନ୍ଦିନୀ ପ୍ରେମ ରୂପକ ଡ଼ିବି ଜାଳି ରାଜ ହୃଦୟରୁ ଘନ ଅନ୍ଧକାରକୁ ବିତାଡ଼ିତ କରି ଆଲୋକ ପ୍ରଦାନ କରୁଥିଲା ।ଫଳସ୍ୱରୂପ ବିମୋହିତ ହୋଇ ରାଜ ମଜ୍ଜିଯାଇଥିଲା ନନ୍ଦିନୀର ପ୍ରେମରୂପକ ଉଜ୍ଜବିତ ଆଲୋକର ଚତୁର୍ଦିଗରେ ।
--ସେଥିପାଇଁ ରାଜ ଦିନେ ନନ୍ଦିନୀ ଉଦ୍ଦେଶ୍ୟରେ କହିଥିଲା- "ତୁମେ ଯଦି ନାୟିକାମାନଙ୍କର ସହସ୍ୟ ବଦନ ତେବେ ମୁଁ ସର୍ବତ୍ର ପ୍ରସିଦ୍ଧି ଅର୍ଜନ କରିଥିବା ସୁନାମଧନ୍ୟ ନାୟକ । ତୁମେ ଯଦି ଅନ୍ଧକାର ଶୀତ ରାତିର ଶବ୍ଦ, ମୁଁ ସେଥିରେ ଧରାଶାୟୀ ସୁପ୍ତ ଜହ୍ନ ରାତ୍ରି।"
--ଆଜି ବି ରାଜ ହୃଦୟରେ କେବଳ ନନ୍ଦିନୀ ଆଉ ତାର ପ୍ରେମର ପ୍ରତୀକ ରାଜନନ୍ଦିନୀ । ସାରା ଜୀବନ ଅମୂଲ୍ୟ ନିଦ୍ରାକୁ ଜଳାଞ୍ଜଳି ପ୍ରଦାନ କରି ସମ୍ପୂର୍ଣ୍ଣ ରାତ୍ରି ସେମାନଙ୍କ ସ୍ମୃତିରେ ଉଜାଗର ରହିବାକୁ ବଦ୍ଧ ପରିକର ରାଜ।
-- ଆଜି ନନ୍ଦିନୀର ଏ ଜୀବନରେ ରାଜ ନିକଟକୁ ଫେରିବାର କୌଣସି ସତ୍ୟତା ଦୃଷ୍ଟି ପରିଲକ୍ଷିତ ହେଉନାହିଁ । କିନ୍ତୁ ନନ୍ଦିନୀ ସ୍ମୃତିରେ ଆଜୀବନ ହସି ହସି ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅତିବାହିତ କରିଦେବାକୁ ଠିକ୍ କରିଛି ରାଜ । 'ନନ୍ଦିନୀ ଆଇ ମିସ୍ ୟୁ' ଗଳ୍ପ ସଂକଳନ ପରି ରାଜନନ୍ଦିନୀ ମୁହଁକୁ ଚାହିଁ ବାକି ଜୀବନ ଜିଇଁବାର ନିଶାରେ ମସଗୁଲ ହୋଇଛି ରାଜ !
-- ରାଜ ଏ ଗପଟିକୁ ଲେଖିଛି କେବଳ ନନ୍ଦିନୀ ଉଦ୍ଦେଶ୍ୟର କାରଣ ଆଜି ବି ତାର ହୃଦୟର ପ୍ରତିଟି ସ୍ପନ୍ଦନରୁ ସ୍ୱତଃ ବାହାରି ଆସେ 'ନନ୍ଦିନୀ ଆଇ ମିସ୍ ୟୁ' !
