STORYMIRROR

pranati Mahapatra

Tragedy Fantasy

3  

pranati Mahapatra

Tragedy Fantasy

ନିଶ୍ଚୟ ଫେରିବ

ନିଶ୍ଚୟ ଫେରିବ

1 min
176

 

ମଣିଷ ଫେରୁଛି ପୁଣି ତାର ପୂର୍ବାବସ୍ଥାକୁ । ଶୈଶବର ସ୍ମୃତି ସବୁ ଜୀବନ୍ତ ହୋଇ ଉଠୁଛି ଏବେ ମଣିଷ ଜୀବନରେ। ପୁଣି ପୂର୍ବରୁ ଥିବା ଘଟଣା ସମୂହକୁ ନେଇ ଉତଫୁଲ୍ଲିତ ହୋଇ ଉଠୁଛି ମଣିଷ ।


ସାମନ୍ତ ଚନ୍ଦ୍ରଶେଖରଙ୍କ ଗବେଷଣା ଆଧାରରେ ମଣିଷ ଏବେ ଯେମିତି ଚନ୍ଦ୍ରରେ ପହଞ୍ଚି ପାରୁଛି, ଗ୍ରହ ନକ୍ଷତ୍ର ମାନଙ୍କର ଗତିବିଧି ନୀରିକ୍ଷଣ କରିପାରୁଛି ଅତି ସହଜରେ । ସେମିତି ମଣିଷ ଫେରୁଛି, ପୁନରୁଦ୍ଧାର କରୁଛି, ଆଗ୍ରହ ପ୍ରକାଶ ମଧ୍ୟ କରୁଛି ଜହ୍ନମାମୁଁ, ପଞ୍ଚତନ୍ତ୍ର, ତେନାଲିରାମା ଭଳି କାହାଣୀର ସ୍ରଷ୍ଟା ତଥା କାହାଣୀର ଚର୍ଚ୍ଚିତ ଚେହେରାକୁ।


ସେମାନଙ୍କ କାହାଣୀ ସବୁ ଜୀବନ୍ତ କରି ତୋଳିବାକୁ ସତତ ଚେଷ୍ଟିତ ଅଧୁନା ସାମ୍ପ୍ରତିକ ସମୟରେ। ଅସରା କାହାଣୀର ପସରା ମେଲେଇ ବସେ, ନିଜ ଆଧାରରେ, ନିଜସ୍ବ ଶୈଳୀରେ ଏଇ ଆମ ରାମୁଲୁ । ଗଦାଏ ଗପର ପାହାଡ଼ଟିଏ ରାମୁଲୁ।


ରାତି ପାହିଲେ ଗାଁର ପହ୍ଲେ ଗାଈଗୋରୁ, ଛେଳି ମେଣ୍ଢା ଧରି ଚରେଇଵା ପାଇଁ ପଳେଇ ଯାଏ। ଗାଈ ଛାଡ଼ି ଦେଇ କେତେବେଳେ ବଇଁଶୀ ସୁରେ ସୁରେ ଗାଆଁ ଲୋକଙ୍କ ମନୋରଞ୍ଜନ କରେ ତ ଆଉ କେତେବେଳେ ଛୁଟି ଦିନରେ ସବୁ ପିଲାଙ୍କୁ ମେଳେଇ ପଞ୍ଚତନ୍ତ୍ର, ଅବୋଲକରା, ତେନାଲିରାମାର ଚମତ୍କାର, ରହସ୍ୟମୟ କାହାଣୀମାନ ଶୁଣେଇ କେତେବେଳେ ରହସ୍ୟ ଘେରରେ ତ କେତେବେଳେ ହସି ହସି ବେଦମ ହୋଇ ଯାଉଥିଲେ ପିଲାମାନେ । 


ସମସ୍ତେ ବି ଏକ ସ୍ଵରରେ ରାମୁଲୁକୁ ତେନାଲିରାମା ବୋଲି ହସି ହସି ଡାକୁଥିଲେ। ସେହି ଡାକରେ ବି ସେ ବହୁତ ଖୁସି । ମୁଁ ହେଲି ତେନାଲିରାମା । ରାମୁଲୁ ବି ରାଜା, ସୈନିକ, ଯାଦୁକର, ବ୍ରାହ୍ମଣ, ତାନ୍ତ୍ରିକଠାରୁ ବି କୌଣସି ଗୁଣରେ କମ୍ ନୁହେଁ। ପିଲାମାନେ ଫେରୁଛି, ଫେରିବ ତୁମମାନଙ୍କ ମାଧ୍ୟମରେ ତେନାଲିରାମା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy