jyotsna mayee panda

Tragedy

3  

jyotsna mayee panda

Tragedy

ନିଶ୍ଚଳ

ନିଶ୍ଚଳ

4 mins
242


ଆଜି ହେଉଛି ପନ୍ଦର ତାରିଖ l ମାନେ ଆମ ସରକାର ଙ୍କ ଭତ୍ତା ବଣ୍ଟନ ଦିବସ l ଏମିତି କେତେ କେତେ ଅଯୋଗ୍ୟ ବି ଭତ୍ତା ପାଉଛନ୍ତି l ଅନେକ ଥିଲା ଵାଲା ବି ପାଉଛନ୍ତି ଆଉ ଯେ ଯୋଗ୍ୟ ସେ ବି ବଂଚିତ ହେଉଛି l କିନ୍ତୁ ଧୀର ବୁଢ଼ା ବା ଧୀରେନ୍ଦ୍ର ପଧାନ ଅସି ବର୍ଷ ହେଲେ ବି ଆଧାର କାର୍ଡ ରେ ବୟସ କମ ଅଛି ବୋଲିଭତ୍ତା ପାଉନ ଥିଲା l ବହୁ କଷ୍ଟ ରେ ଡାକ୍ତରଙ୍କ ଠୁ ଲେଖା ଆଣିଲା l ତହସିଲ ରୁ ରିପୋଟ ଆଣିବା ପରେ ପୁଣି ପୁଅ ସରପଞ୍ଚ ତଥା କର୍ମଚାରୀ ଙ୍କୁ ଉପଯୁକ୍ତ ପୂଜାବିଧି ପରେ ବୁଢା ଦୁଇ ତିନି ମାସ ହେବ ଭତ୍ତା ଗଣ୍ଡା କ ପାଉଛି ସରକାର ଙ୍କ ଅଶେଷ କୃପା ରୁ l ହେଲେ ଏଥିରେ ବି ପୁଅ ର ହକ l ବୋହୁ କହେ ଯେଉଁ ଲାଞ୍ଚ ଖୁଂଚ ଦେଇଛୁ ସେ ପଇସା କିଏ ଦେବ l ସେଥିପାଇଁ ବୁଢ଼ା ପଇସା ଆଣିବା ପରେ ବୋହୁ ହାତରେ ଟେକିଦିଏ ସବୁ l ହଁ କେବେ କେବେ ଦରକାର ହେଲେ ପାଞ୍ଚ ଦଶ ମାଗି ନିଏ l ସେଦିନ ପ୍ରବଳ ଖରା ରେ ବୁଢା ବାସି ପଖାଳ ଟିକେ ଖାଇ ବାହାରି ପଡିଲା ପଂଚାୟତ ଅଭିମୁଖେ l ସେଠି ବି ସେ କୋଭିତ କଟକଣା l ଖରା ରେ ଲାଇନ ରେ ଛିଡା ହୁଅ ପରେ ନିଜ ନମ୍ବର ଆସିଲେ ପଇସା ଆଣି ଆସିବ ଘର କୁ l ତୁଣ୍ଡ ମୁଣ୍ଡ ଅଠା ଅଠା ହୋଇଯାଉଛି ହେଲେ ବହୂ ର ତାଗିତ ପାଇଁ ଆସିବା ପାଇଁ ବାଧ୍ୟ ହୋଇଛି ଆଜି ଧୀର ବୁଢ଼ା...........

ସେଦିନ ଅଫିସର ବାବୁ ଟିକେ ଡେରି କରି ଆସିଲେ ସେଥିପାଇଁ ବୁଢା କୁ ଘର କୁ ଚାଲି ଚାଲି ଆସିବା ବେଳେ ଦୁଇ ଟା ହୋଇଗଲା l ମୁଣ୍ଡ ଫଟା ଖରା କୁ ଭିଡ଼.... ବୁଢା ଅଣନିଶ୍ୱାସୀ ହୋଇ ପଡୁଥିଲା l ଘର କୁ ପହଂଚି ଆଉ କିଛି ଖଇଲା ନି l ରାତି ରେ ଦେହ ଖଇ ଫୁଟିଗଲା l ହାତ ଗୋଡ଼ ଖୁବ ଦରଜ କଳା l ସକାଳୁ ବୋହୁ କୁ କହିବାରୁ ରାଗ ରେ ପଞ୍ଚମ l କହିଲା ଏବେ କରୋନା ହେଉଛି ବୁଢା କୁ କଣ ହେଇଛି କେଜାଣେ l ସେ ବାରିପଟ ବାରଣ୍ଡା ରେ ଖଟଟେ ନେଇ ଥୋଇ ଦେଲା l କହିଲା ଘର କୁ ଯିବନି l ପୁଅ ଆସିଲେ ଖାଇବା ଆଣି ଦେବେ l ଆମ ଛୋଟ ଛୁଆ ଅଛନ୍ତି l କାଳେ ଡେଇଁବ l ସେଥିପାଇଁ ବୁଢା ବାରଣ୍ଡା ରେ ପଡି ରହିଲା l ସ୍ୱାସ୍ଥ୍ୟ କର୍ମୀ ଅସି କୋଭିଡ ଟେଷ୍ଟ ପାଇଁ ନେଲେ l ଦୁଇଦିନ ପରେ ସତ କୁ ସତ ve ବାହାରିଲା l ଏଣେ ବୋହୁ ରାଗ କହିଲେ ନ ସରେ l ପୁଅ ଆସିଲେ ତୋରାଣି ମୁନ୍ଦାଏ ମିଳେ l ନ ହେଲେ ବୁଢା ସେମିତି ଭୋକ ଉପାସ ରେ ପଡିଥାଏ l କରୋନା ମହାମାରୀ ଠୁ ଏ ଭୋକ ର ରୋଗ ଆହୁରି ଭୟଙ୍କର l ହେଲେ କରିବ ବା କଣ l ବୃଦ୍ଧା ବସ୍ଥା ଟା ନିର୍ମୁଳି ଲତା ଭଳିଆ l ବୁଢ଼ୀ ମୁକ୍ତି ପାଇଗଲା ଏ ଦୁଃଖ ରୁ l

ସେଦିନ ବୁଢା ଛଟ ପଟ ହେଲା l ତା ଛଡା ତାକୁ ହସ୍ପିଟାଲ ରେ କିଏ ବା ଆଡମିଟ କରିବ l ସେ ବଂଚିବା ମରିବା ରେ କାହା ଲାଭ କ୍ଷତି ବା ଅଛି ଯେ କିଏ ଚିନ୍ତା କରିବ l ଏମିତି ତିନି ଚାରିଦିନ ହେବ ପଡି ରହିଲା l ଏପଟେ ରୋଗ ସେପଟେ ଭୋକ l କାହାକୁ ସମ୍ଭାଳିବ l ତୁଣ୍ଡ ମୁଣ୍ଡ ଶୁଖି ଗଲାଣି l ସବୁ ସ୍ୱାଦ ହୀନ ଲାଗୁଛି l ଯାହା ଟିକେ ଦେଉଛି ବୋହୁ ତାହା ବି ରୁଚୁନି l କୋଉ ବାସି ତରକାରୀ ତ ବାସି ପଖାଳ ସେଟା ପୁଣି ପୁଅ ଆସିଲେ ଆଣିଦେବ ବାଡ଼ି ପଟ କୁ l ସେଦିନ ତା ନାତି ର ଜନ୍ମଦିନ ଥିଲା l ବୋହୁ ଖିରି, ପୁରି ଆଉ କ'ଣ କେତେ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥିଲା l ବାଡ଼ି ପଟ ରେ ବୁଢା ବସି ଭାବୁଛି ଯାହା ହେଉ ଆଜି ତୁଣ୍ଡ କୁ ଟିକେ ସୁଖାଦ୍ୟ ମିଳିବ l ଖିରି ପୁରି ର ବାସ୍ନାରେ ବୁଢା ପାଟିରୁ ଲାଳ ବାହାରି ପଡୁଥାଏl କାରଣ ଖିରି ତାର ଭାରି ପସନ୍ଦ l ବୁଢ଼ୀ ବଂଚିଥିବା ବେଳେ ପର୍ବ ପର୍ବାଣିରେ କଂସ।ଏ ଖିରି ବୁଢ଼ା କୁ ଦିଏ କିନ୍ତୁ ବୋହୁ କ'ଣ ତା ମନ କଥା ବୁଝିବ???ଏମିତି କେତେ ସମୟ ବିତିଗଲା l ବୁଢା ସେଇ ଅନ୍ଧାର ବାରଣ୍ଡାରେ ବାଡ଼ି ପଟେ ପଡିଛି l ମଶା ଙ୍କ ଉପଦ୍ରଵକୁ ଭୋକିଲା ପେଟ ତା ଉପରେ ଏ ଅଜଣା ରୋଗ କରୋନା ର ଦାଉ l ଗୋଡ଼ ହାତ ବିନ୍ଧି ପକେଇଲାଣି lବହୁ ସମୟ ବିତିଯିବା ପରେ ବି କେହି ଖାଇବାକୁ ଦେଲେ ନି କି ଡାକିଲେ ନି l ରାତି ଅନେକ ହେଲାଣି l ସମସ୍ତେ ବୋଧହୁଏ ସୋଇଗଲେ l ବୁଢ଼ା କୁ ଖାଇବାକୁ ଦେଲେନି କିଛି.......

ଯେ ଯାହା ଘରେ ଆରାମରେ ଶୋଇଗଲେ ହେଲେ ଭୋକ ବିକଳ ରେ ବୁଢା ଆଖିକୁ ନିଦ କାହିଁ l ଅନ୍ଧାର ଭିତରେ ଶେଷରେ କେତେ ଟା କୁକୁର ଅଇଁଠା ପତ୍ର ପାଇଁ ଟଣା ଓଟରା ହେଉଥିଲେ l ଅନ୍ଧାର ଭିତରେ ସେମାନଙ୍କୁ ଘଉଡ଼l ଇ ଦେଲା l ନିଜେ ଭୋକ ସମ୍ଭାଳି ନ ପାରି ସେ ପତ୍ର ରେ ଲାଗିଥିବା ଖିରି ଆଉ ପୁରି ଖାଇବାକୁ ଲାଗିଲା l ଦୁଇ ଆଖି ଓଦା ହୋଇଯାଉଥାଏ ଅମାନିଆ ଅଶ୍ରୁ ରେ l କିଛି ସମୟ ପାଇଁ ଭୋକ ର ଦାଉ ରୁ ରକ୍ଷା ପାଇଲା l ଟିକେ ପାଣି ପିଇ ଶୋଇପଡ଼ିଲା l ଏମିତି ରାତି ପାହି ସକାଳ ହେଲା l ନ ଟା ହେଲେ ଯାଇ ପୁଅ ନାଲି ଚା ଟିକେ ଓ ଖଣ୍ଡେ ବlସି ରୁଟି ମିଳେ l ସେ ଦିନ ବି ପୁଅ ସେଇ ଚା ନେଇ ଆସିଲା l

ରାତି କଥା ଆଉ ତାର ମନେ ନାହିଁ l ବୁଢା କୁ ଡାକିଲା ଖାଇବାପାଇଁ l

ହେଲେ ବୁଢା ଶରୀର ପୁରା ନିଶ୍ଚଳ ହୋଇଯାଇଥିଲା l ମୁହଁ ଭିତରେ ରାତି ର ଅଇଁଠା ଖିରି ଲାଗିଛି ଆଉ ପିଂପୁଡି ଧାଡି ବାନ୍ଧି ଆସୁ ଛନ୍ତି ମୁହଁ ଭିତରକୁ l କେତେ ବେଳୁ ବୁଢା ମରି ପଡିଛି କେଜାଣେ l ଲୋକେ କହିଲେ ଧୀର ବୁଢା କୁଆଡେ କରୋନା ରେ ମରିଗଲା l ସେଥିପାଇଁ କେହି କlନ୍ଧ ବି ଦେଲେନି l କେତେ ଜଣ ସ୍ବେଛାସେବୀ ଙ୍କ ସହାୟତା ରେ ପୁଅ ଦାହ ସଂସ୍କାର କଲା l କିନ୍ତୁ ଭୁତାଣୁ ଠୁ ଭୋକ ଯେ କେତେ ଭୟଙ୍କର ସେଟା ଧୀର ବୁଢା ହିଁ ଅନୁଭବ କରି ପାରିଛି l ସତରେ ମଣିଷ ଶରୀର ସହିତ ର ମଣିଷ ପଣିଆ ବି ଧ୍ୱଂସ କରିଦେଛି ଏ ମହାମାରୀ l

ବୋଧହୁଏ ମହାମାରୀ ର ଔଷଧ ବାହାରିଲାଣି ହେଲେ ଏ ଅମାନବିକତା ରୂପକ ରୋଗ ରୁ ମୁକ୍ତି କେବେ ମିଳିବ ମଣିଷ କୁ????



Rate this content
Log in

Similar oriya story from Tragedy