ନିଶବ୍ଦ ରାତି*********
ନିଶବ୍ଦ ରାତି*********
ଅଫିସରୁ ଫେରିଲା ପରେ ପ୍ରତିଦିନ ପରି ଅନନ୍ୟା ରୋଷେଇ କରି ଖାଇ ସାରିଲା ପରେ ରୁମରେ ଏକା ଶୋଇଥିଲା l ହଟାତ କେହି ଜଣେ କବାଟ ପାଖରେ ଠିଆ ହୋଇଥିବାର ସେ ଅନୁଭବ କଲା l ଘଣ୍ଟାରେ ରାତି ବାରଟା ହୋଇଥାଏ l ଅନନ୍ୟା ଭୟରେ ଶିହିରି ଯାଉଥାଏ l ସେ ପୁଣି ଥରେ କାନ ଡେରି ରହିଲା, କାଳେ ଆଉ ଥରେ ଆବାଜ ଶୁଣିବ l ହେଲେ କିଛି ବି ଆବାଜ ଶୁଭିଲାନି l ମନର ଭ୍ରମ ଭାବି ପୁଣି ଥରେ ସେ ନିଜ ବ୍ଲୁ ରଙ୍ଗର ବେଡ଼ସିଟକୁ ଘୋଡେଇ ହୋଇ ଶୋଇପଡ଼ିଲା l ହେଲେ ସେ ଶୋଇବାକୁ ଯାଉ ଯାଉ ତାକୁ ଏମିତି ଲାଗିଲା, କେହି ଜଣେ ତା ଦେହରେ ହାତ ମାରୁଛି l ପୁଣି ସେ ଭୟରେ ଚିତ୍କାର କରୁଥିଲା l ହେଲେ କେହି ଜଣେ ଜୋରଜବରଦସ୍ତ ତା ଦେହ ସହ ଖେଳୁଛି l ସେ ଉଠି ପାଖରେ ଥିବା ଫୁଲକୁଣ୍ଡକୁ ଧରିଲା ମାତ୍ରେ କେହି ଜଣେ କବାଟ ଖୋଲି ଚାଲି ଯାଇଥିଲା l ଅନନ୍ୟା ସ୍ୱପ୍ନ ଦେଖୁନଥିଲା, ଏହାର ପ୍ରମାଣ ସେ ପିନ୍ଧିଥିବା ସାଲୱାରର ଚିରା କପଡାକୁ ନିଆଯାଇପାରେ l ଅନନ୍ୟା ଦେହରେ ଆମ୍ପୁଡା ଆଉ କାମୁଡା ଦାଗ ସବୁ ସ୍ପଷ୍ଟ ଭାବରେ ଅନନ୍ୟାର ଯନ୍ତ୍ରଣାକୁ ଜଣାଇଦେଉଥିଲେ l ଅନନ୍ୟା ପର ଦିନ ସକାଳେ ବାହାରି ଯାଇଥିଲା, ପୋଲିସ ଷ୍ଟେସନ l ନ୍ୟାୟ ପାଇବା ଆଶାରେ ସେ ସିନା ଯାଇଥିଲା l ହେଲେ ସାମ୍ବାଦିକ ଭାଇ ମାନେ ତାକୁ ପ୍ରଶ୍ନ କରିଥିଲେ l ଆପଣଙ୍କର ରେପ୍ କେମିତି ହେଲା? କଣ ନିଃଶବ୍ଦ ରାତିରେ ଭୂତ ରେପ୍ କଲା କି? ରେପ୍ କଲା ବେଳେ ତୁମକୁ କେମିତି ଫିଲିଙ୍ଗ୍ସ ହେଉଥିଲା? ସମାଜରେ ଯେଉଁ ଇଜ୍ଜତ ଟିକକ ଥିଲା, ସେସବୁ ତ ନିଲାମ ହୋଇସାରିଥିଲା l ଆଉ ପେପରରେ ଵାହରିଥିଲା l ପୁଣି ଏକ ଦୁଷ୍କର୍ମ l ପୀଡିତା ଦୁଷ୍କର୍ମକାରୀର ଚେହେରା ଦେଖି ପାରିନାହାନ୍ତି l ପୀଡିତା କୌଣସି ମାନସିକ ରୋଗରେ ପୀଡିତ ଥିବାରୁ ନିଜେ ଏପରି ହରକତ କରି ମିଛରେ କେଶ୍ ଦେଇଛନ୍ତି l
ଏମିତି ଖବର ପଢିଲା ପରେ, ଏକ ବିଶେଷ ସୂତ୍ରରୁ ମୁଁ ଖବର ପାଇଲି l ଏ ବଳାତ୍କାରରେ ବହୁ ନାମୀ ଦାମୀ ରାଜନୀତିଜ୍ଞ ଜଡିତ ଥିଲେ l ସେଥିପାଇଁ ଟି.ଆର୍.ପି. ନିମନ୍ତେ ନିୟୁଜ ବାଲା ମଧ୍ୟ ବଲାତ୍କାରୀ ଠାରୁ କୌଣସି ଗୁଣରେ କମ ନୁହଁନ୍ତି l ପର ଦିନ ପେପରର ହେଡଲାଇନରେ ଦେଖିଲି, ମାନସିକ ଭାରସାମ୍ୟ ହରାଇ ପୁଣି ଏକ ଆତ୍ମହତ୍ୟା l ଆଉ ପଢିଲା ପରେ ଜାଣିବାକୁ ପାଇଲି, ଅନନ୍ୟା ମୃତ l
