STORYMIRROR

Madhabi Patel

Tragedy

3  

Madhabi Patel

Tragedy

ନିରବ ମୁହୁର୍ତ୍ତ

ନିରବ ମୁହୁର୍ତ୍ତ

3 mins
236


ଜୀବନରେ ଅନେକ ଅଭୁଲା ଘଟଣା ଘଟିଥାଏ ଯାହା ନୀରବ ମୁହୂର୍ତ୍ତରେ ସ୍ମୃତି ହେଇ ମଣିଷକୁ କେବେ ହସାଏ ତ କେବେ କନ୍ଦାଏ। ମେରୀ ଜୀବନର ଏମିତି ଏକ ଘଟଣା ତାକୁ ଆଜିବି ନୀରବ ମୂହୂତ୍ତରେ ଆଖି ଲୁହରେ ଭିଜାଏ।ଏକ ନୀରବକ୍ଷତ ଅଦୃଶ୍ୟଯନ୍ତ୍ରଣା ଭିତରେ ସେ ଗୁଡେଇତୁଡେଇ ହୁଏ।ଆଜିଯାଏ ସେ ଭିତରୁ ବାହାରିବାକୁ ଅନେକ ଚେଷ୍ଟା କରିଛି ହେଲେ ସେ ବୁଢିଆଣି ଜାଲ ଭିତରୁ ମୁକୁଳି ପାରୁନି କେବେ।


ଦଶ ବାରବର୍ଷ ତଳର କଥା ସେ କଲେଜରେ ପଢିଲାବେଳର ଘଟଣା।ପ୍ଲସ ଟୁ କଲାବେଳେ ତାର ଉପର ବ୍ୟାଚର ଜଣେ ଦାଦାଙ୍କ ସହ ପିକନିକ ଯିବା ରାସ୍ତାରେ ପରିଚୟ ଆରମ୍ଭ ହେଇଥିଲା। ସେଦିନ ବସରେ ଦୂର ରାସ୍ତା ବସିବସି ମେରୀକୁ ବାନ୍ତି ହେବା ଆରମ୍ଭ ହେଇଗଲା।ବିନୋଦ ଦାଦା ତା ସିଟର ଅପରପଟେ ଠିକ୍ କଡରେ ବସି ଥିଲେ।ତାଙ୍କ ପାଖରେ ଏକ ଜରିମୁଣା ଥିଲା ସେ ତରତର ରେ ବାହାରକରି ତାକୁ ଦେଲେ।ଯୋଉଥିରେ ସେ ପାଣିବୋତଳ ରଖିଥିଲେ।ଅଗତ୍ୟା ପାଣିବୋତଲଟା କାଢି ତାକୁ ଜରିଟା ଦେଲେ।ସେ ଧନ୍ୟବାଦ ଜଣାଇଲା କାରଣ ସେତେବେଳେ ଜରିଟି ତାପାଇଁ ଅତ୍ୟନ୍ତ ଜରୁରି ଥିଲା।


ତାପରେ ଦୁଇଜଣଙ୍କ ଭିତରେ ବାର୍ତ୍ତଲାପ ଆରମ୍ଭ ହେଇ ଯାଇଥିଲା।ସେ ତାର ଜଣେ ଦୂର ସଂପର୍କୀୟ ଦିଦିଙ୍କ ଦିଅର ବୋଲି ଜାଣିଲା ସେଠି।ତାପରେ ଦୁଇଜଣଙ୍କ ଭିତରେ ଏକ ମଜାକିଆ ସଂପର୍କଟେ ସୃଷ୍ଟି ହେଇଗଲା।ହସି ମଜା ଚାଲିଲା ଦିଜଣଙ୍କ ଭିତରେ।ବିନୋଦ ବହୁତ ଭଲ ଛାତ୍ରଥିଲା ଆଉ ଗୋଟିଏ ବର୍ଷ ମାତ୍ର ତାସହ ସାଥିରେ ପଢିଥିଲା।ଏଗୋଟିଏ ବର୍ଷରେ ସେମାନେ ଅନେକ ଅନ୍ତରଙ୍ଗ ମୁହୂର୍ତ ଏକାଠି କଟାଇଥିଲେ।ଉଭୟଙ୍କ ପସନ୍ଦ ନାପସନ୍ଦ ଖାଦ୍ୟ ବ୍ୟବହାର ବିଷୟରେ ଅବଗତ ହେଇଯାଇଥିଲେ।ଜଣେ ଜଣକର ଚୁପ୍ପିରେ ବି ତା ମନର କଥାକୁ ବୁଝିପାରୁଥିଲା।ସୁଖ ଦୁଃଖରେ ସହଯୋଗ କରୁଥିଲେ ପରଷ୍ପରକୁ।ପ୍ରେମର ବୀଜଟେ କପୋଳ ଖୋଲି ଲତାଟେପରି ଆଗକୁ ମାଡି ଚାଲିଥିଲା ଶାଖା ପ୍ରଶାଖା ମେଲେଇ।ଏବେ ଜଣେ ଜଣକ ବିନା ଅଧା ବୋଲି ଭାବୁଥିଲେ।କିଛିବି ଉତ୍ସବ ଏବେ ଏକା ମନେଇବା ଖୁସି ଦେଉ ନଥିଲା।


ଦିନେ ଦାଦା ତାକୁ ବାହା ହେବାର ପ୍ରତିଶୃତି ଦେଇ ତାର କୁମାରୀତ୍ବ ବି ଲୁଟି ନେଲେ।ଏହାପରେ ସେମାନଙ୍କର ଭିତରେ ଆଉ କିଛି ଗୁପ୍ତ ହେଇ ରହିନଥିଲା।ଦୁଇଟି ଜୀବନ ଗୋଟିଏ ଆତ୍ମା ପାଲଟି ଯାଇଥିଲେ।ବର୍ଷକପରେ ଜଣା ପଡିଲା ବିନୋଦ ମେଡିକାଲ ପାଇ ଯାଇଛି।ସେକଟକ ମେଡିକାଲ କଲେଜରେ ସିଟ୍ ପାଇଥିଲେ।ସେଠି ଗଲାପରେ ବି ଚିଠି ପତ୍ରର ସଂପର୍କ ଥିଲା ଉଭୟ ଭିତରେ।


ସେଠି ପଢୁ ପଢୁ ତାଙ୍କ ପ୍ରଫେସରଙ୍କ ଝିଅ ମିଲି ସାମୁଏଲ ଯିଏ ତାଙ୍କ କ୍ଲାସ ମେଟ ଓ ଗୃପ ମେଟ୍ଥିଲେ ତାସହ ପରିଚିତ ହେଲେ।ସେ ଝିଅ ଅଲ୍ଟ୍ରା ମଡର୍ଣ ସାଙ୍ଗରେ ଭୀଷଣ ସୁନ୍ଦରୀ ଥିଲା।ଏକବାରେ ହିରୋଇନ ପରି ତନୁ ପାତଳି।ସନ୍ତୁଳିତ ଆହାର ସାଂଗରେ ବ୍ୟାୟାମ କରି ତା ଦେହକୁ ଆକର୍ଷକ କରି ରଖିବାର ସଉକ ତାର ଥିଲା।ସବୁ ପିଲା ତାର ପଛରେ ପଡିଥାନ୍ତି ତାର ଟିକିଏ ପ୍ରେମ ପାଇବାକୁ।ହେଲେ ସେ କାହାକୁ ପଟାଏ ନାହିଁ।ସେବର୍ଷର ପରୀକ୍ଷାରେ ବିନୋଦ ଟପ୍ପର ହେଇଥିଲେ।ତାପରେ ମିଲି ଓ ତା ବାପା ପ୍ରଫେସର ସାମୁଏଲ ତାକୁ ଆପଣାର କରିବାକୁ ଲାଗିଗଲେ।ପ୍ରଫେସର ତାକୁ ସବୁ କାମରେ ସାହାଯ୍ୟ କରିବାକୁ ଲାଗିଲେ।ସେମାନେ ତାକୁ ଏତେ ଋଣୀ କରିଦେଲେ ଯେମିତି ସେ ତାଙ୍କ କଥା କାଟି ପାରିବନି।ଶେଷ ପରୀକ୍ଷାରେ ବିନୋଦ କଲେଜ ଟପ୍ପର ହେଇ ଗୋଲ୍ଡମେଡାଲିଷ୍ଟ ହେଲା।ଏଖବର ଶୁଣି ମେରୀ ଖୁସିରେ ଆତ୍ମହରା ହେଇଯାଉଥାଏ।ସେ ଶିଘ୍ରତାର ସହ ବିନୋଦକୁ ଫୋନକଲା।ହେଲେ ବିନୋଦର ବ୍ୟବହାରରେ ସେ କିଛି ଖାପଛଡା ଉତ୍ତର ପାଇଲା।ଯେମିତି ସେ କେହି ନୁହେଁ ତାର।ଏଖବରରେ ତୁମର ଏତେ ଖୁସି ହେବାର କଣ ଅଛି ବୋଲି ବିନୋଦ ଓଲଟା ପ୍ରଶ୍ନ କରିଥିଲେ।


ସେଦିନ ତା ମନକୁ ଏକ ଜୋର୍ ର ଝଟ୍କା ଲାଗିଥିଲା।ତାର ହୃଦୟ ଖଣ୍ଡ ବିଖଣ୍ଡିତ ହେଇଯାଇଥିଲା।ସେ ରାତିସାରା ବହୁତ କାନ୍ଦିଥିଲା ସେ ଜଣେ ସ୍ବାଭିମାନୀ ଝିଅଥିଲା।ସେ ତା ତରଫରୁ ଆଉ କେବେ ବିନୋଦକୁ କଛି ପଚରିନି କି ଅଧିକାର ସାବ୍ୟସ୍ତ କରିନି।ସେ ଭାବୁଥିଲା ବିନୋଦ ତାଙ୍କଆଡୁ ତାକୁ ଡାକିବେ ଓ ନିଜରକରିବେ।ହେଲେ ସେ ଦିନ କେବେ ଆସିଲାନି।ଦିନେ ନାନୀଠୁ ଖବର ଶୁଣିଲା ତା ଦିଅର ପ୍ରଫେସର ଝିଅ ଗାଏନିକ ଡକ୍ଟର ମିଲିକୁ ବାହାହେଉଛି।ସେଦିନ ବି ସେ ବହୁତ କାନ୍ଦିଥିଲା।ତାପରେ ତାକୁ ସୁଯୋଗ ମିଳିଲା ସିଷ୍ଟର ହେବାପାଇଁ।ଏବେ ସେ ଏକ ମିସନ୍ ରେ କାମ କରୁଛି ।ଜନକଲ୍ୟାଣ କୁ ନିଜ ବ୍ରତରୂପେ ବାଛିନେଇଛି।ଘରସଂସାର କରିବାର ଇଛା ତାର ମରିଗଲା ଥରେ ପ୍ରତାରଣା ପାଇଲାପରେ।ଦ୍ବିତୀୟ ଥର ଆଉ କାହାକୁ ବିଶ୍ବାସ ହେଲାନି ପୁଣି ସାଥିକରିବାକୁ।ସେ ଦିନଠୁ ସେ ଦିନସାରା ଅନେକ ଲୋକଙ୍କ ଗହଣରେ ବିତାଉଥିଲେ ବି ରାତିର ନୀରବମୁହୂର୍ତରେ ବିଲ୍କୁଲ୍ ଏକାକୀ ଅନୁଭବ କରେ।ପୁରୁଣା କ୍ଷତ ତାଜା ହେଇଉଡେ ନିଜ ଉପରେ ରାଗ ଆସେ କେମିତି ସେ ଜଣକୁ ଏତେ ବିଶ୍ବାସ କରି ନିଜକୁ ସମର୍ପିଦେଲା।ଯୋଉଥିପାଇଁ ସେ ତାକୁ ବ୍ୟବହାର କରିବାର ସୁଯୋଗ ପାଇଲା ଓ ଶେଷରେ ଦୂରକୁ କାଢି ଫିଙ୍ଗିଦେଲା।ସେ ପ୍ରତାରଣା କଥା ଭାବିଲେ ତାଦେହରେ ବିଛୁ ଦଂଶନ ଯନ୍ତ୍ରଣା ଅନୁଭୁତ ହୁଏ।ତାପରେ ପୁଣି ନିଜକୁ ସଂଯତ କରେ ବୁଝାଏ ସେ ପଛକଥାକୁ ନଭାବି ଆଗକୁ ଆହୁରି ସମାଜ ମଙ୍ଗଳପାଇଁ କାମ କରିବ।ଗରୀବ ଦୀନ ଦୁଃଖିଙ୍କ ସେବାରେ ଏମିତି ଜୀବନ କାଟିଦେବ।ସମସ୍ତେ ତାକୁ କେତେ ଆପଣାର ଭାୁବୁଛନ୍ତି।ସେ ସଭିଙ୍କର ପ୍ରିୟ ମେରୀସିଷ୍ଟର ପାଲଟି ଯାଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy