STORYMIRROR

Madhabi Patel

Tragedy Inspirational

4  

Madhabi Patel

Tragedy Inspirational

ନୀଳ

ନୀଳ

3 mins
233


ନୀଳ ବୋଧେ ବିଶ୍ବ ନିର୍ମାଣର ପ୍ରଥମ ରଙ୍ଗ।ଯାହା ବୋଳିହେଇଛି ଆକାଶ ,ସାଗର,ପାହାଡପର୍ବତ।ନଈନାଳ ଆଉ ତାସାଥେ ସେଇ ନୀଳରେ ମୋହିତ ହେଲେ କୃଷ୍ଣ ଶ୍ରିରାମ ଜାଜ୍ଞସେନୀ ।

ନୀଳର ଗଭୀରତାରେ ସମାହିତ ହେଇଯାଏ ପୃଥିବୀର ସବୁରଙ୍ଗ।ସେ ଏତିକି ଉଦାର ଯେ କୋଳେଇନିଏ ସଭିଙ୍କୁ ଯିଏ ତାପାଖକୁ ଆସନ୍ତି ଶତ୍ରୁ ବା ମିତ୍ରହେଇ।ପାର୍ଥକ୍ୟ କରେନି କାହାଠି।ଶତ୍ରୁ ମିତ୍ର ସଭିଏଁ ତାର ଆପଣାର ବନିଯାନ୍ତି।ନୀଳ ବ୍ୟୋମର ଅନନ୍ତ ପ୍ରାନ୍ତରରେ ପହଁରିବୁଲନ୍ତି କେତେ ଗ୍ରହ ନକ୍ଷତ୍ର ଜ୍ୟୋତିଷ୍କ

ପୁଞ୍ଜ।ନୀଳସାଗରର ଗଭୀରତା ଭିତରେ ଆଶ୍ରୟରତ ଅନେକ ଜଳଜୀବ।ଅନେକରତ୍ନର ସମାବେଶ ଯେଉଁଠି ଯିଏ ରତ୍ନାକର ନାମରେ ଗୌରବ ମଣ୍ଡିତ।ଯେଉଁଠାରୁ ଲକ୍ଷ୍ମୀିଙ୍କର ଜନ୍ମ।ସେଇ ନୀଳାମ୍ବୁ ସାଗରବି ନୀଳ ରଙ୍ଗକୁ ଆବୋରି ନେଇଛି ନିଜପାଇଁ।ସେ ରଙ୍ଗରେ ତାର ପରିଚିତି।ସବୁ ବିଶିଷ୍ଟ ଙ୍କ ଆଦରର ରଙ୍ଗ ଏ ନୀଳ।ତେବେ ନୀଳପ୍ରତି ଏ ମଣିଷ ଜାତି ଏତେ ଅନାଶକ୍ତ କାହିଁକି ?


ଶ୍ୟାମଳୀ ଦାସ ଜଣେ ବଡ ପ୍ରଶାସନ ଅଧିକାରୀ।

ଆଜି ତାକୁ ପଚାଶ ଛୁଇଁଲାଣି।ମୁଣ୍ଡର ଚୂଳ ପାଚିଗଲାଣି।ଯାହାକୁ କଳାରଙ୍ଗରେ ଘୋଡେଇ ରଖୁଛି।ଚମ କୁ ଯେତେ କ୍ରିମପାଉଡର ଲେପି ଚମକାଇବାକୁ ଚେଷ୍ଟାକଲେବି ତାର ଔଜଲ୍ୟତା ଫିକାପଡିବାକୁ ବସିଲାଣି।ଭିତରେ ଭିତରେ ଅନେକ ରୋଗ ପଶି ଘୁଣପରି ଚରିଚରି ଯାଉଛି ତାର ଶରୀରର ଅଭ୍ୟନ୍ତରକୁ।ବାହାରକୁ ଠିକ୍ଠାକ୍ ଦିଶୁଥିବା ଶରୀରଟି ଭିତରେ ଡାଏବେଟିସ,ଥାଏରଡ୍,କଲେଷ୍ଟ୍ରଲ,ଏମିତି ଆଉ କେତେ ବେମାରି ର ଶିକାର ପାଲଟି ଗଲେଣି।

ନାନା ରୋଗ ପଶି ଭିତରେଭିତରେ ପୋଲା କରି ସାରିଲେଣି ତା ଅସ୍ଥି ମଜ୍ଜାସବୁକୁ।ହାଡସବୁ ପୋଲା ହେଇ ଆଣ୍ଠୁ ଗଣ୍ଠି ଦରଦରେ ବେଳେବେଳେ ସେ ଆକ୍ରାନ୍ତ ହେଇପଡେ।ବାହାରେ ସିନା ତାର ପ୍ରତିପତ୍ତି ଅଧିକାରୀ ହେବାର ଦବଦବା ରହିଛି।ହେଲେ ଘରକୁ ଫେରିଲେ ସେ ସମ୍ପୂର୍ଣ ଏକ୍ଲା ପଡିଯାଏ। ଆଜିଯାଏ ବୈବାହିକ ସୁଖଠୁ ଅଜଣା ତାର ଜୀବନ।ଭାଇ ମାନଙ୍କର ପିଲାଙ୍କୁ ଆପଣାର କରି ଛୋଟରୁ ବଡକଲା।ଗୁହମୁତ ସଫାକରି ପାଠ ପଢାଇ ଦୁନିଆଁ ଯାକର ଫରମାଇସ ଯାହା ତାଙ୍କ ବାପାମାଆ ଦେବାକୁ ଅକ୍ଷମ ହେଲେ ସବୁ ନିଜେ ଖୁସି ଖୁସି କିଣିକି ଦେଲା।ତାପାଇଁ ଚଳୁଥିଲା ତାଙ୍କର ପରିବାର।ବାପା ମାଆଙ୍କପରେ ସେହିଁ ଜଣେ କର୍ମଜୀବି ହେଇ ବାହାରିଥିଲା ଘରେ । ଦୁଇ ଭାଇ ଓ ତିନିଭଉଣୀଙ୍କ ସବୁ ଦାୟିତ୍ବ କୁ ତୁଲାଇଛି ସେ।ନିଜ ଦରମାକୁ ତାଙ୍କ ପାଇଁ ଖର୍ଚ୍ଚ କରି ଦେଇଛି ଆକୁଣ୍ଠିତ ଚିତ୍ତରେ।ହେଲେ ଏବେ ତାର ଶରୀର ସାଙ୍ଗ ଦେଉନି।ସବୁବେଳେ ଯନ୍ତଣାରେ ପୀଡିତା ସେ।ପାଖରେ ଚାକରାଣୀଟେ ଛଡା କେହିନାହିଁ।ମନ ବେଳେ ବେଳେ ନିଜ ଲୋକଟେ ପାଇଁ ବ୍ୟାକୁଳ ହୁଏ। ଯଦି ତାର ବାହାଘର ହେଇ ପାରିଥାନ୍ତା।ନିଜର ସନ୍ତାନ ଥିଲେ ଏ ବୟସରେ ଏମିତି ଏକାନ୍ତବାସ ଭୋଗିବାକୁ ପଡନ୍ତାନି।ଖଟରୁ ଉଠିପାରୁନି ,ସୋଫାରେ ବସିଲେ ଉଠିବା ମୁସ୍କିଲ ହେଉଛି ଅଣ୍ଟା ଦରଜପାଇଁ। ଲାଟ୍ରିନରେ ବସି ଉଠିବା ବେଳେ ବି ବଡ କଷ୍ଟ ହେଉଛି।ତାଉପରେ ଏଇ ଡାଏବେଟିସ୍ ଆଉ ଅନ୍ୟାନ୍ୟ ଛୋଟମୋଟ ରୋଗସବୁ ର ଅତ୍ୟାଚାର ସହି ହେଉନି ଏବେ।ମନରେ ସରାଗ ଟିକେ ନାଇଁ ଯିଏ ଏସବୁ ଦରଜକୁ କ୍ଷଣକେ ଘଉଡାଇ ପାରନ୍ତା।ଯଦି ପାଖରେ ନାତି ନାତୁଣୀଟେ ଥିଲେ ତାଙ୍କର ମିଠାମିଠା କଥାରେ ବାଲ୍ୟ ଚପଳାମିରେ ସେ ହୁଏତ ନିଜ ମାନସିକ ଯନ୍ତଣାକୁ ଭୁଲି ପାରନ୍ତା।ହେଲେ ସବୁ ଭାଗ୍ୟର ଦୋଷ।ଭଗବାନ ତାକୁ ସବୁଦେଲେ।ଭଲ ପାଠଦେଲେ ଭାଇଭଉଣୀ ଦେଲେ ଉପାର୍ଜନକ୍ଷମ କଲେ।ହେଲେ ରଙ୍ଗକୁ ନୀଳ କରିଦେଲେ।କୃଷ୍ଣଙ୍କର ନୀଳ ରଙ୍ଗ ଆଣିଛି ବୋଲି ନାଆଁ ଦେଲେ ଶ୍ୟାମଳୀ।ଯାଜ୍ଞସେନୀ ବିତ ଶ୍ୟାମଳୀ ଥିଲେ ବୋଲି ସେ ଶୁଣିଛି।ହେଲେ ପଞ୍ଚପାଣ୍ଡବ ତାଙ୍କୁ ପାଇ ଖୁସିଥିଲେ।ହେଲେ ତାପ୍ରତି ସମସ୍ତଙ୍କର ଏ ବିତୃଷ୍ଣା ଭାବ ,ଏତେ ଘୃଣା କାହିଁକି?ଯୁବତୀ ଅବସ୍ଥାରେଅନେକ ବରପକ୍ଷ ତାକୁ ନାପସନ୍ଦ କରିବା ପରେ ସେ ଅଭିମାନରେ ଆଉ ବିବାହ କରିବନି ବୋଲି ପ୍ରତିଜ୍ଞା ନେଇଥିଲା।ତାପରେ ସେ ପ୍ରଶାସନିକ ପରୀକ୍ଷା ଦେବାକୁ ସ୍ଥିର କରିଥିଲା।ତାର କଠିନ ପରିଶ୍ରମ ତାକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦେଇଥିଲା। ନିଜ ଆୟରୁ ସେ ନିଜ ପରିବାର ଭାଇଭଉଣୀ ବାପାମାଆଙ୍କ ସବୁପ୍ରକାର ସହାୟତା କରିଛି ପାଠପଢା ବାହାଘର ଜମିକିଣା ସବୁରେ ସହଯୋଗ କରିଛି।କେବଳ ସେତିକି ନୁହେଁ ଗରିବ ଲୋକ ଦେଖିବି ହାତ ଖୋଲି ଦାନ କରିଛି।ନିଜରତ କେହି ନାହିଁ କାହାପାଇଁ ସଞ୍ଚିଥାନ୍ତା ସେ।ହେଲେ ଏବେ ଉତ୍ତର ବୟସରେ ସେ ବିଲ୍କୁଲ୍ ଏକାକୀ ହେଇ ଯାଇଛି।ବାପା ମାଆ ଚାଲି ଗଲେଣି।ଭାଇମାନେ ନିଜ ଜଞ୍ଜାଳରେ ବ୍ୟସ୍ତ।ତାଙ୍କ ପିଲାମାନଙ୍କୁ ସେ ଭରସା କରିଥିଲା।ହେଲେ ହେଲେ ସେ ପିଲାଏ ସବୁ ଏବେ ବିଦେଶରେ ନିଜ ପରିବାର ନେଇ ରହିଲେଣି।ନିଜ ବାପାମାଆକୁ କେଜାଣି ଦେଖିବେ କି ନାହିଁ?ସେ ବା କଣ ତାଙ୍କୁ ଭରଷା କରିବ?କେବଳ ନୀଳରଙ୍ଗ ଟିକେ ପାଇଁ ସେ ଦୁନିଆଁ ବଜାରେ ନାପସନ୍ଦ ହେଇ ରହିଗଲା।ସେ ଜଗନ୍ନାଥଙ୍କୁ ଅଭିମାନ କରେ।କୁହେ ପ୍ରଭୁ ତୁ ନିଜରଙ୍ଗ ଦେଇ ମତେ ଦୁନିଆଁ ପାଖରେ ଅଲୋଡା କରିଦେଲୁ କେମିତି?

ନୀଳ ଆକାଶ ନୀଳ ଦରିଆ ନୀଳ ପରବତ ସଭିଙ୍କୁ ତ ମଣିଷ ଆଦର କରୁଛି।ହେଲେ ମଣିଷଟେ କଳାହେଲାବୋଲି ତା ପ୍ରତି ଏ ଘୃଣା ଭାବ କାହିଁକି ?


Rate this content
Log in

Similar oriya story from Tragedy