ନିଆରା ପ୍ରେମ - ରୀତା ଅପ୍ରଜିତା
ନିଆରା ପ୍ରେମ - ରୀତା ଅପ୍ରଜିତା


ବଡ଼ ଘର ,ବଡ଼ ଗାଡି ,ଦିଟା ଚାକର ସବୁ ତ ଅଛି ମାନସୀ ପାଖରେ। ସାଗରଙ୍କ ପରି ଭଲ ପାଉଥିବା ସ୍ଵାମୀ କୋଟିକରେ ଗୋଟିଏ ଜଣଙ୍କୁ ମିଳେ। ସେ ଥିଲେ ସେମାନେ ଏକାଠି ବୁଲିବlକୁ ଯାଆନ୍ତି। କେବେ ସିନେମା ତ କେବେ ମନ୍ଦିର। ରବିବାର ଆମେ ମିଶିକି ରୋଷେଇ କରୁ। ତାଙ୍କ ସହ ସକାଳୁ ସକାଳୁ morning walk ର ସ୍ଵାଦ ବି ନିଆରା। ତାଙ୍କର ମୋର ସମ୍ପର୍କରେ ପ୍ରେମ ବହୁତ ଥିଲା। କେଜାଣି ଏତେ ଖୁସି କୁ କାହାର ନଜର ଲାଗିଗଲା। ବହୁତ ଦିନ ଧରି ଆମର ପିଲା ଛୁଆ କିଛି ହେଲାନି।କେତେ ଦିନ ଅପେକ୍ଷା କଲୁ।ତାପରେ ଡକ୍ଟର ଦେଖେଇଲୁ ଫଳ କିଛି ହେଲାନି। ତାଙ୍କର କିଛି ଅସୁବିଧା ଥିଲା । ହେଲେ ମୋ ମା ହେବାର ଭୋକ ବହୁତ ବଢିଗଲା। ମୋ ସ୍ୱାମୀ କିନ୍ତୁ ଉଦାସ ନଥିଲେ ସେ ଜୀବନର ଏଇ ସତ୍ୟକୁ ବଡ଼ ଦୃଢ଼ତା ସହ ଗ୍ରହଣ କରିଥିଲେ। ହେଲେ ମୁଁ ଭାଙ୍ଗିପଡିଥିଲି।
ସାଗର ମତେ ଦିନେ ଗୋଟିଏ ଅନାଥ ଆଶ୍ରମକୁ ନେଇଯାଆନ୍ତି। ସେଇଠି ସେ ପିଲାଙ୍କୁ ଦେଖି ମୋ ଜୀବନର ଗତିପଥ ବଦଳିଗଲା। ମୁଁ ଗୋଟିଏ ଛୁଆ ଖୋଜୁଥିଲି
ମୁଁ ତିରିଶଟି ଛୁଆଙ୍କ ମା ହେଇଗଲି। ଏ ପ୍ରେମ ନିଆରା ଏ ଭାଵ ନିଆରା । ମୁଁ ସେଠି ପହଁଚିଲା ପରେ ମୋ ଚାରିକଡେ ସେମାନେ ଘେରିଯାନ୍ତି। କିଏ ମୋ ପାଇଁ ଫୁଲ ଆଣିଥାଏ କିଏ ଟଫି ସେମାନେ ଙ୍କ ପ୍ରେମ ଆଗରେ ମତେ ଦାମୀ ଗହଣା ବି ମିଛ ଲାଗେ। ସାଗର ଓ ମୁଁ ସେଇ ନିଆରା ପ୍ରେମ ଧରି ବାକି ଜୀବନ ଅତି ଆନନ୍ଦ ରେ କାଟିଦେବୁ ସେ ଭରସା ମୋର ଅଛି।