Jeevan Pradeep Pradhan

Inspirational Others

3.9  

Jeevan Pradeep Pradhan

Inspirational Others

ନଗ୍ନ ମାନବିକତା

ନଗ୍ନ ମାନବିକତା

2 mins
446


ଝିପ୍ ଝିପ୍ ବର୍ଷା ହେଉଥାଏ କତିପୟ ଲୋକ ଯିବା ଆସିବା କରୁଥାନ୍ତି ରାସ୍ତାରେ। ଶୁଭୁଥିଲା କୁଆଁ କୁଆଁ କାନ୍ଦ ଯେହେଁ ଆକାଶରୁ କଚାଡ଼ି ପଡି କାନ୍ଦୁଛି ପକ୍ଷୀଟିଏ। ଦେବାଶିଷ କାମ ସାରି ଫେରୁଥାଏ ଘରକୁ , ପତ୍ନୀଙ୍କ ବାରମ୍ବାର ଫୋନ୍"ଘରକୁ ଆସିବାରେ ଏତେ ବିଳମ୍ବ କାହିଁକି?" ତର ତର ହୋଇ ଆସିଲା ବେଳେ କଥଞ୍ଚିତ୍ ତା କାନରେ ପଡ଼ିଲା କଁଅଳା ଛୁଆର କାନ୍ଦ ସ୍ୱର। ବିରାଟ ଓସ୍ତ ଗଛ , ପାଖରେ ଅନାବନା ଗୁଳ୍ମ ସବୁ ସେ ପଟୁ ହିଁ ଆସୁଛି ଶଦ୍ଦ। ରାସ୍ତା କଡ଼ରୁ ଟିକେ ଭିତରକୁ ଯାଇ ଦେଖେ ଏକ ନବଜାତ ଶିଶୁଟି ସ୍ବାର୍ଥବାଦୀ ଦୁନିଆର ନିଷ୍ଠୁର ମାନବିକତା ଆଗରେ ହାର ମାନି ଏକା ଏକା ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ମଣିଷ ପଣିଆର ପରିଚୟ ଦେଇ ଶିଶୁଟିକୁ ଘରକୁ ନେଇ ଗଲା ଦେବାଶିଷ। ଘରେ ପତ୍ନୀ ଆକାଂକ୍ଷା ହତବାକ୍ , ଘରେ ଦୁଇ ଦୁଇଟି ଛୁଆ ଥାଉ ରାସ୍ତା କଡ଼ରୁ ଗୋଟାଇ ଆଣିଲ ଅନ୍ୟ କାହାର ଛୁଆଟିକୁ। ପରିବାରରେ ଆରମ୍ଭ ହେଲା ଶୀତଳ ଯୁଦ୍ଧ, ପତ୍ନୀ ମାନଂକ ସବୁଠୁ ବଡ ଅସ୍ତ୍ର ହେଲା ରୋଷେଇ ବନ୍ଦ୍। ପ୍ରୟୋଗ ହେଲା ପତ୍ନୀଙ୍କର ସେହି ପାରମ୍ପରିକ ଅସ୍ତ୍ର। ଏମିତି କିଛି ଦିନର ମତାନ୍ତର ମନାନ୍ତର ଓ ଶିଶୁଟି ପ୍ରତି ସ୍ନେହାନ୍ତର ଚାଲିଲା ଶେଷରେ ସବୁକିଛି ଠିକ୍ ହେଇଗଲା ସମୟ ସହ। ଶିଶୁଟି ବଡ ହେଲା ,ତାର ବ୍ୟବହାର ଓ ଚାଲିଚଳନ ସଂସ୍କାରର କ୍ଷୁଦ୍ର କ୍ଷୁଦ୍ର ଅଣୁକୁ ନେଇ ଗଠନ ହେଲାପରି ମନେ ହେଉଥିଲା। ସମସ୍ତଙ୍କ ସ୍ନେହର ପାତ୍ର ହେଉଥିଲା ସେ, ନିଜର ବ୍ୟକ୍ତିତ୍ଵକୁ ନେଇ।  

      ବୈଶାଖର ଗ୍ରୀଷ୍ମ ମଧ୍ୟାହ୍ନରେ ହଠାତ୍ ଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ଦେବାଶିଷ। ପତ୍ନୀ ଓ ପୁଅ ମାନେ ସଙ୍ଗେ ସଙ୍ଗେ ନେଲେ ନିକଟସ୍ଥ ଡାକ୍ତରଖାନା, ଜଣାପଡିଲା କୋଭିଡ୍ ରେ ଆକ୍ରାନ୍ତ ଦେବାଶିଷ। ଏମିତି କିଛି ଦିନ ଡାକ୍ତରଖାନା ଶଯ୍ୟାରେ ମୃତ୍ୟୁ ସହ ସଂଘର୍ଷ କରି ଚାଲିଗଲେ ଦେବାଶିଷ। ପୁଣି ବହୁତ୍ ଦିନ ପରେ ଶୁଣାଗଲା ସେହି କାନ୍ଦ ଯୋଉ କାନ୍ଦ ଦିନେ ବିରାଟ ଓସ୍ତ ଗଛ ପଛ ପଟେ ଶୁଭିଥିଲା। କିଛି ଦିନ ପରେ ପୁଣି ପରିବାରରେ ଆଉ ଏକ ବିପଦ, ପୁଣି ଆକ୍ରାନ୍ତ ହେଲେ ଆକାଂକ୍ଷା। ସ୍ବାମୀକୁ ହରେଇବାରା ଦୁଃଖ ଓ କୋଭିଡ ଭୁତାଣୁର ଭୟାବହତା ଆଗରେ ହାର ମାନିଲେ ଆକାଂକ୍ଷା । ଦୁଇ ଭାଇଙ୍କ ଦୁର୍ବ୍ୟବହାରର ଚୁମ୍ବନ କଷ୍ଟ ଦେଉଥାଏ ସବୁବେଳେ ତାକୁ। ଏମିତି ଏକ ଜହ୍ନ ରାତିରେ ଘର ଛାଡ଼ି ପଳାଇଲା ସେ। ରାସ୍ତା କଡର ଶିଶୁଟିକୁ ସମୟ ଆଣି ପୁଣି ଛିଡ଼ା କରେଇ ସାରିଥିଲା ସେହି ଓସ୍ତ ଗଛ ମୂଳରେ । ସବୁ ଦେଖୁଥିଲା ସେ ବୁଢା ଓସ୍ତ ଗଛଟି ଆଉ ମଣିଷ ସମାଜ ଆଡ଼କୁ ଅନାଇ ହସୁଥିଲା ଘୃଣାର ହସଟିଏ।


Rate this content
Log in

Similar oriya story from Inspirational