STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ନାରୀର କେତେ ରୂପ

ନାରୀର କେତେ ରୂପ

7 mins
7


ସବୁ ଜିନିଷ ପତ୍ର ଠିକ ଠିକ ଆଣିଲୁଟି ରୁବିଅପା? ହଁ ସବୁ ଆଣିଛି ତ .ସାନ ଭଉଣୀ ରିଙ୍କି କହୁଥିଲା ରୁବି ଅପା, ତୋ ବାହାଘର ବେଳେ ଦିଆଯାଇଥିବା ହୀରା ହାରଟାକୁ ପାଉନି ତ. ରିଙ୍କି କହୁଥିଲା ତୁ ତୋ ହୀରା ହାରଟା ଛାଡି ଆସିଛୁ ଅପା. ତୋ ବେଳେ ବାପା ବୋଉ ବଞ୍ଚିଥିଲେ ବୋଲି ତତେ ହୀରା ହାର ଦିଆଯାଇଥିଲା ମତେ ସେଇଟା ତୁ ହିଁ ଦେଇଥାନ୍ତୁ ଅପା, ଛାଡିଆସିଲୁ କେମିତି?ଅରକ୍ଷିତ ଦାଦା କହୁଥିଲେ ହଉ ରିଙ୍କି ତୁ ଆଉ ଅପାକୁ ଏବେ ବିରକ୍ତ କରନା. ତାର ମାନସିକ ଅବସ୍ଥା ଯାହା କିଛି ଦିନ ଯାଉ ଯାଇକି ଜୋଇଁ ବାବୁଙ୍କ ପାଖରୁ ନେଇ ଆସିବନି!ସାନଭାଇ ରାଜା କହୁଥିଲା ମୋ ପ୍ରଥମ ଦରମାରୁ ଅପା ପାଇଁ ଆଣିଦେଇଥିବା କାଶ୍ମୀର ଶାଲଟା ମଧ୍ୟ ନାହିଁ. ଅରକ୍ଷିତ ଦାଦା କହୁଥିଲେ ହଉ ଶାଲଟାଏ ତ, ଏତେ ବ୍ୟସ୍ତ କିଆଁ. ତୁ ଗଲୁ ମାଆ ରୁବି କଣ ଦିଟା ଖାଇନେବୁ ଆଗ. ମାଉସୀଟା ତୋର ବଞ୍ଚିଥିଲେ ତତେ କେତେ କଥା କରି ଖାଇବାକୁ ଦିଅନ୍ତାଣି.ଏ ରିଙ୍କିଟା କଣ କିଛି ବୁଝୁଛି!ତୁ ହିଁ ଏ ଘରର ବଡ଼ ଝିଅ. ତୋର ସବୁଥିରେ ଆଗ ଅଧିକାର. କାଲି ପରି ଲାଗୁଛି ତୋ ଜନ୍ମ ହେବା କଥା. ବାହାଘର ଛଅ ବର୍ଷ ପରେ ତୁ ଜନ୍ମ ହେଲୁ ବାବୁ ବାବୁଆଣୀଙ୍କ କୋଳରେ ବୋଲି ବୁଢାବାବୁ ପରା ଏକୋଇଶିଆ, ମାସିକିଆ କରି କେତେ ଲୋକଙ୍କୁ ଖାଇବାକୁ ଡାକିଥିଲେ. ଏଇ ହାତରେ କେତେ ଭୋଜି ବାଣ୍ଟି ବାଣ୍ଟି ତୋ ବାହାଘର କୁ ମଧ୍ୟ କେତେ ଲୋକଙ୍କୁ ଭୋଜି ଦିଆନିଆ କରିଛି. ଆଜି ବାବୁ ମାଆ ବଞ୍ଚିଥିଲେ ଏସବୁ ହେବାକୁ ଦେଇନଥାନ୍ତେ କେଵେ. ରିଙ୍କି କହିଲା ତୁମର ଏବେଳେ ଏସବୁ କଥା କହିବା କଣ ଦରକାର ମଉସା? ତୁମକୁ ଆମେ ଆମ ବାପାଙ୍କ ଆସନରେ ବସେଇଛୁ ବୋଲି ତୁମର ଯାହା ଇଛା ମନକୁ ଆସିବ ତାହା କହିଯିବ ନା କଣ?ଅରକ୍ଷିତ ମଉସା ଚାଲିଗଲେ.ହେଲେ ରୁବି ଭାବୁଥିଲା ପ୍ରକୃତରେ ହୀରା ହାରଟା ସେ ପାଇବତ. ଡ଼ିଭୋର୍ସ ପରେ ପରେ ନିଜେ ଦୀପକ କହିଥିଲେ ତୁମ ଜିନିଷ ପତ୍ର ଯାହା ସବୁ କୋଉଠି କୋଉଠି ଅଛି ଖୋଜି ନିଅ. ପରେ ଆଉ ମତେ ଦୋଷ ଦେବ ନାହିଁ. ତେବେ ହୀରା ହାରଟା ଦୀପକ ସେହି ଝିଅକୁ ଦେଇଦେଇ ନାହାଁନ୍ତି ତଯାହା ପାଇଁ ଏତେ ସବୁ ନାଟ. କଣ ନା ଝିଅଟାର କେହି ନାହାଁନ୍ତି ବୋଲି ତା ଭାଇର ଚାକିରୀ କଥା ଟିକେ ବୁଝିଦେବାକୁ କହିବା କଣ ତାର ଭୁଲ. ତୁମ ଘରେ ଅରକ୍ଷିତ ମଉସା ସବୁ ଚଳେଇ ନେଉଛନ୍ତି ବୋଲି ତୁମ ଦୁଇ ସାନ ଭାଇଭଉଣୀ ରିଙ୍କି ଓ ରାଜାଙ୍କର କିଛି ଅସୁବିଧା ନାହିଁ ହେଲେ ବିଚାରୀ ଅନୁର କିଏ ଅଛି? ଆମ କମ୍ପାନୀରେ ଚାକିରୀ କରିବା ପରେ ମତେ ଭାଇ କରିଛି ରାକ୍ଷୀ ବାନ୍ଧି ବୋଲି ନିଜ ଭାଇ ବିଷୟରେ ଟିକେ ବୁଝିଦେବାକୁ ବଡ଼ଭାଇ ହିସାବରେ କହିବା କଣ ଘରଭାଙ୍ଗିବା? ଏ ସ୍ତ୍ରୀ ଲୋକ ଗୁଡାକ ଭାରି ସନ୍ଦେହୀ ସତରେ. କଣ କହିଲ ମୁଁ ସନ୍ଦେହୀ ନା ସେଇ ତନୁପାତେଳି ଅନୁ ଗୋଟେ ପାରଘର ଭାଙ୍ଗି ଦୋଚାରୁଣୀ. ଶିକ୍ଷିତ ଝିଅ ହୋଇ ଏପରି ଶବ୍ଦ ପ୍ରୟୋଗ କରିବା ବନ୍ଦ କର ରୁବି. ସମସ୍ତଙ୍କୁ ନୀଚ ଦୃଷ୍ଟିରେ ଦେଖିବା ତୁମର ଏଣିକି ଏକ ଅଭ୍ୟାସରେ ପରିଣିତ ହୋଇଗଲାଣି. ଦୀପକଙ୍କର ସେତିକି କଥାରୁ ମହାଭାରତ. ପରେ ପରେ ଡ଼ିଭୋର୍ସ. ଅରକ୍ଷିତ ଦାଦା କେତେ ବୁଝାଇଥିଲେ କିନ୍ତୁ ଶେଷରେ ଭାଇ ଭଉଣୀ ତିନିଜଣଙ୍କଠୁ ହାରିଯାଇ ମୁଁ ମଳିମୁଣ୍ଡିଆ ମଣିଷ କଣ ଜାଣେ, ଯାହା ଉଚିତ ବିଚାର କରୁଛ ତାହା କର କହି ଓହରିଯାଇଥିଲେ. ଏବେ ରୁବି ଭାବୁଥିଲା ଯେମିତି ହେଲେ ଯାଇ ସେ ତା ହୀରାହାରଟିକୁ ନେଇଆସିବ.

  ସକାଳୁ ସକାଳୁ ସୁନେଲି ସକାଳର ପ୍ରଥମ କିରଣ ସ୍ପର୍ଶରେ ଦୀପକଙ୍କ କାର ଲାଗିଲା ରୁବିଙ୍କ ପାର୍ଟିକୋରେ. ହୀରା ହାରଟା ଛିଣ୍ଡି ଯାଇଥିଲା ବୋଲି ଝଳେଇ କରିବାକୁ ଦେଇଥିଲ ନା. ଏଇ ନିଅ ଝଳେଇ କରି ଆଣିଛି. ଦୀପକଙ୍କ ହାତରୁ ଏକରକମ ହାରଟାକୁ ଝାମ୍ପି ନେଇ ଆଇନା ଆଗରେ ନିଜ ବେକରେ ପିନ୍ଧି ରିଙ୍କି କହୁଥିଲା ଦେଖିଲୁ ଅପା, ମତେ କେମିତି ମାନୁଛି? ସେତିକି ବେଳକୁ ରାଜା ପଚାରୁଥିଲା ଆଉ ତୋ ଶାଲ କଥା ପଚାରିଲୁନି. ଫେରିଯାଉଥିବା ଦୀପକଙ୍କୁ ସେତେବେଳେ ଅରକ୍ଷିତ ଦାଦା ଚା ଟିକେ ପିଇ ଯାଅ ବାବୁ କହୁଥିଲେ ତ ରିଙ୍କି ବିରକ୍ତ ସ୍ୱରରେ କିଛି କହିବା ପୂର୍ବରୁ ଦୀପକ ଫେରି ପଡ଼ିଥିଲେ ତେଣୁ ଦୁଇଚାରି ଦିନ ପରେ ବାଧ୍ୟ ହୋଇ ରୁବି ପହଞ୍ଚିଥିଲେ ଦୀପକଙ୍କ ଘରେ. ଦାଣ୍ଡଦୁଆରେ ପାଦ ଥୋଉ ଥୋଉ ଭିତରୁ ଅରବିନ୍ଦ ନନା କହୁଥିଲେ ଯିଏ ଗଲା ସିଏ ଯାଉ,ତାକୁ ଝୁରି ଏମିତି କଷ୍ଟ ପାଇବା ମୁଁ ଆଉ ଦେଖି ସହି ପାରୁନି ବାବୁ. ତୁମେ ବରଂ ମିଛକୁ ସତ କରି ସେହି ଅନୁ ଦିଦିଙ୍କୁ ବିବାହ କର ବାବୁ. ଦୀପକ କହୁଥିଲେ ତୁମେ କଣ ରୁବି ପରି ବାୟା ହେଲ ମଉସା! ହୃଦୟ ଦେଇ ଯାହାକୁ ବସେଇ ଥିଲି ସେ ଯଦି ମତେ ବୁଝିପାରିଲା ନାହିଁ ଆଉ କାହାକୁ କଣ ହୃଦୟ ଦେଇ ହୁଏ? ସହଜେ ତୁମେ ଯେଉଁ ଅନୁ କଥା କହୁଛ ସେ ମୋ ହାତଭାଗିନୀ ବିଧବା ଭଉଣୀ ମଉସା. ତା ପୁଅ ଓ ଭାଇର ଦାଇତ୍ୱ କଣ କେବଳ ତାର, ମୋର କିଛି କରିବାର ନାହିଁ!ରୁବି ମାଆ ଯଦି ଚାଁହୁନଥିଲେ ତେବେ ତୁମର ଏତେ ଵାଦାନ୍ୟତା ଦେଖାଇବା ଉଚିତ ନୁହେଁ ବାବୁ କାରଣ ତୁମେ ହିଁ ତ କହୁଛ ରୁବି ମାଆ ତୁମ ହୃଦୟର ରାଣୀ. ସେ ସ୍ଥାନ ଆଉ କାହାର ନୁହେଁ. ଏସବୁ ଶୁଣି ବଡ଼ କଷ୍ଟରେ ରୁବି ନିଜକୁ ସମ୍ଭାଳି ଫେରିଯିବାକୁ ଉଦ୍ୟତ ହେଉଛି,ପଛରୁ ଦୀପକ ପଚାରୁଥିଲେ କିଏ ରୁବି? ରୁବିଙ୍କ କଣ୍ଠ ବାସ୍ଫରୁଦ୍ଧ. କୋହ ଜର୍ଜ୍ଜରିତ. ଦୀପକ ପୁଣି ପଚାରୁଥିଲେ ଆଉ କିଛି ଜିନିଷ ରହିଯାଇଥିଲା କି? ରୁବି କରୁଣ ଆଖିରେ ଦେଖୁଥିଲେ ଦୀପକଙ୍କୁ. ଦୀପକ ସେଇ ଶାଲଟି ଘୋଡ଼ିହୋଇ କହୁଥିଲେ ଜର ହେଇଯାଇଛି ମତେ. ଛାଡିଲା ପରେ କଣ ସବୁ ତୁମ ଜିନିଷ ରହିଯାଇଛି ନେଇ ଦେଇଆସିବି. ନିଜ ଭାରସାମ୍ୟ ହରାଇ ରୁବି ଦୀପକଙ୍କ ଛାତିରେ ଲୋଟି କହୁଥିଲେ ମତେ କ୍ଷମା କରିଦିଅ ଦୀପକ.ତୁମେ ହିଁ ରହିଯାଇଛ ମୋର ହୋଇ ଏ ଘରେ.ତୁମକୁ ଫେରାଇଦିଅ ମତେ. ରୁବିଙ୍କ ମୁଣ୍ଡ ଆଉଁସି ଦୀପକ କହୁଥିଲେ ତୁମେ ତ ମୋ ଜୀଵନ ଗୀତ. ତୁମେ ଯେତେ ଦୂରେ ଥିଲେ ବି ଗୀତ ହୋଇ ମୋ ଭିତରେ ତାଳ ଲୟ ସ୍ୱର ହୋଇ ସଦା ଉଜ୍ଜୀବିତ.ରୁବିଙ୍କ ଦୁଇ ଆଖିର ଲୁହ ଗୁଡା ଅମାନିଆଁ ଆଖିରୁ ଧାରା ଶ୍ରାବଣ ପରି ଦୀପକଙ୍କ ପାଦ ଧୋଉଥିଲା ବେଳେ ପଛରୁ ଅରକ୍ଷିତ ମଉସା ଛତା ଟେକି କହୁଥିଲେ ଆସ ମା ଘରକୁ ଫେରିବା.ରୁବି ଏଇ ପ୍ରଥମ ଅରକ୍ଷିତ ମଉସାଙ୍କ ପାଦ ଧରି କାନ୍ଦୁଥିଲେ ଭାଦ୍ରବ ମାସର ବର୍ଷା ପରି.

  ଅରବିନ୍ଦ ନନା କହିଚାଲିଥିଲେ ଦୀପକଙ୍କ ବାପା ମାଆଙ୍କ କାହାଣୀ.ସମସ୍ତଙ୍କ ଜୀଵନର ସଙ୍ଗୀତ ଠିକ ଠାକ ଲୟ ସ୍ୱର ତାଳରେ ବୋଲୁବୋଲୁ ଯଦି ବେସୁରା ହୋଇଯାଏ ଜୀଵନ ଗୀତ ସୁଲଳିତ ଶୁଭେ ନାହିଁ ଯେମିତି ଆଦିକନ୍ଦ ବାବୁଙ୍କ ଜୀଵନ ଗୀତ ଠିକ ଠାକ ବାଜୁଥିବା ବେଳେ ସ୍ୱର ଲୟ ତାଳରେ ମେଳ ଥିଲାବେଳେ ଜୀଵନ ଗାଡି ଚାଲୁଥିଲା ଠିକ ଠିକ. ପତ୍ନୀ ଓ କନ୍ୟାଙ୍କୁ ନେଇ ସୁଖର ସଂସାର ଗଡି ଚାଲିଲା ବେଳେ ଆଜି ସେହି ସଂସାର ସଂଗୀତର ତାଳ ବେତାଳ ଧରିଛି ଯେବେ ଲଷ୍ମୀ ତା ପୁଅକୁ ସାଙ୍ଗରେ ଧରି ସୁଦୂର ମାଳକାନାଗିରିର ଦୁର୍ଗମ ଘାଟି ଡେଇଁ ଆଦିକନ୍ଦବାବୁଙ୍କ ଘରେ ପହଞ୍ଚିଛି. କଥା କିଛି ନଥିଲା କାରଣ ପତ୍ନୀ ମିନତି ଖୁବ ପରୋପକାରୀ, ବନ୍ଧୁବାନ୍ଧବୀ ବତ୍ସଳ ଓ ଅତିଥି ସେବାକୁ ପରମବ୍ରତ ରୂପେ ମାନିଥାଆନ୍ତି. ଯେମିତି କଥାରେ ଅଛି ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ...ଘରଣୀ ଥିଲେ କି ହେବ ପରଆତ୍ମା ନଚିହ୍ନିଲେ. ମିନତି ପରଆତ୍ମା ଚିହ୍ନିବାରେ ଧୁରନ୍ଧର. ଏମିତି କେତେ କିଏ ଆଦିକନ୍ଦବାବୁଙ୍କ ପୁରୁଣା ଜାଗାର ସହକର୍ମୀ, ଚିହ୍ନା ପରିଚୟ ବେଳ ଅବେଳରେ ପହଁଞ୍ଚି ଆତିଥେୟତା ଗ୍ରହଣ କରିଛନ୍ତି କିନ୍ତୁ ଲଷ୍ମୀ କଥା ଟିକେ ଅଲଗା ସେ ଆଦିକନ୍ଦବାବୁଙ୍କ ସଙ୍ଗେ ଏମିତି ମିଶୁଥିଲା ଯେମିତି ତାଙ୍କ ସ୍ତ୍ରୀ. ଜିଭ କାମୁଡି ପକାନ୍ତି ମିନତି. କଣ ସେ ଭାବୁଛନ୍ତି?? ଅନ୍ୟ କଥାରେ ପଡି ତାଙ୍କ ଦେବତା ଭଳି ସ୍ୱାମୀଙ୍କୁ ସନ୍ଦେହ କରୁଛନ୍ତି!କାହିଁ ରାଣୀ କାହିଁ ଚନ୍ଦରକାଣୀ!ଅଶିକ୍ଷିତା, ଜନଜାତିର ବିଧବା ମହିଳା ଦିନେ ଯେତେବେଳେ ଅତୀତରେ ସ୍ୱାମୀଙ୍କର ସବୁ କଥା ଅର୍ଥାତ ଖାଇବା ପିଇବା, ଦେହ ମୁଣ୍ଡ, ଭଲମନ୍ଦ ବୁଝୁଥିଲା ନା? ଆଜି ବି ସେ ବୟସର ଅପରାହ୍ନରେ ଉପନୀତ. ଏକମାତ୍ର ପୁତ୍ରକୁ ପାଠ ଶାଠ ପଢ଼େଇ କୋଉଠି ଟିକେ ଚାକିରୀରେ ରଖାଇଦେବାକୁ ସୁପାରିସ କରିବାକୁ ଆସିଛି ଲଷ୍ମୀ. ତାଙ୍କୁ ମଧ୍ୟ ଘରକାମରେ ଖୁବ ସାହାଯ୍ୟ କରୁଛି. ତେବେ ସେଥିରେ ମିନତିଙ୍କର ଅସନ୍ତୁଷ୍ଟ ହେବାର କିଛି କାରଣ ନାହିଁ. କଥାରେ ଅଛି ସ୍ଵ ଜାତି ପରହିଂସ୍ରିକ.ବୟସ ଯେତେ ବଢୁ ନା କାହିଁକି ନିଜ ସ୍ୱାମୀଙ୍କ ଆନ୍ତରିକତା ବା ସାମାନ୍ୟତମ ଆଦର ଯତ୍ନ ଅନ୍ୟ ସ୍ତ୍ରୀ ଲୋକ ପ୍ରତି ସହିବା କଷ୍ଟ ଦାୟକ. ସେ ଯେତେବଡ଼ ବିଚାରଵନ୍ତ ବା ମହିୟସୀ ମହିଳା ହୁଅନ୍ତୁ ନା କାହିଁକି ତ ମିନତି ନିଜ ମନକୁ ବୁଝେଇ ଦିଅନ୍ତି. ସେତେବେଳେ ଶାଶୁ ଶଶୁରଙ୍କ ସହିତ ଯୌଥ ପରିବାରର ଯାବତୀୟ ଭଲ ମନ୍ଦ ବୁଝୁ ବୁଝୁ ସେ ସ୍ୱାମୀଙ୍କ ସହ ଯାଇପାରନ୍ତିନି ବିଭିର୍ନ୍ନ ଜାଗାକୁ ତ ମାଲକାନାଗିରିରେ ଥିବା ସମୟରେ ଏଇ ଲଷ୍ମୀ ହିଁ ବୁଝୁଥିଲା ଆଦିକନ୍ଦବାବୁଙ୍କ ସବୁକିଛି ତ ଏମିତି ଖରାପ ଭାବିଲେ କେମିତି ହେବ ବୋଲି ମିନତି ମନକୁ ବୁଝେଇ ଦେଲା ବେଳେ ଲଷ୍ମୀର ପୁଅକୁ ଦେଖି ସମସ୍ତେ ଯେବେ କୁହନ୍ତି ପୁରା ଆଦିକନ୍ଦ ବାବୁଙ୍କ ଚେହେରା ଆଣିବା ପରି ଦେଖାଯାଉଛି ଲଷ୍ମୀର ପୁଅ. ସେତେବେଳେ ମିନତି ସହି ପାରନ୍ତିନି.କିଏ କହେ ଏମିତି କେମିତି ସାମାଞ୍ଜସ୍ୟ ହେଲା ତ କିଏ କହେ ଆଦିକନ୍ଦବାବୁଙ୍କ ଝିଅର ଭାଇ ଥିଲେ ଠିକ ଦୀପକ ମହାଳିକ ଭଳି ଦେଖାଯାଆନ୍ତା. ଝିଅ ମଧ୍ୟ ଏ ଭିତରେ ଦୀପକ ସହିତ ଏମିତି ମିଶି ଯାଇଛି ଯେ କୋଉ କୂଳର ହେବେ ସ୍ଥିର କରିନପାରି ବ୍ୟସ୍ତ ବିଚଳିତ ହୁଅନ୍ତି ମିନତି. ବଢିଲା ଝିଅ ଓ ବଢିଲା ପୁଅ ଭିତରେ ନିଆଁ ଓ ଘିଅର ସମ୍ପର୍କ ଭିତରେ ଯଦି କିଛି ଅଘଟଣ ଘଟେ!

  ସମସ୍ତ ଆଶଙ୍କାକୁ ଦୂରେଇ ସେଦିନ ରାକ୍ଷୀ ବାନ୍ଧିଥିଲା ଝିଅ ଅଙ୍କିତା ଭାଇ ଦୀପକକୁ ତ ମିନତି କେତେକାଂଶରେ ଆଶ୍ଵସ୍ତ ହୋଇଥିଲେ. ମନର ସଂକୀର୍ଣ୍ଣତାକୁ ପ୍ରଶୟ ନଦେଇ ଦୀପକର ଚାକିରୀ କରାଇଦେବାକୁ ସ୍ୱାମୀଙ୍କ ସହ ଲାଗିରହିଥିଲେ. ଏ ଭିତରେ ଦୀପକର ଚାକିରୀ ହୋଇଯାଇଥିଲା. ବାପ ଛେଉଣ୍ଡ ଅନାଥ ଦୀପକ ପାଇଁ ଆଦିକନ୍ଦ ବାବୁ ସବୁ କରୁଥିଲେ ବାପ ପରି କିନ୍ତୁ ସେଦିନ ଲଷ୍ମୀର ଦେହ ସାଙ୍ଘାତିକ ହୋଇଗଲା ପରେ ହସ୍ପିଟାଲ ସୁବିଧା ଥିବା ସହରରେ ତାଙ୍କ ଘରେ ସବୁଦିନ ରହିଯିବାକୁ ଅନୁରୋଧ କରିଥିଲେ ଆଦିକନ୍ଦବାବୁ ତ ମିନତି ପ୍ରତିବାଦ କରିନଥିଲେ କାରଣ ଲଷ୍ମୀ ଏଣିକି ଘରର ସବୁକାମ କରିନେଉଥିଲେ. ଏମିତି ଏମିତି ଆଦିକନ୍ଦ ଓ ମିନତିଦେବୀଙ୍କ ସଂସାରର ଜୀଵନସଂଗୀତ ଗଡି ଚାଲିଥିବା ବେଳେ ଅଙ୍କିତାର ବାହାଘର ମଧ୍ୟ ହୋଇ ସାରିଥିଲା. ଲଷ୍ମୀଙ୍କର ରୋଗ ବଢ଼ି ସେ ମୃତ୍ୟୁ ମୁଖରେ ପଡିବା ପରିବାରରେ ଶୋକାକୁଳ ପରିସ୍ଥିତି ଆଣିଦେଇଥିବା ବେଳେ ଦୀପକକୁ କୁ ନିଜ ପସନ୍ଦର ଝିଅ ରୁବି ସହିତ ବାହାକରାଇ ମିନତି ତାକୁ ନିଜ ଘରେ ପୁଅ ବୋହୂ କରି ରଖିବା କଥାଟି କେହି ସିନା ଗ୍ରହଣ କରିପାରୁନଥିଲେ କିନ୍ତୁ ଆଦିକନ୍ଦବାବୁ ଖୁବ ଖୁସି ଥିଲେ କାରଣ ସେ ହିଁ ଜାଣିଥିଲେ ମଙ୍ଗଳୁ ମାହାଳିକ ଦୀପକ ପରି ପୁଅର କଣ କାହାର ବି ପିତା ହେବାକୁ ଅକ୍ଷମ ଥିଲା. ସେତେବେଳେ ଲଷ୍ମୀ ନେହୁରା ହୋଇଥିଲା ଆଦିକନ୍ଦ ବାବୁଙ୍କ ପାଖରେ ତାକୁ ମାତୃତ୍ୱ ଦେବାକୁ କାରଣ ମଙ୍ଗଳୁ ସେହି ଅଫିସର ସରକାରୀ କର୍ମଚାରୀ ହେଲେ ମଧ୍ୟ ମଦ ତା ପୌରୁଷକୁ ଧ୍ବଂସ କରିବା ସହ ସେ ଲଷ୍ମୀ ମାଆ ହୋଇପାରୁନି ବୋଲି ତାକୁ ଶାରୀରିକ ଓ ମାନସିକ ଅତ୍ୟାଚାର କରିଚାଲିଥିଲା. ଲଷ୍ମୀର ଏହି ଅନୁରୋଧକୁ ଏଡେଇ ଯାଇ ତାଙ୍କ ସଂସାରର ଧ୍ବଂସ ଦେଖିପାରିବେ ନାହିଁ କହି ଲଷ୍ମୀକୁ ନିରାଶ କଲାପରେ ସେଦିନ ବର୍ଷଣ ମୁଖର ରାତିରେ ମଙ୍ଗଳୁ ମହାଳିକର ଅନୁପସ୍ଥିତିରେ ଲଷ୍ମୀ ସହ ଯାହା ଘଟିଯାଇଥିଲା ସେସବୁର ପ୍ରମାଣ ହିଁ ଦୀପକ ବୋଲି ନିଜ ମନକୁ ନିଜେ କେମିତି ଫାଙ୍କି ଦେଇ ପାରିବେ ଆଦିକନ୍ଦ?ତା ପରେ ପରେ ଆଦିକନ୍ଦ ସେଇଠୁ ବଦଳି ହୋଇ ଆସିବା ପରେ ଜୀବନରେ ଆଉ କେଵେ ଲଷ୍ମୀକୁ ଭେଟିବେ ବୋଲି ଭାବିନଥିବା ବେଳେ ଲଷ୍ମୀ ହିଁ ତାଙ୍କ ଜୀଵନ ସଂଗୀତର ବେତାଳ ସ୍ୱର ସଂଗୀତ ସାଜି ପୁଣି ତାଙ୍କ ଜୀବନରେ ଦେଖା ଦେବ ସେ ଜାଣିନଥିଲେ ମଧ୍ୟ ମିନତି ତାଙ୍କ ଡାଇରୀ ପଢି ସବୁ ଜାଣି ଦୀପକକୁ ସବୁଦିନ ପାଇଁ ନିଜର କରିନେଇ ନିଜ ଉଦାରତା ପ୍ରତିପାଦନ କରି ପ୍ରମାଣିତ କରିଥିଲେ ନାରୀ ସର୍ବଂସହା ମା ଧରିତ୍ରୀ.

  ଶାଶୁମାଆଙ୍କ ବିଷୟରେ ସବୁ ଶୁଣି ଓ ଜାଣି ରୁବି ନିଜକୁ ଧିକ୍କାର କରୁଥିବା ବେଳେ ଦୀପକ ଏଇ ପ୍ରଥମ ଥର ତାଙ୍କ ଜନ୍ମ ବୃତ୍ତାନ୍ତ ଶୁଣିଥିଲେ ଆଉ ଏଥର ଛୁଟିରେ ଦୁଇ ପିତା ଓ ଦୁଇ ମାତାଙ୍କ ଅସ୍ଥି ନେଇ ପ୍ରୟାଗରେ ବିସର୍ଜ୍ଜନ କରିବା ଯୋଜନାରେ ଯିବା ପାଇଁ ରୁବି ନିଜ ସାନ ଭାଇ ରାଜା ଓ ସାନ ଭଉଣୀ ରିଙ୍କି ସହ ନିଜ ଦୁଇ ନଣନ୍ଦ ଅଙ୍କିତା ଓ ଅନୁ ସହ ଅରକ୍ଷିତ ମଉସା ଓ ଅରବିନ୍ଦ ନନାଙ୍କୁ ନେବାକୁ ଭୁଲିନଥିଲେ.


Rate this content
Log in

Similar oriya story from Tragedy