STORYMIRROR

Sunanda Mohanty

Abstract Horror Fantasy

3  

Sunanda Mohanty

Abstract Horror Fantasy

ନାଣ୍ଡୁ

ନାଣ୍ଡୁ

1 min
141

"ନଣ୍ଡା ମୁଣ୍ଡିଆ ଡ୍ରାଇଭର

ଗାଡ଼ିକି ଟିକେ ଠିଆ କର

ଗାଡି ଯିବ ପରା ଫୁଲବାଣୀ

ଆସିଲେ ପିଇବ ଚା ପାଣି "

ଏମିତି ଗାଇ ଗାଇ ,ପ୍ରଥମ କରି ଚୁଟି ପକାଇ ଲଣ୍ଡା ହୋଇଥିବା ଟିକି ଭାଇକୁ ବାଟ ସାରା ଚିଡେଇ ଚିଡେଇ ଆସୁଥିଲା ,ନାଣ୍ଡୁ ଅପା ,ଟିକି ପୁଅର ବଡ଼ ବାପା ଝିଅ ଭଉଣୀ ,ତ ଖନେଇ ଖନେଇ ଟିକି ପୁଅ ବି କହୁଥିଲା ନାଂଡୁ ନାଂଡୁ ,ତ ନାଣ୍ଡୁ ,ମୋ ଆଡକୁ ଚାହିଁ ପ୍ରତିବାଦର ସ୍ୱର ଉଠାଇ ଅଭିଯୋଗ କରୁଥିଲା ଟିକି ଭାଇ ନାମରେ ,ଦେଖିଲ ଖୁଡି ,ଟିକିପୁଅ ମତେ କେମିତି ଚିଡ଼ାଉଛି ନାଂଡୁ ନାଂଡୁ କହି l

ଖୁଡି କିନ୍ତୁ ଗାଡି ଭିତରେ ବସି,ୟୁଟୁବରେ,ଦେଖୁଥିଲେ ସତର ଟି ସ୍ତ୍ରୀ ଥିବା ନକଲି ଡାକ୍ତର କଥା ,ଆଉ ତାକୁ ପୋଲିସ ଖୋଜିବା ,ତଥା ତାର ବିଭିର୍ଣ୍ଣ କାରସାଦି ବିଷୟରେ ଅନୁସନ୍ଧାନ ସହ ସେ ଲୋକ କେମିତି ଏଯାଏଁ ଧରା ପଡ଼ିନଥିଲା ,ପୁଣି ମାଟ୍ରିକ୍ୟୁଲେସନ ଟିଏ ବି ନହୋଇ ନିଜକୁ ଡାକ୍ତର ବୋଲି ପରିଚୟ ଦେବା ,ଇତ୍ୟାଦି ରୋଚକ ପୂର୍ଣ୍ଣ ତଥ୍ୟ ଭିତରେ ,ଖୁଡି ଯେବେ କହିଲେ, ଲୋକଟାକୁ ଏଵେ ଖୋଜି ପାଇବା ବଡ଼ କଷ୍ଟ ହେବ !

ସବୁକଥା ଭିତରେ ଟିକିପୁଅ ଓ ନାଣ୍ଡୁଙ୍କ ଝଗଡା ଦେଖି ,ମୁଁ ଯେବେ କହୁଥିଲି ଲୋକଟା ଏଭିତରେ ନାଣ୍ଡୁ ମୁଣ୍ଡ କରି ପରିଚୟ ବଦଳାଇ କୋଉଠି ଲୁଚିଥିବ ତ ଟିକି ପୁଅ କହି ଉଠିଲା ନାଂଡୁ ନାଂଡୁ ,ଆଉ ନାଣ୍ଡୁ ଅପା ତାର କହୁଥିଲା ,ଦେଖିଲ ଖୁଡି ,କେମିତି କହୁଛି ମତେ ,ଖୁଡି କିନ୍ତୁ ବୁଡିଯାଇଥିଲେ ଅନ୍ୟ ଚିନ୍ତାରେ ଆଉ ପିଲା ଦୁହିଁଙ୍କର,ନାଣ୍ଡୁ ଶବ୍ଦ କୁ ନେଇ ଚାଲିଥିଲା ଝଗଡା l



Rate this content
Log in

Similar oriya story from Abstract