STORYMIRROR

jyotsna mayee panda

Tragedy

4  

jyotsna mayee panda

Tragedy

ନାଲି ଓଢଣୀ

ନାଲି ଓଢଣୀ

4 mins
147

ରଜ ର ଦିନେ ପୂର୍ଵରୁ ପ୍ରେମ ଆସି ନିଜ ଜନ୍ମ ମାଟି ରେ ପହଁଚିଲା l ଏ କରୋନା ପାଇଁ ସେ ଫସି ଯାଇଥିଲା ହାଇଦ୍ରାବାଦ ସହର ରେ l ବିମାନ ସେବା ଆରମ୍ଭ ହେବା ରୁ ସେ ଏଵେ ନିଜ ଘର କୁ ଆସିପାରିଲା l ସତରେ ଜନ୍ମ ମାଟି ର ବାସ୍ନା ରେ ଯେଉଁ ଆନ୍ତରିକତା ଥାଏ ସେ ଆଉ କୋଉଠି ମିଳେନି l ଗାଁ ଆମ୍ବ ତୋଟା, ନଈ ପଠା ଆଉ କିଆ ବଣ ସବୁ କଥା ଗୋଟି ଗୋଟି ହୋଇ ମନେପଡେ ତାର l ଆଜି ଗାଁ ଟା ସାରା କେତେ ରକମ ର ପିଠା ର ବାସ୍ନା ରେ ମହକି ଉଠୁଛି l ଅବଶ୍ୟ କରୋନା ର କଟକଣା ଟା ଏ ବର୍ଷ ରଜ କୁ ଟିକେ ଫିକା କରି ଦେଇଛି l ଗତ ବର୍ଷ ରଜ ରେ ଆସିଥିଲା ପ୍ରେମ l ପାଖ ଗାଁ ର ତାର ଗୋଟେ ଦୁର ସମ୍ପର୍କୀୟା ଅପା ର ଝିଅ ପ୍ରତୀକ୍ଷା.... ନା ଯେମିତି.... ଦେଖିବାକୁ ଵି ସେମିତି..... ଥରେ ଦେଖିଲେ ଆଉ ଥରେ ଦେଖିବାର ପ୍ରତୀକ୍ଷା...

                  ସେ ରଜ ରେ ଆସିଥିଲା ପ୍ରେମ ର ଗାଁ କୁ l ଗାଁ ଆମ୍ବ ତୋଟା ରେ ସବୁ ଝିଅ ରଜ ଦୋଳି ଖେଳୁ ଥିଲେ ଆଉ ସେଠି ପ୍ରତୀକ୍ଷା ର ସହିତ ପ୍ରେମ ର ପ୍ରଥମ ଦେଖା l ରଜ ଦୋଳିରେ ବସି ତା ନାଲି ଓଢଣୀ କୁ ଉଡେଇ ଦେଇଥିଲା ଆଉ ସେ ଓଢଣୀ ଟା ପ୍ରେମ ର ମୁହଁକୁ ସ୍ପର୍ଶ କରିଥିଲା ଏଵେ ଵି ସେ ଓଢଣୀ ର ନରମ ପରସ କୁ ଭୁଲି ନି ପ୍ରେମ l ତା ସହିତ ଓଠ ର ଭାଷା ରେ ସିନା କଥା ହେଇ ପାରିନି ହେଲେ ତା ଆଖି ର ଭାଷା ଟା ତାକୁ ଠିକ ପଢି ଆସିଛି l ସେ ଗଲା ରଜ ରୁ ସେ ତାର ଏ ସୁନ୍ଦର ଅନୁଭୂତି କୁ ସାଇତି ରଖିଛି ତା ହୃଦୟ ସିନ୍ଦୁକ ରେ..... ଆଜି ବୋଧେ ତା ଜୀବନ ସେ ଚିର ଆପେକ୍ଷିତ ଦିନ ଆସିଛି l ପ୍ରେମ ଜଣେ IT ଇଂଜିନୀୟର... ଦେଖିବା କୁ ଯେମିତି ସୁନ୍ଦର ତାର କଥା ବାର୍ତା ଆଉ ବ୍ୟବହାର ଵି ସେମିତି ସୁନ୍ଦର l

ସେ ଭାବିଛି ଏଥର ସେ ପ୍ରତୀକ୍ଷା କୁ ନିଜ ମନକଥା ଖୋଲି କହିଦେବ ଆଉ ତାପାଇଁ ସେ ହାଇଦ୍ରାବାଦ ରୁ ଗୋଟେ ସୁନ୍ଦର ନାଲି ଓଢଣୀ ଓ ପାର୍ଲ ସେଟ ଗିଫ୍ଟ ପାଇଁ ଆଣିଛି l ତା ଘର ଲୋକଙ୍କୁ ଵି କହି ବାହାଘର ଟା ଵି ଫିକ୍ସ କରି ଯିବ l ପ୍ରତୀକ୍ଷା ର ନାଲି ଅଳତା ଲଗା ପାଦ ଏଵେ ଵି ନାଚି ଉଠୁଛି ଟା ହୃଦୟ ଆଇନା ରେ ଆଉ ସେ ନାଲି ପାଦ ଦିଟା ନାଲି ଓଢଣୀ ଦେଇ କେବେ ତା ହୃଦୟ ଅଗଣା ର ଶୋଭା ବର୍ଦ୍ଧନ କରିବ ସେ ଅପେକ୍ଷା ରେ ଆଜି ପ୍ରେମ ର ଭାବାବେଗ ବଢ଼ି ଯାଉଛି l

                           ନିଜ ଗାଡି ବାହାର କରି ପ୍ରେମ ତା ସାଙ୍ଗ ସହିତ ବାହାରି ପଡିଲା ପ୍ରତୀକ୍ଷା ର ଗାଁ କୁ l ସେ ରାସ୍ତା ସାରା ଖାଲି ଭାବୁଥାଏ ତା ପ୍ରସ୍ତାବ ରେ ପ୍ରତୀକ୍ଷା ର ପରିବାର ଲୋକ କେବେ ମନା କରିବେନି କାରଣ ସେ ଏଵେ ଚାକିରୀ କରି ସ୍ୱାବଲମ୍ବୀ ହୋଇ ସାରିଛି l କେତେ ସ୍ବପ୍ନ ଆଖି ରେ ତାର..... ସେ ପ୍ରାଣ ପ୍ରିୟା ପ୍ରତୀକ୍ଷା ପାଇଁ.... ଆଉ ତା ହୃଦୟ ରେ ସାଇତି ରଖିଛି ଅସୁମାରୀ ପ୍ରେମ.... 

                        ଏମିତି କେତେ କଥା ଭାବୁ ଭାବୁ ସେ ପହଂଚି ଯାଇଛି ପ୍ରତୀକ୍ଷା ର ଗାଁ ରେ l ଆଜି ରଜ ହେଲେ ଵି କରୋନା ର କରାଳ ପ୍ରଭାବ ରେ ଗାଁ ଆମ୍ବ ତୋଟା ଖାଁ ଖାଁ ଲାଗୁଛି... ଆଉ ଶୁଭୁନି ସେ ରଜ ଦୋଳି ଗୀତ.. ସମସ୍ତ ପ୍ରକୃତି ଯେମିତି ସ୍ତବ୍ଧ ହୋଇ ଯାଇଛି.... କାଁ ଭାଁ କୋଉଠି ଦି ଚାରିଟା ଛୋଟ ପିଲା ଦୋଳି ଖେଳୁଛନ୍ତି l ସତେ ଯେମିତି ଖୁସି ର ନଈ ରେ ବଂଧ ଟେ ତିଆରି କରି ସାରିଲାଣି ଏ କରୋନା ।

                          ଗାଡି କୁ ନେଇ ପ୍ରେମ ପ୍ରତୀକ୍ଷା ଘର ଆଗ ଅଟକାଇଲା l ମନ ର ଆବେଗ କେଜାଣି କାହିଁକି ବଢିବାକୁ ଲାଗିଲା l ପ୍ରତୀକ୍ଷା ର ମା ଘରୁ ବାହାରି ତାକୁ ବସିବାକୁ କହିଲେ ହେଲେ ତା ଆଖି ଖାଲି ପ୍ରତୀକ୍ଷା କୁ ଖୋଜୁଛି l ଆଉ ନିଜ କୁ ସମ୍ଭାଳି ପାରିଲାନି ସେ ଧଡ଼ କିନା ପଚାରି ଦେଲା "ଅପା ପ୍ରତୀକ୍ଷା କାହିଁ ଆଜି ସେ ଦିଶୁନି.... ପ୍ରତୀକ୍ଷା ର ନା ଶୁଣୁ ଶୁଣୁ ତା ମା କାନ୍ଦିବାକୁ ଲାଗିଲେ.... କାହିଲେ...ସେ ହତଭାଗୀ କଥା ଆଉ କଣ କହିବି "ଲକଡାଉନ ଆଗ ରୁ ତା ବାହାଘର ଟା କରିଥିଲୁ l ପୁଅ ପୋଲିସ ରେ ଭଲ ଚାକିରୀ ଖଣ୍ଡେ କରୁଥିଲା l ହେଲେ ଏ କରୋନା ରେ ସେ ଆକ୍ରାନ୍ତ ହୋଇ ଆଉ ଭଲ ହୋଇ ପାରିଲାନି ଆଉ ମୋ ହତଭାଗୀ ଝିଅ କୁ ଏକା ଛାଡି ଚାଲିଗଲା l ପ୍ରେମ ର ଗୋଡ଼ ତଳୁ ମାଟି ଖସି ଗଲା ଆଉ ହୃଦୟ ଟା ଭାଙ୍ଗି ଚୁର ଚୁର ହୋଇଗଲା.... ଏତେ କମ ଦିନ ରେ ଏ କଣ ସବୁ ଘଟି ଗଲା ତାକୁ ଶୁଣି ବିଶ୍ୱାସ ଵି ଲାଗୁନି... କିଛି ସମୟ ବିତିଗଲା ପରେ ମା ଡାକ ରେ ପ୍ରତୀକ୍ଷା ବାହାରି ଆସିଲା l

ଏ କି ରୂପ.... ସେ କରୁଣ ବୈଧବର ଦେହ ରେ ଧଳା ଶାଢ଼ୀ ଆଉ ମୁହଁ ରେ ସେ ନାଲି ଟିକିଲି ର ଜାଗା ଟା ଶୂନ୍ୟ ହୋଇଛି... ସେ ନୀଳ ନୟନ ରେ ପୂର୍ଵ ର ସେ ଚଞ୍ଚଳ ଚାହାଣି କୁଆଡେ ଯେମିତି ହଜି ଯାଇଛି ଆଉ ଅସଂଖ୍ୟ ପ୍ରଶ୍ନ ର ଉତ୍ତର ଅପେକ୍ଷା ରେ...ପ୍ରତୀକ୍ଷା . କହୁଛି ତୁମେ କାହିଁକି ଏତେ ଡେରି କଲ ପ୍ରେମ.... ବିନିଦ୍ରିତ ନୟନ ଦୁଇଟି ସତେ ଯେମିତି କେତେ ଯୁଗ ରୁ ଶୋଇନି ତାର ସେ ଆଖି ଆଜି ତା ଜୀବନ ର ସବୁ କାହାଣୀ କହିଦେଇଛି ପ୍ରେମକୁ । ସେ ଆଖି ରେ ଆଖି ମିଶେଇ ବାର ସାହସ ଵି କରିପାରୁନି ପ୍ରେମ..... ଆଉ ତାର ଏ ନାଲି ଓଢଣୀ କାହା ପାଇଁ... ଏ ଅପେକ୍ଷା କାହା ପାଇଁ ।



Rate this content
Log in

Similar oriya story from Tragedy