STORYMIRROR

Himalini Hota

Horror

3  

Himalini Hota

Horror

ନାଇଟ ଡିଉଟି

ନାଇଟ ଡିଉଟି

3 mins
789

ଅଫିସରେ ସେଦିନ ନାଇଟ ଡିଉଟି ଥାଏ ରାଜୁର ।ରାତି ପ୍ରାୟ ଦଶଟା -- ଅଫିସରୁ ସମସ୍ତେ ଗଲା ପରେ ମେନ ଗେଟରେ ତାଲା ଦେଇ ତା ପାଇଁ ଉଦ୍ଦିଷ୍ଟ ଥିବାରୁମ ଭିତରକୁ ଯାଇଥିଲା ରାଜୁ ବିଶ୍ରାମ ନେବା ପାଇଁ।।ମୋବାଇଲରେ ଗୀତ ଶୁଣି ଶୁଣି ରାତି କାଟିବା ଥିଲା ତାର ଅଭ୍ୟାସ।ଗୀତଟେ ଫୁଲ ସାଉଣ୍ଡରେ ଲଗାଇ ବାଥରୁମ ଭିତରକୁ ଯାଇଥିଲା ଫ୍ରେଶ ଅପ ହେବାପାଇଁ ରାଜୁ ।ଦିନ ସାରାର ପରିଶ୍ରମ ପରେ ଟିକେ ଗାଧୋଇ ପାଧୋଇ ଫ୍ରେସ୍ ହୋଇଗଲେ ଶାନ୍ତିରେ ନିଦ ଲାଗି ଯାଏ ତାକୁ। ଫ୍ରେସ୍ ହୋଇ ଆସିଲା ପରେ ସେ ବିଛଣାକୁ ଯାଇ ଶୋଇବାର ଉପକ୍ରମ କଲା ବେଳକୁ କୋଉଠି ଥିଲେ ଏ ବୁଲା କୁକୁର ଦଳ ସମୂହ ଭାବରେ ଭୁକିବାରେ ଲାଗିଥିଲେ।କାନ୍ଥ ଘଣ୍ଟାକୁ ନଜର ପକେଇଲା ରାଜୁ ଠିକ ରାତି ବାରଟା ।ସେ ଦିନ କାହିଁକି କିଛି ଅଲଗା ଅନୁଭତ ହେଉଥିଲା ରାଜୁର ।କିଛି ଅଜଣା ଭୟରେ ଆତଙ୍କିତ ହେଉଥିଲା ତା ମନ ଓ ହୃଦୟ , କିନ୍ତୁ କାରଣ ସେମିତି କିଛି ନଥିଲା ।ଏମିତି ଲାଗୁଥିଲା ସତେଯେପରି ସେ ହରେଇଦେଇଛି ନିଜର ଅତି ଆପଣାର କାହାକୁ ।ଛାତି ଭିତରଟା କୋରି ବିଦାରି ହୋଇଯାଉଥାଏ।କେମିତି ଗୋଟିଏ ଅଣନିଶ୍ୱାସୀ ଅନୁଭବ ହେଉଥାଏ ନିଜ ଭିତରେ ତାର ଏବଂ ବିନା କାରଣରେ କାନ୍ଦିବାକୁ ବି ଇଛା ହେଉଥାଏ।ତାର ଚାକିରୀ ସମୟ କାଳ ମଧ୍ୟରେରେ ସେ ବହୁତ ଦିନ ଏମିତି ଏକୁଟିଆ ଅଫିସରେ ରାତି କଟେଇଛି କିନ୍ତୁ ଆଜି କାହିଁକି ମନ ଭିତରେ ଏ ଅଜିବ ହଲଚଲ, କିଛି ବି ବୁଝି ପାରୁନଥିଲା ସେ ।ଆଉ ବିଛଣାରେ ଶୋଇ ପାରିଲା ନାହିଁ । ଉଠି ପଡିରୁମ ଭିତରେ ପଦ ଚାରଣ କଲା ।ତଥାପି ବି ତାକୁ କିଛି ଭଲ ଲାଗିଲା ନାହିଁ ।ଅଜଣା ଆତଙ୍କରେ ଦେହ ଭିତରଟା ଶିହିରିତ ହେଉଥାଏ ତାର ।ରୁମର କବାଟ ଖୋଲି ବାହାରକୁ ଆସିଲା ସେ ।ପୂର୍ଣ୍ଣିମା ରାତି, ଜହ୍ନର ସୁଶୀତଳ କିରଣ ଚାରିଆଡେ ବିଛୁରିତ ହୋଇ ପଡିଥାଏ।ତା ସାଙ୍ଗକୁ ମନ୍ଦ ମନ୍ଦ ଶୀତଳ ପବନ ବି ବୋହୁଥାଏ ବାହାରେ ।ଶୀତଳ ପବନ ଟିକେ ବାଜିବାରୁ ତାକୁ ଟିକେ ଆରାମ ଲାଗିଲା।ଗେଟ ଭିତରେ ଧୀରେ ଧୀରେ ଚାଲିବାକୁ ଲାଗିଲା ମନ ପରିବର୍ତ୍ତନ ପାଇଁ ।ଟିକେ ଭଲ ଲାଗିବାରୁ ପୁଣି ରୁମ ଭିତରକୁ ଚାଲିଗଲା ବିଶ୍ରାମ ପାଇଁ ।ରୁମ ଭିତରେ ଶଯ୍ୟା ଉପରେ ଶୋଇବାର ଉପକ୍ରମ କରୁଛି ପୁଣି ଥରେ ସେହି ଏକା ପ୍ରକାର ଅନୁଭବ ହେଲା ତାକୁ ସେ ଆଉ ଶୋଇ ପାରିଲା ନାହିଁ ଅଣନିଶ୍ୱାସୀ ହୋଇ ମୋବାଇଲ ଅଫ କରି ରୁମ ବାହାରକୁ ବାହାରି ଆସିଲା ଏବଂ ବାହାରେ ପଡିଥିବା ଚେୟାରକୁ ଅଧିକୃତ କରି ବସିଲା।କିଛି ସମୟ ଅତି ବାହିତ ହେବା ପରେ ଜହ୍ନ ଆଲୋକରେ ଦେଖାଗଲା ଗେଟ ବାହାରେ ଏକ ଛାୟା ମୂର୍ତ୍ତି।ରାଜୁ ଆଶ୍ଚର୍ଯ୍ୟ ହେଲା ଏତେ ରାତିରେ ଗେଟ ବାହାରେ ପୁଣି କିଏ ?ରୁମ ଭିତରକୁ ଯାଇ ଟର୍ଚ୍ଚ ନେଇ ଆସିଲା ।ସେତେବେଳକୁ ଗେଟ ପାଖରେ କିଏ ନଥିଲେ ।ପୁଣି ଥରେ କୁକୁର ମାନଙ୍କର ସମୂହ ଭୁକିବାର ଆବାଜ ତାର ଭାବନା ତନ୍ତ୍ରୀକୁ ଖଣ୍ଡ ବିଖଣ୍ଡିତ କଲା।ଅଜଣା ଛାୟା ମୂର୍ତ୍ତି ଟି କିଏ ? ପ୍ରଶ୍ନଟି ମନ ଭିତରେ ଆନ୍ଦୋଳିତ ହେଉଥିବା ସମୟରେ ପୁଣି ଥରେ ଛାୟା ମୂର୍ତ୍ତିଟି ଆବିର୍ଭୁତ ହେଇଥିଲା।ଏ ଥର ଆଉ କାଳବିଳମ୍ବ ନ କରି ରାଜୁ ଗେଟ ଖୋଲି ସେ ଛାୟା ମୂର୍ତ୍ତିର ପଛରେ ଅଗ୍ରସର ହେଲା ।ସେ ଯେତିକି ଯେତିକି ଆଗକୁ ବଢ଼ୁ ଥାଏ ଛାୟା ମୂର୍ତ୍ତି ତା ଠାରୁ ମାତ୍ର ଦୁଇ ହାତ ଦୂରରେ ଆଗକୁ ବଢ଼ୁ ଥିଲା ପରି ଲାଗୁଥାଏ ।ତାଙ୍କ ପାଖରେ ସେ ପହଞ୍ଚି ପାରୁନଥାଏ ସେ ସତ ଚେଷ୍ଟା କଲେ ମଧ୍ୟ । ହଟାତ ତାକୁ ଦୂରରୁ ଦେଖାଗଲା ମେନ ରୋଡ଼ ଉପରେ ଗୋଟିଏ କାର ଓଲଟି ପଡିଛି ଏତେ ବଡ଼ ଭୟଙ୍କର ଦୁର୍ଘଟଣା ହୋଇଛି ଯେ କାରଟିର ସମ୍ମୁଖ କାଚ କିଛି ନାହିଁ ପୁରା ଚୁର ମାର ତତ ସହିତ କାରଟି ପୁରା ଲୋଚା ଚେପା ହୋଇଯାଇଛି ଦୌଡ଼ି ଗଲା ସେ ପାଖକୁ।ଛାୟା ମୂର୍ତ୍ତିକୁ ଖୋଜିଲା ସାହାଯ୍ୟ ମାଗିବା ପାଇଁ ଛାୟା ମୂର୍ତ୍ତିଟି ସେ ଯାଏଁ ତା ଠାରୁ ମାତ୍ର ଦୁଇ ହାତ ଦୂରରେ ଥିଲା କିନ୍ତୁ ଦୁର୍ଘଟଣା ଆଡ଼କୁ ତାର ନଜର ପଳେଇବା କ୍ଷଣି ହଟାତ ଶୂନ୍ୟ ଶୂନ୍ୟରେ ,ଯେପରି ମିଳେଇ ଯାଇଥିଲା ଛାୟା ମୂର୍ତ୍ତିଟି ।କେହି କୁଆଡେ ନଥିଲେ ପୁରା ପୁରି ନିର୍ଜନତା ଛାଇ ଯାଇଥିଲା ଚତୁରପାର୍ଶ୍ୱରେ ।ଭାରି ଅଧର୍ଯ୍ୟ ଲାଗୁଥିଲା ରାଜୁକୁ ଭୟରେ ନୁହେଁ ,ଆଖି ଆଗରେ ଏତେ ବଡ଼ ଦୁର୍ଘଟଣା ଦେଖି ଛାନିଆରେ । କାର ନମ୍ବରରୁ ଜାଣି ପାରିଲା କାରଟି ଥିଲା ତା ଅଫିସର ମାଲିକଙ୍କର। ସାଙ୍ଗେ ସାଙ୍ଗେ ଭିତରକୁ ଟର୍ଚ୍ଚ ପକେଇଲା ଭିତରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥାନ୍ତି ତାର ମାଲିକ। ହାତର ନାଡୀ ପରୀକ୍ଷା କଲା ଜୀବିତ ଥିଲେ ମାଲିକ କିନ୍ତୁ ଗୁରୁତର ଆହତ ଥିବାରୁ ଅଚେତ ଥିଲେ ।ଡ୍ରାଇଭରଟିର କିନ୍ତୁ ଆଉ ଜୀବନ ନଥାଏ ।କଣ କରିବ ରାଜୁକୁ ଆଉ ବୁଦ୍ଧି ବାଟ କିଛି ଦେଖାଯାଉନଥାଏ ଏତେ ରାତିରେ କାହାକୁ ସାହାଯ୍ୟ ମାଗିବ ।ହଟାତ ତାର ମନ ପଡିଲା ପକେଟରେ ଧରିଥିବା ତାର ମୋବାଇଲ କଥା । ସଙ୍ଗେ ସାଙ୍ଗେ ଆମ୍ବୁଲାନ୍ସକୁ ଫୋନ କରି ତୁରନ୍ତ ହସ୍ପିଟାଲରେ ଆଡ଼ମିଟ କରେଇଥିଲା ମାଲିକଙ୍କୁ ତାର।ତାର ସାହାଯ୍ୟରେ ମାଲିକ ତାର ନୂଆ ଜୀବନ ପାଇଥିଲେ ।କିନ୍ତୁ ପ୍ରକୃତ ସାହାଯ୍ୟ କରିଥିଲେ ସେହି ଅଦୃଶ୍ୟ ଆତ୍ମା ଯିଏ କି ରାଜୁକୁ କାର ପାଖକୁ ସମ୍ମୋହିତ କଲା ପରି ଆଣି କାର ଦୁର୍ଘଟଣା ଗ୍ରସ୍ଥ ହୋଇଥିବା କଥା ଦେଖାଇଥିଲେ ।

ରାଜୁର ଅନୁ ମାନରେ ସେ ଆତ୍ମା ବୋଧେ ଡ୍ରାଇଭରଙ୍କର। ନିଜ ପ୍ରାଣ ଗଲା ପରେ ଅନୋନପାୟ ହୋଇ ମାଲିକଙ୍କ ଜୀବନ ବଞ୍ଚେଇବା ପାଇଁ ରାଜୁକୁ ଉଠେଇ ଆଣିଥିଲେ।


Rate this content
Log in

Similar oriya story from Horror