RAJENDRA DASH

Tragedy

4.7  

RAJENDRA DASH

Tragedy

ମୂଲ୍ୟବୋଧ

ମୂଲ୍ୟବୋଧ

3 mins
277



ଚଳଚଞ୍ଚଳ ହୋଇ ଉଠିଛି ଆଜି hospital ର ସମ୍ପୂର୍ଣ ବାତାବରଣ , ସମସ୍ତେ ହଟାତ କର୍ମ ତତ୍ପର ହୋଇ ଉଠିଛନ୍ତି , ସତେ ଯେପରି କରତବ୍ୟ ପରାୟଣତା ର ଭୁତ ସବାର ହେଇଯାଇଛି ଆଜି ସମସ୍ତଙ୍କ ଭିତରେ। ଲାଗୁଛି ସତେକି କେବଳ ମଣିଷ ନୁହେଁ , ସେମାନଙ୍କ ସହ ତାଳ ଦେଇ ତତ୍ପର ହୋଇ ଉଠିଛନ୍ତି injection ର ସରୁ ଛୁଞ୍ଚି ମୁନ । salaine ବୋତଲ ରେ ଥିବା ତରଳ ପଦାର୍ଥ ସତେ ଯେପରି ଢେଉ ସୃଷ୍ଟି କରି ନିଜ ଅବସ୍ଥିତି ଜାହିର କରୁଛନ୍ତି ଏବଂ ନିଜକୁ ସେବା କରିବାର ସୁଯୋଗ ଦେବାକୁ ଚିତ୍କାର କରି କହୁଛନ୍ତି । ଖୋଳ ଭିତରେ ନିବୁଜ ଥିବା capsule ବି ଉନ୍ମୁକ୍ତ ହେବାକୁ ବ୍ୟାକୁଳ ଠିକ ସେହିପରି ଯେପରି ଏକ କାରାଗାର ରେ ଥିବା ସ୍ଵାଧୀନତା ସଂଗ୍ରାମୀ ଯେ କି ମୁକ୍ତ ହୋଇ ନିଜ ସତ୍ୟାଗ୍ରହ ପାଇଁ ସର୍ବଦା ଉତ୍କଣ୍ଠିତ । କିନ୍ତୁ କାହିଁକି , ଏ ପରିସ୍ଥିତି ଆଜି କାରୁବାକୀ ଡାକ୍ତରଖାନା ରେ, କାହିଁକି ଆଜି ସର୍ବଦା bill ରସିଦ କୁ ଅପେକ୍ଷାରତ ଡାକ୍ତର ମାନଙ୍କ ମାନବ ସେବା ହିଁ ମାଧବ ସେବା ର ଆତ୍ମା ଜାଗି ଉଠିଛି , ମୁଁ ତ ଦେଖିନାହିଁ କେବେ , ଓଃ ଆଜି ପରା ପ୍ରଖ୍ୟାତ ଅଭିନେତା ନବନୀତ covid-19 ରେ ଆକ୍ରାନ୍ତ ହୋଇ କାରୁବାକୀ hospital ଆସିଛନ୍ତି , ଦକ୍ଷ ଅଭିନେତା ସେ , ନିଜ ଗାମ୍ଭୀର୍ଯ୍ୟ ପୂର୍ଣ୍ଣ କଳା ଚାତୁରୀ ପାଇଁ ରାଷ୍ଟ୍ରପତି ପୁରସ୍କାର ଓ ପଦ୍ମ ପୁରସ୍କାର ରେ ବି ସେ ବିଭୂଷିତ । ନିଜ ଅଭିନୟ ରେ ସେ କେବେ ଆଖି ରେ ଲୁହ ଆଣି ଦେଇଛନ୍ତି ତ, କେବେ ଓଠ ରେ ହସ ଫୁଟେଇ ଦେଇଛନ୍ତି , ମୋ ଓଠ ରେ ବି ଫୁଟେଇଛନ୍ତି, ମୁଁ ମଧ୍ୟ ତାଙ୍କ ଅଭିନୟ ଦେଖି କାନ୍ଦିଛି, କେବେ ତାଙ୍କୁ ପାଇବା ର ଇପ୍ସିତା ମୁଁ ମଧ୍ୟ ଥିଲି ମୋର ଆଦ୍ୟ ଯୌବନ ରେ, ଦେଶ ର ଅନ୍ୟ ଅଗଣିତ କୁମାରୀ ଙ୍କ ପରି ।  


କିନ୍ତୁ ମୁଁ କାହିଁ ତତ୍ପର ନୁହେଁ ?? ମୁଁ , ବିଦ୍ୟାବତୀ ନିରୂତକର, ପେଶା ରେ ଜଣେ ନର୍ସ , ଏଇ କାରୁବାକୀ hospital ରେ କାମ କରେ , କେତେ ରୋଗୀ ଙ୍କୁ ନିଜ ସେବା ରେ ଭଲ କରିଛି । ବଡ଼sir କୁହନ୍ତି ମୋ ଅନାବିଳ ସ୍ନେହ ଓ ମମତା ର ସ୍ପର୍ଶ ରେ କାଳେ ବହୁତ ଦୁରାରୋଗ୍ୟ ରେ ପୀଡିତ ପୀଡିତା ବି ନିଜ ମାନସିକତା କୁ ଦୃଢ କରି ରୋଗ କୁ ପରାହତ କରିଛନ୍ତି । ତଥାପି ଆଜି କାହିଁ ଅଚଳ ମୁଁ , କାହିଁ ଯେତେବେଳେ ସେବା ପରାୟଣତା ର ମୁଖା ପିନ୍ଧିଥିବା କିଛି ବ୍ୟକ୍ତି ବିଶେଷ ଏତେ ବିବ୍ରତ ସେବା କରିବାକୁ , ମୁଁ କାହିଁକି ପାରୁନାହିଁ ?

ହଟାତ ଚମକି ପଡିଲି ମୁଁ , ମୋ ନିଶ୍ଚଳ ଶରୀର କୁ ଏକ ନିବୁଜ ଆବରଣ ରେ ଘୋଡେଇ ନିଆଯାଉଥାଏ ପୋତା ଯିବାକୁ , ମୁଁ ଗତ ଦୁଇ ଦିନ ଧରି covid-19 ସହ ସଂଘର୍ଷ କରି ଆଜି ହାରିଯାଇଛି , ମୋ ଘରେ ଅପେକ୍ଷାରତ ମୋ ପଙ୍ଗୁ ସ୍ଵାମୀ ଆଉ ଦୁଇଟା ଛୁଆ ଙ୍କୁ କେବଳ ଫୋନ ମାଧ୍ୟମ ରେ ଜଣାଇ ଦିଆଯାଇଛି ମୋ ମୃତ୍ୟୁ ସମ୍ବଦ୍ଧ ରେ, ସଂକ୍ରମଣ ଭୟ ରେ ମୋ ଶେଷ ଦର୍ଶନ ର ସୁଯୋଗ ଦିଆଯାଇ ନାହିଁ ସେମାନଙ୍କୁ କିନ୍ତୁ ମୁଁ ଗର୍ବିତ ଯେ ସେବା କରି କରି ମୁଁ ମୃତ୍ୟୁ ଲଭିଛି, ସରକାର ଆମକୁ କୋରୋନା ଯୋଦ୍ଧା ର ମାନ୍ୟତା ଦେଇଛନ୍ତି , ଏଥିରେ ଉତ୍ଫୁଲ୍ଲିତ ମୁଁ । କିନ୍ତୁ ସାମ୍ନା ଦୂରଦର୍ଶନ ରେ ପ୍ରସାରିତ ଏକ ଖବର ରେ ମୋ ଚେହେରା ମଳିନ ପଡିଗଲା କାହିଁ କେଜାଣି ? ମୁଖ୍ୟ ଖବର ରେ ଥିଲା" ପ୍ରଖ୍ୟାତ ଅଭିନେତା ନବନୀତ covid-19 ରେ ଆକ୍ରାନ୍ତ ହୋଇ କାରୁବାକୀ hospital ରେ ଭର୍ତି ହୋଇଛନ୍ତି । ଅବସ୍ଥା ସାମାନ୍ୟ ଥିବା ଡାକ୍ତର ମାନଙ୍କ ଦ୍ଵାରା ପ୍ରକାଶ" ପରେ ପରେ ସେ ବିଷୟ ରେ ମଧ୍ୟ ଏକ phone-in, ଏକ ଜନମୁଖ କାର୍ଯ୍ୟକ୍ରମ ତା ପର କୁ ପର ପ୍ରସାରିତ ହେବା କୁ ଲାଗିଲା । କିନ୍ତୁ ମୋ ନାଁ କେଉଁଠି କୁହା ଯାଇ ନଥିଲା , କେବଳ ଯାହା ତଳେ ଏକ ଧାଡି ରେ ପ୍ରସାରିତ ହେଉଥିଲା କାରୁବାକୀ hospital ରେ କରୋନା ଯୋଦ୍ଧା ଙ୍କ ମୃତ୍ୟୁ । ବାସ ଏତିକି ? ସଳିତା ପରି ଜଳି ଜଳି ଅନ୍ୟ କୁ ଜୀବନ ର ଆଲୋକ ଦେଖାଇ ନିଜେ ଜଳି ଯାଇଥିବା ଲୋକ ଟି ର ନାମ ପ୍ରକାଶ କରିବାକୁ ବି ଏ ସମାଜ ଅସମର୍ଥ ? ଅଥଚ ନିଜ ମିଛ ଅଭିନୟ ରେ ବାନ୍ଧିପାରୁଥିବା ଲୋକ ଟି ଭଗବାନ ର ଆସନ ରେ ଅଧିଷ୍ଠିତ , ଏହି ହେଉଛି ବାସ୍ତବତା , ଏହା ହିଁ ସତ୍ୟତା । ଯୁଦ୍ଧ ରେ ସହିଦ ହୋଇ ଯାଉଥିବା ସୈନ୍ୟ ର ଖବର ସମ୍ବାଦ ପତ୍ର ର ତୃତୀୟ ପୃଷ୍ଠା ରେ ସ୍ଥାନ ପାଏ କିନ୍ତୁ କ୍ରିକେଟର ର ବିଭାଘର ପ୍ରଥମ ପ୍ରୁଷ୍ଠା ର ଶୋଭା ବଢାଏ , ଏହା ହିଁ ତ ଆମ ମୂଲ୍ୟ ବୋଧ , ନୁହେଁ କି ? କିନ୍ତୁ ଆପଣ ମାନେ ମୋତେ ମନେ ରଖିବେ ତ , ମୋ ସେବା ର ମୂଲ୍ୟ ବୋଧ ବୁଝିବେ ତ ?

ମୁଁ , ବିଦ୍ୟାବତୀ ନିରୂତକର, ଜଣେ covid ଯୋଦ୍ଧା ।   


Rate this content
Log in

Similar oriya story from Tragedy