ଦୂର ବାଦଲ ଦେଶରେ ପକ୍ଷୀଟି ଇତସ୍ତତଃ ଭ୍ରମଣ କରୁଥିଲା. ନା ଉଚ୍ଚକୁ ଯାଇ ପାରୁଥିଲା ନା ଗଛକୁ ଫେରି ଆସିପାରୁଥିଲା. ତାକୁ ସାପ ଆକ୍ରମଣ କରିବ ବୋଲି ଗୃଧ ପକ୍ଷୀ ଜରଦ୍ଗବ ଜଉତିଷ ସାଜି କହିସାରିଥିଲା ତ ପକ୍ଷୀଟି ନା ଉଚ୍ଚକୁ ଉଡି ପାରୁଥିଲା ନା ତଳକୁ ଆସି ବସାରେ ନୀଡ଼ ବାନ୍ଧି ରହିପାରୁଥିଲା. ତାକୁ ଜୋତିଷ କଥା ହିଁ ସତ୍ୟ ଲାଗୁଥିଲା. ସେ ନିଶ୍ଚୟ ବ୍ଲିକର ଶୀକାର ହୋଇସାରିଥିଲା.
ଭବିଷ୍ୟତରେ କଣ ଘଟିବ ଆମେ ନଜାଣି ମଧ୍ୟ ବେଳେବେଳେ କୌଣସି ଜଉତିଷ ଅଥବା ବିକାରଗ୍ରସ୍ତ ମାନସିକତା ପ୍ରଭାବରୁ ଭବିଷ୍ୟତ ବିଷୟରେ କିଛି ଅସ୍ପଷ୍ଟ ସତ୍ୟକୁ ସ୍ୱୀକାର କରିବା ହିଁ ବ୍ଲିକ ବୋଲି ବୁଝାଯାଏ. ବ୍ଲିକ ଏକ ନକାରାତ୍ମକ ମନର ଅବସ୍ଥା. ଯେମିତି ପକ୍ଷୀଟି ବାଦଲ କୋଳରେ ଲୁଚି ରହିଲେ ସର୍ପ ଦଂଶନରୁ ମୁକ୍ତି ମିଳିବ ଭାବି ବର୍ଷାରେ ପକ୍ଷ ଛିଣ୍ଡାଇ ଅସ୍ତବ୍ୟସ୍ତ ଭାବେ ମୃତ୍ୟୁ ବରଣ କରିଥିଲା ସେଦିନ. ପିଲାଟିର ଅର୍ଥାତ ସନ୍ତାନର ଭବିଷ୍ୟତ ଉପରେ ବାପା ମାଆ ନଜର ରଖିବା ଭଲ. ଭବିଷ୍ୟତ ପାଇଁ ସଜାଗ ରହିବା ଭଲ ମାତ୍ର ଭବିଷ୍ୟତର ଅନିଶ୍ଚିତ ଆଶଙ୍କାକୁ ସ୍ୱୀକାର କରି ବ୍ଲିକର ଶୀକାର ହେବା ଉଚିତ ନୁହେଁ.ମାଆ ପକ୍ଷୀଟିର ମୃତ୍ୟୁରୁ ମଧ୍ୟ ଶିଖିପାରିନଥିଲା ପକ୍ଷୀଶାବକ. ସେ ମଧ୍ୟ ଗୃଧ ପକ୍ଷୀର କଥାକୁ ବିଶ୍ୱାସ କରୁଥିଲା. ଛୋଟ ପକ୍ଷୀକୁ ସେଇ ଏକା କଥା କହିଥିଲା ଗୃଧପକ୍ଷୀ ଯେ ତୁମର ସନ୍ତାନ କଷ୍ଟ ବା ଭୟ ଅଛି. ପକ୍ଷୀଟି କିନ୍ତୁ ବ୍ଲିକ ଭଳି ପରିସ୍ଥିତିକୁ ନଆପଣେଇ ବଢୁଥିଲା ଦିନକୁ ଦିନ.
ଦିନ ଆସିଲା ପକ୍ଷୀଟି ଖଣ୍ଡି ଉଡ଼ା ଦେଉ ଦେଉ ବଢିଲା. ସାଥି ଖୋଜିଲା ଓ ସମୟ କ୍ରମେ ଅଣ୍ଡା ଦେଇ ଛୁଆ ଫୁଟେଇବା ପାଇଁ ପୂର୍ବୀଙ୍କ ବାସଭବନର ଉପର ଛାତରେ ବସା କଲା ଓ ମାଆ ପକ୍ଷୀ ଅଣ୍ଡାକୁ ଜଗି ରହିଥିଲା ବେଳେ ପୁରୁଷ ବାପା ପକ୍ଷୀ ଉଡି ଉଡି ଦୂର ବାଦଲ ଦେଶକୁ ଯାଇ ଖାଦ୍ୟ ଯୋଗାଡ଼ କରି ଆଣିବା ସହ ପାଳି କରି ବସାରେ ଜଗି ରହୁଥିଲେ ଦୁହେଁ. ତାକୁ ଦେଖି ପୂର୍ବୀ ଓ ତାଙ୍କ ପିଲାମାନେ ମଧ୍ୟ ଖାଦ୍ୟ ରୂପେ ଖୁଦ ଓ ପାନୀୟ ରୂପେ ପାଣି ଯୋଗାଉ ଥିଲେ ତ ଆସ୍ତେ ଆସ୍ତେ ସେ ପକ୍ଷୀ ଦୁଇ ବିଶ୍ୱସ୍ତ ଓ ବିଶ୍ୱାସୀ ହୋଇ ଛାଡିଯାଉଥିଲେ ଅଫୁଟା ଅଣ୍ଡାକୁ କେଵେ କେଵେ ନିଶ୍ଚିନ୍ତରେ. କିନ୍ତୁ ସେଦିନ ପକ୍ଷୀଦୁଇ ଫେରିଆସିଲା ବେଳକୁ ନଥିଲା ଅଣ୍ଡାଦୁଇଟି ବସାରେ ତ ମଣିଷ ରୂପୀ ସାପକୁ ସେମାନେ ଘୃଣା କରି ଦୂର ବାଦଲ ଦେଶକୁ ଉଡିଗଲେ କି ଭାଗ୍ୟର ଦ୍ୱାହି ଦେଇ କେଉଁ ଦୂରଦେଶକୁ ଉଡିଗଲେ ଜଣାନଥିଲା କିନ୍ତୁ ପୂର୍ବୀଙ୍କ ମାନସିକ ଅବସ୍ଥା ବଦଳି ଯାଇଥିଲା. ନକାରାତ୍ମକ ଭାବନା ସବୁବେଳେ ମନକୁ ଆସୁଥିବା ଘରେ କିଛି ବିପଦ ଘଟିବାର ଅଛିର ଭାବନାକୁ ନେଇ ସବୁବେଳେ ଭାବୁଥିବା ଓ ଚିନ୍ତାଗ୍ରସ୍ତ ରହୁଥିବା ପୂର୍ବୀ ପକ୍ଷୀଙ୍କ ଶୁନ୍ୟ ବସାକୁ ଚାହିଁ ସେଦିନ ମୂର୍ଚ୍ଛା ଯାଇଥିଲେ ତ ସ୍ୱାମୀ କହୁଥିଲେ ରିଷ୍ଟ କଟିଯାଇଛି ଭାବି ଟିକେ ସକାରାତ୍ମକ ଚିନ୍ତାଧାରାରେ ଦୀକ୍ଷିତ ହୁଅ ଏଣିକି. ପକ୍ଷୀ କିଛି ବୁଝିବା ଶକ୍ତି ରଖି ଦୂର ଦେଶକୁ ଉଡ଼ିଗଲା ସିନା କିନ୍ତୁ ପକ୍ଷୀର ଶୁନ୍ୟ ବସାକୁ ଦେଖି ମଧ୍ୟ ପୂର୍ବୀଙ୍କୁ ନକାରାତ୍ମକ ଚିନ୍ତାଧାରା ଛାଡୁନଥିଲା.ସ୍ୱାମୀ କହୁଥିଲେ ଏ ନକାରାତ୍ମକ ବ୍ଲିକ ଅବସ୍ଥାରୁ ଅନ୍ତତଃ ମୁକ୍ତ ହୁଅ ପୂର୍ବୀ.ଶୁନ୍ୟ ଆଖିରେ ଥରେ ପକ୍ଷୀ ଘୋସାଲାକୁ ଚାହିଁ ପୁଣି ଥରେ ଶୁନ୍ୟ ଆଖିରେ ସ୍ୱାମୀଙ୍କୁ ଚାହୁଁଥିଲେ ପୂର୍ବୀ.
ଆଜି ବହୁତ ଦିନ ପରେ ସେହିକଥା ବୋହୁ ଓ ଝିଅଙ୍କ ଆଗେ କହି ଜେଜେମାଆ ପୂର୍ବୀ ନିଜ ବୋହୁ,ବାବାର ମାମା ଓ ଡୁଗୁ ଦିଦିର ମାମା ମାନେ ନିଜ ବୋହୁ ଓ ବାବାର ପିଇସୀ ଅପା ଅର୍ଥାତ ନିଜ ଝିଅ ଆଗେ ନିଜ ଦୁଃଖ କହୁଥିଲେ ଯେ ଆରେ ତୁମେ ଦୁହେଁ ମୋ ଝିଅ ଓ ବୋହୁ ତୁମ ଆଗେ ମୋ ମନ କଥା କହିବିନି ତ କାହା ଆଗେ କହିବି!ତୁମ ବାପାଙ୍କ ଆମ୍ବଗଛ ହାଣିବା ପ୍ରସ୍ତାବରେ ମୋର ରାଜି ହେବାର ଆଉ ଗୋଟେ କାରଣ ଅଛି. ଏଇ କିଛି ଦିନ ହେବ ରାତି ଠିକ ସାଢେ ଗୋଟେରୁ ଦୁଇଟା ଭିତରେ ପେଚା ବୋବାଳି ଶୁଣୁଛି ମୁଁ. ତ ଭାବୁଛି ହୁଏତ ଏଇ ଆମ୍ବଗଛ ଉପରେ ବସି ବୋବାଉଛି ସେ. ତେଣୁ ମୁଳୁ ମାରିଲେ ଯିବ ସରି.... ଦେବଙ୍କ ସଙ୍ଗେ କିମ୍ପା କଳି ନ୍ୟାୟରେ ମୁଁ ରାଜି ହୋଇଛି ପରା. ବୋହୁ ଚମକି ପଡିଲା.କହିଲା ପେଚା ବୋବାଳି ଜମା ଭଲ ନୁହେଁ ମାଆ. ଝିଅ ଚମକି ପଡି କହିଲା ପ୍ରତିକାର କଣ କରିଛୁ ଶୁଣେ!ଆରେ ତୁମ ବାପା ପରା କଥାଟାକୁ ଜମା ବିଶ୍ୱାସ କଲେନି ବରଂ ଶୁଣିସାରି କହିଲେ ଏହା ପେଚା ବୋବାଳି ନୁହେଁ ବରଂ ନେପାଳି ଚୌକିଦାରର ହୁଇସିଲ ମାରିବା ସାଉଣ୍ଡ ଅଟେ. ତେଣୁ ତୁମ ପୁରୀ ମାଉସୀକୁ କହି ମାନେ ମୋ ଭଉଣୀକୁ କହି ଜଗନ୍ନାଥଙ୍କ ନାକଚଣା ମାଳ ସଂଗ୍ରହ କରି ଆଣି ତାଙ୍କୁ ଖରାରେ ଶୁଖେଇ ପୁଣି ଜରିରେ ପ୍ୟାକ କରି ଠାକୁର ଘରେ ରଖିଛି ଓ ଫୁଲ ପାଣି ଦେଇ ପୂଜୁଛି. ମାଉସୀ କହିଛି ସେ ପେଚା ବୋବାଳି ହେଉ କି ନେପାଳି ଚୌକିଦାର ହୁଇସିଲ ହେଉ, ତାର ସିଏ ସାଉଣ୍ଡ ହେଉଥାଉ କି ଦେଉଥାଉ ତୁ ଜଗନ୍ନାଥ ଠାକୁରଙ୍କ ନାକଚଣା ଘରେ ରଖିଛୁ ମାନେ ତୋର ଆଉ କିଛି ଅସୁବିଧା ନାହିଁ. ସେଇଠୁ ପଚାରୁଥିଲା ଝିଅ ତ ପୂର୍ବୀ ଗପୁଥିଲେ ସେଇଠୁ ଆଉ କଣ ଏଇ ଯୋଉ ପୋଷା ଶୁଆ ମଲା, ସେ ପରା ରିଷ୍ଟ ନେଇ ଚାଲିଗଲା ବୋଲି ମାଉସୀ କହିଲା. ସେଇକଥା ଭାବିକି ଜରରୁ ଉଠିଲି ନହେଲେ ବାପା ପରା ମୋ ମୃତ୍ୟୁ ବାର୍ଷିକୀ ପାଇଁ ତାଳିକା କରି ଚାଲିଥିଲେ. କୋଉ ବନ୍ଧୁ ବାନ୍ଧବ ଡକାହେବେ,କାହାକୁ ଅଭଡ଼ା ଦାଇତ୍ୱ ଦିଆଯିବ ଇତ୍ୟାଦି. ହେଲେ ପ୍ରଭୁଙ୍କ ନାକଚଣା ଯୋଗୁଁ ବଞ୍ଚିଗଲି ଓ ବାପାଙ୍କ ଆମ୍ବଗଛ ହଣା ପ୍ରସ୍ତାବରେ ରାଜି ହୋଇଗଲି. ଝିଅ ବୋହୁ କହିଲେ ଆମେ ଦୁହେଁ ଆଜି ଏକାଠି ଶୋଇବୁ ଓ ଚେଇଁ ରହି ଶୁଣିବୁ ସେହି ସ୍ୱର.
ସତକୁ ସତ ପୂର୍ବୀଙ୍କ ପାଖେ ଦୁଇ କଡେ ଶୋଇଗଲେ ଝିଅ ଓ ବୋହୁ ଓ ଠିକ ରାତି ଗୋଟେ ବେଳେ ପେଚାର ହୁଁ ହୁଁ ଶବ୍ଦ ଶୁଣି ଡରି ଉଠେଇଲେ ଶୋଇଥିବା ପୂର୍ବୀଙ୍କୁ ତ ସେ କହୁଥିଲେ ଏ ଶବ୍ଦ ନୁହେଁ ମ. ଏଇଟା ତ ପେଚାର ଚିରାଚରିତ ଶବ୍ଦ ଓ ଶୁଣିଲେ ଶୁଭ ହୁଏ କିନ୍ତୁ ସେ ଶବ୍ଦ ଖୁବ ନିଆରା. ତେବେ ତୁ ଆଉ କୋଉ ଶବ୍ଦ ଶୁଣି ଡରୁଛୁ ଓ ଆମକୁ ଡ଼ରାଉଛୁ କହି ଝିଅ କର ଲେଉଟି ଶୋଇଲା ଓ ବୋହୁ ମଧ୍ୟ ଘୁଙ୍ଗୁଡ଼ି ମାରିବା ଆରମ୍ଭ କରିଦେଲା. ପୂର୍ବୀ ମନକୁ ମନ କହୁଥିଲେ କେଜାଣି ହେଇଥିବ ସେଇ ନେପାଳି ଚୌକିଦାରର ହୁଇସିଲ ଶବ୍ଦ. ସକାଳୁ ସକାଳୁ ଗଛକଟାଳି ତିନିଜଣ ପହଞ୍ଚିଗଲେ. ତାଙ୍କ ପାଇଁ ହିସାବ କିତାବ ଅନୁଯାୟୀ ଉପମା ମଟରତରକାରୀ ବରାଦ କରି ସ୍ୱାମୀ ମଦନବାବୁ ଏକମହଲାରୁ ତଳକୁ ଯିବା ବେଳକୁ ନାତି ବାବା ଓ ନାତୁଣୀ ଡୁଗୁ ଧଇଁସଇଁ ହୋଇ ତଳୁ ଆସି ଜଣେଇଲେ, ଯେ ଯୋଉ ପେଚା ଶାବକଟିକୁ ସେଦିନ କ୍ଷତାକ୍ତ ଅବସ୍ଥାରେ ଘରକୁ ଅଣାଯାଇଥିଲା ଓ ସମସ୍ତେ ଲାଗିପଡି ତାର ସେବା ଯତ୍ନ କରିବା ପରେ ସେ ଭଲ ହୋଇଯିବାରୁ ବିଲେଇ ଖାଇଯିବା ଡ଼ରରେ ତାକୁ ଉଡାଇ ଦିଆଯାଇଥିଲା ସେ ଏବେ ଆମ ବାଡ଼ିପଟ ଆମ୍ବଗଛରେ ବସିଛି. କିଏ କହୁଥିଲା ତୁ କେମିତି ଚିହ୍ନିଲୁ ସେ ବୋଲି, ତ କିଏ ପଚାରୁଥିଲା ସେ ଶାବକ ଅଛି ନା ବଡ଼ ହୋଇଯାଇଛି?ପୁଅର ପୁଅ ନାତି ବାବା କହୁଥିଲା ମୁଁ ତା ମୁଣ୍ଡରେ ମୋ ରଙ୍ଗ ବକ୍ସରୁ ରଙ୍ଗ କାଢି ତୁଳୀରେ ଓଁ ଲେଖିଥିଲି ତାହା ସେମିତି ଲେଖା ଅଛି. ଏତେ ବର୍ଷାରେ ମଧ୍ୟ ଛାଡ଼ିନି. ଝିଅର ଝିଅ ନାତୁଣୀ ଡୁଗୁ କହୁଥିଲା ମୁଁ ତା ଦୁଇଗୋଡରେ ବାନ୍ଧିଥିବା କଳା ମୋଟା ଢାଗା ବା ସୂତା ଦୁଇଟି ସେମିତି ବନ୍ଧା ହୋଇ ରହିଛି. ଧଳା ରଙ୍ଗର ପେଚାକୁ କଳା ସୂତା ଖୁବ ମାନୁଛି ତାକୁ. ସେହି ତେବେ ଏଯାଏଁ ବୋବେଇ ବୋବେଇ ତୋ ଜେଜେମାକୁ ଡରେଇ ରଖିଛି.ମୁଁ ଭାବୁଛି ସେ ବ୍ଲିକର ଶୀକାର ହୋଇ ପେଚା ବୋବାଉଛି ଅଶୁଭ କିଛି ଘଟିବ ଭାବୁଛି. ଆଜି ଆମ୍ବଗଛଟିକୁ କାଟି ଉଡାଇ ଦେଲେ ଗଲା ବୋଲି କହି ଜେଜେ କହୁଥିଲେ,ଆଉ ବଇଁଶୀ ବାଜିବ ନା ରାଧା ନୁପୁର ବାନ୍ଧି ନାଚିବ. ସମସ୍ତେ ବୁଝୁଥିଲେ ବାପାଙ୍କ ଏ କଟାକ୍ଷ ମାଆ ପୂର୍ବୀଙ୍କ ପାଇଁ. ହେଲେ ପୂର୍ବୀ ସ୍ୱାମୀ ମାଧବଙ୍କ ଗୋଡ଼ ତଳେ ପଡି କହୁଥିଲେ କାଟନା କାଟନା ଆମ୍ବ ଗଛଟିକୁ.ନେହୁରା ହେଉଛି, ଗୋଡ଼ ତଳେ ପଡୁଛି ତୁମର. ଝିଅ କହୁଥିଲା ଆଉ କହିବୁନି ପେଚା ବୋବାଉଛି ମତେ ଡର ହେଉଛି ବୋଲି. ଶାଶୁଙ୍କର ଦେହୀ ପଦ ପଲ୍ଲଵ ମୁଦାରମ ର ଦୃଶ୍ୟ ଦେଖି ବୋହୁ ପାଟିରେ ଶାଢ଼ୀ ପଣତ ଜାକି ନିଜ ବେଡ଼ ରୁମ ଭିତରକୁ ପଶିଗଲା ଓ ଗଛକଟାଳମାନଙ୍କ ପାଇଁ ହିସାବ କିତାବ ହୋଇ ହୋଇଥିବା ତାଳିକାର ପ୍ରଥମ ସୋପାନ ଜଳଖିଆ ଓ ଚା ବିରତି ହିଁ ଶେଷ ବିରତି ହୋଇଥିଲା ସେଦିନ. ସେମାନେ ଫେରିଯିବା ପରେ ନାତି ନାତୁଣୀ ଦୁହେଁ ତାଳି ମାରି ହସି ହସି କହୁଥିଲେ ଆମ ପୋଷା ପେଚା ବଞ୍ଚିଗଲା.ପୁଅ କହୁଥିଲା ଏଇଟା ଗୋଟେ ପେଚାର ଘର ପରି ମତେ ଲାଗିଲାଣି ତ ଜୋଇଁ ହସୁଥିଲେ ପିଲାଦୁହିଁଙ୍କ ସହିତ. ଝିଅ ଭାଉଜକୁ କହୁଥିଲା ଯା ହେଉ ମାଆ ଏବେ ବ୍ଲିକରୁ ମୁକ୍ତ.
,,,,,,,,,,,,,