Prasanta Kumar Bidyadhar

Tragedy Others

3  

Prasanta Kumar Bidyadhar

Tragedy Others

ମୁଁ ଧର୍ଷିତା

ମୁଁ ଧର୍ଷିତା

5 mins
120


      ବାଃ ...ବାଃ ରେ ଦୁନିଆ , ଆଉ ତl ମଧ୍ୟରେ ଥିବା ଭଦ୍ରମୁଖା ପିନ୍ଧା ଲୋମ୍ବଡି ମାନେ । ବହି ଯାଉଛି ଧାର ଧାର ଅଶ୍ରୁ । ଚିତ୍କାର କରି , ରୋଦନ କରି , ହୃଦୟକୁ ବିଦାରୀ ସୌମ୍ୟା କାନ୍ଦୁଛନ୍ତି । ଚଳ ଚଞ୍ଚଳ କଲେଜର ସମସ୍ତ୍ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ତଥା ଅଧ୍ୟାପିକା ମାନେ । ହଠାତ , ସୌମ୍ୟାଙ୍କ ଉପରେ ନଜର ପଡ଼ିଲା ସମରେନ୍ଦ୍ରଙ୍କର । ଦୌଡ଼ି ଯାଇ ତୋଳି ଧରିଲେ । ଆରେ ସୌମ୍ୟା କଣ ହେଇଛି ଏମିତି ଏକାକୀ ବସି କାନ୍ଦୁଛ କାହିଁକି ..?? କେହି କିଛି କହିଲେ କି ? କେମିତି ଅବସ୍ଥା କରିଛ କହିଲ । ଆରେ ଆଜି ଆମ୍ କଲେଜର ଅlନୁଆଲ ଫଂକ୍ସନ୍ , ହେଲେ ତୁମେ ଡ୍ରାମାଟିକ ସେକ୍ରେଟାରୀ ହେଇ ଏମିତି ଏଠି ବସିଛ ଯେ ...??


      ଏଇତ ଭାଗ୍ୟ , ବିଡ଼ମ୍ବନା ...!! ଆଜି ମୁଁ ନିଶ୍ୱ ସମରେନ୍ଦ୍ର ଭାଇ । ଯେଉଁ ଝିଅକୁ ପ୍ରଥମ ଦେଖlରେ ତୁମେ କହିଥିଲ ,ଏଇ ଝିଅ ଆମ୍ କଲେଜର ଆଗାମୀ ଦିନର ଭବିଷ୍ୟତ । ଆଗାମୀ ଦିନର କଲେଜ କ୍ୱିନ । ଏସ. ଏଫ୍. ଆଇ . ପାର୍ଟି ତରଫରୁ ମୋତେ ସେପ୍ସିଆଲ ସମ୍ବର୍ଦ୍ଧନା ଜଣାଇଥିଲେ । ଅନେକ ଶିକ୍ଷ୍ୟା ପ୍ରଦାନ କରିଥିଲେ ।ସେଇ ସୌମ୍ୟା ଆଜି ଜୀବନର ସବୁକିଛି ହରାଇ ସାରିଛି । କଣ୍ କରିବି ନେଇ ଏଇ ଉପାଧି । ଏଇ ଉପାଧି ମୋ ଜୀବନକୁ ନଷ୍ଟ କରିସାରିଛି ।ମୋତେ ରାଜ ରାସ୍ତାରେ ବାଟ ଚାଲିବାକୁ ଦେଇନି , ଦେଇଛି ତ କେବଳ ବିଷ , ଯାହାକୁ , ଆକଣ୍ଠ ପାନ କରି ମୁଁ ମରିଯିବାକୁ ଚାହେଁ ସମରେନ୍ଦ୍ର ଭାଇ । ତୁମେ ଏଠାରୁ ଚାଲିଯାଅ । ନହେଲେ ମୁଁ ବିଷ ପିଇ ଆତ୍ମହତ୍ୟା କରିବି ।


      ସୌମ୍ୟାଙ୍କ ଗାଲରେ , ଏକ ଶକ୍ତ ଚାପୁଡ଼ା ମାରିଥିଲେ ସମରେନ୍ଦ୍ର । ଏମିତି କହିବାକୁ ତୁମର ସାହସ ହେଲା କିପରି ..?? କଣ ବୋଲି ନିଜକୁ ଭାବୁଛ ସୌମ୍ୟା । ତୁମେ ଏହି ପଦବୀକୁ ଧିକ୍କାର କରିପାରିବ ନାହିଁ । ଆଉ ରହିଲା ମରିବା କଥା , ମରିବlର୍ ହେଇଥିଲେ ତୁମେ ଏମିତି ??? ପ୍ରତି ଉତ୍ତରରେ ସୌମ୍ୟା କହିଛନ୍ତି , କଣ ଆଉ କରିବି ??? ମରିବା ବିନା କିଛି ରାସ୍ତା ନାହିଁ ମୋ ପାଖରେ ।

ଅଛି ସୌମ୍ୟା .... ଅଛି ।


          ମଶାଣିରେ ଜଳୁଥିବା ଯୁଇକୁ ଦେଖି ଜାଣିଯିବା ଦରକାର ଯେ ଏହା ହିଁ ଅନ୍ତିମ ଗତି। ତେବେ କାହିଁକି ମିଥ୍ୟା ଅଭିମାନର ଅହଙ୍କାର। ତେବେ କାହିଁକି ଆଜିର ମଣିଷ ଦୂରାଚାର ଅଧର୍ମ କରି ନିଜ ଜୀବନର ଗତିକୁ ନର୍କଗାମୀ କରାଉଛନ୍ତି କେଜାଣି । ହଉ ଏବେ ପ୍ରୋଗ୍ରାମ ଆରମ୍ଭ ହେଇଯିବ , ତୁମେ ସେଥିରେ ମୁଖ୍ୟ ଭୂମିକାରେ ଅଛ , ନଚେତ୍ ସବୁକିଛି ଗୋଲମାଳ ହେଇଯିବ । ଗ୍ରୀନ ରୁମ୍ କୁ ଶିଘ୍ର ଆସ ସୌମ୍ୟା । ନାଟକର ପ୍ରଥମ ଦୃଶ୍ୟରେ ତୁମେ ଆଉ ମୁଁ , ତେଣୁ ତୁମକୁ କିଛି ସମୟ ପାଇଁ ନୀରବ ରହିବାକୁ ଅନୁରୋଧ ..। ନାଟକ

""ମୁଁ ଧର୍ଷିତା""

ପରିବେଷଣ ହେବାକୁ କିଛି ସମୟ ବାକି ଥାଏ । ନାଚ ଗୀତ ଚାଲିଥାଏ । ସମସ୍ତେ ପ୍ରାୟ ସଜବାଜ ହେଇ ସାରିଲେଣି । ନାଟକର ପ୍ରଥମ ଦୃଶ୍ୟରେ ଆସିଲେ ସୌମ୍ୟା ..... ।।ଯିଏ ଶୁଭାଙ୍ଗୀ ନାମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି , ତଥା ସମରେନ୍ଦ୍ର , ସମର ଭୂମିକାରେ ଅଭିନୟ କରୁଛନ୍ତି ..!


ଶୁଭାଙ୍ଗୀ _(ସୌମ୍ୟା , ଅର୍ଦ୍ଧ ନଗ୍ନ ଶରୀର, ଅନେକ ଜାଗାରେ ଦେହ କ୍ଷତ , ବିକ୍ଷତ ହେଇଛି , ଓଠରୁ ଲହୁ ବହି ଯାଉଛି , ଆଖିରେ ଭରିଛି ଘୃଣା ଭାବ , କ୍ରୋଧ , ଦ୍ୱେଷ , ହାତ ଯୋଡ଼ି ପ୍ରଭୁଙ୍କୁ ପ୍ରଶ୍ନ କରୁଛନ୍ତି ) ହେ ମହାବାହୁ , ଜଗତର ନାଥ ଜଗନ୍ନାଥ , ହେ କମଳଲୋଚନ ! ଯେଉଁମାନେ ଆପଣଙ୍କ ଚରଣକମଳର ଆଶ୍ରୟ ନିଅନ୍ତି ନାହିଁ ଏବଂ ଆପଣଙ୍କ ପ୍ରତି ଭକ୍ତିଭାବ ନ ଥିବାରୁ ଯେଉଁମାନଙ୍କର ବୁଦ୍ଧି ଶୁଦ୍ଧ ହୋଇ ନ ଥାଏ, ସେମାନେ ମିଛଟାରେ ନିଜକୁ ମୁକ୍ତ ବୋଲି କହନ୍ତି । ବାସ୍ତବରେ ସେମାନେ ବଦ୍ଧ ଜୀବ । ସେପରି ଲୋକ ଯଦି କିଛି ବିଶେଷ ତପସ୍ୟା କରି ଏବଂ ସାଧନା କରିବାର କଷ୍ଟ ସହି କୌଣସି ପ୍ରକାର ଉଚ୍ଚପଦରେ ପହଞ୍ଚିଯାଆନ୍ତି, ତେବେ ମଧ୍ୟ ଭକ୍ତିହୀନ ହୋଇଥିବାରୁ ସେମାନଙ୍କର ପତନ ହୋଇଯାଏ । କିନ୍ତୁ ଯେଉଁମାନେ ଆପଣଙ୍କର ଆପଣାର ଲୋକ, ଯେଉଁମାନେ ଆପଣଙ୍କ ଚରଣକମଳରେ ଅମାୟିକ ପ୍ରୀତି ଯୋଡ଼ିଛନ୍ତି, ସେମାନଙ୍କର କଦାପି ସେଭଳି ଜ୍ଞାନାଭୀମାନୀଙ୍କ ପରି ସାଧନାମାର୍ଗରୁ ପତନ ହୁଏ ନାହିଁ । ଆପଣ ସେମାନଙ୍କର ରକ୍ଷକ ହୋଇଥିବାରୁ କୌଣସି ବିଘ୍ନ ସେମାନଙ୍କର ଅନିଷ୍ଟ କରିପାରେ ନାହିଁ । କିନ୍ତୁ ମୁଁ କଣ କରିଥିଲି ପ୍ରଭୁ ...?? କେଉଁ ଜନ୍ମର ଫଳ ମୋତେ ଭୋଗିବାକୁ ପଡୁଛି ?? ଉତ୍ତର ଦିଅ ପ୍ରଭୁ , ଉତ୍ତର ଦିଅ ..?? ପ୍ରେମ କରିବା କଣ ପାପ ?? ଅଜସ୍ର ସ୍ନେହ ଶ୍ରଦ୍ଧା , ଆଦର, ଯତ୍ନ ନେବା କଣ ଭୁଲ୍ ..? ତେବେ କାହିଁକି ପ୍ରଭୁ , କାହିଁକି ଆଜି ... ""ମୁଁ ଧର୍ଷିତା""

ସମର _ ( ହାତରେ ମଦ ବୋତଲ ) କି ଉତ୍ତର ମାଗୁଛ ପ୍ରଭୁଙ୍କୁ , ଦେବୀ...!! ହଁ... ହଁ ପ୍ରେମ କରିବା ପାପ ?? ଅଜସ୍ର ସ୍ନେହ ଶ୍ରଦ୍ଧା , ଆଦର, ଯତ୍ନ ନେବା ଭୁଲ୍ ..? ହଁ ... ହଁ ଭୁଲ୍ । ଆଜିର ସମାଜରେ ତୁମ ଭଳି ଝିଅ ମାନଙ୍କୁ ଏମିତି ଶାସ୍ତି ଦରକାର୍ । ଆରେ ଭାଗ୍ୟ ଭଲ , ଏଇ ମଦୁଆ ସମର ଠିକ୍ ସମୟରେ ଆସି ପହଞ୍ଚି ଗଲା , ନଚେତ୍ ଏଇ ଜଙ୍ଗଲି ଭେଡି କୁକୁର ଗୁଡାକ ଆଜି ତୁମ ଦେହର କଞ୍ଚା , ଓ ତାଜା ମାଂସ କୁ ଝୁଣି ଝୁଣୀ ଖାଇ ଦେଇ ଥାଆନ୍ତେ । ଆରେ ମୁଁ ମଦ୍ୟପ କିନ୍ତୁ ଚରିତ୍ରହିନ ନୁହେଁ ..! ମୁଁ ମାନୁଛି ... ମୁଁ ଗରିବ କିନ୍ତୁ ସବୁଦିନ ମୋର ଏହି ଅବସ୍ଥା ନଥିବ ... ହେଲେ କାହିଁକି ଶୁଭାଙ୍ଗୀ , ସେଦିନ ତୁମେ ମୋତେ ଏପରି ବ୍ଯବହାର କରିଥିଲ ..???


ଶୁଭାଙ୍ଗୀ _ ସମର ଭାଇ ... ସେଇଟା ମୋ ଜୀବନର ଗୋଟେ ଭୁଲ୍ ଥିଲା , କିନ୍ତୁ ଆଜି ମୁଁ ...!!

ସମର _ କିନ୍ତୁ କଣ ...? ଆଜି ମୁଁ ...!!

ଶୁଭାଙ୍ଗୀ _ ଆଜି ମୁଁ ... ଅନୁତପ୍ତ ।ବୋଧହୁଏ ସେଇ ଭୁଲ୍ ର ପ୍ରାୟଶ୍ଚିତ ପାଇଁ ଭଗବାନ ମୋତେ ଦଣ୍ଡ ଦେଲେ । ମୁଁ ଆଜି ଜଣେ ଭୋଗ୍ୟା , "" ମୁଁ ଧର୍ଷିତା"" । ମୋତେ ତୁମେ କାହିଁକି ଉଦ୍ଧାର କରିଲ , କେଉଁ ମୁଁହ ନେଇ ବଞ୍ଚିବି ଏଇ ଦୁନିଆଁ ଦାଣ୍ଡରେ । କିଏ ମୋତେ ବିବାହ କରିବ ? କିଏ ନେବ ଏହି କଳୁଷିତ ଦୂଷିତ ଶରୀରକୁ । ଦୋଷ ନକରି ମଧ୍ଯ ମୁଁ ଦୋଷୀ ପାଲଟି ଯାଇଛି । (ଅନୁତାପ ର ଅଗ୍ନିରେ ଜଳୁଛନ୍ତି ଶୁଭାଙ୍ଗୀ )

ସମର _ ଜୀବନରେ ଏମିତି କୌଣସି ଗୋଟିଏ ସମସ୍ୟା ନାହିଁ କି ଯାହାର ସମାଧାନ ନାହିଁ ଶୁଭାଙ୍ଗୀ , ଧୌର୍ଯ୍ୟ ଧରି ରୁହ ଆଉ ନିଜର ଭାବନାକୁ ବଦଳେଇ ଦିଅ ସମାଧାନର ବାଟ ଆପେ ଆପେ ମିଳିଯିବ।

ଶୁଭାଙ୍ଗୀ _ ନାଁ ... ସମର ଭାଇ । ମୋତେ ଏହି ପାପରୁ କେହି , ମୁକ୍ତି ଦେଇ ପାରିବେ ନାହିଁ । ଯାହାକୁ ଅନନ୍ୟ ପ୍ରେମ କରିଥିଲି , ସେଦିନ "କିଛି ସ୍ମୃତି କଲେଜ୍ ର" ସାଉଁଟି ରଖିଥିଲି , ସେହି ପ୍ରେମ ମୋତେ ଆଜି ନିଶ୍ଵ କରିଦେଲା । କିଛି ପଇସା ଲୋଭରେ , ସେ ମୋତେ ବିକ୍ରି କରିଦେଲା , କୁକୁର , ଭେଡୀ ମାନଙ୍କର ଆହାର ହେବା ପାଇଁ । ଛାଡ଼ିଦେଇ ଫେରାର ହେଇଗଲା , ଦଗ୍ଧ ହେଇ ପ୍ରାଣ ହରାଇବାକୁ । ଆଉ ସେଇ ଜଙ୍ଗଲି ପଶୁ ମାନେ ମୋ ଶରୀରକୁ ଜଣଙ୍କ ପରେ ଜଣେ ଝୁଣୀ...ଝୁଣୀ ଖାଇବା ପାଇଁ । ଅବଶିଷ୍ଟ କଣ ଆଉ ବଞ୍ଚିଛି ଯେ ମୁଁ , ଏଇ ଅପବିତ୍ର ଦେହକୁ ନେଇ ....!!

ସମର _ ଅଛି , ଅନେକ କିଛି ଅଛି , ତୁମ ଶରୀରର ପ୍ରତ୍ୟେକ ରକ୍ତର ହିସାବ ନେବ ଏଇ ସମର । ମୁଁ ତୁମକୁ ଦୁନିଆଁ ଦାଣ୍ଡରେ ଚାଲିବାକୁ ଦେବି ସାହସ । ପ୍ରତିବଦଳରେ ମୁଁ କେବଳ ଚାହେଁ ତୁମ ମୁହଁରେ ହସ । ମୁଁ ତୁମକୁ ବିବାହ କରିବାକୁ ଇଛା ପ୍ରକାଶ କରୁଛି । କଣ୍ ତୁମେ ମୋ ପ୍ରସ୍ତାବ ରେ ରାଜି , କୁହ ଶୁଭାଙ୍ଗୀ,... କୁହ ...?? (ସମର , ଅପଣାଇଁ ନେଇଛି , ଶୁଭାଙ୍ଗୀ ଙ୍କୁ । ନାରୀ କୌଣସି କ୍ରୀଡା କିମ୍ବା ମନୋରଞ୍ଜନର ଖୋରାକ ନୁହେଁ, ଏପରି ଚିନ୍ତା ଧାରା ରଖୁଥିବା ପୁରୁଷ, ପୁରୁଷ ନୁହେଁ କାପୁରୁଷ,,,,। ତେଣୁ ମନରେ କୌଣସି ଗ୍ଲାନି ନରଖି ଆସ )

         ଦୃଶ୍ୟର ଯବନିକା ହେଇଛି , କିନ୍ତୁ ଆଜି ମଧ୍ୟ ସୌମ୍ୟା "କିଛି ସ୍ମୃତି କଲେଜ୍ ର" ସାଉଁଟି ରଖି ନିଜ ଅନ୍ତର ମନକୁ କହୁଛି


""ମୁଁ ଧର୍ଷିତା""


Rate this content
Log in

Similar oriya story from Tragedy