Chinmayee Barik

Inspirational

2  

Chinmayee Barik

Inspirational

ମୃତ ମଣିଷର ଶେଷ ଇଛା

ମୃତ ମଣିଷର ଶେଷ ଇଛା

2 mins
7.7K


ଜୀବନ୍ତ ମଣିଷର ଶେଷ ଇଛା ଥାଏ,ହେଲେ ମୃତ ମଣିଷର? ଟିକେ ଅଜବ୍ ଲାଗୁନି? ଅଜବ୍ କଣ ପୁରା ତାଜୁବର କଥା । କିନ୍ତୁ ସେ ଦିନ ତ ଗୋଟିଏ ମୃତ ମଣିଷ ହିଁ କାନ୍ଦି କାନ୍ଦି ବୟାନ କରୁଥିଲା ନିଜର ଶେଷ ଇଛା ରାମ ମନ୍ଦିର ଆଗରେ । କାନ୍ଦିକାନ୍ଦି କହୁଥିଲା ...ମୁଁ ମରି ସାରିଛି ...ମରିସାରିଛି ।ପୁଣିଥରେ ମୃତ୍ୟୁ ହେଲେ ଏ ଖୋଖଲା ଶବକୁ ମୋ ପରିବାରକୁ ଦେବନି । ବୃଦ୍ଧ ଜଣଙ୍କ ଥିଲେ ଆଟୁମୁଡି ରମେଶ ।ବୟସ ତେସ୍ତୋରୀ ହେବ । ହୃଦ୍ ରୋଗ,ଆସ୍ଥମା,ହାର୍ଣିଆ ରୋଗରେ ପିଡୀତ ହୋଇ ଅସହାୟ ଭାବେ ପଡିଥିଲେ । ତାଙ୍କ ପାଟିରୁ ଏଇ ଶବ୍ଦ ହିଁ ଶୁଭୁ ଥିଲା । ସେ ବିଶାଖାପାଟଣାର ଜଣେ ଏନିମାଲ୍ ଟ୍ରେନର ଆଉ ରେଲୱେ କଣ୍ଟ୍ରାକ୍ଟର ଥିଲେ । ରୋଗ ହେବା ଜାଣି ଘର ଛାଡିଲେ ଏଥିଲାଗି ଯେ ତାଙ୍କ ଝିଅ ଚାକିର ପାଇବ ଆଉ ସରକାରଙ୍କଠାରୁ କିଛି ପଇସା ମିଳିବ ଯଦି ସେ ମୃତ୍ୟୁ ବୋଲି ଘୋଷଣା ହୁଏ । ସେମିତି ବି ହେଲା । ଟିକେ ଭଲ ହେଲା ପରେ ସେ ଓଡିଶାରୁ ଘରକୁ ଫେରିଲେ ଏକ ନୂଆ ଉତ୍ସାହ ଓ ଆବେଗ ନେଇ କିନ୍ତୁ ଚାକିରି ଯିବା ଭୟରେ ତାଙ୍କୁ କେହି ସ୍ୱିକାର କଲେନି । ସେଇଠି ହିଁ ସେ ପ୍ରକୃତରେ ମରି ଗଲେ ।ମଲା ଦେହ ପୁଣି ଓଡିଶାକୁ ଆସିଲା ବନ୍ଚିବାର ରାହା ନେଇ । ଆଶ୍ରୟନେଲା ପ୍ରଭୂ ଶ୍ରୀରାମଙ୍କ ଦୁଆରେ ।

ସେ ଇଶ୍ୱରଙ୍କ ଆଗରେ ନିଜର ଶେଷ ଇଛା ବୟାନ୍ କରୁଥିଲେ । ସେ ମଲା ପରେ ତାଙ୍କ ଶରୀର ଏଇଠି ଦାହ କରାଗଲା । କଥା ହେଲା ..କଣ ସେ ବୃଦ୍ଧଙ୍କର ଶେଷ ଇଛା ନ ଥିଲା ଘରଲୋକଙ୍କୁ ଦେଖିବାକୁ? ବୋଧ ହୁଏ କରୁଣ ପ୍ରଳାପରେ ସେ ପରୋକ୍ଷରେ ହିଁ ଚାହୁଁଥିଲେ ଆତ୍ମିୟ ସ୍ୱଜନଙ୍କୁ । ପୁଅ ଗଣ୍ଡେ ଦେଉ ଖୁନ୍ଦେ ମାରୁ ପଛେ ମୋ ଆଗରେ ନଟର ପଟର ହେଉ । ଏହା ସବୁ ମା ବାପା ଙ୍କ ଇଛା । କି ବିକଳ ଇଛା ? ବୃଦ୍ଧା ଅବସ୍ଥା ଏମିତି ଏକ ଅସହାୟ ଅବସ୍ଥା ଯେ ତାର କୌଣସି ବିକଳ୍ପ ହିଁ ନାହିଁ । ମାନ,ସ୍ୱାଭିମାନ,ଇଛା,ଅନିଛା ସବୁ କେନଚା କେନଚି ହୋଇ ନିଜ ପରିବାର ପାଖରେ ହାମୁଡେଇ ପଡେ । ଟିକିଏ ଆତ୍ମିୟତା...ଟିକିଏ ପରଶ । କଣ ପଇସା ଦେଇ କିଣି ହୁଏନା ଏ ଆତ୍ମିୟତା ...ଏ ପରଶ? ବୋଧେ ନା ।ସେମିତି ହୋଇଥିଲେ କୋଟିପତି ଲୋକର ଆଖିରେ ସେ ପାଣିଚିଆ ଆଶାଟେ କାହିଁକି ରୁହନ୍ତା ପୁଅଝିଅ ପାଖରୁ ? ଏମିତି ପାଣିଚିଆ ଆଶା ସବୁ ଦେଖିଛି ମୋ ବୋଉଙ୍କ ଆଖିରୁ ବି । ସେମିତି ଚଉଁରା ମୂଳରେ ବସିଥିବ ମଶା ଡାଆଁଶରେ ଆମ ବାଟକୁ ଚାହିଁ । ବଙ୍ଗାଳୀ ଦାଦାଙ୍କୁ ଦେଖିଛି ବାରବାର ଫଟଫଟ ହେଉଥିବେ ରେଲୱେ ପ୍ଲାଟଫର୍ମ ଆଗେ ପୁଅର ଫେରନ୍ତା ବାଟକୁ । ମୋଟାମୋଟି ଭାବେ ଲାଗେ ଏ ବୃଦ୍ଧାବସ୍ଥା ଗୋଟିଏ ନଟରପଟର ଅବସ୍ଥା,ଘସିନେସି ହେବା ଅବସ୍ଥା ଯାହା କେବଳ ଦେଇପାରେ ନିଜ ଆତ୍ମିୟ ସ୍ୱଜନ । କେବଳ ସେତିକି ଲାଗି ହିଁ ସିଂହରଡି ଛାଡୁଥିବା ବାପ ବି ମୂଷା ଭଳି ଜୁଳୁ ଜୁଳୁ ହୋଇ ଅନାଇଥାଏ ପୁଅର ବୁଟ୍ ଶବ୍ଦକୁ । ପୁଅର ମଚମଚ ବୁଟ୍ ଶବ୍ଦ ବି ତାଙ୍କୁ ଲାଗେ ଖୋଳ କୀର୍ତ୍ତନର ମଧୁର ଶବ୍ଦ ପରି ।


Rate this content
Log in

Similar oriya story from Inspirational