STORYMIRROR

Trilochan Karjee

Tragedy

3  

Trilochan Karjee

Tragedy

ମୋ ପ୍ରେମିକା ଓ ହୋଲି

ମୋ ପ୍ରେମିକା ଓ ହୋଲି

1 min
1.2K


ହୋଲି ଆସିଲେ ସମସ୍ତଙ୍କ ପରି ମୋ ମନ ବି କୁଣ୍ଡେ ମୋଟେ ହୋଇଯାଏ।

ବିଶେଷ କରି ଆମ ଗାଁ ପିଲାଙ୍କ ସହିତ ମିଶି ଅବିର ବୋଳା ବୋଳି ହୋଇ ହୋଲି ମନେଇବାର ମଜା ବହୁତ ଆନନ୍ଦ ଲାଗେ

ଦିନସାରା ସେମିତି ମାତିଥାଉ ସଂପୂର୍ଣ୍ଣ ଶରୀରକୁ ରଂଗରେ।

ସବୁ ବରଷ ଏମିତି ହୋଲିର ରଙ୍ଗରେ ସମସ୍ତେ ନିଜକୁ ହଜେଇ ଦିଅନ୍ତି।

ଏ ବର୍ଷ କିନ୍ତୁ ଫଗୁଣରେ ରଂଗ ଟିକିଏ ଫିକା ପଡି ଯାଇଛି। କାରଣ ମୋ ମନର ମାନସୀ କହୁଛି - ମୋ ରାଣ, ତମେ ଏ ବର୍ଷ ହୋଲିରେ ରଂଗ ସହିତ ଜମା ଖେଳିବନି। ବହୁତ ଖରାପ ହେବ। ତା କଥା ଶୁଣି ମୋ ମନ ଭିତରେ କାହିଁ ଗୋଟିଏ ଅନୁଭବ ହେଲା।

ଏଥର ମୁଁ ଅତୀତକୁ ଫେରିଗଲି।

ହଁ ଗତବର୍ଷ ଏମିତି ହୋଲିରେ ମୁଁ ତା ମୁହଁରେ ଅବିର ବୋଳି ଦେଇଥିଲି କିନ୍ତୁ ଜାଣି ନଥିଲି ରଂଗ ଭିତରେ କେମିକାଲ ଥିଲା।

ତାପରେ ତା ମୁହଁ ଫୁଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏକଥା ବା ସେ କେମିତି ଭୁଲନ୍ତା।

ମୁଁ ଭାବୁଛି ଏ ବର୍ଷ ହୋଲି ଖେଳିବା ବନ୍ଦ ହେଲେ ରଂଗଟା ଯେମିତି ଫିକା ପଡିଯିବ।

ତ୍ରିଲୋଚନ କାର୍ଯୀ

ପାତ୍ରପୁର, ଗଂଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy