STORYMIRROR

Dipti lekha Mishra

Tragedy Thriller

3  

Dipti lekha Mishra

Tragedy Thriller

ମୋ ବଡମାଆ

ମୋ ବଡମାଆ

1 min
299

ମୁଁ ଯେତେବେଳେ ତୄୄୄୄୄୄତୀୟ ଶ୍ରେଣୀରେ ପଢୁଥିଲି ମୋ ବଡ ବାପା ମୋ ପାଇଁ ଏକ ଚଷମା ଆଣିଥିଲେ । କାରଣ ମୋତେ ଦୁରକୁ ଦେଖାଯାଉନଥିଲା ଆଉ ଆଜି ବି ମୋର ସେଇ ଆଖିଦୋଷ ଅଛି ।ଚଷମାଟି ଆଣି ବାପା ମୋ ହାତରେ ଦେବା ମାତ୍ରେ ମୁଁ ଅତି ଖୁସିରେ ଧରିଲି ଆଉ ଅଜାଣତରେ ତାକୁ ଓଲଟା ପିନ୍ଧିବାକୁ ଚେଷ୍ଟା କରୁଥିଲି ।ମୋ ବଡ ମାଆଙ୍କ ରାଗ ଦେଖ ପୁରା ପଂଚମରେ ।କହିଲେ ପୁଣି ଚଷମାଟି ଭାଙ୍ଗିଦେ ମୋ ଅଣ୍ଡିରା ତ ଅଛନ୍ତି ନା ତମମାନଙ୍କର ସେବା କରି ପଇସା ସାରିବାକୁ !ଆଖିରୁ ମୋର ଲୁହ ଟପ୍ ଟାପ୍ ବାହାରିଯାଉଥାଏ ।ଚଷମାଟି ଥୋଇ ଚାଲିଯାଉଥିଲି ହଠାତ୍ ବଡବାପା ମୋ ହାତ ଧରି ଝିକାଡି ଆଣିଲେ ଆଉ କହିଲେ ତୋତେ ପରା ମୁଁ ଦେଲି ,ମୁଁ କଣ କହିଲେ ନା ରୁଷିବୁ ।ପିଠିରେ ହାତ ଥାପୁଡାଇ ପିନ୍ଧାଇ ଦେଲେ । ଆଜି ସେ କଥା ମନେ ପଡିଲେ ଲାଜ ଲାଗୁଛି କି ଆଜି ମୋ ପିଲାମାନେ ଭୁଲ କଲେ ରାଗିଯାଉଛି ଅଥଚ ମୁଁ ତୄୄୄତୀୟ ବେଳକୁ ବା ମୁର୍ଖ ଥିଲି ।

ସେ ବଡ ମାଆ ମୋ ତୄୄୄୄୄତୀୟ ବାର୍ଷିକ ପରୀକ୍ଷା ଅଳ୍ପଦିନ ଥାଏ ପାରାଲିସିସ୍ ଭଳି ରୋଗରେ ଆରପାରିକୁ ଚାଲିଗଲେ । ତାର ଠିକ୍ ବାର ଦିନରେ ସୁନ୍ଦର କଳା ଗାଈ ବି ଚାଲିଗଲା ।ଦୁହିଁଙ୍କ ମରଣ ଆଜି ବି ଭୁଲିହେଉନି ।ପିଲାମାନଙ୍କୁ ବଡବାପା ବୁଝାଉଥାନ୍ତି ତମ ମାଆ ଆକାଶରେ ତାରା ହୋଇଗଲା ।ସେ ସେଠି ରହି ତମକୁ ଦେଖିବ ।ଏକ ବର୍ଷର ପୁଅ କୋଳରେ ରହିବା ସମୟରେ ମାଆକୁ ହରାଇଥିଲା ।ତିନି ବର୍ଷର ପୁଅ ମାଆ ହାତ ଧରି ଚାଲୁଥିଲା ସେ ବି ମାଆ ଛେଉଣ୍ଡ ହୋଇଥିଲା ।ଅଥଚ ମୁଁ ସେ ସମୟରେ ହୄୄୄୄଦୟଙ୍ଗମ ନ କରି ମରିଗଲେ ଭଲ ହେଲା କହୁଥିଲି କାରଣ ମୋତେ ସବୁବେଳେ ମାରୁଥାନ୍ତି, ଡରାଉଥାନ୍ତି, ଖାଇବା ଛଡାଉଥାନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy