STORYMIRROR

Lokanath Rath

Tragedy Inspirational Thriller

3  

Lokanath Rath

Tragedy Inspirational Thriller

ମନ୍ତ୍ରଣା ......

ମନ୍ତ୍ରଣା ......

6 mins
193


ଆଜି ବହୁତ ଦିନ ପରେ ଅବିନାଶ ଟିକେ ଏକାନ୍ତ ରେ ବସିବାକୁ ସମୟ ପାଇଲେ .ଯେବେଠାରୁ ସେ ରାଜନୀତି କରି ରାଜନେତା ହେଲେ ,ତାଙ୍କ ପାଖରେ ସମୟ ଯେମିତି ରହିବାକୁ ଚାହୁଁ ନଥିଲା .ଏବେ ପଚାଶ ବର୍ଷ ବୟସ ରେ ଲାଗୁଛି ଯେମିତି ତାଙ୍କୁ ନବେ ବର୍ଷ ର ବୋଲି .ଜୀବନ ରେ ସଙ୍ଘର୍ଷ କରି କରି ଏବେ ସେ ମନ୍ତ୍ରୀ ହେଇ ପାରିଛନ୍ତି .ଟିକେ ନିଦ ଲାଗି ଆସୁଥିଲା ତାଙ୍କୁ .ଟିକେ ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କଲେ .କିନ୍ତୁ ଆଖି ବନ୍ଦ କରୁ କରୁ ଅତୀତ ର ସବୁ କଥା ଯେମିତି ଜୀବନ୍ତ ହେଇଗଲା ....

ଅବିନାଶ ପ୍ରଧାନ ,ବର୍ତମାନ ର ରାଜ୍ୟ ମନ୍ତ୍ରୀ ମଣ୍ଡଳ ରେ ଜଣେ ଟାଣୁଆ ମନ୍ତ୍ରୀ .ଆଜିକୁ ପଚାଶ ବର୍ଷ ତଳେ ଏହି ସହର ରେ ତାଙ୍କର ଜନ୍ମ .ପିତା ଅଶୋକ ପ୍ରଧାନ ଓ ମାତା ପ୍ରତିମା ଦେବୀ ଙ୍କର ଏକମାତ୍ର ସନ୍ତାନ .ଅଶୋକ ପ୍ରଧାନ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ପ୍ରେମୀ ମଧ୍ୟ .ଅବିନାଶ ର ଜନ୍ମର ପାଞ୍ଚ ବର୍ଷ ପରେ ପ୍ରତିମା ଦେବୀଙ୍କର ମୃତ୍ୟୁ ହେଇଗଲା .ସେ ବି ଏକ ଅଜ୍ଞାତ କାରଣରୁ .ଅଶୋକ ବହୁତ ଭାଙ୍ଗି ପଡ଼ିଥିଲେ .ସେତେବେଳେ ତାଙ୍କର ବନ୍ଧୁ ରମେଶ ଦାସ ତାଙ୍କୁ ବୁଝାଇଲେ ଓ ସାହାରା ହେଲେ .ଧୀରେ ଧୀରେ ଅଶୋକ ବାବୁ ତାଙ୍କ ବ୍ୟବସାୟ ର ଦାଇତ୍ୱ ରମେଶ କୁ ଦେଇଦେଲେ .ସତେ ଯେମିତି ରମେଶ କିଛି ଯାଦୁ କରି ଦେଇଥିଲେ .ଅବିନାଶ ର ପାଠ ପଢା ଚାଲିଥାଏ .ଅବିନାଶ ଯେତେବେଳେ ଦଶମ ଶ୍ରେଣୀର ଛାତ୍ର ,ହଠାତ ଅଶୋକ ବାବୁ ଗୋଟିଏ ଦୁର୍ଘଟଣା ରେ ପ୍ରାଣ ହରାଇଲେ .ସେ ବିଷୟରେ କିଛି କାରଣ କେହି ଖୋଜିଲେ ନାହିଁ କିମ୍ବା ଜାଣିବାକୁ ଚାହିଁଲେ ନାହିଁ .ପିତା ମାତା ଙ୍କୁ ହରାଇ ଅବିନାଶ ଅନାଥ ହୋଇଗଲେ .ବ୍ୟବସାୟ ସମ୍ପର୍କ ରେ କିଛି ଜ୍ଞାନ ନ ଥିଲା .ଧୀରେ ଧୀରେ ରମେଶ ବ୍ୟବସାୟ କୁ ସମ୍ପୂର୍ଣ ନିଜ କବଳ ରେ ନେଇଗଲେ .ସେତେବେଳ ର ବିଧାୟକଙ୍କର ରମେଶ ବହୁତ ଘନିଷ୍ଠ ଥିଲେ .କିଛି ମନ୍ତ୍ରଣା କରି ଅଶୋକଙ୍କର ସବୁ କିଛି ହାତେଇ ନେଲେ .ଅବିନାଶଙ୍କୁ ତାଙ୍କ ଘର ବି ଛାଡିବାକୁ ପଡିଲା .ପାଠ ପଢା ଅଧାରେ ରହିଗଲା .

ଯିଏ ପିଲାଦିନରୁ କେବେ କଷ୍ଟ କଣ ଜାଣି ନ ଥିଲା ,ଏବେ ରାଜ ରାସ୍ତାର ଭିକାରି ହେଲା .ରାସ୍ତାରେ ବୁଲୁ ବୁଲୁ ହଠାତ ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ଭେଟିଲେ .ସେ ଅବିନାଶଙ୍କୁ କହିଲେ ତାଙ୍କ ନାମ ରମଜାନ ଖାଁ ଓ ସେ ପାଖ ବସ୍ତିରେ ରହନ୍ତି .ଅତି ଆଦରରେ ଅବିନାଶଙ୍କୁ ପାଖ ଚାହା ଦୋକାନରେ ବସାଇ ପଚାରିଲେ ତାଙ୍କ ବିଷୟରେ .ଅବିନାଶ ପ୍ରଥମେ ଟିକେ ଦୁଵିଧା ରେ ରହିଲେ କହିବେ କି ନାହିଁ ,କିନ୍ତୁ କେମିତି କେଜାଣି ନିଜ ଦୁଃଖ କାହାଣୀ କହିଗଲେ .ତାଙ୍କ ଆଖିରୁ ଲୁହ ବୋହି ଯାଉଥାଏ .ରମଜାନ ତାଙ୍କ ଆଖିରୁ ଲୁହ ପୋଛି ଦେଉ ଦେଉ ହଠାତ ଚାହା ଦୋକାନୀ ଆସି କହିଲା ଆପଣ ଅଶୋକ ବାବୁଙ୍କ ପୁଅ .କିଛି ଚିନ୍ତା କରନ୍ତୁ ନାହିଁ ମୁଁ ଅଛି .ମୋ ନାମ ହରି ,ମୁଁ ମଧ୍ୟ ଚାଚା (ରମଜାନ ) ଙ୍କ ବସ୍ତିରେ ରୁହେ .ଆପଣଙ୍କ ବାପାଙ୍କ ପାଇଁ ମୋର ଏହି ଦୋକାନ .ଚାଲନ୍ତୁ ମୋ ସାଙ୍ଗରେ ଆଜିଠାରୁ ମୋ ସାଙ୍ଗରେ ରହିବେ .ପ୍ରଥମେ ଅବିନାଶ ଟିକେ ଅରାଜି ହେଲେ ,କିନ୍ତୁ କିଛି ରାସ୍ତା ନ ପାଇ ତାଙ୍କ ସାଙ୍ଗରେ ଗଲେ .ହରି ଅବିବାହିତ ଏବଂ ଗୋଟିଏ ଘରେ ଏକା ରହୁଥିଲା .ଅବିନାଶ ତା ସାଙ୍ଗରେ ରହିବାକୁ ଲାଗିଲେ .ବେଳେ ବେଳେ ସେ ହରି କୁ ତା ଦୋକାନରେ ସାହାଯ୍ୟ ବି କରୁଥିଲେ .ଅବିନାଶ ଜାଣିଲେ ଯେ ହରି ର ଗୋଟିଏ ଗୋଡ ଏକ ଦୁର୍ଘଟଣା ରେ ଭାଙ୍ଗି ଯାଇଥିଲା ଓ ସେ କିଛି କାମ କରି ପାରୁ ନ ଥିଲା .ମାଗି ଯାଚି ଭୋକ ମେଣ୍ଟାଉ ଥିଲା .ଦିନେ ଅଶୋକ ବାବୁ ତାକୁ ଡାକି କହିଥିଲେ ,ମାଗିବା ଅପେକ୍ଷା ନିଜେ କିଛି କର .ନିଜେ ହରି କୁ ସାହାଯ୍ୟ କଲେ ଦୋକାନ କରିବାରେ ଓ କହିଥିଲେ ସବୁ ଠିକ ହେଇଗଲେ ମୋତେ ନେଇଥିବା ଉଦ୍ଧାର ଫେରାଇ ଦେବ .କିନ୍ତୁ ଫେରାଇବା ସମୟ ଆସିଲା ବେଳେ ସେ ଚାଲିଗଲେ .ଏକଥା ଶୁଣି ଅବିନାଶ ଟିକେ ଆଶ୍ୱସ୍ତ ହେଲେ .ପୁଣି ଭାବିଲେ କିଛି କାମ କରିବାକୁ .ସେ ହରି କୁ କହିଲେ ଯଦି ମୋତେ ତୁମ ଦୋକାନ ପାଖରେ ଛୋଟ ବରା ପିଆଜି ଦୋକାନ କରିବାରେ ସାହାଯ୍ୟ କରନ୍ତ ତେବେ ମୁଁ ନିଜ ଗୋଡ଼ରେ ଠିଆ ହେଇ ପାରନ୍ତି ଏବଂ ତୁମ ଦେଇଥିବା ଉଦ୍ଧାର ଫେରାଇ ଦେବି .ହରି ହସି ହସି କହିଲା ଉଧାର କେମିତି ?ମୋତେ ଆପଣଙ୍କ ଉଧାର ଫେରାଇବାକୁ ଥିଲା ,ଏବେ ଆପଣଙ୍କୁ ଦେବି .ତାପରେ ଅବିନାଶ ର ଦୋକାନ ଆରମ୍ଭ ହେଲା .ଛଣା ଛାଣି କିଛି ଜାଣି ନ ଥିଲେ .ଧୀରେ ଧୀରେ ସବୁ ଶିଖି ଗଲେ .ଦେଖୁ ଦେଖୁ ପାଞ୍ଚ ବର୍ଷ ବିତିଗଲା .ଅବିନାଶ ର ଛୋଟ ଦୋକାନ ଏକ ବଡ଼ ହୋଟେଲ ହେଇଗଲା .ବସ୍ତିରେ ସମସ୍ତେ ତାଙ୍କୁ ଆଦର କରିବାରେ ଲାଗିଲେ .ସେତିକି ବେଳେ ରମଜାନ ର ପୁଅ ଆକବର ଜେଲରୁ ଫେରି ଥାଏ .ଅବିନାଶ ସାଙ୍ଗରେ ପରିଚୟ ହେଲା .ଜାଣିବାକୁ ପାଇଲା ଯେ ଅବିନାଶ ଅଶୋକ ପ୍ରଧାନ ଙ୍କ ପୁଅ .ଯେଉଁ ଅଶୋକ ପ୍ରଧାନ ର ମିଥ୍ୟା ଦୁର୍ଘଟଣା ପାଇଁ ମିଛରେ ତାକୁ ରମେଶ ଓ ବିଧାୟକ ଫସାଇ ଜେଲ ପଠାଇ ଦେଇଥିଲେ .ଆକବର ଅବିନାଶଙ୍କୁ ସବୁ କହି ଗଲା .ସେ ବିଧାୟକଙ୍କର ଗାଡି ଚଳାଉଥିଲା .କେମିତି ଚକ୍ରାନ୍ତ କରି ରମେଶ ଓ ବିଧାୟକ ଅଶୋକ ବାବୁଙ୍କ ଦୁର୍ଘଟଣା କରାଇଥିଲେ ଓ ତାକୁ ଫସାଇ ଦେଇଥିଲେ .ଅବିନାଶ ଏତେ ଦିନ ପରେ ତାଙ୍କ ବାପାଙ୍କ ମୃତ୍ୟୁର ରହସ୍ୟ ଜାଣିଲେ .ମନରେ ବହୁତ କ୍ରୋଧ ରମେଶ ଓ ବିଧାୟକ ଙ୍କ ଉପରେ ହେଲା .କିନ୍ତୁ ଏହାର ଉପଯୁକ୍ତ ଉତ୍ତର ଦେବାକୁ ସେ ପଣ କଲେ .ଏବେ ତାଙ୍କୁ ଜନ ସେବା କରି ଲୋକଙ୍କ ମନ ଜିତିବାକୁ ହେବ .ତାପରେ ରାଜନୀତିରେ ପଶିବାକୁ ହେବ .ସେ ହରି ଓ ଆକବର ସହିତ ମିଶି ଖାଲି ତାଙ୍କ ବସ୍ତି ନୁହେଁ ,ସହର ର ସବୁ ବସ୍ତି ବୁଲି ଲୋକଙ୍କ ସୁଖ ଦୁଃଖ ରେ ଭାଗିଦାର ହେଲେ .ହୋଟେଲ ରୋଜଗାର ରୁ କିଛି ଅର୍ଥ ଗରିବ ମାନଙ୍କ ପାଇଁ ଲଗାଇଲେ .ଏହା ସବୁ ପାଇଁ ହରି ଓ ଆକବର ସହ ମିଶି ସବୁବେଳେ ମନ୍ତ୍ରଣା କରଥାନ୍ତି .ନିର୍ବାଚନ ସମୟ ଆସିଲା .ସବୁ ବସ୍ତି ବାସିନ୍ଦା ମାନଙ୍କ ସହଯୋଗ ରେ ସେ 

ବିଧାୟକ ନିର୍ବାଚନ ଲଢ଼ିଲେ ଓ ଜିତିଗଲେ .ଏବେ ତାଙ୍କ ଲକ୍ଷ ପଥ ର ପ୍ରଥମ ପାହାଚ ଚଢିଲେ .ବିଧାୟକ ହେବ ପରେ ଲୋକଙ୍କ ସେବାରେ ପୁରା ଲାଗିଗଲେ .ସେତେବେଳେ ତାଙ୍କୁ ତିରିଶ ବର୍ଷ .ବସ୍ତିରେ ରହିବା ଭିତରେ ସେ ବସ୍ତିରେ ବାପ ମା ଛେଉଣ୍ଡ ନମିତା କୁ ସେ ଭଲ ପାଇ ବସିଲେ .ବିଧାୟକ ହେବା ପରେ ଦୁଇଜଣ ବସ୍ତି ଲୋକଙ୍କ ସହାୟତାରେ ବିବାହ ବନ୍ଧନ ରେ ବାନ୍ଧି ହେଇଗଲେ .

ନମିତା ରମେଶ ବାବୁଙ୍କର ବଡ଼ ଭାଇଙ୍କ ଝିଅ .ଅର୍ଥ ପାଇଁ ସେ ଚକ୍ରାନ୍ତ କରି ନମିତା କୁ ବି ଅନାଥ କରିଦେଇ ଏବେ ସୁଖରେ ବଡ଼ ଆନନ୍ଦରେ ରହୁଛନ୍ତି .କେବେ ସେ ନମିତା କୁ ଖୋଜି ନାହାନ୍ତି .ଏଇ ବସ୍ତି ହିଁ ନମିତା କୁ ଜୀବନ ଦେଇଛି .

ଏବେ ଆରମ୍ବ ହେଲା ଅବିନାଶଙ୍କର ଧର୍ମ ଯୁଧ୍ୟ .ନମିତଙ୍କ ଠାରୁ ଜାଣିଲେ ରମେଶ ବାବୁ ଓ ତାଙ୍କ ପତ୍ନୀ ଚକ୍ରାନ୍ତ କରି ତାଙ୍କ ମା ଙ୍କୁ ବିଷ ଦେଇ ହତ୍ୟା କରିଥିଲେ .ଏହାର ପ୍ରତିବାଦ କରିବାରୁ ନମିତା ର ପିତା ମାତା ଙ୍କୁ ବି ଷଡଯନ୍ତ୍ର କରି ହତ୍ୟା କରିଥିଲେ .ବିଧାୟକଙ୍କ ସହାୟତା ପାଇଁ ସେ ସବୁ ଅପରାଧ ରୁ ବହୁତ ଦୂରରେ .

ଏବେ ହରି ,ଆକବର ଓ ନମିତା ଙ୍କ ସହିତ ମିଶି ଅବିନାଶ ମନ୍ତ୍ରଣା କଲେ ତାଙ୍କର ଧର୍ମ ଯୁଧ୍ୟ ପାଇଁ .ପ୍ରଥମେ ଆକବର ସହାୟତାରେ ଯେଉଁ ଥାନା ରେ ତାଙ୍କ ବାପାଙ୍କ ଦୁର୍ଘଟଣା କେସ ଦରଜ ହେଇଥିଲା ଆଗ ସେହିଠାରୁ ଆରମ୍ଭ କଲେ .ସେ କେସ ର ଆଉଥରେ ନୂଆ କରି ଖୋଲିବାକୁ ନିଜେ ପ୍ରକ୍ରିୟା ଆରମ୍ଭ କଲେ .ଯେଉଁ ଡାକ୍ତର ତାଙ୍କ ମା ଙ୍କୁ ମୃତ ଘୋଷିତ କରିଥିଲେ ତାଙ୍କୁ ଅବିନାଶ ଭେଟିଲେ .ସାଙ୍ଗରେ ହରି ଓ ନମିତା ବି ଥାଆନ୍ତି .ପ୍ରଥମେ ତ କିଛି କହିବାକୁ ଡାକ୍ତର ବାବୁ ରାଜି ନ ଥିଲେ ,କିନ୍ତୁ ଖୋଦ ବିଧାୟକ ଚାପ ଦେଉଥିବାରୁ ସତ କହିଗଲେ ଏବଂ ସେ ସବୁ ରେକର୍ଡ କରି ନିଆଗଲା ସେ ମଧ୍ୟ ନ୍ୟାୟାଧୀଶ ଙ୍କ ସମ୍ମୁଖରେସତ ଏହିବାକୁ ସ୍ୱୀକୃତି ଦେଲେ .ଆକବର ସହାୟତା ରେ ଯେଉଁମାନେ ନାମିତ ର ପିତା ମାତା ଙ୍କୁ ରମେଶଙ୍କ ଇଙ୍ଗିତରେ ହତ୍ୟା କରିଥିଲେ ,ଅବିନାଶ ପହଞ୍ଚି ଗଲେ ଏବଂ ଥାନା ଅଧିକାରୀଙ୍କୁ ଡକାଇ ଗିରଫ କରାଇଲେ .

ଏବେ ବାକି ରହିଲେ ରମେଶ ବାବୁ ଓ ପୂର୍ବତନ ବିଧାୟକ .

ଅଵିନାଶଙ୍କ ଏ କାର୍ଯ୍ୟରେ ନିଜର ସମ୍ମାନ କୁ ହରାଇବା ଡରରେ ଦିନେ ରାତ୍ରିରେ ହଟାତ ଅବିନାଶ ଉପରକୁ ରାସ୍ତାରେ ଆକ୍ରମଣ କରାଈଲେ ,କିନ୍ତୁ ଅବିନାଶ ବଞ୍ଚି ଗଲେ କେବଳ କିଛି ମଥା ରେ ଓ ହାତରେ ଆଘାତ ଲାଗି କ୍ଷତ ହୋଇଥିଲା .ଏଥିରେ ଅବିନାଶ ଡରିଲେ ନାହିଁ .ସେ ଏବେ ଚାଲିଲେ ଦଳ ବଳ ସହ ସେହି ଓକିଲ ଙ୍କ ପାଖକୁ ଯିଏ ଜାଲିଆତି କରି ତାଙ୍କ ବାପାଙ୍କ ଘର ଓ ବ୍ୟବସାୟ ରମେଶ ବାବୁଙ୍କ ନାମରେ କରିଦେଇଥିଲେ .ଶେଷରେ ଓକିଲ ବାବୁ ବାଧ୍ୟ ହୋଇ ସବୁ ମାନିଗଲେ ଏବଂ ଜାଲି କାଗଜ ପତ୍ର ର ପ୍ରମାଣ ସବୁ ଅଵିନାଶଙ୍କୁ ଦେଇଦେଲେ .

ଏବେ ବହୁ ଦିନ ପରେ ସବୁ କିଛି ଏକାଠି କରି ଅଦାଲତ ରେ ରମେଶ ବାବୁ ଓ ପୂର୍ବ ବିଧାୟକ ଙ୍କ ନାମରେ ଅବିନାଶ ଓ ନାମିତ ଙ୍କର ପିତା ମାତା ଙ୍କ ହତ୍ୟାକାରୀ ଓ ଛଳ କରି ଅବିନାଶ ଙ୍କ ପିତା ଙ୍କ ଘର ଓ ବ୍ୟବସାୟ ହାତେଇଥିବା ଅଭିଯୋଗ ରେ କେସ ଦାଖଲ କଲେ ଅବିନାଶ ବାବୁ ବିଚାରପତି ଙ୍କୁ ସବୁର ପ୍ରମାଣ ଦେଲେ .

ଏହ ସମସ୍ତ ଘଟଣା ସାରା ସହର ଓ ରାଜ୍ୟରେ ଖେଳିଗଲା .ଶାସକ ଦଳ ଅବିନାଶ ଙ୍କୁ ତାଙ୍କ ଦଳରେ ନେଇ ମନ୍ତ୍ରୀ ଘୋଷଣା କଲେ .

ଅଦାଲତ ରେ ବିଚାରପ୍ରତି ରମେଶ ଓ ପୂର୍ବ ବିଧାୟକ ଙ୍କୁ ଦୋଷି ସାବ୍ୟସ୍ତ କରି ଆଜୀବନ କାରାବାସ ର ଶାସ୍ତି ଶୁଣାଇଲେ .ଅଵିନାଶଙ୍କୁ ତାଙ୍କ ବାପାଙ୍କ ଘର ଓ ବ୍ୟବସାୟ ଫେରସ୍ତ ମିଳିଲା .

ବିଧିର କି ବିଚିତ୍ର ବିଧାନ ଧର୍ମ ରକ୍ଷା ପାଇଁ ମହାଭାରତ ର ଅର୍ଜୁନ ପରି ଅବିନାଶ ଙ୍କୁ ପ୍ରୟୋଗ କଲେ ଓ ତାଙ୍କ ସହାୟତ ଏବଂ ମନ୍ତ୍ରଣା ପାଇଁ ନମିତା ଙ୍କୁ ପାଞ୍ଚାଳୀ ,ହରି ଓ ଆକବର ଙ୍କୁ ଶ୍ରୀକୃଷ୍ଣ ବଳରାମ କରି ତାଙ୍କ ସଙ୍ଗେ ଧର୍ମ ଯୁଧ୍ୟ ଜିତିବାରେ ସାଥୀ କାରାଇଲେ .

ଏବେ ଗୋଟିଏ ଦୀର୍ଘ ନିଶ୍ୱାସ ନେଇ ଅବିନାଶ ଉଠିଲେ .ଏତେଦିନ ପରେ ନିଜ ଘରେ ରହିଲେ ଓ ପିତା ମାତା ଙ୍କର ମୃତ୍ୟୁ ରହସ୍ୟ ଉଜାଗର ହେଲା ,ନମିତା ର ପିତା ମାତା ଙ୍କର ହତ୍ୟାକାରୀ ଦଣ୍ଡିତ ହେଲେ .ସବୁ ଚକ୍ରାନ୍ତ କୁ ଧ୍ବଂସ କଲା ତାଙ୍କ ସହ ନମିତା ,ହରି , ଆକବର ଓ ସମସ୍ତ ବସ୍ତି ବାସିନ୍ଦା ଙ୍କର ମନ୍ତ୍ରଣା ଓ ସହଯୋଗ .

ଏବେ ମନ୍ତ୍ରୀ ହେବା ପରେ ଦାଇତ୍ୱ ବଢ଼ିଲା .ଜନତା ଙ୍କର ଆହୁରି ଅଧିକ ସେବା ପାଇଁ ଏବେ ବି ବହୁତ ମନ୍ତ୍ରଣା କରିବାକୁ ବାକି ଅଛି ....

-------------------------------


Rate this content
Log in

Similar oriya story from Tragedy