STORYMIRROR

Lokanath Rath

Tragedy Inspirational

4  

Lokanath Rath

Tragedy Inspirational

ମନର ଆତ୍ମହତ୍ୟା

ମନର ଆତ୍ମହତ୍ୟା

8 mins
703


ଏହି ଦୁନିଆଟା ଏତେ ମୋହ ମାୟାର ପଙ୍କରେ ଭରା ବୋଲି ସୁରେନ୍ଦ୍ର ବାବୁ ଜାଣି ନଥିଲେ | ସୁରେନ୍ଦ୍ର ଦାସ ଏବେ ଜଣେ ପଦସ୍ଥ ସରକାରୀ କର୍ମଚାରୀ | ଏବେ ବୟସ ୪୨ ବର୍ଷ |ସେ ଜଣେ ବଡ଼ ସଚ୍ଚୋଟ ଓ ସରଳ ସ୍ୱଭାବର ବ୍ୟକ୍ତି |ପିଲାବେଳୁ ସେ ପରାଉପକାରୀ ଓ ବହୁତ ଦୟାଳୁ ସ୍ୱଭାବର |ତାଙ୍କ ବେଶ ଭୁଷା କୁ ଦେଖି ତାଙ୍କ ସାଙ୍ଗମାନେ ତାଙ୍କୁ ବହୁତ ଥଟ୍ଟା କରନ୍ତି ଓ ତାଙ୍କୁ ମାଉସ ବୋଲି ଡାକନ୍ତି | କେହି କେହି ତାଙ୍କର ଭଲ ଉପଦେଶ କୁ ଶୁଣି ତାଙ୍କୁ ବେଳେ ବେଳେ ପ୍ରଫେସର ବୋଲି ମଧ୍ୟ ଡାକନ୍ତି | ଅନ୍ୟମାନେ ତାଙ୍କୁ ଦେଖି ହସନ୍ତ ମଧ୍ୟ | କିନ୍ତୁ ତାଙ୍କ ବ୍ୟବହାରରେ ସମାଜର ଅସହାୟ,ଦୁର୍ବଳ ଓ ପୀଡିତ ଲୋକମାନେ ତାଙ୍କୁ ବହୁତ ଭଲ ପାଇନଟି ଓ ସମ୍ମାନ ମଧ୍ୟ କରନ୍ତି | ତାଙ୍କ ବାପା ନରେନ୍ଦ୍ର ଦାସ ଜଣେ ଭଲ ଆଇନଜୀବୀ ଓ ମା ସୁଜାତା ଦେବୀ ଜଣେ ଧର୍ମ ପରାୟାଣା ଗୃହିଣୀ | ନରେନ୍ଦ୍ର ବାବୁଙ୍କର ତିନି ପୁଅ ,ମହେନ୍ଦ୍ର ,ଖଗେନ୍ଦ୍ର ଓ ସୁରେନ୍ଦ୍ର | ମହେନ୍ଦ୍ର ସମସ୍ତଙ୍କ ମଧରେ ବଡ଼ ଓ ଏବେ ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ | ମଝିଆ ପୁଅ ଖଗେନ୍ଦ୍ର ଜଣେ ଡାକ୍ତର ଓ ସାନ ପୁଅ ସୁରେନ୍ଦ୍ର ଜଣେ ସରକାରୀ ପଦସ୍ଥ ଅଧିକାରୀ | ମହେନ୍ଦ୍ର ଙ୍କ ବିବାହ ଆଜିକୁ ୨୦ ବର୍ଷ ପୂର୍ବରୁ ସହରର ନାମୀ ଠିକାଦାର ସରୋଜ ମହାନ୍ତି ଙ୍କ ଏକମାତ୍ର କନ୍ୟା ଅନିତା ସହିତ ହୋଇଛି | ଅବଶ୍ୟ ଏହା ପ୍ରେମ ବିବାହ କହିଲେ କିଛି ଭୁଲ ହେବ ନାହିଁ | ଏହି ବିବାହରେ ନରେନ୍ଦ୍ର ବାବୁ ଓ ସୁଜାତା ଦେବୀଙ୍କର କୌଣସି ଆପତ୍ତି ନଥିଲା | ଏବେ ମହେନ୍ଦ୍ର ଓ ଅନିତା ତାଙ୍କର ଏକ ମାତ୍ର ପୁଅ ୧୮ ବର୍ଷର ଅରୁଣ ସହିତ ଦିଲ୍ଲୀରେ ରହୁଛନ୍ତି |


ଖଗେନ୍ଦ୍ର ଭଲ ପାଠ ପଡୁଥିଲେ ଓ ସେ ଡାକ୍ତରୀ ପାସ କରି ଜଣେ ଭଲ ଡାକ୍ତର ଭାବେ ଚେନ୍ନାଇର ନିଜ ପତ୍ନୀ ଅଳକା ଓ ୧୨ ବର୍ଷର କନ୍ୟା ଅଳକା ସହିତ ରହୁଛନ୍ତି | ଆଜିକୁ ୧୫ ବର୍ଷ ପୂର୍ବେ ଖଗେନ୍ଦ୍ର ଙ୍କ ବିବାହ ଅଳକା ସହିତ ହୋଇଥିଲା ଓ ସେ ଜଣେ ଡାକ୍ତର ବି ଅଟନ୍ତି | ଅଳକା ଓଡ଼ିଆ ବୁଝି ପାରନ୍ତି ନାହିଁ କି କହି ପାରନ୍ତି ନାହିଁ ,କାରଣ ସେ ଜଣେ ପଞ୍ଜାବୀ | ଖଗେନ୍ଦ୍ର ଓ ଅଳକା ଡାକ୍ତରୀ ପଢିଲା ବେଳୁ ଉଭୟଙ୍କୁ ଭଲ ପାଉଥିଲେ ଓ ପରେ ବିବାହ କରିନେଲେ | ତାଙ୍କୁ ଆଶୀର୍ବାଦ ଦେବାକୁ ନରେନ୍ଦ୍ର ବାବୁ ,ସୁଜାତା ଦେବୀ ,ମହେନ୍ଦ୍ର ଓ ଅନିତା ଚେନ୍ନାଇ ଯାଇଥିଲେ ଓ ସାଙ୍ଗରେ ସାନପୁଅ ସୁରେନ୍ଦ୍ର ବି ଯାଇଥିଲେ | ସେତେବେଳେ ସୁରେନ୍ଦ୍ର ଙ୍କ ଚାକିରୀ ନୂଆ ନୂଆ ଆରମ୍ଭ ହୋଇଥିଲା | ତାଙ୍କୁ ଦେଖି ସେଠାରେ କେହି ବିଶ୍ୱାସ କଲେ ନାହିଁ ଯେ ସେ ଜଣେ ପଦସ୍ଥ ସରକାରୀ ଅଧିକାରୀ | ପ୍ରାୟ ସମସ୍ତେ ସୁରେନ୍ଦ୍ରଙ୍କୁ ଦେଖି କିଛି ଆକ୍ଷେପ କରି କହୁଥିଲେ ,କିନ୍ତୁ ସୁରେନ୍ଦ୍ର ସବୁ ଶୁଣି ହସି ଦେଉଥିଲେ | ଖଗେନ୍ଦ୍ର ବି ସୁରେନ୍ଦ୍ର ପାଖକୁ ଆସି କହିଥିଲେ ,'' ଆରେ ,କମସେ କମ ଆଜି ତ ଟିକେ ଢଙ୍ଗର ପୋଷାକ ପିନ୍ଧି ଆସିଥାନ୍ତୁ | ତୋତେ ଦେଖି ସମସ୍ତେ ମୋତେ ଥଟ୍ଟା କରୁଛନ୍ତି | ଏତେ ବଡ଼ ହେଲୁଣି ,ଏବେ ବଡ଼ ଚାକିରୀ ବି କରୁଛୁ,କିନ୍ତୁ ନିଜର ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରି ନାହୁଁ | ତୋତେ ମୋର ଭାଇ ବୋଲି କହିବାକୁ ଲାଜ ଲାଗୁଚି |'' ଖଗେନ୍ଦ୍ର ଙ୍କ କଥା ସରିନି ତ ବଡ ଭାଇ ମହେନ୍ଦ୍ର ଓ ଭାଉଜ ଅନିତା ଆସି କହିଲେ ,'' ଆରେ ଖଗେନ୍ଦ୍ର ,କାହାକୁ ଏସବୁ କହୁଚ ? ଆମ ସୁରେନ୍ଦ୍ର ବାବୁ ଯେଉଁ ମଫସଲି କୁ ସେଇ ମଫସଲି ହୋଇ ରହିଗଲେ | ତାଙ୍କର କେବେ ହେଲେ ଆମମାନଙ୍କ ସମ୍ମାନ ପ୍ରତି ଟିକେ ବି ନଜର ନାହିଁ | ଅରୂଣର ପ୍ରଥମ ଜନ୍ମଦିନରେ ତାଙ୍କର ଏହି ବେଶ ଭୁଷା ଦେଖି ଆମର ସବୁ ସାଙ୍ଗମାନେ ତାଙ୍କୁ ଆମ ଘରର ଚାକର ବୋଲି ଭାବିଥିଲେ | ମୋତେ ଏତେ ଖରାପ ଲାଗିଲା ଯେ ମୁଁ ଆଜି ଯାଏ ଭୁଲି ନାହିଁ |'' ଏହି ସବୁ କଥାକୁ ସୁଜାତା ଦେବୀ ଶୁଣୁଥିଲେ ,ନିଜ ପୁଅ ସୁରେନ୍ଦ୍ରର ଏତେ ଅପମାନ ତାଙ୍କୁ ସହି ହେଉ ନଥିଲା | ସେ ସୁରେନ୍ଦ୍ର କୁ ପାଖକୁ ଡାକିଲେ ଓ କହିଲେ ,'' ତୁ ମୋ ପାଖାପାଖି ରହିଥିବୁ ଆଉ କାହାର ବାଜେ କଥା ଶୁଣି ହସି ହସି ସହିବାର କିଛି ଦରକାର ନାହିଁ |'' ସୁରେନ୍ଦ୍ର ତାଙ୍କ ମା ଓ ବାପାଙ୍କୁ ବହୁତ ଭଲ ପାଆନ୍ତି | ସେ ତାଙ୍କ ମା ଙ୍କୁ କହିଲେ ,'' ଯିଏ ଯାହା କହିଲେ କଣ ମୁଁ ସେଇଆ ହେଇଗଲି ନା ମୋର କିଛି କ୍ଷତି ହେଇଗଲା ! ମିଛୁଟାରେ ତୁ ମୋତେ ବ୍ୟସ୍ତ ହୁଅ ନାହିଁ |'' ସୁଜାତା ସୁରେନ୍ଦ୍ରକୁ ଚାହିଁ ମାନେ ମାନେ ଭାବିଲେ ଯଦି ତକେହି ତାଙ୍କର ଏହି ପୁଅର ମନ ଓ ହୃଦୟର ନିର୍ମଳତାକୁ ଟିକେ ବୁଝି ପାରନ୍ତା ,ତେବେ ତାକୁ କେବେ ଅପମାନ ଦିଅନ୍ତେ ନାହିଁ | ସେଠାରୁ ନରେନ୍ଦ୍ର ବାବୁ ,ସୁଜାତା ଦେବୀ ଓ ସୁରେନ୍ଦ୍ର ବାହାଘର ସାରି ନିଜ ଘରକୁ ଫେରି ଆସିଥିଲେ ଓ ମହେନ୍ଦ୍ର ତାଙ୍କ ପରିବାର ସହିତ ଦିଲ୍ଲୀ ଚାଲି ଯାଇଥିଲେ |

ସେହି ବିହାଘରରୁ ଫେରିବା ପରେ ସୁଜାତା ସ୍ଥିର କଲେ ଶୀଘ୍ର ସୁରେନ୍ଦ୍ର ର ବାହାଘର କରିଦେବେ | ନରେନ୍ଦ୍ର ବାବୁ ବି ସେଇଆ ଚାହୁଁଥିଲେ | ସେମାନେ ଭାବୁଥିଲେ ବାହାଘର ପରେ ତାଙ୍କ ସୁରେନ୍ଦ୍ର କୁ ଯଦି ବୋହୁ କିଛି ପରିବର୍ତ୍ତିତ କରି ପାରିବ କାଳେ| ସୁରେନ୍ଦ୍ର କିନ୍ତୁ ବାହା ହେବାକୁ ରାଜି ହେଉ ନଥିଲେ ,ତାର ବହୁତ କାରଣ ଥିଲା |

ପ୍ରଥମ କାରଣ ହେଲା ସେ ଦେଖି ଆସୁଛନ୍ତି ତାଙ୍କ ବାପା ଓ ମା କେତେ କଷ୍ଟ କରି ତାଙ୍କ ତିନି ପୁଅଙ୍କୁ ପାଠ ପଢାଇଲେ,ନିଜ ଗୋଡ଼ରେ ଠିଆ ହେବାକୁ ସକ୍ଷମ କରାଇଲେ | ସେମାନେ ସମସ୍ତଙ୍କ ସବୁ ଇଛା ଏବେ ବି ପୁରାଣ କରୁଛନ୍ତି | କିନ୍ତୁ ବଡ଼ ଭାଇ ମହେନ୍ଦ୍ର ଓ ଭାଉଜ ଅନିତା ନିଜ ପରିବାରକୁ ନେଇ ବ୍ୟସ୍ତ | କେବେ କେବେ ମା ସାଙ୍ଗରେ ଫୋନରେ କଥା ହୁଅନ୍ତି | ତାଙ୍କ ବାହାଘର କୁ ଏତେ ବର୍ଷ ହେଇଗଲାଣି ,ହେଲେ କେବେ ବି ବାପା ମା ଙ୍କ ପାଖରେ ରହି ତାଙ୍କ ଭଲ ମନ୍ଦ ବୁଝିବାକୁ ତାଙ୍କ ପାଖରେ ସମୟ ନାହିଁ | କେବେ ସେମାନଙ୍କର କାମ ପଡିଲେ ଦୁଇ ତିନି ଦିନ ପାଇଁ ଆସି ଚାଲି ଯାଆନ୍ତି ,ଅତିଥି ପରି |କେବେ ବି ସେମାନେ ନିଜ ସଂସ୍କାର ଓ ପରମ୍ପରା କୁ ବୁଝିବାକୁ ଚେଷ୍ଟା କରି ନାହାନ୍ତି ଆଉ କର୍ତ୍ତବ୍ୟ କରିବା ତ ଦୂରର କଥା |

ଦ୍ଵିତୀୟ କାରଣ ହେଲା ଖଗେନ୍ଦ୍ର ଭାଇ କୁ ଜଣେ ବହୁତ ଭଲ ଡାକ୍ତର ହେବ ପାଇଁ ବାପା ନରେନ୍ଦ୍ର ତାକୁ ଲଣ୍ଡନ ପଠାଇଥିଲେ ପଢିବା ପାଇଁ | ସେଠାରୁ ଆସି ସେ ଚେନ୍ନାଇ ରେ ରହିଗଲା ଓ ନିଜ ଇଛାରେ ବାହା ହେଇଗଲା | ଖାଲି ବାପା ମା ଙ୍କୁ ଅତିଥି ହିସାବରେ ଖବର ଦେଲା | ସେତିକି ନୁହେଁ ଯେତେବେଳେ ତା ବାପାଙ୍କ ଦେହ କିଛି ବର୍ଷ ଆଗରୁ ଭୀଷଣ ଖରାପ ହେଲା ,ସେତେବେଳେ ସେ ଆସିବା ତ ଦୂରରେ କଥା ,ଖାଲି ଫୋନରେ ଯୋଗ ଯୋଗ ରଖି ଚିକିତ୍ସା କଥା ବୁଝୁ ଥାଏ | ଯଦି ତା ବାପାଙ୍କ ପିଲାଦିନର ସାଙ୍ଗ ଅଧ୍ୟାପକ ସୁନୀଲ ପ୍ରଧାନ ଙ୍କ ଝିଅ ଡାକ୍ତର ସରିତା ନ ଥାଆନ୍ତା,ତେବେ ବାପାଙ୍କର ଚିକିତ୍ସା ଓ ସେବା କରି କିଏ ଭଲ କରିଥାଆନ୍ତା ? ସରିତା ସୁରେନ୍ଦ୍ର ଠାରୁ ଦୁଇ ବର୍ଷ ଛୋଟ ଓ ପିଲାଦିନରୁ ଦୁଇଜଣ ଏକାସାଙ୍ଗରେ ଖେଳିଛନ୍ତି ଓ ବଢିଛନ୍ତି | ସରିତା କୁ ସେଦିନ ସୁରେନ୍ଦ୍ର କାନ୍ଦି କାନ୍ଦି ହାତ ଯୋଡି ବହୁତ ଧନ୍ୟବାଦ ଦେଇଥିଲେ ତାଙ୍କ ବାପାଙ୍କୁ ବଞ୍ଚାଇ ଥିବାରୁ | ସେଦିନ ସରିତା ବି ବହୁତ ଆଶ୍ଚର୍ଯ୍ୟ ହେଇ ଯାଇଥିଲା ହସକୁରା ସୁରେନ୍ଦ୍ର ଆଖିରେ ଲୁହ ଦେଖି | ସେ ଲୁହ ପୋଛି ଦେଇ କହିଥିଲା ,''ଆରେ ,ଏଇଟା ତ ମୋ କର୍ତ୍ତବ୍ୟ | ମୁଁ କଣ ତାଙ୍କର କିଛି ନୁହେଁ ? ଏଥିରେ ଧନ୍ୟବାଦ କଣ ପାଇଁ ?'' ସୁରେନ୍ଦ୍ର ବହୁତ ଖୁସି ହେଇଥିଲା ସରିତା ମୁହଁରୁ ସେତକ ଶୁଣି |

ତୃତୀୟ କାରଣ ହେଲା ଏତେ ସବୁ ଦେଖି ଦେଖି ବହୁତ ବାର ଦୁଃଖ ଓ ଯନ୍ତ୍ରଣାରେ ତା ମନ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି ,କିନ୍ତୁ କେତେବେଳେ ତା ମା ଅଥବା ତା ବାପାଙ୍କ ହସ ହସ ମୁହଁ କୁ ଦେଖି ରହି ଯାଇଛି | ଆଉ ତାର ନିଜର ଜୀବନ ଶୈଳୀ ଅତି ସାଧାରଣ ଓ ସେ ତାକୁ ପରିବର୍ତ୍ତନ କରିବା ବହୁତ କଷ୍ଟ ,ତେଣୁ କିଏ ବା ତାପରି ଜଣକୁ ବାହା ହେବ ? ଆଉ ସୁରେନ୍ଦ୍ର ଡରୁଥିଲେ ,ଯଦି ବି କେହି ବାହା ହେବ ,ତେବେ ସେ ତାକୁ କେମିତି ଖୁସି କରି ପାରିବ ?ତା ସହିତ ତାଳ ଦେଇ କେମିତି ଏହି ମିଛ ,ମାୟା ସଂସାର ର ଅସତ୍ୟକୁ ଆଦରି ପାରିବ ? କାରଣ ସୁରେନ୍ଦ୍ର ଦେଖୁଚି ,ଆଧୁନିକତାର ମୁଖା ପିନ୍ଧି ସମସ୍ତେ ଏହି ମାୟା ସଂସାରରେ ନିଜର ସଂସ୍କାର ,ଭଲ ପାଇବା ,ଆଚାର ବ୍ୟବହାର ,ସବୁକିଛି ଭୁଲି ଯାଇଛନ୍ତି | ଖାଲି ଏବେ ଏଠାରେ ଭଲ ପାଇବା ,ଆଦର ଓ ସମ୍ମାନର ବାହାନା ଦେଖାଇ ନିଜ ସ୍ୱାର୍ଥ ପୁରାଣ ପାଇଁ ଧାଇଁବାରେ ଲାଗିଛି | ତେଣୁ ସହଜରେ ସୁରେନ୍ଦ୍ର ଏସବୁକୁ ଆଦରି ପାରିବ ନାହିଁ |

ଏମିତି ବହୁତ ଦିନ ତା ମା ଙ୍କ ଜୋର ଆଉ ଶେଷରେ ବାପାଙ୍କ କଡା ଆଦେଶ କୁ ମାନି ସୁରେନ୍ଦ୍ର ବାହା ହେବାକୁ ରାଜି ହେଲା |ସେତେବେଳକୁ ତାକୁ ବୟସ ୪୦ ବର୍ଷ | ବହୁତ ଆଡେ ମୁଣ୍ଡ ଖେଳିଲେ ନରେନ୍ଦ୍ର ବାବୁ ସୁରେନ୍ଦ୍ର ପାଇଁ ଗୋଟିଏ ଭଲ ଝିଅ କୁ ବୋହୁ କରିବାକୁ | ଦିନେ ତାଙ୍କ ବନ୍ଧୁ ସୁନୀଲ ବାବୁ ତାଙ୍କ ପାଖକୁ ଆସି ଥାଆନ୍ତି,ତାଙ୍କୁ ବି ନରେନ୍ଦ୍ର ବାକୁ କହିଲେ | ସେ ସୁନୀଲ ବାବୁଙ୍କୁ କହିଲେ ତାଙ୍କ ପୁଅ ସୁରେନ୍ଦ୍ର ବହୁତ ସିଧା ସାଧା ,ସରଳ,ପରୋପକାରୀ ଓ ଦୟାଳୁ ସ୍ୱଭାବର | ସେ ଆମ ସଂସ୍କାରକୁ ବହୁତ ସମ୍ମାନ ଦିଏ ,ଏହି ମିଛ ଆଧୁନିକତାର ମାୟା ସଂସାର ତାକୁ ଏବେ ବି ଛୁଇଁ ପାରିନି | '' ସୁନୀଲ ବାବୁ ସବୁ ଶୁଣି କହିଲେ ,'' ମୁଁ କଣ ସୁରେନ୍ଦ୍ର କୁ ଜାଣିନି ? ସେ ଗୋଟିଏ ହୀରା | ଦେଖୁନ ମୋ ଝିଅ ସରିତା ବି ଏବେ ଯାଏ ବାହା ହେଉନି | ତାକୁ ଏହି ସ୍ୱାର୍ଥପରତା ଆଉ ବଡ ବଡାଣିଆ ଢଙ୍ଗ ପସନ୍ଦ ହେଉ ନାହିଁ ,ତେଣୁ କୋଉ ବି ବର ତା ପାଇଁ ପାଉନି | ଯଦି କହିବ ଥରେ ସରିତା କୁ ମୁଁ ସୁରେନ୍ଦ୍ର ବିଷୟରେ ପଚାରିବି ,ଯଦି ଭଗବାନ ଙ୍କ ଆଶୀର୍ବାଦ ହେବ ତେବେ ଦୁଇ ଜଣଙ୍କର ବାହାଘର ହୋଇ ଯିବ |'' ଏଥିରେ ସୁଜାତା ଦେବୀ ଓ ନରେନ୍ଦ୍ର ବାବୁ ତୁରନ୍ତ ହଁ ଭରିଦେଲେ | ଶେଷରେ ସରିତା ଓ ସୁରେନ୍ଦ୍ର ଙ୍କର ବାହାଘର ହୋଇଗଲା | ବିହାଘର ଦିନ ସରିତା ଯେତେବେଳେ ମହେନ୍ଦ୍ର ,ଅନିତା ,ଖିରେନ୍ଦ୍ର ,ଅଳକା ଓ ତାଙ୍କ ପିଲା ମାନଙ୍କର ସୁରେନ୍ଦ୍ର ପ୍ରତି ଆକ୍ଷେପ ଓ ବିଦ୍ରୁପ ଭରା କଥା ଶୁଣିଲା,ତାର ହୃଦୟ କୁ ବହୁତ ଦୁଃଖ ଦେଲା ,କାରଣ ସୁରେନ୍ଦ୍ର ଖାଲି ତାର ଏବେ ସ୍ୱାମୀ ନୁହନ୍ତି ,ତା ଆଗରୁ ସେ ସରିତାର ବହୁତ ଭଲ ବନ୍ଧୁ ଓ ଜଣେ ସଂସ୍କାରବାଦୀ ଉଦରବାଦୀ ମଣିଷ | ସେ ବହୁତ ରାଗି ଯାଇଥିଲା ଓ କିଛି ନିର୍ଣ୍ଣୟ ବି ନେଲା | ସମସ୍ତେ ଗଲା ପରେ ସେ ତା ମନର ଦୁଃଖ ସୁଜାତାଙ୍କୁ କହିଲା | ସୁଜାତା ତାକୁ କହିଥିଲେ ,''ଏବେ ତୁ ମୋ ସୁରେନ୍ଦ୍ର କୁ ବୁଝା ଓ ଟିକେ ପରିବର୍ତ୍ତନ ହେବାକୁ କହ |'' ଶାଶୁ ସୁଜାତାଙ୍କ ପାଖରୁ ଏସବୁ ଶୁଣି ସରିତା ତା ନିର୍ଣ୍ଣୟ କୁ ଆହୁରି ମଜଭୁତ କରିଦେଲା | ଧୀରେ ଧୀରେ ସେ ସୁରେନ୍ଦ୍ର ର ବେଶ ଭୁଷା ରେ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରି ବହୁ କଷ୍ଟରେ ସଫଳ ହେଲା | ସେ ସୁରେନ୍ଦ୍ରର ବାକି ଚାଲିଚଳଣ କୁ ବି ଧୀରେ ଧୀରେ ବଦଳାଇବାକୁ ଲାଗିଲା | ସୁରେନ୍ଦ୍ର କୁ ଏସବୁ ବହୁତ ଅସହ୍ୟ ହେବାକୁ ଲାଗିଲା | ସେ ନିଜକୁ ଅଣନିଶ୍ୱାସୀ ମାନେ କରିବାକୁ ଲାଗିଲା ,କିନ୍ତୁ କହିବି କାହାକୁ ?ଏହି ମାୟା ସଂସାରର ମିଥ୍ୟା ଆଭିଜାତ୍ୟ ର ଫାସରେ ସମସ୍ତେ ପଡି ଯାଇଛନ୍ତି |

ଆଜି ତା ବାହାଘର ଦୁଇ ବର୍ଷ ପରେ ତାର ପୁଅ ଅଜୟ ର ପ୍ରଥମ ଜନ୍ମଦିନ | ସମସ୍ତେ ଆସିବେ,ତାର ଭାଇ ଭାଉଜ ଓ ତାଙ୍କ ପିଲାମାନେ ବି ଆସିବେ | ନରେନ୍ଦ୍ର ବାବୁ ଓ ସୁଜାତା ଦେବୀ ବି ବହୁତ ଖୁସି | ଏଣେ ଏହି ଜନ୍ମଦିନ ପାଇଁ ସରିତା ବହୁତ ବଡ଼ କାର୍ଯ୍ୟକ୍ରମ ର ଆୟୋଜନ କରିଛି | ନାଚ ,ଗୀତ ହେବ ଓ ସେଥିପାଇଁ ପ୍ରସିଦ୍ଧ କଳାକାରମାନେ ଆସିବେ | ଶାଶୁ ସୁଜାତାଙ୍କ ଅନୁମତିରେ ସେ ସବୁକିଛି କରିଛି | ସେ ସୁରେନ୍ଦ୍ର ପାଇଁ ଦେଶର ଶ୍ରେଷ୍ଠ ପୋଷାକ ତିଆରି କରୁଥିବା ସଂସ୍ଥା ଠାରୁ ପୋଷାକ ତିଆରି କରାଇଛି ଓ ତା ସହିତ ନିଜ ପାଇଁ ଏବଂ ଶାଶୁ ଶ୍ଵଶୁରଙ୍କ ପାଇଁ ମଧ୍ୟ | ଏତେ ସବୁ ଆଧୁନିକତା ଓ ଆଡମ୍ବର ଦେଖି ସୁରେନ୍ଦ୍ର ବହୁତ ବିଚଳିତ ହୋଇ ଉଠିଛନ୍ତି | ସେ ନିଜ କକ୍ଷରେ ଏକ ବସି ମନ ଦୁଃଖରେ ଭାବୁଛନ୍ତି ,ସେତିକିବେଳେ ସରିତା ଆସି କହିଲା ,'' ମୁଁ ଜାଣିଚି ତୁମେ କଣ ଭାବୁଛ ? ତୁମେ ନିଶ୍ଚୟ ମୋତେ ଏଥିପାଇଁ ଦୋଷୀ ଭାବୁଥିବ ଓ କ୍ଷମା କରିବ ନାହିଁ | କିନ୍ତୁ ମୁଁ ବି ତା ତୁମର ପତ୍ନୀ ,ମୋତେ କୁହ ତୁମର ଅସମ୍ମାନ,ତୁମର ଅପମାନ ମୁଁ କେମିତି ସହିବି ? ମୁ ତୁମକୁ ବହୁତ ଭଲ ପାଏ ଓ ସମ୍ମାନ କରେ ଆଉ ବଂଚିଥିବା ଯାଏ କରୁଥିବି |ମୁଁ ଆଜି ଏସବୁ କରିବାର କାରଣ କିଛି ଲୋକଙ୍କର ଏହି ମାୟା ସଂସାର ମଧ୍ୟରେ ମୁଁ ଗର୍ବ ,ଅହଙ୍କାର,ସ୍ୱାର୍ଥ ସବୁକୁ ଆଜି କିଛି କିଛି ନଷ୍ଟ କରିବାକୁ ଚାହେଁ | ତୁମେ ମୋତେ ଆଜି ପାଇଁ ଏଥିରେ ସାହାଯ୍ୟ କର | ତୁମର ସୁନ୍ଦର ନିର୍ମଳ ନିର୍ମାୟା ମନର ଆତ୍ମହତ୍ୟା ଆଜି ହେବାକୁ ଦିଅ ଓ ଏହି ସବୁ କୁ ଆପଣାଇ ନିଅ |'' ସୁରେନ୍ଦ୍ର ସରିତାକୁ ଚାହିଁଲେ ,ଦେଖିଲେ ତା ଆଖିରେ ଲୁହ ଓ ସେ ହାତ ଯୋଡି ଠିଆ ହୋଇଛି ତାଙ୍କ ଆଗରେ |


ସୁରେନ୍ଦ୍ର ସରିତ ଆଖିରୁ ଲୁହ ପୋଛି ଦେଇ ହସି ହସି କହିଲେ ,'' ମୁଁ ସବୁ ବୁଝି ପାରୁଛି ସରିତା | ମୋ ମନ ବହୁତ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୋଇଛି ,କିନ୍ତୁ ଆଜି କିଛି ଶିକ୍ଷା ଏହି ମାୟା ସଂସାରର ଲୋକଙ୍କୁ ଦେବା ପାଇଁ ମୋ ମନର ଆତ୍ମହତ୍ୟା ବହୁତ ଜରୁରୀ | ଚାଲ ,ତୁମେ ଅନ୍ୟ କମ କର ,ମୁଁ ତୁମ ସହିତ ଅଛି |'' ଏତକ ଶୁଣି ସରିତା ହସିଦେଇ ସେଠାରୁ ଚାଲିଗଲା ଓ ସୁରେନ୍ଦ୍ର ନିଜକୁ ପ୍ରାଟାଉଟ କରିବାକୁ ଲାଗିଲେ |


Rate this content
Log in

Similar oriya story from Tragedy