ମଣ୍ଡା ପିଠା
ମଣ୍ଡା ପିଠା
ମାର୍ଗଶିରର ପାହାନ୍ତି ପ୍ରହର । ଗାଁର ଝିଅବୋହୁ ଉଠି ହୁଳହୁଳିଦେଇ ଡକାଡକି ହେଇ ବନ୍ଧପୋଖରିକୁ
ବାହାରିଯାନ୍ତି ଗାଧୋଇବାପାଇଁ । ସୂର୍ୟ୍ୟ ଉଇଁବାକୁ ମୁଣ୍ଡ ଟୁଙ୍ଗାରୁଥାଏ । ନିଦ ବାଉଳାହେଇ ଶୀତ କାକରକୁ ଡରି
ଟିକିଏ ବିଳମ୍ବ କରୁଥାଏ ତାର ଆଗମନ । ହେଲେ ପ୍ରାଚୀରାଣୀ ଶୀତର ପୀଡନକୁ ବେଖାତିରକରି କାକର ପଖଳାହେଇ ସିନ୍ଦୁରମାଖି ସଜହେଉଥାଏ ତାର ଦେବତାଙ୍କ ବନ୍ଦାପନା ପାଇଁ । ଖାଲିପାଦରେ ମାଆମାନେ ଚାଲିଥାନ୍ତି ନିତ୍ୟକର୍ମ ଶୌଚଓ ସ୍ନାନ ସାରିବାକୁ ।
ସେତେବେଳେ ଗାଁର ମାଇକିନିଆଁ ମାନେ
ଚପଲ ପିନ୍ଧିବାକୁ ଶିଖିବି ନଥିଲେ । ସାମର୍ଥ୍ୟ ବି ନଥିଲା । ପିଲାଙ୍କପାଇଁ ଚପଲ ହଳେ କରିବା ତ ମୁସ୍କିଲ
ନିଜପାଇଁ ଆସିବ କୁଆଡୁ । ମୁଁ 'ତ ଚପଲ ପିନ୍ଧିଛି ମାଟ୍ରିକ ପରୀକ୍ଷାବେଳେ । ଆଗରୁ ବିନା ଚପଲରେ ସ୍କୁଲ ଯାଉଥିଲି । ସବୁ ସାଙ୍ଗମାନଙ୍କର ମାଆମାନେ ସ୍ନାନସାରି ଆସି ପୂଜା ଆରମ୍ଭକରି ହୁଳହୁଳି ଦେଲାବେଳେ ମାଆ ଉଠନ୍ତି ଓ ଗାଧୋଇଯାଆନ୍ତି । ଆଗଦିନ ଡେରି ରାତିଯାଏ ଚେଇଁ ଘର ଝାଡୁ ଲିପାପୋଛା ଓ ଝୋଟି ତିଆରି ସାରିଥାନ୍ତି । ମୁଁ ଭାବେ ମାଆ କାହିଁକି ଏତେ ଡେରିକରେ ସେତେବେଳେ ବୁଝିବାକୁ ଏତେ ଦିମାଗ୍ ନଥିଲା କି ମୋ ମାଁ ଅନ୍ୟ ମାନଙ୍କଠୁ ବୟସ୍କ । ମଆଙ୍କର ପ୍ରଥମେ ଗୋଟିଏ ଜାଗାରେ ବାହାଘର ହେଇଥିଲା ଚାରି ପାଞ୍ଚବର୍ଷ ଖଟିଲା ପରେବି ପିଲା ନ ହେବାରୁ ତା ଉପରେ ନିର୍ଯ୍ୟାତନା ଆରମ୍ଭ ହେଇଗଲା । ସ୍ବାମୀବି ବହୁତ ମାରୁଥିଲେ । ତାର ଏ ଅବସ୍ଥାଦେଖି ତାବାପାମାଆ ଛାଡପତ୍ର କରି ନେଇଆସିଲେ ଘରକୁ ।
ବର୍ଷେ ଦୁଇବର୍ଷ ପରେ ମୋ ବାପା ବାହାହେଲେ । ତାପରେ ବି ଆଠବର୍ଷ ପିଲାନହେବାରୁ କତେପୂଜା ପାଠ ଓ ଏକ ଛୋଟ ଅପରେସନ୍ ଟେ କଲେ । ତାପରେ ଯାଇ ମୋ ନାନୀ ଜନ୍ମହେଲା । ଆମେ ଆଉ ଦୁଇଭଉଣୀ ବି ନାନୀ ପରେ ଆସିଲୁ ହେଲେ ପୁତ୍ର ପାଇବାର ଆଶା ତଥାପି ଅପୂର୍ଣ ରହିଲା । ସେଥିପାଇଁ ମାଁ ବୟସ୍କ ହେଇଯାଇଥିଲେ ଓ ଥଣ୍ଡାରେ ଉଠି ଚଞ୍ଚଳ କାମ କରିପାରୁନଥିଲେ । ପ୍ରଥମ ଗୁରୁବାର ଓ ଶେଷ ଗୁରୁବାର ମାଆ ମଣ୍ଡାପିଠାା ବନାନ୍ତି । ବାକି ଗୁରୁବାର କେବଳ ଫଳମୂଳ ଓ ଖିରିରେ ଚଳାଇଦିଅନ୍ତ । ସମୟ ନଥାଏ
ତାଙ୍କ ପାଖେ । ପୂଜାସାରି ସେ କ୍ଷେତକୁ ଯାଇନ୍ତି ।
କେବେ ଧାନକଟା ଥାଏତ କେବେ ବଗିଚା ମାନଙ୍କରେ କାମଥାଏ । ତିନିଟା ବଡ ବଗିଚାରେ ଲଙ୍କା ଆଳୁ ଶୋରିଷ ଟମାଟୋ ମୂଳା ଭାଜି ଧନିଆଁ ଏମିତି ଅନେକ ଚାଷ ହେଉଥିଲା । ସେସବୁ ଦେଖାଦେଖି ପାଇଁ ବାପା ମାଆ ଖଟୁଥିଲେ । ମୋର ବହାଘର ପରେ ପ୍ରତିଗୁରବାର ମଣ୍ଡା ବନାଇ ମୁଁ ପିଲାବେଳର ଅବଶୋଷ କୁ ପୁରା କରେ ।
ପ୍ରଥମେ ଶାଶୁ ଥଲେ । ପିଲାମାନେ ଛୋଟଛୋଟ ଥିଲେ, ସେତେବେଳେ ବହୁତ ମଣ୍ଡା କରିଵାକୁ ପଡୁଥିଲା । ସମସ୍ତେ ଖାଉଥିଲେ ଖୁସି ଲାଗୁଥିଲା । ହେଲେ ଏବେ ଦଶଟା ମଣ୍ଡା ତିଆରିଲେ ଖାଇବାକୁ ଲୋକନାଇଁ ।
ଆମେ ଦିଜଣ କଲେଷ୍ଟ୍ରଲ ଡାଏବେଟିସ ପ୍ରଭୃତିର ଆକ୍ରୋସରେ । ପିଠା ଆଉ ଖାଇହେଉଛି କୁଆଡେ । ହେଲେ ପିଠା କଲେ ମାଆର କଥା କାଇଁ ଭାରି ମନେପଡେ । ମୋ ପାଖରେ ଥିବାବେଳେ ତାକୁ ଯୋରକରି ମଣ୍ଡା ଖୁଆଉଥିଲି । ତାରବି ପିୟ ଥିଲା ପିଠା । ହେଲେ ପରେପରେ ପିଠା ଖାଇବାକୁ ବି ଡରୁଥିଲା କାଳେ ଝାଡାହେବ ବୋଲି । କାଲି ତାର ବା୍ଷିକ ଶ୍ରାଦ୍ଧ । ଗତବର୍ଷ ଡିସେମ୍ବର ୨୩ରେ ତାର ମୃତ୍ୟୁ ହେଇଥିଲା ତିଥି ଅନୁସାରେ କାଲି ପଡୁଛି ।
ଆଜି ମଣ୍ଡାପିଠା କରିବାପରେ ତା କଥା ବହୁତ ମନେ ପଡୁଛି । ଆସନ୍ତା କି ମୋ ହାତରୁ ପିଠାଟେ ନିଅନ୍ତା । ହେଲେ ଜାଣିଛି ସେ ଆଉ ଆସିବନି । କେଉଁଠି ନୂଆଜନ୍ମ ନେଇ ଆଉ କାହାର ହେଇ ସାରିଥିବ ହେଲେ ମୋ ସ୍ମୃତିରେ ଏମିତି ରହିଥିବମରିବା ପର୍ଯ୍ୟନ୍ତ ।
