ମିରାକଲ
ମିରାକଲ
ସେଦିନ ଅନ୍ଧାର ଭିତରେ ବି ରାସ୍ତାରେ ଗୋଟେ ଚମକ ଥିଲା. ସେ ଚମକର ଝଲକରେ ବିଶ୍ୱ ଆଗକୁ ବଢିବା ପୂର୍ବରୁ ତାଙ୍କ ବାଇକ ଅଟକିଗଲା. ପଛରେ ବସିଥିବା ସ୍ତ୍ରୀ ଆଭା ବି ଚମକି ଉଠିଲେ. ରାସ୍ତାର ଅନ୍ଧାର ଚିରି ମୃତା ବାୟାଣୀମାଆ କୋଳରୁ ଜୀବିତ କନ୍ୟାକୁ ଉଠେଇ ଆଣିଲେ କୋଳକୁ. ବାୟାଣୀର ଶବ ସତ୍କାର ଓ ଶୁଦ୍ଧି ଘର ମଧ୍ୟ କରାଇଲେ.ଝିଅର ନାଁ ଦେଲେ ଶ୍ରଦ୍ଧା . ଦିନକୁ ଦିନ ଉଦିଆ ଶରଗଶଶୀ ପରି ବଢୁଥିଲା ଶ୍ରଦ୍ଧା . ଆଜି ପହିଲି ରଜରେ ତିନିବର୍ଷର ଝିଅ ଶ୍ରଦ୍ଧାକୁ ଚନ୍ଦନ ପାଟି କରୁ କରୁ ଚମକି ପଡିଲେ ଆଭା. ଝିଅର ନାକ ଆଖି, ଓଠ, ଭ୍ରୂଲତା ସବୁ ବିଶ୍ବଙ୍କ ପରି ଥିଲା. ମନରେ ଉଠିଥିବା ଚମକ ଛାତିରେ ଛନକା ହୋଇ ମନେ ପକାଇ ଦେଉଥିଲା ସେସବୁ ଦିନର କଥା. ଶାଶୁଙ୍କ ଏକାଜିଦ ପୁଅ ହେଉ ଅବା ଝିଅ ତାଙ୍କର ଏ ସଂସାରକୁ ସନ୍ତାନଟିଏ ଆସିବା ଦରକାର. ଚାହିଁ ଚାହିଁ ଦଶ ବର୍ଷ ଅତିକ୍ରମ କଲାଣି ଏ ଭିତରେ ବିଶ୍ୱ ଓ ଆଭାଙ୍କ ବାହାଘରକୁ . ତେଣୁ ଶାଶୁମାଆଙ୍କ ଆଦେଶରେ ସେଦିନ ଅନେକ ଝିଅଙ୍କର ଫଟୋ ଭିତରୁ କାହାକୁ ପସନ୍ଦ କରିବାକୁ ଏକା ଜିଦ କରୁଥିଲେ ଆଭା ତ ସ୍ୱାମୀ ବିଶ୍ୱ କହିଥିଲେ ମୋର ତ ତମେ ହିଁ ସବୁଠାରୁ ବଡ଼ ସନ୍ତାନ ଆଉ ତମେ ବି ଜାଣ ସନ୍ତାନ ନହେବା କାରଣ ହିଁ ମୋ ଆଡ଼େ ତେବେ ସବୁ ଜାଣିଶୁଣି ମାଆ କଥାରେ ମତେ ବାଧ୍ୟ କରୁଛ ଯେ କଣ ତୁମେ ଏଘରକୁ ସଉତୁଣୀ ଆଣି ବେଶି ଖୁସି ହେବ ନା କଣ!ସେହିଦିନ ହିଁ ସ୍ୱାମୀ ସ୍ତ୍ରୀ ଯାଇଥିଲେ ରଜ ଡାକରାରେ ଶଶୁର ଘରକୁ . ଖିଆପିଆ ଓ ମଉଜ ମସ୍ତି ଭିତରେ ସେଦିନ ଅନ୍ଧାରରେ ଫେରୁଥିବା ବେଳେ ଗାଁ ପାଖାପାଖି ରାସ୍ତା ପାର୍ଶ୍ୱରୁ କୁଆଁ କୁଆଁ କାନ୍ଦର ଚମକ ଓ ଝିଅକୁ ମୃତ ପାଗେଳୀମାଆ କୋଳରୁ ଉଠେଇ ଆଣିବା, ଏସବୁ ଯେତିତି ଚମତ୍କାର ଲାଗିଲା ସେତିକି ଐଶ୍ୱର୍ଗିକ ମଧ୍ୟ ଲାଗିଥିଲା. ସେହି କନ୍ୟା ଆଜି ତାଙ୍କ ପରିପୂର୍ଣ୍ଣ ସଂସାରର ଏକମାତ୍ର ସମ୍ବଳ ହୋଇଥିଲା ବେଳେ ରଜ ସଂକ୍ରାନ୍ତି ଦିନ ତା ମୁଣ୍ଡରୁ ଲିଭି ଲିଭି ଆସୁଥିବା ଚନ୍ଦନକୁ ଆଉଥରେ ଚମକ ଦେବାକୁ ଯାଇ ଝିଅର ଆଖି, ଭ୍ରୂଲତା, ନାକ, ଓଠ ତଥା ପାଟି ଦେଖି ଏମିତି ଚମକ ଖେଳୁ ଖେଳୁ ଶୋଭା ଅଚେତ ହେଲେ, ମୁଣ୍ଡ କଣ ହୋଇ ବାନ୍ତି କରିପକେଇଲେ କିନ୍ତୁ ଡାକ୍ତର ଯେବେ କହିଲେ ଶୋଭା ଗର୍ଭବତୀ ବୋଲି ସ୍ୱାମୀ ବିଶ୍ୱ ଚମକି ପଡିଲେ. ଶାଶୁ ସିନା ଖୁସିରେ କହୁଥିଲେ ସବୁ ମୋ ଶ୍ରଦ୍ଧା ପାଇଁ. ଶିଶୁ କନ୍ୟା ମାଆ ଦୁର୍ଗାଙ୍କର ପ୍ରତୀକ. ତା ପ୍ରତି ଆଦର,ଯତ୍ନ, ସ୍ନେହର ପରିମାଣ ହିଁ ଏହି ସୁଖଦ ଖବର କହି ଶାଶୁ ଠାକୁର ଘରେ ପଶୁଥିଲା ବେଳେ ଶ୍ରଦ୍ଧା ପ୍ରତି ଅଶ୍ରଦ୍ଧା ସେତିକି ବଢୁଥିଲା ଶୋଭାଙ୍କର କିନ୍ତୁ ବିଶ୍ୱଙ୍କ ଆଖିରେ ଚମକ. ଏହା କେମିତି ସମ୍ଭବ ଯେ ସେ ବାପା ହେବେ!
ପୁଅ ଦୁନିଆଁକୁ ଆସିବା ପରେ ପୁଅ କଢେଇ ଝିଅ କହି ଶ୍ରଦ୍ଧାକୁ ଶାଶୁମାଆ ଯେତିକି ସ୍ନେହ ଶ୍ରଦ୍ଧା କରୁଥିଲେ ମାଆ ଶୋଭା କିନ୍ତୁ ସେତିକି ହତାଦାର ଓ ଅନାଦାର କରୁଥିଲେ ଛୋଟ ଝିଅ ଶୋଭାକୁ. ତେଣେ ସ୍ୱାମୀଙ୍କୁ ପୁଅର ଚେହେରାରେ କେଵେ ଘରକୁ ଆଜି ପର୍ଯ୍ୟନ୍ତ ଯିବା ଆସିବା ଲାଗିରହିଥିବା କ୍ଷୀର ଵାଲା, ପେପରଵାଲା, ଇଲେକ୍ଟ୍ରିସିଆନ, ପଡୋଶୀ ପୁରୁଷମାନଙ୍କର ଚେହେରାର ଚମକ ଦେଖାଯିବା ଦ୍ୱାରା ଶୋଭା ସନ୍ଦେହ ପରିସର ଭିତରକୁ ଆସିସାରିଥିଲେ ସ୍ୱାମୀ ବିଶ୍ୱଙ୍କ ଆଖି ଚମକରେ ତ ଦୁହିଁଙ୍କ ଦାମ୍ପତ୍ୟ ଜୀଵନ ଭଲ ନଥିଲା. ଶୋଭା ଏଣିକି ସ୍ୱାମୀଙ୍କର ଉଦାସୀନତାକୁ ରୋଗ ଭାବି ଡାକ୍ତରଙ୍କ ପାଖକୁ ନେଇଥିଲେ ତାଙ୍କୁ . ମନସ୍ତତ୍ଵବିତ ଡାକ୍ତର ସମ୍ପୂର୍ଣ୍ଣ କେଶ ହିଷ୍ଟ୍ରି ଜାଣିସାରିବା ପରେ ବୁଝିପାରିଥିଲେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ସନ୍ଦେହର ଚମକକୁ. ତ ପ୍ରସ୍ତାବ ଦେଇଥିଲେ ଡି. ଏନ ପରୀକ୍ଷା କରିବା ପାଇଁ ଓ ରିପୋର୍ଟ ଆସିବା ପରେ ଜାଣିଥିଲେ ସନ୍ଦେହ ସମ୍ପୂର୍ଣ୍ଣ ଅମୂଳକ କାରଣ ଶିଶୁକନ୍ୟା ଶ୍ରଦ୍ଧା ପାଖରେ ବାପା ମାଆଙ୍କ ଡି. ଏନ ମିଶୁନଥିବା ବେଳେ ପୁଅର ଡି. ଏନ ମିଶିଯାଉଥିଲା ତ ବିଶ୍ୱ ଚମକି ପଡ଼ିଥିଲେ କିନ୍ତୁ ଡାକ୍ତର କହିଥିଲେ ଏହା ଐଶ୍ଵର୍ଗିକ ମିରାକିଲ ଭାବିପାରନ୍ତି. ଶିଶୁକନ୍ୟା ଦେବୀମାଆଙ୍କର ଅମୃତ ସନ୍ତାନ ହୋଇଥିବାରୁ ତିନିବର୍ଷ ତଳେ ଏଇ ରଜରେ ତାକୁ ତା ବା୍ୟାଣୀମାଆ କୋଳରୁ ଉଠେଇ ପୁନ୍ନଜନ୍ମ ଦେଇଥିବାରୁ ଆପଣଙ୍କ ପାଖରେ ଏହି ଐଶ୍ବର୍ଗୀକ ଚମକ ବା ଇଶ୍ୱରୀୟ ମିରାକିଲ ଆସିଛି. ଶୋଭା ନିଷ୍କଳଙ୍କ ହୋଇଥିବାରୁ ସେ ଝିଅକୁ ଯେମିତି ସନ୍ଦେହ କରିଛନ୍ତି ସେମିତି ଆପଣ ପୁଅକୁ ସନ୍ଦେହ ଦୃଷ୍ଟିରେ ଦେଖିଆସୁଛନ୍ତି . ଏବେ ଆପଣଙ୍କ ଖୁସି ସଂସାର ଆଗକୁ ବଢିବାର ଚମକ ନେଇ ଘରକୁ ଯାଆନ୍ତୁ କହୁଥିଲେ ଡାକ୍ତର ଓ ଘରେ ପହଁଞ୍ଚି ମାଆ ଝିଅ ଶ୍ରଦ୍ଧା ଓ ବାପା ନିଜ ପୁଅ ଅଭିକୁ କୁଣ୍ଢାଇ ପକାଇଥିଲେ ଖୁସିରେ.ପରେ ଜଣା ପଡିଥିଲା ବିବାହ ପୂର୍ବରୁ ସେହି ଛୋଟ ଆକ୍ସିଡେଣ୍ଟ ରିପୋର୍ଟ ଭୁଲ ଥିଲା.
