Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Dr Rashmita Panigrahi

Tragedy

2  

Dr Rashmita Panigrahi

Tragedy

ମିଡ୍ ନାଇଟ ପାର୍ଟି

ମିଡ୍ ନାଇଟ ପାର୍ଟି

4 mins
193


ମିଡ଼ନାଇଟ ପାର୍ଟି

         ଦର୍ପଣ ସମ୍ମୁଖରେ ସତ୍ୟଭାମା ନିଜକୁ ସଜାଇବା ରେ ଲାଗିଥାନ୍ତି l ମୁହଁ ଟା ତାଙ୍କର ଶୁଖିଯାଇଛି l ଯେତେ ବୁଝାଇଲେ ବି ମନ ମାନୁନି l କି ଲାଭ ଏ ବାହାରର ସାଜସଜାରୁ l ମନ ଟା ତ ସେହିଦିନ ମରି ଯାଇଛି ଯେଉଁ ଦିନ ସେ ବୁଝି ପାରିଥିଲେ ତୁଷାର ତାଙ୍କର ଏ ଶରୀରଟାକୁ ଭଲ ପାଆନ୍ତି ତାଙ୍କୁ ନୁହଁ l ଆଜି ତାଙ୍କ ବିବାହ ର ପ୍ରଥମ ବାର୍ଷିକୀ l ତୁଷାର ମେସେଜ କରିଛନ୍ତି ରେଡି ହେଇ ରହିବା ପାଇଁ, ସନ୍ଧ୍ୟା 7ଟା ରେ ଅଫିସ ରୁ ଫେରିଲେ ହୋଟେଲ ରୟାଲ ରେ ସେମାନଙ୍କ ବିବାହ ବାର୍ଷିକୀ ନିମିତ୍ତ ପାର୍ଟି ର ଆୟୋଜନ କରିଛନ୍ତି l ତାଙ୍କର ବେଷ୍ଟ ଫ୍ରେଣ୍ଡ ଆକାଶ ପଟେଲ ଓ ଅନ୍ୟ ସାଙ୍ଗ ମାନେ ଆସିବେ l ତାଙ୍କ ଇଚ୍ଛା କିମ୍ବା ଅନିଚ୍ଛା ର କିଛି ମାନେ ନାହିଁ l  

      ଦୁଇ ଭାଇ ରେ ଗୋଟିଏ ଭଉଣୀ ସତ୍ୟଭାମା, ଭାରି ଗେଲ୍ହା ରେ ବଢ଼ି ଆସି ଛନ୍ତି l ବାପା ତାଙ୍କର ଘରକୁ ଜ୍ୟୋତିଷ ଡକାଇ ସମସ୍ତଙ୍କର ଜାତକ ତିଆରି କରିଥିଲେ l ବଡ଼ ଭାଇ ଶୁଭେନ୍ଦୁ ଓ ସାନ ଭାଇ କମଳେନ୍ଦୁ ଉଭୟ ଙ୍କ ଜାତକ କହୁଥିଲା ସେମାନେ ସତୁରି /ଅଶୀ ବର୍ଷ ନିଶ୍ଚୟ ବଂଚିବେ l ବହୁତ ବଡ ଚାକିରୀ କରିବେ ଇତ୍ୟାଦି l ହେଲେ ଦୁର୍ଭାଗ୍ୟ ମାତ୍ର ସାତ /ଆଠ ବର୍ଷ ବୟସ ରେ ଦୁଇ ଭାଇ ତାଙ୍କର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଟ୍ରକ ଚାପା ରେ ସବୁଦିନ ପାଇଁ ଆଖି ବୁଜି ଦେଲେ l ସତ୍ୟଭାମା ର ବୟସ ସେତେବେଳକୁ 5ବର୍ଷ l ଭାଇ ର ବିଚ୍ଛେଦ ସେ ବୟସ ରେ ସେ ଯେତିକି ଅନୁଭବ କରି ନ ଥିଲେ, ଆଜି ପ୍ରତି ମୁହୂର୍ତ୍ତ ରେ, ପ୍ରତି ଦିନ ସେ ସେହି ଭାଇ ମାନଙ୍କ ର ଉପସ୍ଥିତିକୁ ମନେ ମନେ ଝୁରି ହେଉଛନ୍ତି ଆଉ କାନ୍ଦି କାନ୍ଦି ଇଶ୍ୱରଙ୍କୁ ଏତିକି କହୁଛନ୍ତି ପ୍ରଭୁ ଏମିତି ଦୁଃଖ ଜୀବନରେ କାହାକୁ ବି ନ ଦିଅନ୍ତୁ l ଶଶିକଳା ପରି ବଢ଼ି ଉଠିଲେ ସତ୍ୟଭାମା l ଯାହା ପୁଅକୁ ସାପ କାମୁଡି ଥାଏ ତା ମା' ପାଳ ଦଉଡି ଦେଖିଲେ ଡରେ l ସତ୍ୟଭାମା ଙ୍କୁ ଆଉ ଦୂରକୁ ଯାଇ ପାଠ ପଢିବାର ସୁଯୋଗ ମିଳିଲା ନାହିଁ l ନନା ଙ୍କ ବାଧ୍ୟବାଧକତା ରେ ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିବାର ସୁଯୋଗ ପାଇଲେ l ସେଥିରେ ବି ସେ ଫାଷ୍ଟ କ୍ଲାସ ପାଇ ପାସ କଲେ l ତା 'ପରେ କଲେଜରେ ନାମ ଲେଖାକୁ ବହୁତ ବିରୋଧ ଆସିଲା l ଶେଷରେ ଘରେ ରହି ଡିଷ୍ଟାନ୍ସ କୋର୍ସରେ ପରୀକ୍ଷା ଦେଇ ଗ୍ରାଜୁଏସନ କଲେ l ୟା ଭିତରେ ଅନେକ ପ୍ରସ୍ତାବ ବିବାହ ଲାଗି ଭିଡ଼ ଜମେଇବା ଆରମ୍ଭ କରିଦେଇ ଥିଲେ l ବାପା ଆଗ ଜାତକ ମିଳାଉ ଥିଲେ l ଦିନେ ଖୁସିରେ ବାପା ମା'ଙ୍କୁ କହୁଥାନ୍ତି ଆମକୁ ଆଉ ଖୋଜିବାକୁ ପଡିବନି l ଏ ଯେଉଁ ଜାତକ ସେଦିନ ଆସିଥିଲା ସେଇଟା ପୁରା ରାଜଯୋଟକ ହେଇଚି, ଆଉ କାଳ ବିଳମ୍ବ ନ କରି ବାହାଘରଟା ସାରିଦେଲେ, ଆମକୁ ପୁଅ ଗୋଟିଏ ମିଳିଯିବ l ବାପାଙ୍କର ଏଇ ପଦକ କଥା ସେଦିନ ସତ୍ୟଭାମାଙ୍କୁ ନିରୁତ୍ତର କରିଦେଲା, ସେ ଆଉ ବିବାହ ପାଇଁ ମନା କରି ପାରିଲେ ନାହିଁ l ଯଥାଶୀଘ୍ର ତୁଷାର ସହ ତାଙ୍କର ବାହାଘର ବଡ ଧୁମଧାମ ରେ ସରିଗଲା l ଯେଉଁ ଦିନ ମା'ପ୍ରଥମ କରି ତୁଷାର ପାଟିରେ ମିଠା ଗୋଟେ ପୂରାଇ ଦେଲେ, ସେଦିନ ସେ ମିଠାକୁ ଦୂରକୁ ଫିଙ୍ଗି ଦେଇ କହିଲେ, ଛି ମିଠା ଖାଇଲେ ସୁଗାର ବଢ଼ିଯିବ, ମମି ଆଉ ମିଠା ଦେବେନି l ସେହିଦିନ ବାପା ବୁଝି ଯାଇ ଥିଲେ କେମିତିକା ପୁଅଟେ ପାଇଛନ୍ତି ସେମାନେ l ତଥାପି ସମୟ କୁ ଅପେକ୍ଷା କଲେ, କାଳେ ନୂଆ ନୂଆ ଏମିତି ବ୍ୟବହାର, ପୁରୁଣା ହେଲେ ଆଦର ବଢ଼ିଯିବ ଆଉ ସେମାନେ ଭୁଲିଯିବେ ନିଜର ପୁତ୍ରଶୋକ l        ବିବାହର ଆଠ ଦିନ ନ ପୁରୁଣୁ ତୁଷାର ସତ୍ୟଭାମା ଙ୍କୁ ସାଙ୍ଗରେ ନେଇ ଦିଲ୍ଲୀ ଚାଲି ଆସିଲେ l ତାଙ୍କର କାଳେ ଛୁଟି ବେଶୀ ଦିନର ନ ଥିଲା l ସତ୍ୟଭାମା କିନ୍ତୁ ମା'ବାପାଙ୍କୁ ଛାଡି ଦିଲ୍ଲୀଆସିବାକୁ ମନା କରି ଦେଇଥିଲେ l ହେଲେ ମା' ତାଙ୍କର ବୁଝାଇ ଶୁଝାଇ କହିଲେ ଏଇଟା ତାଙ୍କର କର୍ତ୍ତବ୍ୟ 'ସ୍ୱାମୀ ଙ୍କ ପାଖରେ ରହିବା l ବାପା ବି ମୁଣ୍ଡ ଟୁଙ୍ଗlରିଲେ l ବାଧ୍ୟ ହେଲେ ସତ୍ୟଭାମା ନିଜ ସୁଟକେଶ ରେଡି କରିବା ପାଇଁ l ସେହିଦିନ ଠୁ ଆଜି ଯାଏ ସେ ଆଉ ଓଡିଶା ମାଟି ଛୁଇଁ ନାହାନ୍ତି l ମl' ବାରମ୍ବାର ଡାକିଲେ ତା ସହ ଭିଡ଼ିଓ କଲିଙ୍ଗ କରି କଥା କରେଇ ଦିଅନ୍ତି, ବାସ ସରିଲା l ଗୋଟିଏ ବର୍ଷରେ ଲାଗୁଚି ସତେ ଅବା ସେ ଦଶ ବର୍ଷର ନର୍କ ଯାତନା ଭୋଗି ସାରିଲେଣି l      ଡୋର ବେଲ ର ଶବ୍ଦରେ ସତ୍ୟଭାମା ଦର୍ପଣ ସମ୍ମୁଖରୁ ଉଠି ଠିଆ ହେଲେ l ତୁଷାର ଆସିବl ମାତ୍ରେ ଉଭୟେ ସଂଗେ ସଂଗେ ବାହାରି ଗଲେ ହୋଟେଲ ରୟାଲ ଅଭିମୁଖେ l ଅବଶ୍ୟ ତୁଷାରର ପୋଷାକ ପରିପାଟୀ ବେଶ ଆକର୍ଷଣୀୟ ଓ ସୁଇଟ ପରଫିଉମ ର ସୁଗନ୍ଧ ତାକୁ ଆହୁରି ଆକର୍ଷଣୀୟ କରି ଦେଉ ଥିଲା l ସତ୍ୟଭlମା ମଧ୍ୟ ବିନା ସାଜସଜାରେ କେଉଁ ଥିରେ କମ ନ ଥିଲେ l   

       ବେଶ ସୁନ୍ଦର ସାଜସଜା, ଆକର୍ଷଣୀୟ ପାର୍ଟି, ଡ୍ୟାନ୍ସ ସବୁ ଉଭର ହେବା ପରେ ସାଙ୍ଗମାନେ ଫେରିଗଲେ, ମାତ୍ର ତୁଷାର କହିଲେ ସେମାନେ ରାତିଟା ହୋଟେଲ ରେ ହିଁ ରହିବେ l ଏଇ ଗୋଟାଏ ବର୍ଷ ଭିତରେ ତୁଷାର ନିଜ ଅହମିକା ଭାବରୁ ହେଉ ଅବା ଅନ୍ୟ କେଉଁ କାରଣରୁ ସତ୍ୟଭାମାର କଥାକୁ କେବେ ବି ଗୁରୁତ୍ୱ ଦେଇ ନାହାନ୍ତି l ଏକଥା ଜାଣି ଥିବାରୁ ସତ୍ୟଭାମା ଚୁପଚାପ ଖାଇବା ଟେବୁଲ ନିକଟରେ ବସିଥାଆନ୍ତି l ଏତିକି ବେଳେ ତୁଷାର ତାଙ୍କ ସାଙ୍ଗ ଆକାଶର ହାଫ ପ୍ୟାଣ୍ଟ ପିନ୍ଧା ୱାଇଫ ସହିତ ଉଠି ଗୁଡ଼ ନାଇଟ କହି ହୋଟେଲର ଗୋଟିଏ ରୁମ ଆଡକୁ ଅଗ୍ରସର ହେଲେ l  ଆକାଶ ସତ୍ୟଭାମାର ହାତକୁ ଧରି ଜବରଦସ୍ତ ତାଙ୍କ ସହ ଅନ୍ୟ ଏକ ରୁମକୁ ଭିଡି ନେଇଗଲେ l ସତ୍ୟଭାମାର ପାଦ ତଳୁ ମାଟି ଖସିଗଲା ପରି ମନେ ହେଲା l ସେମିତି ଗୋଟିଏ ସ୍ମାର୍ଟ ବି ନୁହଁ ସଂଗେ ସଂଗେ ପୋଲିସର ସହାୟତା ନେଇ ପାରିବେ l ଆକାଶ ଖୁବ ଗୋଟାଏ କ୍ଲାସ ନେଉଥାଏ ତାଙ୍କର, ବଡ ଘର ମାନଙ୍କରେ ଏସବୁ ଗୋଟିଏ ଖୁସିର କଥା, ଗୋଟିଏ ବିଶେଷ ଦିନର ସାଧାରଣ କଥା l ଏଥିରେ ବ୍ୟସ୍ତ ହେବାର କିଛି ନାହିଁ l କମ ଅନ୍ l ଏଞ୍ଜୟ ଦି ନାଇଟ ଉଇଥ ମି l ସତ୍ୟଭାମା ରକ୍ଷଣଶୀଳ ପରିବାର ର ଝିଅ l ମା'ବାପାଙ୍କୁ ଖୁସି ରଖିବା ପାଇଁ ତୁଷାର ଭଳି ଗୋଟିଏ ଅମଣିଷ ସହିତ ସେ ଆଡଜଷ୍ଟ କରି ଆସୁଛନ୍ତି, ହେଲେ ଏ ଭଳି ମହାପାପ ସେ କରିପାରିବେ ନାହିଁ l  ଆକାଶ ଏତେ ମାତ୍ରାରେ ମଦ୍ୟପାନ କରି ଥିଲେ ଯେ ସତ୍ୟଭାମାର କୌଣସି ବି ଶବ୍ଦ ତାଙ୍କ କାନରେ ପଡୁ ନ ଥିଲା l ଶେଷରେ ସେ ସତ୍ୟଭାମାଙ୍କ ଉପରେ ବଳ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତେ, ସତ୍ୟଭାମା କିଛି ଉପାୟ ନ ପାଇ ସେଇ ରୁମକୁ ଲାଗି ଥିବା ଵାଲକୋନିରୁ ତଳକୁ ସିଧା ଡେଇଁ ପଡିଲେ l ଆକାଶ ବି ବେହୋସ ଅବସ୍ଥାରେ ସେହି ରୁମ ର ବେଡ଼ ଉପରେ ଟଳି ପଡିଲେ l ରାତି ପହିଲାରୁ ସବୁ ଖବର କାଗଜରେ ବଡ ବଡ ଅକ୍ଷର ରେ ହେଡ଼ ଲାଇନ ଥିଲା ମିଡ଼ନାଇଟ ପାର୍ଟି ରେ "ଅତ୍ୟଧିକ ମଦ୍ୟପାନ ହେତୁ ମହିଳାଙ୍କ ମୃତ୍ୟୁ "l


Rate this content
Log in

More oriya story from Dr Rashmita Panigrahi

Similar oriya story from Tragedy