STORYMIRROR

Trilochan Karjee

Tragedy

3  

Trilochan Karjee

Tragedy

ମିଛେଇ ଦିଦି

ମିଛେଇ ଦିଦି

1 min
1.0K


ସବୁବେଳେ ଦିଦି ମୋତେ କହୁଥାଏ -ଭଲ ପାଠ ପଢ,ଟଙ୍କା କଥା ଜମା ଚିନ୍ତା କରିବୁନି। ବାପା ଚାଲି ଗଲା ଦିନଠାରୁ ସବୁ ପାଠପଢା ଖର୍ଛ ଠାରୁ ଭଲ ମନ୍ଦ ସବୁ ବୁଝିଥିଲେ। ସେ ମୋ ପାଇଁ ବାପା ଭଳି ଲାଗୁଥିଲା।

ଦିଦି ସବୁବେଳେ ମୋତେ ଜଣେ ଓଏସ ଅଫିସର କରିବ ବୋଲି କହୁଥିଲା। ଗ୍ରାଜୁଏଟ୍ ପରେ ମୁଁ ନିଜକୁ ପ୍ରସ୍ତୁତି କରିବା ପାଇଁ ମନସ୍ଥ କଲି। ସେ ଏକ ଛୋଟ ଅଫିସରେ ଚାକିରି କରୁଥିଲା। ସେତେବେଳେକୁ ଦିଦି ବାହା ହୋଇ ସାରିଥିଲା ।ଏବେ ତାହା ପରିବାର ସହିତ ବ୍ୟସ୍ତ ରହୁଛି।

ଆଜି ଦିଦିକୁ ଫୋନ କରି କହିଲି - ଦିଦି, ତୁ କହିଥିବା କଥା ପାଇଁ ମୁଁ ପୂରା ପ୍ରସ୍ତୁତ ଟିକେ ଟଙ୍କା ଦରକାର ଥିଲା।

ଦିଦି ଗମ୍ଭୀର ସ୍ୱରରେ କହିଲା- ମୁଁ ତୋତେ କହିଥିଲି ସିନା ଟଙ୍କା ପଇସା ମୋ ପାଖରେ ଏତେ କାହିଁ ଅଛି ,ତାପରେ ତା ପରିବାର ବିଷୟରେ ଅନେକ ସମୟ ଗପିଲା। ଏବେ ଜାଣିଗଲି ମୋ ସ୍ବପ୍ନ ଦେଖିଥିବା ଦିଦି ମିଛ କହିବା ଶିଖି ଗଲାଣି। ମୋର ଆଶା ପାଣି ଫୋଟକା ଭଳି ମିଳେଇ ଗଲା।

ମୁଁ ଦିଦିର ଅନେକ ମିଛ କଥା ଜାଣିପାରି ଚୁପ୍ ହୋଇ ଯାଇଥିଲି। ଏଥର ସେ ମୋ ପାଇଁ ମିଛେଇ ଦିଦି ପରି ଲାଗୁଥିଲା।

ତ୍ରିଲୋଚନ କାର୍ଯୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy