STORYMIRROR

Akshayakumar Dash

Action Fantasy Others

3  

Akshayakumar Dash

Action Fantasy Others

ମେଳା

ମେଳା

2 mins
164


ପ୍ରେମ୍ ଚାନ୍ଦଙ୍କ କାହାଣୀ ଇଦଗାହ। କିଛି ପିଲା ମେଳା ଦେଖି ବାହାରିଲେ। ପିଲାମାନେ ତାଙ୍କ ବାପା ମାଙ୍କ ପାଖରୁ ଟଙ୍କା ନେଇ ଗଲେ। ଜଣେ ପିଲାର ବାପା ନାହିଁ। ମାଆ ଅତି ଗରିବ। ସେ ପିଲାଟି ତାର ମାଆକୁ ମେଳା ଦେଖି ଯିବ ବୋଲି କହିଲା। ତାର ମା ଅଣ୍ଟିରୁ ଚାରଣି ଟିଏ ବାହାର କରିଦେଲା। ସମସ୍ତେ ମେଳାରେ ପହଞ୍ଚିଲେ। କିଏ ବରା, ରସଗୋଲା ଖାଇଲେ ତ କିଏ ଖେଳନା କିଣିଲେ। ଏହି ପିଲାଟି ମେଳାରେ ବୁଲି ବୁଲି ଶେଷରେ ଗୋଟିଏ ଚିମୂଟା କିଣିଲା, ଚିମୂଟାର ମୂଲ୍ୟ ଚାରଣା ଥିଲା। କାରଣ ଥିଲା, ତାର ମା ରୋଷେଇ କଲାବେଳେ ଗରମ କଡ଼େଇ ହାତରେ ଧରି ଚୁଲିରୁ ତଳକୁ ଆଣେ। ପିଲାଟି ମା ଠାରୁ ଆଣିଥିବା ଚାରିଅଣାକୁ ଉଚିତ୍ କାର୍ଯ୍ୟରେ ଲଗାଇଲା। ଅନ୍ୟ ସାଙ୍ଗ ମାନେ ତାକୁ ପ୍ରଶ୍ନ କଲେ। ସେ ତାର ଚିମୂଟା ଦେଖେଇ ସମସ୍ତଙ୍କୁ ବୁଝେଇ ଦେଲା ଯେ, ତୁମ ପଇସା ଉଚିତ୍ କାମରେ ଲାଗୁନାହିଁ। 


ତା ମା ପୁଅର ହାତରେ ଚିମୂଟା ଦେଖି ପଚାରିବାରୁ କହିଲା କି, ମା ତୁମେ ରୋଷେଇ କଲାବେଳେ ହାତ ପୋଡିଯିବା ଦେଖି ମୁଁ ଏହି ଚିମୂଟା ଟି କିଣିଲି। ଏବେ ତୁମର ହାତ ପୋଡ଼ିବାକୁ ଦେବିନି। ମା, ପୁଅର ଏହି ବିଚାର ଶୁଣି ଆଖିରୁ ଲୁହ ଗଡିଗଲା। ପୁଅକୁ ମନେ ମନେ ପ୍ରଶଂସା କଲେ। ମେଳା ଶବ୍ଦଟିର ଉଦ୍ଦେଶ୍ୟ ଭେଟ, ବା ମିଳନ। ହାଟ ଶବ୍ଦର ଅର୍ଥ ବିନିମୟ ବା କିଣା ବିକା ସ୍ଥାନ। ପରିବା, ଗୋରୁ ହାଟ କହୁ। ପୁସ୍ତକ ହାଟ। ପୁସ୍ତକ ମେଳା କହିବା ଅର୍ଥ, ଯେଉଁଠି ପୁସ୍ତକ, ଲେଖକ, ପ୍ରକାଶକ,ଓ ପୁସ୍ତକ ବିକ୍ରୀ ହେବାର ସୁଯୋଗ ଥାଏ। ପୁସ୍ତକ ମେଳା ହାଟ କୁହାଯିବା କଥା। ପୁସ୍ତକ ମେଳା କୁ ସମସ୍ତେ ଆସିପାରନ୍ତି। କେତେକ ପ୍ରକାଶକଙ୍କୁ କାର୍ଯ୍ୟକାରୀ କମିଟି ଅନୁରୋଧ କରି ଡ଼ାକିଥାଏ। ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କରିବାକୁ ପଡେ। ଅର୍ଥାତ୍ ଷ୍ଟଲ୍, ଖାଦ୍ୟ,ଓ ବାସସ୍ଥାନ। ଏହା ପରେ ମେଳାରେ ଯୋଗ ଦେବା ପାଇଁ କିଛି ପୁସ୍ତକ ପ୍ରେମୀ ବଂଧୁ, ମାନ୍ୟଗନ୍ୟ,ଓ ଲେଖକ ଲେଖିକା ମାନଙ୍କୁ ଆସିବା ପାଇଁ ନିମନ୍ତ୍ରଣ କରାଯାଏ। ପାଖ ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଶିକ୍ଷକ ଅଧ୍ୟାପକ ମାନଙ୍କୁ ଆସିବା ପାଇଁ ଅନୁରୋଧ କରାଯାଏ। ମଞ୍ଚ ଉପରକୁ ଆସିବା ପାଇଁ ଅତିଥି ଓ ମନୋରଞ୍ଜନ କାର୍ଯ୍ୟ ପାଇଁ ଆୟୋଜନ କରାଯାଏ। ଏଠାରେ ଏମାନଙ୍କମଧ୍ୟରୁ କାହାକୁ ଅଣଦେଖା କରିବାକୁ ନପଡେ। ଯଦି ପଡେ ତେବେ, ସ୍ୱାଭିମାନରେ ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି। ଜଣେ ଲେଖକ ହିଁ ଜଣେ ଲେଖକକୁ ପରଖିବା ଉଚିତ୍। ନଚେତ୍ ବହୁ ଆଡମ୍ବର ଲଘୁ କ୍ରିୟା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action